• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

mumbai
ଅନ୍ଧାରରେ ମୁମ୍ବାଇ ସହର!

ମୁମ୍ବାଇ: ଟାଟା ବିଦ୍ୟୁତ ଯୋଗାଣ ସଂସ୍ଥା ଦ୍ୱାରା ବିଦ୍ୟୁତ ସରବରାହରେ ବାଧା ଉପୁଜିବାରୁ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି ମୁମ୍ବାଇ ବାସିନ୍ଦା।  ଥାନେ, ପୁଣେ ସମେତ ଅନେକ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ଏମିତିକି  ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲରେ ଅନେକ ଲୋକାଲ ଟ୍ରେନ ଅଟକି ରହିଛି। ଆଜି  ଦିନ ୧୦ଟାରୁ ସମସ୍ତ ଷ୍ଟେସନରେ ଟ୍ରେନ ଗୁଡ଼ିକ ଅଟକି ରହିଥିବାବେଳେ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। […]

  • Friday, 02 July 2021
deeep
ତୀବ୍ର ଅବପାତର ରୂପ ନେଲା ଲଘୁଚାପ, ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ତୀବ୍ର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବିଶାଖାପାଟଣାରୁ ଦକ୍ଷିଣ ପୂର୍ବ ଦିଗରେ ୨୫୦ କିମି ଦୂରରେ ରହିଛି। କାଲି ସକାଳେ କାକିନାଡ଼ା ପାଖରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଅତିକ୍ରମ ବେଳେ ପବନର ବେଗ ୫୫ରୁ ୬୦ କିମି ରହିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା- ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, […]

  • Friday, 02 July 2021
coin
ବିଜୟ ରାଜେ ସିନ୍ଧିଆଙ୍କ ସ୍ମୃତିରେ ଉନ୍ମୋଚିତ ହେଲା ୧୦୦ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ: ରାଜମାତା ବିଜୟ ରାଜେ ସିନ୍ଧିଆଙ୍କ ସ୍ମୃତିରେ ଉନ୍ମୋଚିତ ହେଲା ୧୦୦ ଟଙ୍କିଆ ମୁଦ୍ରା।  ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଉନ୍ମୋଚନ ହୋଇଛି। ରାଜମାତା ସିନ୍ଧିଆ ଗରିବ ଲୋକଙ୍କ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଲୋକ ପ୍ରତିନିଧି ହେବାର ମାନେ ଖାଲି ରାଜଗାଦିରେ ବସିବା ନୁହେଁ, ବରଂ ଲୋକଙ୍କ ସେବା କରିବା ପାଇଁ ହୋଇଥାଏ ବୋଲି ଏହା ସେ ପ୍ରମାଣିତ […]

  • Friday, 02 July 2021
Sikhar Dhawan
କ୍ୱାରେଣ୍ଟାଇନ୍‌ ଶେଷ, କଲମ୍ବୋରେ ଆଭ୍ୟାସ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍ ଇଣ୍ଡିଆ କଲମ୍ବୋରେ ଆଜିଠାରୁ ଆଭ୍ୟାସ ଆରମ୍ଭ କରିଛି । କ୍ୱାରେଣ୍ଟାଇନ୍ ସମୟ ଶେଷ ହେବା ପରେ ପ୍ରଥମ ଥର ପାଇଁ ଅଭ୍ୟାସ କରିଛନ୍ତି ଶିଖର ଧଓ୍ୱନ ନେତୃତ୍ୱାଧୀନ ଭାରତୀୟ ଦଳ । ଓ୍ୱାନ୍‌ଡେ ଓ…

economy
ଅର୍ଥନୀତି ପାଇଁ ୨ ଜଣଙ୍କୁ ନୋବେଲ୍

ଅର୍ଥନୀତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଏଥର ଅର୍ଥନୀତି ପାଇଁ ୨ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର। ଆମେରିକାର ପଲ୍ ମିଲଗ୍ରମ୍ ଓ ରବର୍ଟ ଉଇଲସନଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବ। ନିଲାମୀ ପ୍ରକ୍ରିୟାର ନୂଆ ଫର୍ମାଟ୍ ପାଇଁ ଏହି ଦୁଇ ଅର୍ଥନୀତି ବିଶାରଦଙ୍କୁ ନୋବେଲ ପୁରସ୍କାର ଦେବାରୁ ମନୋନୀତ କରାଯାଇଛି। ଶାନ୍ତି: ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍‌କୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। କ୍ଷୁଧା ବିରୋଧରେ ଲଢ଼େଇ […]

  • Friday, 02 July 2021
khusooboo
ହାତ ଛାଡ଼ି ପଦ୍ମ ପୋଖରୀକୁ ଡେଇଁଲେ ଖୁସ୍‌ବୁ

ନୂଆଦିଲ୍ଲୀ: ହାତ ଛାଡ଼ି ପଦ୍ମ ପୋଖରୀକୁ ଡେଇଁଲେ ଖୁସ୍‌ବୁ। ଅଭିନେତ୍ରୀରୁ ନେତ୍ରୀ ବନିଥିବା ଏବଂ ଏକଦା ତାମିଲନାଡୁ କଂଗ୍ରେସର ମୁଖପାତ୍ର ଥିବା ଖୁସବୁ ସୁନ୍ଦର କଂଗ୍ରେସ ଛାଡ଼ିବାର ମାତ୍ର କେଇ ଘଣ୍ଟା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିବା ଖୁସ୍‌ବୁ ଦଳ ଛାଡ଼ି ବିଜେପିରେ ଯୋଗ ଦେବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ଏପରିକି ଖୁସ୍‌ବୁ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତିକୁ ସ୍ବାଗତ କରି ମନ୍ତବ୍ୟ […]

  • Friday, 02 July 2021
om Prakash Chutala
ଜେଲରୁ ମୁକୁଳିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରୁ ମୁକୁଳିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା INLD ନେତା ଓମ୍ ପ୍ରକାଶ ଚୌତାଲା । କନିଷ୍ଠ ଶିକ୍ଷକ ନିଯୁକ୍ତି ସ୍କାମରେ ଦଣ୍ଡ ପାଇ ସେ ଜେଲରେ ଥିଲେ । ଦଣ୍ଡର ଅବଧି ଶେଷ ହେବା ପରେ…

rain
ଟ୍ୱିନ ସିଟିକୁ ସତର୍କ ସୂଚନା; ପ୍ରବଳ ବର୍ଷିବ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା  ସମ୍ଭାବନା ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସକାଳୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଲଘୁଚାପ ପ୍ରଭାବରେ ଟ୍ୱିନ୍‌ ସିଟିରେ ମଧ୍ୟ ବର୍ଷା ଲାଗି ରହିଛି। ଘଣ୍ଟାପ୍ରତି ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବ ବୋଲି କୁହାଯାଇଛି। ବିଶେଷ କରି […]

  • Friday, 02 July 2021
tanisque
ବିବାଦ ପରେ ଏଇ ବିଜ୍ଞାପନକୁ ହଟାଇଲା ତନିସ୍କ

ନୂଆଦିଲ୍ଲୀ: ଟାଇଟନ୍‌ ଗ୍ରୁପ୍‌ର ତନିସ୍କ କମ୍ପାନୀ ଏକ ବିଜ୍ଞାପନକୁ ନେଇ ସୋଶାଲ ମିଡିଆରେ ଟ୍ରୋଲ ହୋଇଛି। ଏଥିସହିତ ଏହି ବିଜ୍ଞାପନକୁ ବୟକଟ କରିବା ପାଇଁ ଦାବି ମଧ୍ୟ ଉଠିଛି। ଏହାପରେ କମ୍ପାନୀ ଉକ୍ତ ବିଜ୍ଞାପନକୁ ହଟାଇ ଦେଇଛି। ସୋମବାର ଟ୍ୱିଟରରେ #BoycottTanishq ଟ୍ରେଣ୍ଡ କରୁଥିଲା। ଏହି ବିଜ୍ଞାପନଟି କମ୍ପାନୀ ଗତ ସପ୍ତାହରେ ରିଲିଜ କରିଥିଲା। ଲଭ ଜେହାଦୀକୁ ଏହା ପ୍ରୋତ୍ସାହନ ଦେଉଛି ବୋଲି କହି ଏହାକୁ ହଟାଇବା ପାଇଁ ସୋଶାଲ ମିଡିଆରେ ଦାବି ହୋଇଥିଲା। ବିଜ୍ଞାପନଟି ଥିଲା […]

  • Friday, 02 July 2021
khusbu-sundra-roy
କଂଗ୍ରେସ ଏକ ମାନସିକ ଭାବେ ଅବସର ନେଇଥିବା ଦଳ: ଖୁସ୍‌ବୁ ସୁନ୍ଦର

ଚେନ୍ନାଇ: କଂଗ୍ରେସ ଛାଡ଼ି ଗତକାଲି ବିଜେପିରେ ସାମିଲ୍ ହୋଇଥିବା ଖୁସ୍‌ବୁ ସୁନ୍ଦର ଆଜି କଂଗ୍ରେସକୁ ଏକ ମାନସିକ ଅବସର ନେଇ ସାରିଥିବା ଦଳ ବୋଲି କହିଛନ୍ତି। ବିଜେପିରେ ଯୋଗ ଦେଇ ଚେନ୍ନାଇ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଖୁସ୍‌ବୁ ସୁନ୍ଦର। ଖୁସ୍‌‌ବୁ ଦଳ ଛାଡ଼ିବା ପରେ ଦଳରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ତାମିଲନାଡୁ କଂଗ୍ରେସ କମିଟି ଅଧ୍ୟକ୍ଷ କେ.ଏସ୍‌ ଅଲଗିରିଙ୍କ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ” ଖୁସ୍‌ବୁ ଦଳ […]

  • Friday, 02 July 2021
workd-band3
ଆସୁଛି ମହାସଙ୍କଟ ! ଅଧାରୁ ପାଠ ଛାଡ଼ିପାରନ୍ତି ୫୫ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଗୋଟିଏ ପଟେ କରୋନା ଯୋଗୁଁ ସ୍କୁଲ 7 ମାସ ବନ୍ଦ, ଅନ୍ୟପଟେ ଅନଲାଇନ୍‌ରେ ପଢ଼ା ବି ନାହିଁ। ତେଣୁ ପିଲାଟି ପାଠ ଜାଣିବ ବା କେମିତି ? ଅବସ୍ଥା ଆହୁରି ଚିନ୍ତାଜନକ କନ୍ଧମାଳ ଜିଲ୍ଲା ଦାସୀକେତା ଗାଁର। ଏହି ପିଲାମାନଙ୍କର ୬ଷ୍ଠରୁ ଦଶମ ଶ୍ରେଣୀ ଯାଏଁ ଦାରିଙ୍ଗିବାଡ଼ି ମଡେଲ ସ୍କୁଲରେ ପଢୁଥିବା ଏ ପିଲାଙ୍କ ମଧ୍ୟରୁ ଅଧିକାଂଶଙ୍କର ନାହିଁ ସ୍ମାର୍ଟ ଫୋନ୍। ପାଠ ପଢ଼ିବେ ବା କେମିତି ? ଯାହା ପାଖେ ଫୋନଟିଏ ଅଛି, ସିଏ […]

  • Friday, 02 July 2021
son
ଅଟଳ ଟନେଲ୍‌ ଫଳକ ପାଇଁ କଂଗ୍ରେସ ଦେଲା ଚେତାବନୀ

ନୂଆଦିଲ୍ଲୀ: ଅକ୍ଟୋବର ୩ରେ ହିମାଚଳ ପ୍ରଦେଶର ରୋହତଙ୍ଗଠାରେ ଅଟଳ ଟନେଲ୍‌ର ଉଦ୍‌ଘାଟନ ହୋଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ। କିନ୍ତୁ ୨୦୧୦ ମସିହା ଜୁନ୍‌ ୧୮ରେ ମନାଲୀର ଡୋଣ୍ଡି ଠାରେ ସୋନିଆ ଗାନ୍ଧୀ ପ୍ରଥମେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ସୋନିଆ ଗାନ୍ଧିଙ୍କ ନାଁ ମଧ୍ୟ ରହିଥିଲା, ହେଲେ ଏହି ଟନେଲକୁ ଉଦ୍‌ଘାଟନ କରାଯିବା ପରେ ସୋନିଆଙ୍କ ନାଁକୁ ହଟାଇ ଦିଆଯାଇଥିବା ହିମାଚଳ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ ରାଜ୍ୟମୁଖ୍ୟ କୁଲଦୀପ […]

  • Friday, 02 July 2021