ନୂଆଦିଲ୍ଲୀ:ମାସକ ଭିତରେ ପ୍ରସ୍ତୁତ ହୋଇପାରେ କରୋନା ଟିକା। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ କହିଛନ୍ତି। କରୋନା ଟିକାକୁ ନେଇ ବିଭିନ୍ନ ଦେଶରେ ପରୀକ୍ଷାନିରୀକ୍ଷା ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ନୂଆ ଆଶା ସୃଷ୍ଟି କରିଛି। ଆମେରିକାର ପେନସିଲଭାନିଆରେ ଭୋଟରମାନଙ୍କ ସହ ଆଲୋଚନା ବେଳେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କହିଛନ୍ତି ଯେ, ଟିକା ପ୍ରସ୍ତୁତି ନେଇ ଆମେ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଟିକା ଆସିପାରେ ବୋଲି ଟ୍ରମ୍ପ କହିଛନ୍ତି। […]
କୋଟା: ରାଜସ୍ଥାନର କୋଟା ଜିଲ୍ଲା ଖାଟୋଲି ନିକଟ ଚାମ୍ବଲ ନଦୀରେ ଡଙ୍ଗା ବୁଡ଼ି ୧୪ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ, ଗ୍ରାମବାସୀ ଓ ପୋଲିସ୍ କର୍ମୀ ସାମିଲ ହୋଇଥିବା ବେଳେ State Disaster Response Forceର ଏକ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ସୂଚନା ଅନୁସାରେ, ବୁନ୍ଦି ଜିଲ୍ଲା ଇନ୍ଦରଗଡ଼ ସ୍ଥିତ କମଲେଶ୍ୱର ମହାଦେବ ମନ୍ଦିରରେ ଭଗବାନଙ୍କ ଦର୍ଶନ ପାଇଁ ଗୋଥଡା କାଲା […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ଯୁ ମାମଲାରେ ତାଙ୍କର ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ଏନସିବିର ପଚରାଉଚରା ସ୍ଥଗିତ କରାଯାଇଛି। ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଭାଇ ସୌଭିକଙ୍କ ସମେତ ଅନ୍ୟମାନଙ୍କ ଗିରଫ ପରେ ଶ୍ରୁତିଙ୍କୁ ଜେରା କରିବା ଲାଗି ଏନସିବି ସମନ କରିଥିଲା। ଏଥିପାଇଁ ତାଜ ହୋଟେଲ ପାଖ ଏଭଲିନ୍ ହାଉସରେ ଥିବା ଏନସିବିର ଏଆଇଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଶ୍ରୁତି ମୋଦି। ତେବେ ତାଙ୍କୁ ଜେରା କରିବାକୁ ଥିବା ଏନସିବି ଟିମର ଜଣେ […]
ନୂଆଦିଲ୍ଲୀ: ସୀମାନ୍ତରେ ଦେଖା ଦେଇଛି ଯୁଦ୍ଧ ପରିସ୍ଥିତି। ଭାରତ ଓ ଚୀନ୍ ଯବାନଙ୍କ ଗୁଳି ବର୍ଷଣ ଚାଲିଥିବା ସୂଚନା ମିଳିଛି। ଗତ ୨୦ ଦିନ ମଧ୍ୟରେ ଦୁଇ ଦେଶ ଯବାନଙ୍କ ମଧ୍ୟରେ ୩ ଥର ଗୁଳି ବିନିମୟ ଘଟିଥିବା ଜଣାଯାଇଛି। ପ୍ରଥମ ଘଟଣା ଅଗଷ୍ଟ ୨୯-୩୧ ତାରିଖ ମଧ୍ୟରେ ଘଟିଥିବା ବେଳେ ୨ୟ ଘଟଣା ସେପ୍ଟେମ୍ବର ୭ରେ ଏବଂ ତୃତୀୟ ଘଟଣା ସେପ୍ଟେମ୍ବର ୮ରେ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ଆରମ୍ଭରେ ବାସ୍ତବ ନିୟନ୍ତ୍ରଣ ରେଖାରେ […]
ଦୀର୍ଘ ୧୫ ବର୍ଷର ବୈବାହିକ ଜୀବନ ପରେ ପରସ୍ପରଠୁ ଅଲଗା ହୋଇଛନ୍ତି ବଲିଉଡ୍ ପର୍ଫେକ୍ସନିଷ୍ଟ୍ ଅମୀର ଖାନ୍ ଓ ପତ୍ନୀ କିରନ ରାଓ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ପ୍ରତିମା ମଣ୍ଡଳ ବୁଧବାର ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ଘଟଣାରେ ହେଉଥିବା ମିଡିଆ କଭରେଜ୍କୁ ଉଦ୍ଧୃତ କରି ଲୋକସଭାରେ କହିଛନ୍ତି, ଏପରି ଏକ ସମ୍ବେଦିନଶୀଳ ମାମଲା ଉପରେ ସରକାର ନିର୍ଦ୍ଦେଶାବଳୀ ଜାରି କରିବା ଉଚିତ୍ । ଗୃହରେ ଶୂନ୍ୟକାଳରେ ସେ କହିଛନ୍ତି, ସୁଶାନ୍ତ ସିଂହ ରାଜପୁତ୍ଙ୍କ ଦୁଃଖଦ ମୃତ୍ୟୁ ପରେ ବିଭିନ୍ନ ପ୍ରକାରର ଫଟୋ ଦେଖିବାକୁ ମିଳୁଛି ଏବଂ ବିଭିନ୍ନ ପ୍ରକାର କଥା ମିଡିଆରେ ଶୁଣିବାକୁ ମିଳୁଛି । ପ୍ରତିମା କହିଛନ୍ତି, […]
ମସ୍କୋ: କରୋନା ଭାକ୍ସିନ ପାଇଁ ସାରା ବିଶ୍:ର ବୈଜ୍ଞାନିକ ଲାଗି ପଡ଼ିଥିବାବେଳେ ଋଷକୁ ପ୍ରଥମ ସଫଳତା ମିଳିଛି । ଗତମାସରେ ଋଷର କୋଭିଡ-୧୯ ଭାକ୍ସିନ ସ୍ପୁଟନିକ-ଭିର ମାନବ ପରୀକ୍ଷଣ ସଫଳ ହୋଇଛି । ଏଣିକି ଟିକା ଭାରତରେ ମଧ୍ୟ ଉପଲବ୍ଧ ହେବ । ୧୦୦ ମିଲିୟନ ସ୍ପୁଟନିକ –ଭି ଟିକା ଭାରତକୁ ଦେବ ବୋଲି ଋଷ ସହମତି ପ୍ରକାଶ କରିଛି । ଭାରତର ଡା. ରେଡ୍ଡି କମ୍ପାନୀ ଏହି ଟିକା ପ୍ରସ୍ତୁତ କରିବ । ଏଥିପାଇଁ ସମସ୍ତ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୦ତମ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ପାଳନ କରାଯିବା ସହ ସାଧାରଣଜନତାଙ୍କ ଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସୋସିଆଲ୍ ମିଡିଆରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ସୁରତରେ ୭୧ ଫୁଟ୍ର ଏକ କେକ୍ ପ୍ରସ୍ତୁତ ହୋଇଛି, ଯାହାର ଓଜନ ରହିଛି ୭୧୧ କିଲୋ। କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସୁରତର ଭାଟପୋର ଅଞ୍ଚଳରେ ଥିବା ଏକ […]
ନୂଆଦିଲ୍ଲୀ: ଶୁକ୍ର ଗ୍ରହରେ ଜୀବସତ୍ତାର ସଙ୍କେତ। ସୌରଜଗତରେ ସୂର୍ଯ୍ୟର ଦ୍ୱିତୀୟ ନିକଟତମ ଶୁକ୍ର ଗ୍ରହର ବାୟୁମଣ୍ଡଳ ଖୁବ୍ ବିଷାକ୍ତ ଏବଂ ପୃଷ୍ଠଭାଗର ତାପମାତ୍ରା ପ୍ରାୟ ୪୭୧ ଡିଗ୍ରୀ ସେଲସିୟସ୍। ତେଣୁ କୌଣସି ଜୀବସତ୍ତା ନ ଥିବା ପୂର୍ବରୁ ଅନୁମାନ କରାଯାଉଥିଲା। ତେବେ ସେଠାରେ ଜୀବସତ୍ତା ଥାଇପାରେ ବୋଲି ଏବେ ଅନୁମାନ କରୁଛନ୍ତି ମହାକାଶ ବିଜ୍ଞାନୀ। କାରଣ ଶୁକ୍ର ବାୟୁ ମଣ୍ଡଳରେ Phosphine ଗ୍ୟାସ୍ ଠାବ ହୋଇଛି, ଯାହା ପୃଥିବୀରେ ଅଣୁଜୀବଙ୍କ ଦ୍ୱାରା ନିର୍ଗତ ହୋଇଥାଏ। ତେଣୁ ଅନୁମାନ କରାଯାଉଛି […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କର ସମର୍ଥକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସେବା ସପ୍ତାହ ପାଳନ କରୁଛନ୍ତି । ଅନ୍ୟ ଦେଶର ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଏହି ଅବସରରେ ଆସନ୍ତୁ ଦେଖିବା ଏମିତି କିଛି ଫଟୋ ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସ୍ମରଣୀୟ ଏବଂ ଏହାକୁ ସେ ୨୦୧୯ରେ ଟ୍:ିଟ କରିଥିଲେ । ୮ ବର୍ଷ ବୟସରୁ ନରେନ୍ଦ୍ର ମୋଦି ଆରଏସ୍ଏସ୍ ସହ ଜଡିତ […]