• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

maaa
'ମୋ ପୁଅକୁ ନଛାଡ଼ିବା ଯାଏ ମୁଁ କିଛି ଖାଇବିନି'

ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇଛି। OTV ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେବା ପ୍ରସଙ୍ଗରେ କାନ୍ଦି କାନ୍ଦି ପ୍ରତିକ୍ରିୟା ଦେଲେ ମନୋରଂଜନଙ୍କ ୮୪ ବର୍ଷୀୟା ମା। ସେ କହିଛନ୍ତି ଯେ କିଛି କହିଲେନି, ଘରେ ପଶି ମୋ ପୁଅକୁ ନେଇଗଲେ। ସକାଳୁ କେହି ଚା ପିଇନୁ କି କେହି କିଛି ଏଯାଏ ଖାଇନୁ। ମୋ ପୁଅକୁ ନଛାଡ଼ିବା […]

h
ଗୁରୁତର ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର ସେବା ଯୋଗାଇଦେଲା ପୋଲିସ୍‌

ଭୁବନେଶ୍ୱର: ଗୁରୁତର ରୋଗୀ ପରିବହନ ଲାଗି କମିଶନରେଟ୍ ପୋଲିସ ଯୋଗାଇ ଦେଲା ଗ୍ରୀନ୍ କରିଡର ସେବା। ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯାଉଥିବା ଜଣେ ଗୁରୁତର ରୋଗୀଙ୍କୁ ଆଜି ରାଜଧାନୀର ଆପୋଲୋ ହସ୍ପିଟାଲରୁ ଗ୍ରୀନ କରିଡର ସେବା ଭିତରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଯାଏଁ ନିଆଯାଇଥିଲା। ସେଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି। ଚେନ୍ନାଇରେ ତାଙ୍କର ଅଙ୍ଗ ପ୍ରତିରୋପଣ କରାଯିବ। ଆଜି ଅପରାହ୍ଣ ୪ଟା ବେଳେ ଆପୋଲୋ ହସ୍ପିଟାଲରୁ ଆମ୍ବୁଲାନ୍ସଟି ବାହାରିଥିଲା। […]

woman rescued alive
୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

ନୂଆଦିଲ୍ଲୀ: କଥାରେ ଅଛି, ରଖେ ହରି ତ ମାରେ କିଏ।  ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାଙ୍କୁ କେହି ବି ମାରି ପାରିବେ ନାହିଁ। ଦୁଇ ବର୍ଷ ତଳେ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କୁ ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର କରାଯାଇଛି। କଥାଟା ଶୁଣି  ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କଲମ୍ବିଆରେ ଏଭଳି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି। The Sun ର ରିପୋର୍ଟ ଅନୁସାରେ, ୨ ବର୍ଷ ତଳୁ ନିଖୋଜ ଥିବା […]

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଭୁବନେଶ୍ୱର: ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ୧୯୨୪ରେ କେ.ସି ଶିବଶଙ୍କର ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ‘ଜହ୍ନମାମୁଁ’ ପତ୍ରିକାରେ ଯୋଗ ଦେଇଥିଲେ। ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ‘ଜହ୍ନମାମୁଁ’ ପତ୍ରିକାରେ ତାଙ୍କ ପୁରା ଜୀବନକାଳ କଟିଥିଲା। ‘ଜହ୍ନମାମୁଁ’ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ […]

lord-sri-krishan
୨୦୧୫ର ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ରକଳାକୁ ନେଇ ପୁଣି ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲା ଇସ୍କନ୍

ଗୌହାଟୀ: ୨୦୧୫ରେ ଆସାମର ଆର୍ଟିଷ୍ଟ ଆକ୍ରାମ ହୁସେନ୍ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଚିତ୍ରକଳା ଅଙ୍କନ କରିଥିଲେ, ଯାହାକୁ ନେଇ ଏବେ ପୁଣିଥରେ ବିବାଦ ଦେଖା ଦେଇଛି। ଏହି ଚିତ୍ରକଳାରେ ଦେଖିବାକୁ ମିଳିଛି ଯେ ଶ୍ରୀକୃଷ୍ଣ ଏକ ବାର୍‌ରେ ଅଛନ୍ତି ଏବଂ ତାଙ୍କ ଚତ୍ତୁର୍ପାଶ୍ୱରେ କିଛି ଯୁବତୀ ବିକିନି ପିନ୍ଧି ଛିଡ଼ା ହୋଇଛନ୍ତି। ବିକିନି ପିନ୍ଧା ଯୁବତୀମାନେ କୃଷ୍ଣଙ୍କୁ କୁଣ୍ଢାଇ ଧରିବାର ଦୃଶ୍ୟକୁ ଚିତ୍ରକଳା ଦ୍ୱାରା ପ୍ରଦର୍ଶନ କରାଯାଇଛି। We request @CMOfficeAssam @sarbanandsonwal ji @himantabiswa ji […]

kandhamal
ନବଜାତ ଶିଶୁକୁ ବେଆଇନ ହସ୍ତାନ୍ତର, ଶିଶୁକୁ ଉଦ୍ଧାର କଲା ପ୍ରଶାସନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନବଜାତ ଶିଶୁକୁ ତା’ ବାପା ବେଆଇନ ଭାବେ ଅନ୍ୟ ଦମ୍ପତିଙ୍କୁ ହସ୍ତାନ୍ତର କରିଥିବାର ଖବର ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରଶାସନର ମିଳିତ ଟିମ ସେହି ଶିଶୁକୁ ଉଦ୍ଧାର କରିଛି। ଖଜୁରୀପଡ଼ା ଥାନାରେ ଚାଇଲ୍ଡ ଲାଇନ୍ ତରଫରୁ ଏକ ଏତଲା ଦିଆଯାଇଥିବା ବେଳେ ପୋଲିସ ତାର ତଦନ୍ତ କରୁଛି। ସୂଚନା ଅନୁସାରେ ଗତ ମାସ ୨୭ ତାରିଖରେ ବୁଡୁପଡ଼ାର ଜଗଦୀଶ ଦିଗାଲଙ୍କର ଏକ ପୁତ୍ର ସନ୍ତାନ ଜନ୍ମ […]

rafeal
ଆସନ୍ତାକାଲି ଭାରତରେ ପହଞ୍ଚିବ ରାଫେଲ୍

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତାକାଲି ଭାରତ ପହଞ୍ଚିବ ରାଫେଲ ଫାଇଟର ପ୍ଲେନ୍। ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ୫ଟି ରାଫେଲ୍ ୭୩୬୪ କିଲୋମିଟରର ଲମ୍ବା ଯାତ୍ରା ପରେ ହରିଆଣା ଅମ୍ବାଲା ଏୟାରବେସରେ ପହଞ୍ଚିବ। ବାୟୁସେନାର ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଉଡ଼ାଇ ଆଣୁଛନ୍ତି। ରାସ୍ତାରେ ଆବୁଧାବିରେ କିଛି ସମୟ ପାଇଁ ରହଣି ପରେ ପୁଣି ମଙ୍ଗଳବାର ସକାଳୁ ପାଇଲଟ୍ ଉଡ଼ାଣ ଆରମ୍ଭ କରିଥିଲେ। ଉଡ଼ାଣ ବେଳେ ମଝି ଆକାଶରେ ଇନ୍ଧନ ଭର୍ତ୍ତି ହୋଇଥିଲା। […]

Puri
ଜଗନ୍ନାଥଙ୍କ କ୍ଷେତ୍ରରେ ୫୦ ଫୁଟ୍‌ର ଅଳିଆ ଗଦା...ଗନ୍ଧରେ ଫାଟି ପଡୁଛି ପରିବେଶ

ରାତି ପାହିଲେ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି ଲକ୍ଷଲକ୍ଷ ଭକ୍ତ । ହେଲେ ୫୦ ଫୁଟର ଅଳିଆ ଗଦାକୁ ଦେଖି ସମସ୍ତେ ଟେକୁଛନ୍ତି ନାକ । ବାରମ୍ବାର ଗୁହାରି ପରେ ବି କିଛି ଶୁଣୁନି ପ୍ରଶାସନ...ଆଜିକାଲି କହି ଦିନ ଗଡାଉଛି କିନ୍ତୁ ଅଳିଆ ଉଠୁନି