• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sushant parlament
ସଂସଦରେ ଉଠିଲା ସୁଶାନ୍ତ ସିଂହ ମୃତ୍ୟୁ ଘଟଣା: ମିଡିଆ କଭରେଜ ଉପରେ ସରକାର ନିର୍ଦ୍ଦେଶାବଳୀ ଜାରି ପାଇଁ ଦାବି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ପ୍ରତିମା ମଣ୍ଡଳ ବୁଧବାର ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ଘଟଣାରେ ହେଉଥିବା ମିଡିଆ କଭରେଜ୍‌କୁ ଉଦ୍ଧୃତ କରି ଲୋକସଭାରେ କହିଛନ୍ତି, ଏପରି ଏକ ସମ୍ବେଦିନଶୀଳ ମାମଲା ଉପରେ ସରକାର ନିର୍ଦ୍ଦେଶାବଳୀ ଜାରି କରିବା ଉଚିତ୍‌ । ଗୃହରେ ଶୂନ୍ୟକାଳରେ ସେ କହିଛନ୍ତି, ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଦୁଃଖଦ ମୃତ୍ୟୁ ପରେ ବିଭିନ୍ନ ପ୍ରକାରର ଫଟୋ ଦେଖିବାକୁ ମିଳୁଛି ଏବଂ ବିଭିନ୍ନ ପ୍ରକାର କଥା ମିଡିଆରେ ଶୁଣିବାକୁ ମିଳୁଛି । ପ୍ରତିମା କହିଛନ୍ତି, […]

  • Saturday, 03 July 2021
vac
କରୋନା ଟିକା 'ସ୍ପୁଟନିକ-ଭି' ଭାରତକୁ ଯୋଗାଇବ ଋଷ

ମସ୍କୋ: କରୋନା ଭାକ୍ସିନ ପାଇଁ ସାରା ବିଶ୍‌:ର ବୈଜ୍ଞାନିକ ଲାଗି ପଡ଼ିଥିବାବେଳେ ଋଷକୁ ପ୍ରଥମ ସଫଳତା ମିଳିଛି । ଗତମାସରେ ଋଷର କୋଭିଡ-୧୯ ଭାକ୍ସିନ ସ୍ପୁଟନିକ-ଭିର ମାନବ ପରୀକ୍ଷଣ ସଫଳ ହୋଇଛି । ଏଣିକି ଟିକା ଭାରତରେ ମଧ୍ୟ ଉପଲବ୍ଧ ହେବ । ୧୦୦ ମିଲିୟନ ସ୍ପୁଟନିକ –ଭି ଟିକା ଭାରତକୁ ଦେବ ବୋଲି ଋଷ ସହମତି ପ୍ରକାଶ କରିଛି । ଭାରତର ଡା. ରେଡ୍ଡି କମ୍ପାନୀ ଏହି ଟିକା ପ୍ରସ୍ତୁତ କରିବ । ଏଥିପାଇଁ ସମସ୍ତ […]

  • Saturday, 03 July 2021
pm modi
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୦ତମ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ପାଳନ କରାଯିବା ସହ ସାଧାରଣଜନତାଙ୍କ ଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସୋସିଆଲ୍‌ ମିଡିଆରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ସୁରତରେ ୭୧ ଫୁଟ୍‌ର ଏକ କେକ୍‌ ପ୍ରସ୍ତୁତ ହୋଇଛି, ଯାହାର ଓଜନ ରହିଛି ୭୧୧ କିଲୋ। କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସୁରତର ଭାଟପୋର ଅଞ୍ଚଳରେ ଥିବା ଏକ […]

venus 1
ଶୁକ୍ର ଗ୍ରହରେ ଜୀବସତ୍ତାର ସଙ୍କେତ

ନୂଆଦିଲ୍ଲୀ: ଶୁକ୍ର ଗ୍ରହରେ ଜୀବସତ୍ତାର ସଙ୍କେତ। ସୌରଜଗତରେ ସୂର୍ଯ୍ୟର ଦ୍ୱିତୀୟ ନିକଟତମ ଶୁକ୍ର ଗ୍ରହର ବାୟୁମଣ୍ଡଳ ଖୁବ୍ ବିଷାକ୍ତ ଏବଂ ପୃଷ୍ଠଭାଗର ତାପମାତ୍ରା ପ୍ରାୟ ୪୭୧ ଡିଗ୍ରୀ ସେଲସିୟସ୍। ତେଣୁ କୌଣସି ଜୀବସତ୍ତା ନ ଥିବା ପୂର୍ବରୁ ଅନୁମାନ କରାଯାଉଥିଲା। ତେବେ ସେଠାରେ ଜୀବସତ୍ତା ଥାଇପାରେ ବୋଲି ଏବେ ଅନୁମାନ କରୁଛନ୍ତି ମହାକାଶ ବିଜ୍ଞାନୀ। କାରଣ ଶୁକ୍ର ବାୟୁ ମଣ୍ଡଳରେ Phosphine ଗ୍ୟାସ୍‌ ଠାବ ହୋଇଛି, ଯାହା ପୃଥିବୀରେ ଅଣୁଜୀବଙ୍କ ଦ୍ୱାରା ନିର୍ଗତ ହୋଇଥାଏ। ତେଣୁ ଅନୁମାନ କରାଯାଉଛି […]

  • Saturday, 03 July 2021
modi
ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଅତି ସ୍ମରଣୀୟ ଏହି ଫଟୋ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ।  ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କର ସମର୍ଥକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସେବା ସପ୍ତାହ ପାଳନ କରୁଛନ୍ତି । ଅନ୍ୟ ଦେଶର ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଏହି ଅବସରରେ ଆସନ୍ତୁ ଦେଖିବା ଏମିତି କିଛି ଫଟୋ ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସ୍ମରଣୀୟ ଏବଂ ଏହାକୁ ସେ ୨୦୧୯ରେ ଟ୍‌:ିଟ କରିଥିଲେ । ୮ ବର୍ଷ ବୟସରୁ ନରେନ୍ଦ୍ର ମୋଦି ଆରଏସ୍‌‌ଏସ୍‌ ସହ ଜଡିତ […]

  • Saturday, 03 July 2021
gold
Gold Price Today: ସୁନା, ରୂପା ଦରରେ ବଡ଼ ଧରଣର ହ୍ରାସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦର ହ୍ରାସ ଯୋଗୁ ଭାରତରେ ମଧ୍ୟ ଏହି ଦରରେ ବଡ଼ ଧରଣର ହ୍ରାସ ଘଟିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଟ୍ରେଡିଂ ଆରମ୍ଭରୁ ସୁନା ଦର Multi Commodity Exchange(MCX)ରେ ୪୧୫ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମକୁ ୫୧,୪୦୯ ଟଙ୍କା ହୋଇଯାଇଥିଲା। ରୂପା ଦର MCXରେ ୯୧୯ଟଙ୍କା ହ୍ରାସ ସହ ପ୍ରତି କି.ଗ୍ରା.କୁ ୬୭,୮୬୨ଟଙ୍କାରେ ହୋଇଥିଲା। Good Returnsର ଏକ ରିପୋର୍ଟ […]

  • Saturday, 03 July 2021
aap-leader-suicide
ରାସ୍ତାକଡ଼ରେ କାର୍‌‌ ରଖି ବିଷ ପିଇ ଦେଲେ ରାଜନେତା

ସୋନିପତ୍‌‌: ଦିଲ୍ଲୀର ନାରାୟଣା ସ୍ଥିତ ୱାର୍ଡର ନମ୍ବର ୨ର ଜଣେ ଆମ୍‌ ଆଦମୀ ପାର୍ଟି ନେତା ନିଶାନ୍ତ ତମ୍ବର ଦିଲ୍ଲୀ-ପାନିପତ୍‌ ହାଇୱେରେ ବହାଲଗଡ ନିକଟରେ ନିଜ କାର୍‌ ଅଟକାଇ ବିଷ ପିଇ ଦେଇଛନ୍ତି। ଏହି ଘଟଣାରେ ତାଙ୍କ ଭାଇ ପଡୋଶୀ ସନ୍ଦୀପ ତମ୍ବରଙ୍କୁ ଦୋଷ ଦେଇଛନ୍ତି। ସେ ତାଙ୍କ ଭାଇଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିବା କହିଛନ୍ତି। ମୃତକଙ୍କ ଭାଇଙ୍କ ବୟାନକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ମୃତ ନିଶାନ୍ତ, ତାଙ୍କ […]

  • Saturday, 03 July 2021
rajnath
'ଆମେ ଦେଶର ମୁଣ୍ଡକୁ ନଇଁବାକୁ ଦେବୁନି'

ନୂଆଦିଲ୍ଲୀ: ଲଦାଖ ସ୍ଥିତି ନେଇ ରାଜ୍ୟସଭାରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବିବୃତି ରଖି ଦେଶବାସୀଙ୍କୁ ଆଶ୍ୱସନା ଦେଇଛନ୍ତି ଯେ, ଦେଶର ଅଖଣ୍ଡତା ରକ୍ଷା କରିବାକୁ ସରକାର ସଂପୂର୍ଣ୍ଣ ପ୍ରତିଜ୍ଞାବଦ୍ଧ। ଏହାସହ ଦେଶର ମସ୍ତକ ନଇଁବାକୁ ଦେବୁନି ବୋଲି ସେ କହିଛନ୍ତି। ଭାରତୀୟ ଯବାନ କୌଣସି ବି ପରିସ୍ଥିତିର ସାମ୍ନା କରିବାକୁ ପୂରା ପ୍ରସ୍ତୁତ ରହିଛନ୍ତି। ଆଉ ସାରା ଦେଶ ଆମ ଯବାନଙ୍କ ସହ ଅଛନ୍ତି ବୋଲି ରାଜନାଥ କହିଛନ୍ତି। ଏହାସହ ମସ୍କୋରେ ସେପ୍ଟେମ୍ବର […]

  • Saturday, 03 July 2021
ashok
ପରଲୋକରେ ନବନିର୍ବାଚିତ ବିଜେପି ରାଜ୍ୟସଭା ସାଂସଦ

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଏବଂ କର୍ଣ୍ଣାଟକ ବିଜେପି ନେତା ଅଶୋକ ଗାସ୍ତିଙ୍କର ଆକସ୍ମିତ ଦେହାନ୍ତ ହୋଇଛି। କରୋନା ପଜିଟିଜ୍ ଚିହ୍ନଟ ହେବା ପରେ ଅଶୋକଙ୍କୁ ସେପ୍ଟେମ୍ବର ୨ ତାରିଖରେ ରାଜଧାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ। ଯାହା ଫଳରେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ସାଂସଦ ଜଣକ କୋଭିଡ୍-୧୯ […]

  • Saturday, 03 July 2021
china-1
ଲଦାଖରେ ୩୦ ମହଲା ଉଚ୍ଚତାରେ ଜଗିଛନ୍ତି ଭାରତୀୟ ଯବାନ, ୯ ଚୀନ୍ ସେନା ପାଇଁ ଜଣେ ଭାରତୀୟ ସେନା ଭାରି ପଡ଼ିବ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପାଙ୍ଗଙ୍ଘ ଲେକ୍‌ ପାଖରେ ହୋଇଥିବା ଠେଲାପେଲା ଘଟଣା ପରେ ସୀମାନ୍ତରେ ସ୍ଥିତି ସୁଧାରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି। ତାହାସତ୍ତ୍ୱେ ଲଦାଖରେ ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠି ଭାରତ-ଚୀନ ସେନା ସାମ୍ନାସାମ୍ନି ଅବସ୍ଥାରେ ଅଛନ୍ତି। ତେବେ ଭାରତୀୟ ସେନା ଅନେକ ଉଚ୍ଚରେ ରହିଛନ୍ତି ଯେଉଁଥିପାଇଁ ଚୀନ ସେନାଙ୍କୁ ମାତ୍‌ ଦେବାକୁ ସେମାନଙ୍କୁ ଖୁବ୍‌ ସୁବିଧା ହେବ। ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ଭାରତୀୟ ସେନା କେତେକ […]

  • Saturday, 03 July 2021
RathYatra
ରଥଯାତ୍ରା ବେଳେ ସେବାୟତଙ୍କୁ ମୋବାଇଲରେ ଫଟୋ ଉଠାଇବା ମନା

ପୁରୀ: ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରେସ୍‌ମିଟ୍ । କୋଭିଡ୍ କଟକଣା ମଧ୍ୟରେ ହେବ ଚଳିତ ବର୍ଷର ରଥଯାତ୍ରା । ଗତବର୍ଷ ଭଳି କେବଳ ସେବାୟତ ମାନେ ହିଁ ଟାଣିବେ ରଥ । ରଥଟଣା ବେଳେ ସେବାୟତମାନଙ୍କୁ…

mumbai-1
କରୋନା ମୁକାବିଲା ପାଇଁ ଏଇ ସହରରେ ଲାଗୁ ହେଲା ୧୪୪ ଧାରା

ମୁମ୍ବାଇ: ମହାରାଷ୍ଟ୍ର ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଷ୍ଟ୍ର ହୋଇଥିବାବେଳେ ମୁମ୍ବାଇର ସ୍ଥିତି ଗମ୍ଭୀର ରହିଛି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ କଡା ପଦକ୍ଷେପ ସ୍ୱରୂପ ସହରରେ ୧୪୪ ଧାରା ଜାରି କରିଛି। ଏହି ଧାରାକୁ ତତ୍କାଳ ଲାଗୁ କରାଯାଇଛି। ଏହା ସେପ୍ଟେମ୍ବର ୩୦ ତାରିଖ ଯାଏ ରହିବ। ଏହି ସମୟରେ ପୋଲିସ କେବଳ ଅତ୍ୟାବଶ୍ୟକ କାମ ଏବଂ ଏମର୍ଜେନ୍ସିରେ ବାହାରକୁ ଯିବା ପାଇଁ ଅନୁମତି ଦେବ। ଏହା ପୂର୍ବରୁ ଏପ୍ରିଲ ଏବଂ ମେ’ ମାସରେ […]

  • Saturday, 03 July 2021
china
ସୀମାରେ ଚୀନ ସେନାର ନୂଆ ଷଡ଼ଯନ୍ତ୍ର

ଲାଦାଖ: ଚୀନର ଆଉ ଏକ ଚାଲ୍। ବିନା ଯୁଦ୍ଧାସ୍ତ୍ର, ବିନା ହତିଆରରେ ଲଢ଼ିବାକୁ ଚାହୁଁଛି ଚୀନ। ଆଉ ଏଥିପାଇଁ ଜାଣିଶୁଣି ଭାରତୀୟ ସେନାକୁ ସୀମାରେ ଉସୁକାଉଛି ଡ୍ରାଗନ୍। ସୀମାରେ ଗୁଳି ଫୁଟାଇ ବିଫଳ ହେବା ପରେ ଏବେ ନୂଆ ଷଡ଼ଯନ୍ତ୍ର। ପାଙ୍ଗଙ୍ଗ୍ ହ୍ରଦର ଫିଙ୍ଗର-୪ ଅଞ୍ଚଳରେ ଲାଉଡ୍ ସ୍କିକର୍ ଲଗାଇ ପଞ୍ଜାବୀ ଗୀତ ଚଲାଉଛି ପିଏଲ୍ଏ ସେନା। ପିଙ୍ଗର ୪ରେ ହିଁ ଭାରତୀୟ କ୍ୟାମ୍ପ ରହିଛି। ଏହାର କିଛି ମିଟର୍ ପଛରେ ଚେନା ସେନା ବିପୁଳ ସଂଖ୍ୟାରେ […]

  • Saturday, 03 July 2021
bad-saalasa
ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

ରାୟଗଡ଼ା: ରିୟଲିଟି ସୋ ଆମେରିକାସ୍ ଗଟ୍ ଟାଲେଣ୍ଟରେ କିମିଆଁ କରୁଛନ୍ତି ଜଣେ ଓଡ଼ିଶା ପୁଅ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ସୁମନ୍ଥ ନିଜ ନୃତ୍ୟକଳାର ଜଲୱା ଦେଖାଇ ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି। ଆମେରିକାସ୍ ଗଟ୍ ଟାଲେଣ୍ଟର କ୍ୱାର୍ଟର ଓ ସେମି ଫାଇନାଲରେ ହିପ୍ ହପ୍ ଏବଂ ସାଲସା ଡ୍ୟାନ୍ସ ପ୍ରଦର୍ଶନ କରି ଫାଇନାଲକୁ ଯାଇଛନ୍ତି ସୁମନ୍ଥ। କୋଲକାତାର ତାଙ୍କ ପୁରୁଣା ପାର୍ଟନର ସୋନାଲିଙ୍କ ସହ ମିଶି ସୁମନ୍ଥ ସଫଳତା ପାଇ ଚାଲିଛନ୍ତି। ୨୦୧୨ରେ ଇଣ୍ଡିଆସ ଗଟ୍ […]

  • Saturday, 03 July 2021
harsirat
ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାରରେ ଏନଡିଏର ସହଯୋଗୀ ଥିବା ଶିରୋମଣି ଅକାଳି ଦଳର କେନ୍ଦ୍ରମନ୍ତ୍ରୀ ହରସିମରତ କୌର୍ ବାଦଲ ମନ୍ତ୍ରୀପରିଷଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ସତ୍ତ୍ୱେ ମୋଦି ସରକାରଙ୍କୁ ଅକାଳି ଦଳର ସମର୍ଥନ ଜାରି ରହିବ। ଅକାଳି ଦଳର ଅଧ୍ୟକ୍ଷ ଏବଂ ହରସିମରତ୍ କୌରଙ୍କ ପତି ସୁଖବୀର ବାଦଲ୍ ସଂସଦରେ ପାରିତ ହୋଇଥିବା କୃଷି ବିଲକୁ ବିରୋଧ କରିଥିଲେ। ତେବେ ଏହି ବିଲ୍‌ ବିରୋଧରେ ହରସିମରତ୍ କୌର୍ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ଟୁଇଟ୍ କରି […]

  • Saturday, 03 July 2021
ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ତେଲେଙ୍ଗାନା: ନିଜ ଜୀବନକୁ ବାଜିରେ ଲଗାଇ ଝରଣା ପାଣିରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ। ଯାହାକୁ ନେଇ ଏବେ ଚର୍ଚ୍ଚାରେ ତେଲଙ୍ଗାନାର ହୋମଗାର୍ଡ ମୁଜିଦ୍‌। ଝରଣା ପାଣିର ପ୍ରଖର ସ୍ରୋତରେ ସେ କିଭଳି ଭାବରେ ଏକ କୁକୁରର ଜୀବନ ବଞ୍ଚାଉଛନ୍ତି, ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ତେଲେଙ୍ଗାନା ନାଗାରକୁର୍ଣ୍ଣୁଲ୍‌ ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଦେଇ ପ୍ରବାହିତ ହୋଇଥିବା ଝରଣାର ଅପରପାର୍ଶ୍ୱରେ ବୁଦାରେ କୁକୁରଟି […]

  • Saturday, 03 July 2021