ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ପିତାଙ୍କ ଓକିଲ ବିକାଶ ସିଂ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଥିଲେ। ଓକିଲ କହିଥିଲେ ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ଅଲଗା ରଖିବାକୁ ଚାହୁଁଥିଲେ। ରିୟା ସୁଶାନ୍ତ ଓ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ ପ୍ରଥମ ସାକ୍ଷାତ ହେବାର ମାତ୍ର ଗୋଟିଏ ସପ୍ତାହ ପରେ ଦୁଇ ଭାଇଭଉଣୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଥିଲେ। ଗତ ବର୍ଷ ଏପ୍ରିଲ ମାସରେ ରିୟା ଓ ସୁଶାନ୍ତଙ୍କର ପ୍ରଥମ ଦେଖା […]
ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୬ ହଜାରକୁ ପାର କରିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୯୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୮୩୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ୍ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୯ରେ ପହଞ୍ଚିଛି। ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା ୪୬ ହଜାର ୯୧କୁ ବୃଦ୍ଧି ପାଇଛି। ଏବେ ଦେଶରେ ଆକ୍ଟିଭ୍ କେସ୍ ୬ […]
ଡେରାଡୁନ୍: ଉତ୍ତରାଖଣ୍ଡର ରାମନଗରରେ ରହୁଥିବା ୧୨ ବର୍ଷର ସନ୍ନି ଏବେ ଲୋକମାନଙ୍କ ପାଇଁ ଉଦାହରଣ ପାଲଟିଛି। ବାହାଦୂର ସନ୍ନି ପାଣିରେ ଭାସିଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରି ଚର୍ଚ୍ଚାରେ ଆସିଛନ୍ତି। ଖବର ଅନୁଯାୟୀ, ଘଟଣାଟି ଗତ ରବିବାର ଦିନ ଘଟିଥିଲା। ଯୁବକ ଜଣଙ୍କ ବେକାରୀ ଥିବାରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ। ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ଏନେଇ ସେ ରାମନଗରର କୋସି ବାଇପାସ୍ ବ୍ରିଜ୍ ଉପରେ ଚଢ଼ି ନଦୀକୁ ଡେଇଁ […]
ଭୁବନେଶ୍ୱର/ନୂଆଦିଲ୍ଲୀ: ମଣିପୁରରେ ବିଜେପି ସରକାର ଆସ୍ଥା ଭୋଟରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସମେତ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଦୁଇ ଦିନତଳେ ମଣିପୁର ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇଥିଲା ବିରେନ୍ ସିଂ ସରକାର । ଗତ ଜୁନ୍ ୧୭ରେ ବିଜେପିର ୩, NPPର ୪, TMCର ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବାରୁ ବିରେନ୍ ସିଂ ସରକାର ସଙ୍କଟରେ […]
କୋଝିକୋଡ଼: କେରଳ କୋଝିକୋଡ଼େ ବିମାନ ଦୁର୍ଘଟଣାରେ ଆହତ ୮୫ ଯାତ୍ରୀ ମେଡିକାଲରୁ ଡିସ୍ଚାର୍ଜ ହୋଇଛନ୍ତି। ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ୮୫ ଜଣଙ୍କୁ ଡିସ୍ଚାର୍ଜ କରାଯାଇଛି। ସମସ୍ତେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଅଗଷ୍ଟ ୭ ତାରିଖରେ କେରଳ କୋଝିକୋଡ଼େ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାର ଇଣ୍ଡିଆର IX-1344 ବିମାନ ଦୁବାଇରୁ ବନ୍ଦେ ଭାରତ ମିଶନରେ ୧୮୪ […]
ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କର ପରଲୋକ ହୋଇଛି। ରାଜୀବ ତ୍ୟାଗିଙ୍କର ଅଚାଚକ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଯାହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗାଜିଆବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। आज शाम 5:00 बजे आज तक पर रहूंगा। धन्यवाद। — Rajiv Tyagi (@RTforINDIA) August 12, 2020 ରାଜୀବ ତ୍ୟାଗି କଂଗ୍ରେସର ଆଗଧାଡ଼ିର ମୁଖପାତ୍ର ଥିଲେ ଏବଂ ଟିଭି ଚ୍ୟାନେଲର ଡିବେଟରେ […]
ୱାଶିଂଟନ: ଆମେରିକାରେ ଚାକିରି କରୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଟ୍ରମ୍ପ ପ୍ରଶାସନ H-1B ଭିସାର ନିୟମରେ କିଛିଟା କୋହଳ କରିବେ ବୋଲି ଘୋଷଣା କରିଛନ୍ତି। ଫଳରେ ଏହି ଭିସା ପାଇଥିବା ବିଦେଶୀଙ୍କୁ ଆମେରିକା ଯିବାକୁ ଅନୁମତି ମିଳିପାରିବ। ଯେଉଁମାନେ ଅମେରିକୀ କମ୍ପାନୀରେ କାମ କରୁଥିଲେ ଏବଂ ଭିସା ବ୍ୟାନ ହେବା ପରେ ନିଜ ଦେଶକୁ ଫେରି ଯାଇଥିଲେ, ସେମାନେ ଯଦି ଚାକିରିକୁ ଫେରିବାକୁ ଚାହୁଁଥିବେ ତେବେ ସେମାନଙ୍କ ପାଇଁ ଏହି କୋହଳ ନିୟମ ଲାଗୁ ହେବ। […]
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏ ନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ସୂଚନା ଦେଇଛନ୍ତି। ମସ୍ତିଷ୍କରେ ରକ୍ତ ଜମାଟ ହୋଇଥିବା ଜଣାପଡ଼ିବା ପରେ ଅଗଷ୍ଟ ୧୦ରେ ପ୍ରଣବ ମୁଖାର୍ଜୀଙ୍କ ଅସ୍ତ୍ରୋପଚାର ହୋଇଥିଲା। ସେହି ଦିନ ଜଣାପଡ଼ିଥିଲା ଯେ, ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଛି। ନୂଆଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ୍ ରେଫରାଲ୍ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଛି। The condition of […]
ନୂଆଦିଲ୍ଲୀ:ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨ ଜଣ ରୋଗୀ ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଫୋନ କରି ଏପରି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ହେଁ ପଜିଟିଭ ରିପୋର୍ଟ ଆସିଛି। ହସ୍ପିଟାଲ କୋଭିଡ କେୟାରର ନୋଡାଲ ଅଫିସର ଡା.ଅଜିତ୍ ଜୈନଙ୍କ କହିବା ଅନୁଯାୟୀ, ଦୁଇ ଜଣ ରୋଗୀ ପୁନର୍ବାର କରୋନା ଆକ୍ରାନ୍ତ ହୋଇଛନ୍ତି। କାହିଁଁକି […]
ୱାଶିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଷ୍ଟ୍ରପତି ଟ୍ରମ୍ପଙ୍କ ଅସମ୍ମାନଜନକ ବୟାନ ବଢି ବଢି ଚାଲିଛି। ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡେମୋକ୍ରାଟିକ୍ ପାଟିର ଜୋ ବିଡେନ Joe Biden ଉପରାଷ୍ଟ୍ରପତି ପଦ ପାଇଁ ଭାରତୀୟ ମୂଳ କମଲା ହେରିଶଙ୍କ ନାମ ସୁପାରିଶ କରିଛନ୍ତି। ଏହାପରେ ଟ୍ରମ୍ପ କମଲାଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଛନ୍ତି। ଗତକାଲି କମଲାଙ୍କୁ ‘ଦୁଷ୍ଟ ମହିଳା’ ବୋଲି ଆକ୍ଷେପ କରିଥିବାବେଳେ ଆଜି ଆଉ ପାଦେ ବଢି ଯାଇଛନ୍ତି। […]
ନୂଆଦିଲ୍ଲୀ: ଦେଶର ଟିକସଦାତାଙ୍କୁ ଉତ୍ସାହିତ କରିବା ପାଇଁ ଟିକସ ବ୍ୟବସ୍ଥାରେ ସୁଧାର ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଟିକସଦାତାଙ୍କ ପାଇଁ ନୂଆ ନିୟମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟ୍ରାନ୍ସପରେଣ୍ଟ ଟ୍ୟାକ୍ସେସନ-ଅନରିଂ ଦି ଅନେଷ୍ଟର ନାମକ ଏକ ନୂଆ ପ୍ଲାଟଫର୍ମ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଫେସ୍ ଲେସ୍ ହେବ ଟ୍ୟାକ୍ସ ସିଷ୍ଟମ । ୨୫ ସେପ୍ଟେମ୍ବରରେ ଫେସ୍ ଲେସ୍ ଅପିଲର ଶୁଭାରମ୍ଭ ହେବ। ଏହାଦ୍ୱାରା ଘରେ ବସି ଟେକ୍ନୋଲଜି ସାହାଯ୍ୟରେ ଟାକ୍ସ ଭରି ପାରିବେ […]