• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

matric-plus-two
ମୂଳରୁ ସ୍କୁଲ ଖୋଲିନି, କେମିତି ହେବ ପରୀକ୍ଷା?

ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଆଶଙ୍କାରେ ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ, ମାଟ୍ରିକ ଫର୍ମଫିଲପ୍ ବି ସ୍ଥଗିତ। ହେଲେ ଏବେ ପ୍ରଶ୍ନ-ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ମାଟ୍ରିକ୍ ଓ ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା କେବେ ଓ କେମିତି ହେବ ? ପ୍ରତିବର୍ଷ ଫେବୃଆରୀରେ ମାଟ୍ରିକ୍ ଓ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ହୋଇଥାଏ ହେଲେ କରୋନା ପାଇଁ ତ ଏବର୍ଷ ମୂଳରୁ ସ୍କୁଲ ଖୋଲିନି। ତାସହ ସ୍ଥିତିକୁ ଦେଖି ୩୦ ପ୍ରତିଶତ […]

  • Thursday, 01 July 2021
ଯାତ୍ରୀଙ୍କୁ ନେଇ ଯାଉ ଥିବାବେଳେ ଓଲଟିଲା ବସ୍‌

ଭଦ୍ରକ: ଏନ୍ଏଚ୍-୧୬ ଚରମ୍ପା ନିକଟ ତ୍ରିଶୁଳପୁର ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିବାରୁ ୧୧ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ‘ ଶ୍ରୀ ଅନନ୍ତ’ ନାମକ ବସ୍‌ଟି  ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ତେବେ ୧୬ ନମ୍ବର ଜାତୀୟ ରାଜପଥ ତ୍ରିଶୁଳପୁର […]

  • Thursday, 01 July 2021
ନବରାତ୍ରୀ ପରଠୁ ଘଞ୍ଚ ଜଙ୍ଗଲରେ ତପସ୍ୟାରେ ବସିଛନ୍ତି ଯୁବତୀ

ନବରଙ୍ଗପୁର: ଘଞ୍ଚ ଜଙ୍ଗଲରେ ଯୁବତୀଙ୍କ ତପସ୍ୟା। ଗତ ସପ୍ତାହେ ହେଲାଣି ଏକାକୀ ପାହାଡ଼ ତଳେ ବସି ତପସ୍ୟା କରୁଛନ୍ତି ଏହି ଯୁବତୀ। ନା କାହା ସହ କଥା ହେଉଛନ୍ତି ନା ଖାଦ୍ୟ ଗ୍ରହଣ କରୁଛନ୍ତି। ଆଜି ଭଳି ଦିନରେ ଏସବୁ ଶୁଣି ଅଜବ ଲାଗୁଥିଲେ ମଧ୍ୟ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ସମ୍ପୃକ୍ତ ଯୁବତୀ ହେଲେ ଧାମନାଗୁଡ଼ା ଅଞ୍ଚଳର ନୀରାବତି। ସୂଚନା ଅନୁସାରେ, କିଛି ଦିନ ତଳେ ନୀରାବତିଙ୍କ ଦେହ ଖରାପ ହେବାରୁ […]

  • Thursday, 01 July 2021
Corona Update In Odisha: ଦିନକରେ ୧,୪୩୪ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୪୩୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।  ଚିହ୍ନଟ ନୂଆ ୧,୪୩୪  ଆକ୍ରାନ୍ତଙ୍କ ମଧ୍ୟରୁ ୮୩୩  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୦୧ ରହିଛି। ଆଜି ଖୋର୍ଦ୍ଧା ରୁ ସର୍ବାଧିକ ୧୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୧,୫୭୪ରେ ପହଞ୍ଚିଛି। Covid-19 Report For 7th […]

  • Thursday, 01 July 2021
୧୫ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା, ୧୦ ଡିଗ୍ରୀ ତଳେ ସୋନପୁର

ଭୁବନେଶ୍ୱର: ଶୀତରେ ଥରୁଛି ସାରା ରାଜ୍ୟ। ଖସୁଛି ପାରଦ, ବଢୁଛି ଥଣ୍ଡା। ଆଜି ୧୫ ଡିଗ୍ରୀ ତଳେ ରାଜ୍ୟର ୧୧ଟି ସହରର ତାପମାତ୍ରା। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୯.୬ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରହିଛି। ସେହିପରି ଅନୁଗୁଳରେ ୧୧ ଡିଗ୍ରୀ, କୋରାପୁଟରେ ୧୧.୬ ଡିଗ୍ରୀ, ଭବାନୀପାଟଣାରେ ୧୨.୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୩ ଡିଗ୍ରୀ, କେନ୍ଦୁଝରରେ ୧୩.୮ ଡିଗ୍ରୀ ଓ […]

  • Thursday, 01 July 2021
ବଡ଼ ଭଉଣୀ ଆଖି ସାମ୍ନାରେ ଚାଲିଗଲା ସାନ ଭଉଣୀର ଜୀବନ

ଯାଜପୁର: ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସାନ ଭଉଣୀର ମୃତ୍ୟୁ ହୋଇ ଥିବାବେଳେ ବଡ଼ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ନେଉଳପୁର ଗାଁର ଶ୍ୱେତା ବେହେରା। ତାଙ୍କ ବଡ଼ ଭଉଣୀ ସଙ୍ଗୀତା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ତାଙ୍କୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଶ୍ୱେତା ଓ ସଙ୍ଗୀତା ସ୍କୁଟିରେ ଜାରକା ଯାଉଥିଲେ। ଏହି ସମୟରେ ଭାରସାମ୍ୟ […]

  • Thursday, 01 July 2021
sanjiv-sahoo
'ଦୁଷ୍କର୍ମ ଅଭିଯୋଗ ନେଇ ମୋତେ ମିଛରେ ବଦନାମ କରାଯାଉଛି'

ଆଠକମଲ୍ଲିକ: ଏକ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ତାଙ୍କୁ ମିଛରେ ବଦନାମ କରାଯାଉଥିବା କହିଛନ୍ତି ଆଠମଲ୍ଲିକର ପୂର୍ବତନ ବିଧାୟକ ସଂଜୀବ ସାହୁ । କିଶୋରନଗର ଥାନା ଅଞ୍ଚଳରେ ଏକ ଦୁଷ୍କର୍ମ ଘଟଣାରେ ସଂଜୀବଙ୍କ ରୋଷେୟା ଅଭିଯୁକ୍ତ ଅଛନ୍ତି । ତେବେ ଏନେଇ ସେ ପୋଲିସ ଉପରେ ଚାପ ପକାଉଛନ୍ତି ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏପରି ଅଭିଯୋଗ ସଂପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି ସଂଜୀବ କହିଛନ୍ତି । ଗତ କିଛି ମାସ ତଳେ […]

  • Thursday, 01 July 2021
sc-st
ମାଟ୍ରିକ୍ ଛାତ୍ର ବୃତ୍ତିରେ ହେବନି ପରିବର୍ତ୍ତନ

ଭୁବନେଶ୍ୱର: ଏସ୍‌ସି -ଏସ୍‌ଟି ପିଲାଙ୍କ ମାଟ୍ରିକ୍ ଛାତ୍ର ବୃତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ବର୍ତ୍ତମାନର ପ୍ରଚଳିତ ହାରରେ ପିଲାମାନଙ୍କୁ ଛାତ୍ରବୃତ୍ତି ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏ ସମ୍ପର୍କରେ ସୂଚନା ଦିଆଯାଇଛି। SC/ST ଉନ୍ନୟନ ବିଭାଗର ଏ ସଂପର୍କିତ ପ୍ରସ୍ତାବକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏ ସଂପର୍କିତ ଫାଇଲ୍‌କୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଟ୍ରିକ ପରେ ମିଳୁଥିବା ବୃତ୍ତି ରାଶିକୁ କମାଇବା ଦ୍ୱାରା ପିଲାମାନେ ନିରୁତ୍ସାହିତ ହେବେ […]

  • Thursday, 01 July 2021
3
ରାଜ୍ୟରେ ପୁଣି ଜଣେ ବ୍ୟକ୍ତିଙ୍କ ନାଁରେ ଜିଏସ୍‌ଟି ଠକେଇ ଅଭିଯୋଗ

ବଲାଙ୍ଗିର: ରାଜ୍ୟରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି। ଏଥର ବଲାଙ୍ଗିରର ରବୀନ୍ଦ୍ର ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ GST ଠକେଇ ଅଭିଯୋଗ ଆସିଥିବା ଜଣାପଡ଼ିଛି। ସଇଁତଳା ଥାନା ଅନ୍ତର୍ଗତ ଘଣ୍ଟାମାଲ ଗାଁର ରବୀନ୍ଦ୍ରଙ୍କ ନାଁରେ ପାଖାପାଖି ୧ ଲକ୍ଷରୁ ଅଧିକ ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଅଭିଯୋଗ ଆସିଛି। ତେବେ ସେ କିଛି ଜାଣିନଥିବା କହିଛନ୍ତି। କିଛି ଦିନ ତଳେ ଋଣ ପାଇଁ ଜଣଙ୍କୁ ନିଜର ଆଧାର କାର୍ଡ, ବିଜୁଳି ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ […]

  • Thursday, 01 July 2021
2
ନବରଙ୍ଗପୁରରେ ଥ୍ରୀଲରର ନାୟକ ରକ୍‌ କଚ୍ଛି

ନବରଙ୍ଗପୁର: ଡିରେକ୍ଟର ରାମଗୋପାଲ ବର୍ମାଙ୍କ ଫିଲ୍ମ “ଥ୍ରୀଲର” ରେ ନାୟକ ଭୂମିକାରେ ଅଭିନୟ କରିଥିବା ୱାଜିଦ୍ ମେମନ୍ ଓରଫ୍ ରକ୍ କଚ୍ଛି ଏବେ ନିଜ ମାମୁଁ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଛନ୍ତି। ଏଠାରେ ଜନ୍ମ ଗ୍ରହଣ କରିଥିବା ୱାଜିଦ୍ ମେମନ୍ ପିଲା ଦିନରୁ ହିଁ ଫିଲ୍ମରେ କାମ କରିବା ନେଇ ସ୍ୱପ୍ନ ଦେଖିଥିଲେ। ନିଜ ବାଲ୍ୟ ସମୟ ଉମରକୋଟରେ କାଟିବା ପରେ କ୍ୟାରିୟର ଗଢ଼ିବା ପାଇଁ ମହାରାଷ୍ଟ୍ର ଚାଲି ଯାଇଥିଲେ। ତାଙ୍କ ବାପା ୟାସିମ୍ କଚ୍ଛି […]

  • Thursday, 01 July 2021
ekalabya
ନମିତା ଟପ୍ପୋ ପାଇବେ 'ଏକଲବ୍ୟ'

ଭୁବନେଶ୍ୱର: ୨୦୨୦ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଖ୍ୟାତନାମା ହକି ଖେଳାଳି ନମିତା ଟପ୍ପୋ। ନମିତା ଟପ୍ପୋ ୨୮ ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା ହୋଇଛି। ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କୁ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଛି। ଆନ୍ତର୍ଜାତୀକ ପ୍ରତିଯୋଗିତାରେ ଭାରତରୁ ନମିଟା ଟପ୍ପୋ ପ୍ରତନିଧ୍ୱତ୍ୱ କରି ସମ୍ମାନ ଆଣିଛନ୍ତି। ଆଗାମୀ ପୁରସ୍କାର ବିତରଣୀ ଉତ୍ସବରେ ତାଙ୍କୁ ୫ ଲକ୍ଷ ଟଙ୍କା ସହ […]

  • Thursday, 01 July 2021
bdo
ଜିଲ୍ଲାପାଳଙ୍କ ନାଁ ନେଇ ସରପଞ୍ଚଙ୍କୁ ଚାନ୍ଦା ମାଗୁଛନ୍ତି ବିଡିଓ !

କୋରାପୁଟ: କୋରାପୁଟ ଜିଲ୍ଲାପାଳଙ୍କ ନା ନେଇ ସରପଞ୍ଚମାନଙ୍କୁ ଲକ୍ଷ୍ମୀପୁର ବିଡିଓ ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀପୁର ସମେତ କୋରାପୁଟ ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏକ ଭାଇରାଲ ଅଡିଓରେ ବିଡିଓ ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଛି। ବିଡିଓ ଦିଲ୍ଲୀପ ପଟ୍ଟନାୟକ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ ପିଛା ୩୦ ହଜାର ଟଙ୍କା ଆଦାୟ କରି ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି କୁହାଯାଇଥିବା ଫୋନ ବାର୍ତ୍ତାଳାପରେ ଜଣେ ମହିଳା ସରପଞ୍ଚ […]

  • Thursday, 01 July 2021
tensa-road
ରାସ୍ତା ନୁହେଁ ସେ ମରଣ ଯନ୍ତା: ଧୂଳିଧୂଆଁରେ ଆକ୍ତାମାକ୍ତ ଲୋକେ

ସୁନ୍ଦରଗଡ଼: ବିପର୍ଯ୍ୟସ୍ତ ରାସ୍ତାର ଅବସ୍ଥା। ଜୀବନକୁ ପାଣି ଛଡ଼େଇ ଯାତାୟାତ କରୁଛନ୍ତି ଲୋକେ। ରାତି କଣ ଦିନରେ ବି ଗାଡ଼ି ଚଲେଇ ଯିବା କଷ୍ଟକର। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବରସୁଆଁରୁ ଟେନ୍ସାର ୧୨ କିମି ରାସ୍ତାର ଏପରି ଅବସ୍ଥାକୁ ନେଇ ଲୋକେ ଅତିଷ୍ଠ ପଡ଼ିଲେଣି। ସେହିପରି ଜିଲ୍ଲାର ଗୁରୁଣ୍ଡିଆରୁ ବଣେଇ ଯାଏ ବି ରାସ୍ତାର ଅବସ୍ଥା ବେହାଲ୍। ଗାଡ଼ି ମଟର ଦୂରର କଥା ପାଦରେ ଚାଲିବା ବି କଷ୍ଟକର। ରାସ୍ତାରେ ବଡ଼ ବଡ଼ ଖାଲ, ଧୂଳି ଧୂସରିତ […]

  • Thursday, 01 July 2021
ssws
ଡିସେମ୍ବର ୧୨ ତାରିଖରେ ବାର ଆସୋସିଏସନ୍ ନିର୍ବାଚନ

ଭୁବନେଶ୍ୱର: ଡିସେମ୍ବର ୧୨ ତାରିଖରେ ବାର ଆସୋସିଏସନ୍ ନିର୍ବାଚନ ହେବ। ରାଜ୍ୟର ସବୁ ବାର ଆସୋସିଏସନ ନିର୍ବାଚନ ଲାଗି ଆସନ୍ତା ଡିସେମ୍ବର ୧୨ ତାରିଖ ଧାର୍ଯ୍ୟ ହୋଇଛି। ନିର୍ବାଚନ ଲାଗି ରାଜ୍ୟ କାଉନସିଲ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଏଥିଲାଗି ଆସନ୍ତା ଅକ୍ଟୋବର ୨୪ ତାରିଖରୁ ୨୫ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ୨୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୨୭ ତାରିଖରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ୨୮ ତାରିଖ ଅପରାହ୍ନ ୩ଟା […]

  • Thursday, 01 July 2021
tamato
ଦିନେ ମାବଦାଦୀଙ୍କ ପାଇଁ ଲାଲ୍‌ଗଡ଼ ଥିଲା, ଏବେ ସାଜିଛି ଲାଲ୍‌ ଟମାଟୋର ଗଡ଼

ଦେବଗଡ଼: ଦିନେ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିଲା, ହେଲେ ସମୟ ବଦଳିବା ସହ ପରିଚୟ ବି ବଦଳିଛି। ମାଓବାଦୀଙ୍କ ଲାଲ୍ ଗଡ଼ରୁ ଏବେ ଲାଲ ଟମାଟୋର ଗଡ଼ ଭାବେ ନିଜର ପରିଚୟ ସୃଷ୍ଟି କରିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ସଡୋ ପଞ୍ଚାୟତ। ସରକାରୀ ପ୍ରୋତ୍ସାହନରେ ପଞ୍ଚାୟତର ୭ଟି ଗାଁରେ ଏବେ ଅଦିନିଆ ଟମାଟୋ ଚାଷ ହେଉଛି। ଏହି ଟମାଟୋ ରୋଜଗାର ଦେବା ସହିତ ସ୍ୱାଭିମାନରେ ବଞ୍ଚିବାର ବାଟ ବି ଦେଖାଇଛି। ଅନୁନ୍ନତ ଆଦିବାସୀ ଅଞ୍ଚଳକୁ […]

  • Thursday, 01 July 2021
bithal varadwaj
୧ ମିନିଟରେ ଭଗବତ ଗୀତାର ୧୩ଟି ଶ୍ଳୋକ ଗାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କଲେ ଓଡ଼ିଆ ପୁଅ

ବ୍ରହ୍ମପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁରର ଏକାଦଶ ଶ୍ରେଣୀର ଛାତ୍ର ବିଠଲ ଭରଦ୍ୱାଜ। ମାତ୍ର ୧ ମିନିଟ ମଧ୍ୟରେ ଭଗବତ ଗୀତାର ୧୫ତମ ଅଧ୍ୟାୟର ୧୩ଟି ଶ୍ଳୋକ ସେ ଗାନ କରି ଏଭଳି ପୁରସ୍କାର ହାତେଇ ପାରିଛନ୍ତି। ଶ୍ଳୋକ ଗାନ ପରେ ତାହାକୁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପାଇଁ ପଠାଇଥିଲେ। ଯାହାକୁ ବିଚାରକ ମଣ୍ଡଳି ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡ ପାଇଁ ବାଛିଥିଲେ। ପିଲା ବେଳୁ ବିଠଲଙ୍କ ବାପା ଛାତ୍ରଛାତ୍ରୀଙ୍କୁ […]

  • Thursday, 01 July 2021
house
ମିଳୁନି ସରକାରୀ ସହାୟତା; ଦିବ୍ୟାଙ୍ଗ ପିଲା ଦୁହିଁଙ୍କ ଚିନ୍ତାରେ ବାପାମା

ମୟୂରଭଞ୍ଜ: କାହାକୁ କେତେ ସରକାରୀ ଯଜନା ମିଳୁଛି। କିଏ ବିନା ସମସ୍ୟାରେ ବି ସରାକାରୀ ସୁବିଧାକୁ ଚଞ୍ଚକତା କରି ଲୁଟି ନେଉଛି। ହେଲେ ଏଟି ଦିବ୍ୟାଙ୍ଗଙ୍କ ପାଇଁ ସରକାର ଓ ସରକାରୀ ସହାୟତା ବହୁ ଦୂରରେ। ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଦିବ୍ୟାଙ୍ଗ ଭାଇ ଭଉଣୀ। ଜନ୍ମରୁ ଏହି ଭାଇ ଭଉଣୀ ଦିବ୍ୟାଙ୍ଗ ଥିବା ବେଳେ ସରକାରୀ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି।  ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଉଦଳା ଉପରତାଳଡିହା ଗାଁରୁ। ଗାଁର ଗୁରଭା ସିଂଙ୍କ […]

  • Thursday, 01 July 2021
kovid
କରୋନାର ସେକେଣ୍ଡ ୱେଭ ସ୍ଥିତି ବିଗାଡ଼ିଦେବ କି ? କଣ କହିଲେ ବିଶେଷଜ୍ଞ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ କରୋନାର ତଳମୁହାଁ ଟ୍ରେଣ୍ଡ। ସେପ୍ଟେମ୍ବର-ଅକ୍ଟୋବର ଅପେକ୍ଷା ନଭେମ୍ବରରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ମୃତ୍ୟୁଧାରାରେ କିନ୍ତୁ ଲାଗୁନି ବ୍ରେକ୍। ଆଜି ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବଳେ ୧୫ ଜଣଙ୍କ ଜୀବନ ନେଇଛି ଘାତକ ମହାମାରୀ। ବଡ଼ ପ୍ରଶ୍ନ, ଆଗକୁ କଣ ହେବ ସ୍ଥିତି? କମିବ, ସ୍ଥିର ରହିବ ନା ବଢ଼ିବ? କୁହାଯାଉଛି, କେରଳ ଓ ଦିଲ୍ଲୀ ଭଳି ଓଡ଼ିଶାକୁ ମଧ୍ୟ ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ଲହରି ଆସିବାର ଆଶଙ୍କା […]

  • Thursday, 01 July 2021
aditi
ସିଡିଏସ୍-ଟୁରେ ଓଡ଼ିଆ ଝିଅଙ୍କ ସଫଳତା

ଭୁବନେଶ୍ୱର: ସିଡିଏସ୍-ଟୁରେ ଓଡ଼ିଆ ଝିଅଙ୍କ ସଫଳତା। କମ୍ବାଇନ୍‌ଡ ଡିଫେନ୍ସ ସର୍ଭିସ୍-ଟୁ ୨୦୧୯ ମହିଳା ବର୍ଗରେ ଟପ୍ପର୍ ହୋଇଛନ୍ତି ଅଦିତି ପରିଡ଼ା। ପ୍ରଥମ ଓଡ଼ିଆ ଝିଅ ଭାବେ ଅଦିତିଙ୍କୁ ଏହି ସଫଳତା ମିଳିଛି। ଅଦିତିଙ୍କ ବାପା ଜଣେ ଆର୍ମି ବ୍ରିଗେଡିଅର ଥିବା ସୂଚନା ମିଳିଛି। ସିଡିଏସ୍-ଟୁରେ କୃତକାର୍ଯ୍ୟ ୬୭ ଜଣ ମହିଳା ପରୀକ୍ଷାର୍ଥୀ ଚେନ୍ନାଇରେ ଅଫିସର୍ସ ଟ୍ରେନିଂ ଏକାଡେମିରେ ସର୍ଟ ସର୍ଭିସ୍ କମିଶନ୍ ଓ୍ୱିମେନ୍ ନନ୍ ଟେକ୍ନିକାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। Honble Governor congratulates Aditi […]

  • Thursday, 01 July 2021
corona
ଆଜି ରାଜ୍ୟରେ ସୁସ୍ଥ ହେଲେ ୧୩୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୩୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୮୮,୧୬୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୮ ଜଣ ସୁସ୍ଥ ହୋଇଥିବା ବେଳେ କଟକ- ୯୪, ମୟୂରଭଞ୍ଜ- ୮୬, ଜଗତସିଂହପୁର- ୬୪, ଯାଜପୁର- ୬୨, ପୁରୀ- ୫୯, କେନ୍ଦ୍ରାପଡ଼ା- ୫୭, ବାଲେଶ୍ୱର- ୫୫, କେନ୍ଦୁଝର- ୫୪, […]

  • Thursday, 01 July 2021
ହାତରେ କଟର ଧରି ଗଞ୍ଜେଇ ଗଛ ନଷ୍ଟ କଲେ କନ୍ଧମାଳ ଏସ୍‌ପି

ଫୁଲବାଣୀ(ତ୍ରିନାଥ ସାହୁ): ହାତରେ କଟର ଧରି ଗଞ୍ଜେଇ ଗଛ ନଷ୍ଟ କଲେ କନ୍ଧମାଳ ଏସ୍‌ପି। ଗତକାଲି କନ୍ଧମାଳ ଏସ୍‌ପି ଭୀନିତ ଅଗ୍ରୱାଲ ଖୋଦ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି। ଗତକାଲି କନ୍ଧମାଳ ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୋତିଙ୍ଗିଆ ଗାଁ ଜଙ୍ଗଲରେ ଚଢ଼ଉ ହୋଇଥିଲା। ଏହାପରେ ୧୩୦ ଏକର ଜାଗାରୁ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି […]

  • Thursday, 01 July 2021
ନିଆଁରେ ପୋଡ଼ି ହୋଇ ତିନି OSAP ଯବାନ ଗୁରୁତର

ଭଦ୍ରକ: ଡ୍ୟୁଟିରେ ଥିବାବେଳେ OSAPର ୩ଜଣ ଯବାନ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ପୁରୁଣା ବଜାର ଥାନାରେ ଡ୍ୟୁଟିରେ ଥିବାବେଳେ ଏହି ୩ ଯବାନ ପୋଡ଼ି ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ୩ ଯବାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ମଶା ଧୂପରୁ ନିଆଁ ଲାଗି ଯବାନମାନେ ପୋଡ଼ି ହୋଇ ଯାଇଥିବା ସୂଚନା ମିଳିଛି। ଗୁରୁତର ୩ OSAP ଯବାନ ବାରିପଦା ୫ମ ବାଟାଲିଅନ୍‌ର ବୋଲି […]

  • Thursday, 01 July 2021
COVID-19
୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୨୧୯ କରୋନା ପଜିଟିଭ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୨୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୦୮ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୫୧୧ ଲୋକାଲ କେସ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ତେବେ ଖୁସିର କଥା, ଖୋର୍ଦ୍ଧା ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଆଜି ଖୋର୍ଦ୍ଧାରେ ୯୨ ଜଣ ନୂଆ ପଜିଟିଭ ଚିହ୍ନଟୂ ହୋଇଛନ୍ତି। ଆଜିର ରିପୋର୍ଟ ଅନୁଯାୟୀ, ବାଲେଶ୍ୱର ଏବଂ ସୁନ୍ଦରଗଡରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ […]

  • Thursday, 01 July 2021
corona
୨୪ ଘଣ୍ଟାରେ ଆଖି ବୁଜିଲେ ୧୬ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରେ ୧୬ ଜଣ ଆଖି ବୁଜିଛନ୍ତି। ଏଥି ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୪୧ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି। ଭୁବନେଶ୍ୱରରୁ ଆଜି ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଅନ୍ୟପକ୍ଷେ କେନ୍ଦୁଝରରୁ ସର୍ବାଧିକ ୩ ଜଣ କରୋନା ରୋଗୀଙ୍କର ଆଜି ମୃତ୍ୟୁ ଘଟିଛି। ସେହିପରି ସମ୍ବଲପୁରରୁ ୨ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବାବେଳେ ବାଲେଶ୍ୱର, ବରଗଡ,  ବୌଦ୍ଧ, କଟକ, ଯାଜପୁର ମୟୂରଭଞ୍ଜ, […]

  • Thursday, 01 July 2021
Mandi
ଚାଷୀ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ମଣ୍ଡି ଓ ଟୋକନ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି। ସବୁଠି ଆଜି ବିଜେପି କର୍ମୀ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ

  • Thursday, 01 July 2021