• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

mahila commission
ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣବଳାତ୍କାର ଅଭିଯୋଗ ମାମଲାରେ ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ। ଆସନ୍ତା ଅକ୍ଟୋବର ୧ ତାରିଖ, ଦିନ ୧୧ଟାରେ ଶୁଣାଣି ପାଇଁ ହାଜର ହେବାକୁ ସାନି ସମନ କରାଯାଇଥିବା ମହିଳା କମିଶନ୍ ଅଧ୍ୟକ୍ଷା ମୀନତି ବେହେରା ସୂଚନା ଦେଇଛନ୍ତି। ସେହିପରି ଏହି ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଭୁବନେଶ୍ୱର ଡିସିପି ୩ ସପ୍ତାହ ସମୟ ମାଗିଥିବା ସେ ସୂଚନା ଦେଇଛନ୍ତି। ତେବେ ମାମଲାରେ ଯେଉଁ […]

  • Saturday, 03 July 2021
କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ...

ନୂଆଦିଲ୍ଲୀ: ନଭେମ୍ବର ପହିଲାରୁ ହେବ ୟୁଜି ଓ ପିଜି କ୍ଲାସ। ଉଭୟ ଷ୍ଟ୍ରିମର ପ୍ରଥମ ବର୍ଷ କ୍ଲାସ ନଭେମ୍ବରରୁ ଆରମ୍ଭ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ। In view of the COVID-19 pandemic, the Commission has accepted the Report of the Committee and approved the @ugc_india Guidelines on Academic Calendar for the First Year of Under-Graduate and Post-Graduate Students […]

  • Saturday, 03 July 2021
onions
ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି ଓ ଖାଇବା ତେଲ। ରାଜ୍ୟସଭାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍‌ ପାରିତ ହେବା ପରେ ଏସବୁ ସାମଗ୍ରୀ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଛି। ଫଳରେ ଏସବୁ ସାମଗ୍ରୀର ଦର ନିୟନ୍ତ୍ରଣ କ୍ଷମତା ସରକାର ହରାଇ ବସିଛନ୍ତି। ଗତ ୧୫ ତାରିଖରେ ଏସମ୍ପର୍କିତ ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଗତକାଲି ଏହା ରାଜ୍ୟସଭାରେ ପାରିତ ହୋଇଛି। ସଂଶୋଧିତ ଆଇନ ଅନୁଯାୟୀ, କେବଳ ଯୁଦ୍ଧ, […]

  • Saturday, 03 July 2021
pm modi
୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ: ୨୦୧୫ରୁ ୨୦୧୯ ମସିହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ ୫୮ଟି ଦେଶ ଗସ୍ତ କରିଛନ୍ତି।ଏଥିରେ ୫୧୭ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହା ମଧ୍ୟ ସୂଚାଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଯୋଗୁ ଦ୍ୱିପାକ୍ଷିକ ତଥା ଅନ୍ତଃରାଷ୍ଟ୍ରୀୟ ମାମଲା ଉପରେ ଭାରତର ଦୃଷ୍ଟିକୋଣ ନେଇ ଅନ୍ୟ ଦେଶମାନେ ବୁଝି […]

  • Saturday, 03 July 2021
china-00
ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

ବେଜିଂ: ଚୀନରେ କେହି କାହାକୁ ନିନ୍ଦା ବା ସମାଲୋଚନା କରିପାରିବେ। କିନ୍ତୁ ଭୁଲ୍‌ରେ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କୁ କିନ୍ତୁ ନିନ୍ଦା କରିବା ପୂର୍ବରୁ ତାଙ୍କୁ ଶହେ ଥର ଭାବୁଥିବେ। ରାଷ୍ଟ୍ରପତିଙ୍କ ନିନ୍ଦା ଏଠି କେତେ ମହଙ୍ଗା ନିକଟରେ ଏକ ଘଟଣାରୁ ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ନିନ୍ଦା କରି କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନାର ସଦସ୍ୟ ରେନ ଝିଙ୍କିୟାଙ୍ଗଙ୍କୁ ବର୍ଷେ ନୁହେଁ କି ୫ ବର୍ଷ ନୁହେଁ ଦୀର୍ଘ ୧୮ ବର୍ଷ ଜେଲ୍‌ ଭୋଗିବାକୁ ପଡ଼ିଛି। ଝିଙ୍କିୟାଙ୍ଗ ତାଙ୍କର ଏକ […]

  • Saturday, 03 July 2021
bihar dgp
ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ପାଟନା: ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଇଛନ୍ତି। ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଇ ଗୁପ୍ତେଶ୍ୱର ପାଣ୍ଡେଙ୍କ ଆବେଦନକୁ ବିହାର ରାଜ୍ୟପାଳ ଗ୍ରହଣ କରିଛନ୍ତି। ଗୁପ୍ତେଶ୍ୱର ପାଣ୍ଡେ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ପରେ ଡିଜି(ହୋମ୍‌ଗାର୍ଡ ଓ ଫାୟାର ସର୍ଭିସ୍‌) ଏସ୍‌କେ ସିଂଘଲଙ୍କୁ ବିହାର ପୋଲିସ୍‌ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଗୁପ୍ତେଶ୍ୱର ପାଣ୍ଡେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ତେଣୁ ସେ ନିର୍ବାଚନ  ଲଢିବା ନେଇ ଚର୍ଚ୍ଚା ହେଉଛି। ସୁଶାନ୍ତ ସିଂହ ରାଜପୁତ […]

  • Saturday, 03 July 2021
nepal-11111
ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

କାଠମାଣ୍ଡୁ: ମାଉଣ୍ଟ ଏଭରେଷ୍ଟ ଉପରକୁ ଏକାଧିକବାର ଚଢ଼ି ରେକର୍ଡ କରିଥିବା ନେପାଳୀ ପର୍ବତାରୋହୀ ଅଙ୍ଗ୍‌ ରୀତା ଶେରପା(Ang Rita Sherpa) ଙ୍କର ପରଲୋକ ହୋଇଯାଇଛି। ସେ ତାଙ୍କ ଜୀବନକାଳ ମଧ୍ୟରେ ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢ଼ିଛନ୍ତି। ଏତେଥର ମାଉଣ୍ଟ ଏଭରେଷ୍ଟ ଚଢିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଅଙ୍ଗ୍‌ ରୀତା ଶେରପା। ତାଙ୍କର ଏହି ସଫଳତା ପାଇଁ ୨୦୧୭ରେ ସେ ଗିନିଜ ବୁକ୍‌ ଅଫ ରେକର୍ଡ ଜିତିଥିଲେ। ତାଙ୍କ ପରିବାର ପକ୍ଷରୁ କୁହାଯାଇଛି, ଦୀର୍ଘ ସମୟ ଧରି […]

  • Saturday, 03 July 2021
biden
‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ୱାଶିଂଟନ: ଆମେରିକାରେ ନଭେମ୍ବର ୩ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ରାଜନୀତି ବେଶ୍‌ ସରଗରମ ହୋଇଛି। ରାଷ୍ଟପତି ନିର୍ବାଚନ ପାଇଁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ (Joe Biden) ଙ୍କୁ ସମର୍ଥନରେ ୧୪ ଭାରତୀୟ ଭାଷାରେ ଡିଜିଟାଲ ଗ୍ରାଫିକ୍ସ ଜାରି କରାଯାଇଛି। ଉନ୍ନତମାନର ଟେକନିକ୍‌ ସାହାଯ୍ୟରେ ଦକ୍ଷିଣ ଏସିଆ ଆମେରିକୀୟଙ୍କ ମନ ଜିଣିବା ପାଇଁ ଏହି ଗ୍ରାଫିକ୍ସ ପ୍ରସ୍ତୁତ କରାଯାଇଛି। ଦକ୍ଷିଣ ଏସିଆ ଆମେରିକୀୟଙ୍କୁ ଏକଥା ସେ ବୁଝାଇବାକୁ ଚାହିଁଛନ୍ତି ଯେ, ଯେପରି ବି […]

  • Saturday, 03 July 2021
Woman Kills Husband
ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ...

ଜୟପୁର: ସ୍ୱାମୀଙ୍କୁ ହତ୍ୟା କରିବା ପରେ ବେଡ୍‌ ତଳେ ମୃତଦେହ ଲୁଚାଇ, ଏହାର ଦିନକ ପରେ ନିଜେ ଏସମ୍ପର୍କରେ ପୋଲିସ୍‌କୁ ଖବର ଦେଲେ ସମ୍ପୃକ୍ତ ମହିଳା। ରାଜସ୍ଥାନ ଚୁରୁ ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି, ଯାହାକୁ ନେଇ ଏବେ ଚର୍ଚ୍ଚା। ରବିବାର ରାତିରେ ହମିର୍‌ୱାସ୍‌ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ନିର୍ମଳ ସିଂ(୩୪)। ଅଭିଯୁକ୍ତ ପତ୍ନୀଙ୍କ ନାଁ ନୀରଜ(୨୮)। କୌଣସି କାରଣକୁ ନେଇ ନିର୍ମଳ ଓ ନୀରଜଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି […]

  • Saturday, 03 July 2021
high temperature
୨୦୪୧ ପର୍ଯ୍ୟନ୍ତ ଭାରତରେ ଭୟଙ୍କର ଗରମ ହେବ, ଦିଲ୍ଲୀରେ ୫୦ ଡିଗ୍ରୀ ଛୁଇଁପାରେ ପାରଦ

ନୂଆଦିଲ୍ଲୀ: ମୌସୁମୀ ଛୁଆଁରେ ବି ଗରମରୁ ତ୍ରାହି ମିଳିନି। ବିଶେଷ କରି ଦିଲ୍ଲୀରେ ଅସହ୍ୟ ହୋଇପଡ଼ିଛି ଗରମ।  ଦିଲ୍ଲୀର ତାତି  ୯୦ ବର୍ଷର ରେକର୍ଡ ଭାଙ୍ଗିଛି। ଏପରି ସମୟରେ ୟୁରୋପ ମିଡିଆ ଗ୍ରୁପ ଦ ଇକୋନମିଷ୍ଟ ପକ୍ଷରୁ ଆହୁରି ଡରାଇ ଦେବା…

  • Saturday, 03 July 2021
pak
ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ନୂଆଦିଲ୍ଲୀ: ସୀମାରେ ଭାରତୀୟ ଯବାନଙ୍କ କଡ଼ା ପ୍ରହରା ଯୋଗୁଁ ଫେଲ୍ ମାରୁଛି ପାକିସ୍ତାନର ହୀନ ଉଦ୍ୟମ। ଡ୍ରୋନ୍ ସହାୟତାରେ ଏଲଓସିରେ ଆତଙ୍କବାଦୀଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପହଞ୍ଚାଉଥିବା ପାକିସ୍ତାନର ଆଉ ଏକ ଉଦ୍ୟମ ପଣ୍ଡ ହୋଇଛି। ଜାମ୍ମୁ ଓ କାଶ୍ମୀର ଅଖନୁର ଅଞ୍ଚଳରୁ ଜବତ ହୋଇଛି ବିପୁଳ ଅସ୍ତ୍ରଶସ୍ତ୍ର। ଦୁଇଟି ଏକେ-୪୭ ରାଇଫଲ ସହ ଗୋଟିଏ ପିସ୍ତଲ ଏବଂ ୩ଟି ମାଗଜିନ୍, ଗୁଳି ଜବତ କରିଛି ପୋଲିସ। ଡ୍ରୋନ ସହାୟତାରେ ଏକେ-୪୭ ବନ୍ଧୁକ ସହ ଏସବୁ ଅସ୍ତ୍ରଶସ୍ତ୍ର ଆକାଶ […]

  • Saturday, 03 July 2021