• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

father daughter
ପ୍ରଶାସନ ନଶୁଣିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବାପ, ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ପ୍ରଶାସନ ଶୁଣିଲାନି କି ପୋଲିସ୍ ସାହାଯ୍ୟ କଲାନି, ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ବାପା ଓ ଝିଅ। ଏଭଳି ସମ୍ଭେଦନଶୀଳ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପରଜଙ୍ଗ ଥାନା ଅଞ୍ଚଳର ରବି ବେହେରା ଓ ଝିଅ ସବିତା ବେହେରା। ଅଭିଯୋଗ ଅନୁସାରେ, ସ୍ଥାନୀୟ ସାଆନ୍ଦା ସରବେରେଣୀ ଗାଁର ରବି ବେହେରାଙ୍କ ଘର ଓ ଜମି ଗାଁର କିଛି ଲୋକ ଜୋରଜବରଦସ୍ତ ମାଡ଼ି ବସିବାକୁ […]

  • Thursday, 01 July 2021
state odisha
ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର

ଭୁବନେଶ୍ୱର: କେବେ ହେବ ପୌର ନିର୍ବାଚନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଦୀର୍ଘ ୩ ବର୍ଷ ଧରି ପୌର ନିର୍ବାଚନ ହୋଇନଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଆଜି ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ପ୍ରଥମେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ୱାର୍ଡ ସଂରକ୍ଷଣ କାମ କରାଯିବ। ସେହି କାମ ସରିବା ପରେ ଭୋଟର ତାଲିକା ପ୍ରସ୍ତୁତ ହେବ। ଏସବୁ କାମ କରିବାକୁ ୪ ମାସ ସମୟ ଲାଗିବ। […]

  • Thursday, 01 July 2021
coronavirus-2
କଟକ ସହରରେ ୪୬.୩୯% ଲୋକଙ୍କ ଠାରେ ବିକଶିତ ହୋଇଛି ଆଣ୍ଟିବଡି

କଟକ: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶତି ହୋଇଛି। RMRC ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ ରଜଣାପଡ଼ିଛି ବୋଲି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। କଟକ ସହରରେ ମୋଟ ୨୨୭୪ ଜଣଙ୍କ ଠାରୁ ସାମ୍ପଲ ନିଆଯାଇଥିଲା। ୨୫ଟି ୱାର୍ଡରୁ ୧୬୩୪, ସମ୍ବେଦନଶୀଳ ଗୋଷ୍ଠୀରୁ ୬୪୦ ସାମ୍ପଲ ନିଆଯାଇଥିଲା। ୨୫ଟି ୱାର୍ଡରୁ ସଂଗୃହୀତ ସାମ୍ପଲରୁ ୪୧.୦୮% ଆଣ୍ଟିବଡି ବିକଶତି ହୋଇଥିବା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ସେହିପରି […]

  • Thursday, 01 July 2021
businemess
ଅପହରଣର ୬ ଦିନ ପରେ ଘରକୁ ଫେରିଲେ ବ୍ୟବସାୟୀ

ରାଉରକେଲା: ଅପହରଣର ୬ ଦିନ ପରେ ଘରକୁ ଫେରିଲେ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ। ରାଉରକେଲାର ବ୍ୟବସାୟୀ ପ୍ରଦୀପ ଗତକାଲି ରାତିରେ ଘରକୁ ଫେରିଥିବା ସୂଚନା ମିଳିଛି। ସେ ଏକୁଟିଆ ଘରକୁ ଫେରିଛନ୍ତି ନା ତାଙ୍କୁ କିଏ ଆଣି ଛାଡ଼ିଛି, ତାହା ସ୍ପଷ୍ଟ ହୋଇନାହିଁ। ଯାହା ଘଟଣାକୁ ଅଧିକ ରହସ୍ୟମୟ କରିଛି। ବର୍ତ୍ତମାନ ରାଉରକେଲା ସ୍ଥିତ ଘରେ ଅଛନ୍ତି ପ୍ରଦୀପ। ସୁନ୍ଦରଗଡ଼ ପୋଲିସ ପ୍ରଦୀପଙ୍କ ଘରେ ପହଞ୍ଚି ପଚରାଉଚରା କରିବ ବୋଲି ସୂଚନା ମିଳିଛି। ଗତ ଶନିବାର ବ୍ୟବସାୟୀ […]

  • Thursday, 01 July 2021
prabir
ଯୁକ୍ତ-୨ ଯାଏ ମାଗଣାରେ ପାଠ ପଢ଼ିବେ ପ୍ରବୀରଙ୍କ ଝିଅ

ଭୁବନେଶ୍ୱର: ଯୁକ୍ତି ଦୁଇ ପର୍ଯ୍ୟନ୍ତ ମାଗଣାରେ ପାଠ ପଢ଼ିବେ ଦିମ୍ବଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଝିଅ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଏନ୍ ପଟ୍ଟନାୟକ। ପ୍ରବୀରଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ପରିବାରକୁ ସମବେଦନା ଜଣାଇବା ସହିତ ଝିଅକୁ ମାଗଣାରେ ପାଠ ପଢ଼ାଇବେ ବୋଲି କହିଥିଲେ। ନଭେମ୍ବର ୫ ତାରିଖରେ କରୋନା ଚିକିତ୍ସା ଚାଲିଥିବା ବେଳେ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ ହୋଇଥିଲା। […]

  • Thursday, 01 July 2021
cuttack
କଟକରେ ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟର

କଟକ: କଟକରେ ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟର। ଜିଲ୍ଲାରେ କରୋନା ପଜିଟିଭି ସଂଖ୍ୟା ହ୍ରାସ ପାଉଥିବାରୁ ଧୀରେ ଧୀରେ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ କରାଯିବ। ଏହା ସହ କୋଭିଡ ହସ୍ପିଟାଲକୁ ମଧ୍ୟ ପରବର୍ତ୍ତୀ ସମୟରେ ବନ୍ଦ କରାଯିବ। କରୋନା ମୁକାବିଲା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ। ଏସ୍‌ସିବି ମେଡିକାଲରେ କୋଭିଡ ହସ୍ପିଟାଲ କର୍ଯ୍ୟକ୍ଷମ ହେବା ପରେ, କରୋନାରୁ […]

  • Thursday, 01 July 2021
cbinet odisha
ରାଜ୍ୟ କ୍ୟାବିନେଟରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେଥିମଧ୍ୟରେ ୨୦୨୦-୨୧ରେ ଖରିଫ ଧାନ ସଂଗ୍ରହ ପ୍ରସ୍ତାବ ସହ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ମିଳିଛି ମିଞ୍ଜୁର କରାଯାଇଛି। ତା’ସହ ୨୦-୨୧ ଖରିଫ ବିପଣନ ବର୍ଷରେ ୪୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ନଭେମ୍ବରରୁ ମାର୍ଚ୍ଚ ଯାଏ ଖରିଫ, ମେ ମାସରୁ ଜୁନ୍ ମାସ ମଧ୍ୟରେ ରବି ଧାନ ସଂଗ୍ରହ ଲକ୍ଷ ରଖାଯାଇଛି। […]

  • Thursday, 01 July 2021
IMD-Malaria-Outbreak
ମ୍ୟାଲେରିଆର ପୂର୍ବାନୁମାନ କରିବ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ମ୍ୟାଲେରିଆର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏକ ପରୀକ୍ଷାମୂଳକ ପ୍ରକଳ୍ପ ହାତକୁ ନିଆଯାଇଛି। ଉଭୟ ବିଭାଗ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ଆସନ୍ତା ମୌସୁମୀରୁ ମ୍ୟାଲେରିଆ ଜନିତ ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ମ୍ୟାରେରିଆ ବାହକ ମଶା କେଉଁ ନିର୍ଦ୍ଦିଷ୍ଟ ପାଣିପାଗ ଏବଂ ତାପାମାତ୍ରାରେ ବଂଶ ବୃଦ୍ଧି କରିଥାଏ, ଏବଂ ସେହି ପାଣିପାଗ ଦେଶର କେଉଁ ଅଞ୍ଚଳରେ କେତେ ଦିନ […]

  • Thursday, 01 July 2021
15
ଶତ୍ରୁ ରାଷ୍ଟ୍ରରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟି ଗାଁକୁ ଫେରିଲେ ବିରଜୁ

ସୁନ୍ଦରଗଡ଼: ଶତ୍ରୁ ରାଷ୍ଟ୍ରରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟି ମୁକ୍ତ ହେବା ପରେ ଭିଟାମାଟିକୁ ଫେରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ। ଆଉ କିଛି ସମୟ ପରେ ସେ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିବେ। ପ୍ରଥମେ ତାଙ୍କୁ କୁତ୍ରା ବ୍ଲକକୁ ନିଆଯିବ। ସେଠାରେ ସେ ଜିଲ୍ଲା ପ୍ରଶାସନର ହେପାଜତରେ ରାତି କାଟିବେ। ଆସନ୍ତାକାଲି ସକାଳେ ଏକ ଶୋଭାଯାତ୍ରାରେ ବିରଜୁଙ୍କୁ ନିଆଯାଇ ତାଙ୍କ ନିଜ ଗାଁ କୁତ୍ରା ବ୍ଲକର କଟଙ୍ଗରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ […]

  • Thursday, 01 July 2021
16
ଭିଜିଲାନ୍ସ ଜାଲରେ ୨ କୋଟିପତି କିରାଣି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ୨ କୋଟିପତି କିରାଣି। ରେଡ୍ ପରେ ଭୁବନେଶ୍ୱର ସବ୍‌କଲେକ୍ଟର ଅଫିସ୍‌ର ବରିଷ୍ଠ କିରାଣିଙ୍କ କୋଟିଏ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ବରିଷ୍ଠ କିରାଣି ଉଦୟନାଥ ଜେନାଙ୍କ ୧ କୋଟି ୩୨ ଲକ୍ଷ ଟଙ୍କାର ସଂପତ୍ତି ଠାବ ହୋଇଛି। ପୁରୀରେ ଫ୍ଲାଟ, ଭୁବନେଶ୍ୱରରେ ୨ ମହଲା କୋଠା ଠାବ ହୋଇଥିବା ସୂଚନା ମିଳିଛି। ଏଥିସହିତ ବିଭିନ୍ନ ବ୍ୟାଙ୍କରେ ୯ ଲକ୍ଷ ୩୦ ହଜାର ଟଙ୍କା ଡିପୋଜିଟ୍ ଥିବା ରେଡ୍‌ ପରେ ଜଣାପଡ଼ିଛି। ସେହିପରି […]

  • Thursday, 01 July 2021
coronavirus-1
ବଢ଼ିଲା ଆରୋଗ୍ୟ ସଂଖ୍ୟା; ୨୪ ଘଣ୍ଟାରେ ସୁସ୍ଥ ହେଲେ ୧୨୬୪ କରୋନା ରୋଗୀ

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୨୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳର ୧୧୦ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସୁନ୍ଦରଗଡ଼ରୁ ୮୯, ବାଲେଶ୍ୱର ଓ ବଲାଙ୍ଗୀରରୁ ୭୬ ଲେଖାଏଁ  ସୁସ୍ଥ ହୋଇଛନ୍ତି। ସେହିପରି କଟକ ଓ କେଉଁଝରରୁ ୭୪ ଲେଖାଁ ସୁସ୍ଥ ହୋଥିବା ବେଲେ ମୟୂରଭଞ୍ଜରୁ ୬୫, ନୂଆପଡ଼ା ୬୧, ଜଗତସିଂହପୁର […]

  • Thursday, 01 July 2021
ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଲେ ପୋଲିସ୍‌‌ କର୍ମଚାରୀ ଓ ବିଟେକ୍ ଛାତ୍ର

ଜୟପୁର(ଟି ଗୌରିଶଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍‌‌ କର୍ମଚାରୀ ଓ ବିଟେକ୍ ଛାତ୍ର ଧରାପଡ଼ିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପୋଲିସ୍‌ ଏହି ତଥ୍ୟ ଦେଇଛି। ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ଜଳାପୁଟରୁ ଭାୟା ଜୟପୁର ଦେଇ କାର୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ନେଇ ଖବର ପାଇବା ପରେ ଜୟପୁର ସଦର ଥାନା ପୋଲିସ୍‌ ଚଢ଼ାଉ କରି ୨ କ୍ୱିଣ୍ଟାଲ୍‌ ୬୯ କେଜିର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ୬ ଜଣଙ୍କୁ ଗିରଫ […]

  • Thursday, 01 July 2021
sambalpur mp nitesh gangdev
ସମ୍ବଲପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଦେବଗଡ଼: ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦେବଗଡ଼ ଥାନା ଅନ୍ତର୍ଗତ NH-୪୯ର କୁରଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏ ନେଇ ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସମ୍ବଲପୁରରୁ ଦେବଗଡ଼ ଫେରୁଥିବା ବେଳେ କୁରଡ଼ ନିକଟରେ ସାଂସଦଙ୍କ କାର୍‌କୁ ପଛପଟରୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଏହି ସମୟରେ ଗାଡ଼ି ଭିତରେ ସାଂସଦ ନୀତେଶ ଗଙ୍ଗଦେବ, ତାଙ୍କ ପିଏସ୍‌ଓ ଓ ଡ୍ରାଇଭର ଥିଲେ ବୋଲି […]

  • Thursday, 01 July 2021
ଗଜପତିର ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲୀୟ ଦମ୍ପତି

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଜଣେ ଶିଶୁକନ୍ୟାକୁ ଇଟାଲୀୟ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଆଇନ୍‌ ଅନୁଯାୟୀ ସମସ୍ତ ଯାଞ୍ଚ ପରେ ଶିଶୁକନ୍ୟାକୁ ଗତକାଲି ଏହି ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଥିଲା। ସୂଚନାଥାଉ କି, ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ସମୟରେ ଜିଲ୍ଲାରେ ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଭାବେ ପଡ଼ିଥିବା ଶିଶୁ ମାନଙ୍କୁ ଅଣାଯାଇ ଜିଲ୍ଲା ପ୍ରଶାସନ ପୋଷ୍ୟ ଗ୍ରହଣ କେନ୍ଦ୍ରରେ ସୁରକ୍ଷିତ ଭାବେ ରଖିଥିଲା। ତେବେ ଆଇନ୍‌ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ କିଛି ଦମ୍ପତି […]

  • Thursday, 01 July 2021
corona
ଦିନକରେ ଓଡ଼ିଶାରେ ୧,୦୧୮କରୋନା ପଜିଟିଭ୍‌ ଚିହ୍ନଟ, ଆଜି ସୁନ୍ଦରଗଡ଼ରେ ସର୍ବାଧିକ

ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୦୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୮୫ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୪୩୩ ଲୋକାଲ କେସ୍‌ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସୁନ୍ଦରଗଡ଼ରୁ ସର୍ବାଧିକ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭,୦୦୪ରେ ପହଞ୍ଚିଛି। Covid-19 Report For 12th November New Positive Cases : 1018 In quarantine: […]

  • Thursday, 01 July 2021
Corona Deaths In Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୨ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୯୫ରେ ପହଞ୍ଚି ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧତ୍କ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱର ଓ ଢେଙ୍କାନାଳ ଜିଲ୍ଲାରୁ ୨ଜଣ ଲେଖାଏ, ଅନୁଗୁଳ, ପୁରୀ,କୋରାପୁଟ, କନ୍ଧମାଳ, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise […]

  • Thursday, 01 July 2021
ପାକିସ୍ତାନ ଜେଲ୍‌ରୁ ସୁନ୍ଦରଗଡ଼, ୨୫ ବର୍ଷ ପରେ ଓଡ଼ିଶା ଫେରିଲେ ବିର୍‌ଜୁ କୁଲୁ

ରାଉରକେଲା: ପାକିସ୍ତାନ ଜେଲ୍‌‌ରେ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଓଡ଼ିଶା ଫେରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବିର୍‌ଜୁ କୁଲୁ। ଆଜି ସକାଳେ ସେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅଫିସରେ ପହଞ୍ଚିଛନ୍ତି। କୁତ୍ରା ବ୍ଲକ ଅଫିସରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ବିର୍‌ଜୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ କର୍ମଚାରୀଙ୍କ ସହ କୁତ୍ରାରୁ ନିଜ ଗାଁ କଟଙ୍ଗ ଅଭିମୁଖେ ଯାଇଥିଲେ ବିର୍‌ଜୁ।  ଓଡ଼ିଶା ଫେରିବା ପରେ ଭଲ ଲାଗୁଛି ବୋଲି ସେ କହିଛନ୍ତି। ୨୫ […]

  • Thursday, 01 July 2021
ବାତ୍ୟା ‘ଅମ୍ପନ୍‌’ ପାଇଁ ଓଡ଼ିଶାକୁ କେନ୍ଦ୍ରର ସହାୟତା ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର: ବାତ୍ୟା ‘ଅମ୍ପନ୍‌’ ପାଇଁ ଓଡ଼ିଶାକୁ କେନ୍ଦ୍ର ସହାୟତା ଘୋଷଣା କରିଛି। ୧୨୮ କୋଟି ୨୩ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟିରେ ଏହି ସହାୟତା ରାଶିକୁ ଅନୁମୋଦନ ମିଳିଛି। ଓଡ଼ିଶା ସମେତ ୬ଟି ରାଜ୍ୟକୁ ଦୁର୍ବିପାକ ସହାୟତା ଘୋଷଣା କରାଯାଇଛି। ଏହି ୬ ରାଜ୍ୟ ହେଲା ଓଡ଼ିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ସିକିମ୍। ମୋଟ ୪ ହଜାର […]

  • Thursday, 01 July 2021
shradha-1
ପୁରୀ ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି

ପୁରୀ : ଏବର୍ଷ ପୁରୀ ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି। ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏଭଳି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ପୂର୍ବଭଳି ପୟାଶ୍ରାଦ୍ଧ ପାଳନ କରିପାରିବେ, ହେଲେ କାଉଁରିଆ କାଠି ଲୋକେ ଜାଳିପାରିବେନି। ଏ ସମସ୍ତ କଟକଣା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ। ଶ୍ରଦ୍ଧାଳୁ କେବଳ ପୟାଶ୍ରାଦ୍ଧ କର୍ମ କରି ଫେରିଯିବାକୁ ପ୍ରଶାସନ ଅନୁରୋଧ କରିଛି। ପ୍ରତିବର୍ଷ ଦୀପାବଳି ସନ୍ଧ୍ୟାରେ ଶ୍ରୀମନ୍ଦିର ଚାରିପଟେ […]

  • Thursday, 01 July 2021
ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ମାଧ୍ୟମିକ ସ୍ତରରେ ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବନ୍ଦେ ଉତ୍କଳ ଜନନୀ ଗୀତକୁ ସରକାର ପୂର୍ବରୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଗତ ମେ ୩୦ ତାରିଖରେ ସାରା ରାଜ୍ୟ ତଥା ବିଶ୍ୱରେ ଓଡ଼ିଆମାନେ ବନ୍ଦେ […]

  • Thursday, 01 July 2021
fake
ନକଲି ଅତିରିକ୍ତ ହୋମ୍ ସେକ୍ରେଟାରୀ ଗିରଫ

ଖୋର୍ଦ୍ଧା: ନୟାଗଡ଼ ଚାନ୍ଦପୁର ଅଞ୍ଚଳରୁ ନକଲି ଅତିରିକ୍ତ ହୋମ୍ ସେକ୍ରେଟାରୀ ଗିରଫ ହୋଇଛନ୍ତି। ନିଜକୁ ସଚିବ କହି ଲୋକମାନଙ୍କୁ ଠକୁଥିବା ଅଭିଯୋଗରେ ତାଙ୍କୁ ପୋଲିସ୍‌ ଗିରଫ କରିଛି। ଲୋକଙ୍କୁ ଚାକିରୀ ଦେବ କହି ଅନେକ ସମୟରେ ଅର୍ଥ ଲୁଟ କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଞ୍ଚଳର କାହ୍ନୁ ପ୍ରଧାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ନିଜକୁ ଅତିରିକ୍ତ ହୋମ୍ ସେକ୍ରେଟାରୀ, ଅତିରିକ୍ତ ବିଏମ୍ସି କମିଶନର କହି ଲୋକଙ୍କୁ ଚାକିରୀ ଦେବା […]

  • Thursday, 01 July 2021
1
ଭିଜିଲାନ୍ସ ଜାଲରେ ଜୁନିୟର ମ୍ୟାନେଜର

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ କପ୍ତିପଦା ବିଦ୍ୟୁତ ବିଭାଗର ଜୁନିୟର ମ୍ୟାନେଜର ଅଶ୍ୱିନୀ କୁମାର ଦାସ। ୧୩ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଅଶ୍ୱିନୀ ଦାସ। କପ୍ତିପଦା କାର୍ଯ୍ୟାଳୟରେ ଏକ ଭଡ଼ା ଗାଡି ଲାଗିଥିଲା। ଏହି ଗାଡ଼ିର ମାଲିକ ଶିଶିର କୁମାର ନାୟକଙ୍କର ବକେୟା ବିଲ୍ କରିଦେବା ପାଇଁ ସେ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଗାଡ଼ି ମାଲିକ ବାରମ୍ବାର ଜୁନିୟର ମ୍ୟାନେଜରଙ୍କୁ ବକେୟା ଟଙ୍କା କହୁଥିବା ବେଳେ ଟଙ୍କା ନଦେଲେ ବିଲ […]

  • Thursday, 01 July 2021
online
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନ୍ ଶିକ୍ଷା

ଭୁବନେଶ୍ୱର: ଏଣିକି ଅଧିକ ବ୍ୟବସ୍ଥିତ ଢଙ୍ଗରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନ୍ ଶିକ୍ଷା। ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନଲାଇନ ଶିକ୍ଷା ପାଇଁ ଟିସିଏସ୍ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ TCS ମଧ୍ୟରେ MoU ସ୍ୱାକ୍ଷରିତ ହୋଇଛି। ଏହା କେବଳ ୨୧୪ଟି ଆଦର୍ଶ ବିଦ୍ୟାଳୟ ଏବଂ ୧୦୧ ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ। ଏହା ଦ୍ୱାରା ଛାତ୍ରଛାତ୍ରୀ ଅଧିକ ଉପକୃତ ହୋଇ […]

  • Thursday, 01 July 2021
2
ମାଛ କେଜି ୧୬ ହଜାର

ଦୀଘା: ଗୋଟିଏ ମାଛର ଦାମ ୪ ଲକ୍ଷ ଟଙ୍କା। କେଜି ପ୍ରତି ଦାମ ହେଉଛି ୧୬ ହଜାର ଟଙ୍କା। ଏହି ଦାମୀ ମାଛ ମିଳିଛି ପଶ୍ଚିମବଙ୍ଗ ଦୀଘା ମୁହାଣରେ। ମାଛର ନାଁ ହେଲା ତେଲିଆ ଭେକ୍ଟି। ସ୍ଥାନୀୟ ଅଞ୍ଚଳରେ ଏହି ମାଛକୁ ଭେକ୍ଟି ବୋଲି କୁହାଯାଏ। ଆଜି ଦୀଘା ମୁହାଣରେ ୨୭ କେଜିର ଏକ ଭେକ୍ଟି ମାଛ ଧୀବରମାନେ ଧରିଥିଲେ। ନିଲାମ କେନ୍ଦ୍ରରେ ARM ନାମକ ଏକ କମ୍ପାନି ତାକୁ ୪ ଲକ୍ଷ ଟଙ୍କାରେ କିଣିଥିବା ଜଣାପଡ଼ିଛି। […]

  • Thursday, 01 July 2021