ୱାଶିଂଟନ: ଆମେରିକାରେ ଚାକିରି କରୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଟ୍ରମ୍ପ ପ୍ରଶାସନ H-1B ଭିସାର ନିୟମରେ କିଛିଟା କୋହଳ କରିବେ ବୋଲି ଘୋଷଣା କରିଛନ୍ତି। ଫଳରେ ଏହି ଭିସା ପାଇଥିବା ବିଦେଶୀଙ୍କୁ ଆମେରିକା ଯିବାକୁ ଅନୁମତି ମିଳିପାରିବ। ଯେଉଁମାନେ ଅମେରିକୀ କମ୍ପାନୀରେ କାମ କରୁଥିଲେ ଏବଂ ଭିସା ବ୍ୟାନ ହେବା ପରେ ନିଜ ଦେଶକୁ ଫେରି ଯାଇଥିଲେ, ସେମାନେ ଯଦି ଚାକିରିକୁ ଫେରିବାକୁ ଚାହୁଁଥିବେ ତେବେ ସେମାନଙ୍କ ପାଇଁ ଏହି କୋହଳ ନିୟମ ଲାଗୁ ହେବ। […]
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏ ନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ସୂଚନା ଦେଇଛନ୍ତି। ମସ୍ତିଷ୍କରେ ରକ୍ତ ଜମାଟ ହୋଇଥିବା ଜଣାପଡ଼ିବା ପରେ ଅଗଷ୍ଟ ୧୦ରେ ପ୍ରଣବ ମୁଖାର୍ଜୀଙ୍କ ଅସ୍ତ୍ରୋପଚାର ହୋଇଥିଲା। ସେହି ଦିନ ଜଣାପଡ଼ିଥିଲା ଯେ, ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଛି। ନୂଆଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ୍ ରେଫରାଲ୍ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଛି। The condition of […]
ନୂଆଦିଲ୍ଲୀ:ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨ ଜଣ ରୋଗୀ ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ଫୋନ କରି ଏପରି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ହେଁ ପଜିଟିଭ ରିପୋର୍ଟ ଆସିଛି। ହସ୍ପିଟାଲ କୋଭିଡ କେୟାରର ନୋଡାଲ ଅଫିସର ଡା.ଅଜିତ୍ ଜୈନଙ୍କ କହିବା ଅନୁଯାୟୀ, ଦୁଇ ଜଣ ରୋଗୀ ପୁନର୍ବାର କରୋନା ଆକ୍ରାନ୍ତ ହୋଇଛନ୍ତି। କାହିଁଁକି […]
ୱାଶିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଷ୍ଟ୍ରପତି ଟ୍ରମ୍ପଙ୍କ ଅସମ୍ମାନଜନକ ବୟାନ ବଢି ବଢି ଚାଲିଛି। ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡେମୋକ୍ରାଟିକ୍ ପାଟିର ଜୋ ବିଡେନ Joe Biden ଉପରାଷ୍ଟ୍ରପତି ପଦ ପାଇଁ ଭାରତୀୟ ମୂଳ କମଲା ହେରିଶଙ୍କ ନାମ ସୁପାରିଶ କରିଛନ୍ତି। ଏହାପରେ ଟ୍ରମ୍ପ କମଲାଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଛନ୍ତି। ଗତକାଲି କମଲାଙ୍କୁ ‘ଦୁଷ୍ଟ ମହିଳା’ ବୋଲି ଆକ୍ଷେପ କରିଥିବାବେଳେ ଆଜି ଆଉ ପାଦେ ବଢି ଯାଇଛନ୍ତି। […]
ନୂଆଦିଲ୍ଲୀ: ଦେଶର ଟିକସଦାତାଙ୍କୁ ଉତ୍ସାହିତ କରିବା ପାଇଁ ଟିକସ ବ୍ୟବସ୍ଥାରେ ସୁଧାର ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଟିକସଦାତାଙ୍କ ପାଇଁ ନୂଆ ନିୟମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟ୍ରାନ୍ସପରେଣ୍ଟ ଟ୍ୟାକ୍ସେସନ-ଅନରିଂ ଦି ଅନେଷ୍ଟର ନାମକ ଏକ ନୂଆ ପ୍ଲାଟଫର୍ମ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଫେସ୍ ଲେସ୍ ହେବ ଟ୍ୟାକ୍ସ ସିଷ୍ଟମ । ୨୫ ସେପ୍ଟେମ୍ବରରେ ଫେସ୍ ଲେସ୍ ଅପିଲର ଶୁଭାରମ୍ଭ ହେବ। ଏହାଦ୍ୱାରା ଘରେ ବସି ଟେକ୍ନୋଲଜି ସାହାଯ୍ୟରେ ଟାକ୍ସ ଭରି ପାରିବେ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି ନେଇ ଲଗାତର ସ୍ୱର ଉଠିବାରେ ଲାଗିଛି। ଏବେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ପୁଣିଥରେ ନିଜ ଭାଇଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏ ନେଇ ଶ୍ୱେତା ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ହାତଯୋଡ଼ି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। View this post on Instagram We stand together as a nation […]
ରାଜସ୍ଥାନ: ରାଜସ୍ଥାନରେ ଗତ କିଛିଦିନ ହେବ କ୍ଷମତା ଲଢ଼େଇ ଜାରି ରହିଛି। ଏହା ମଧ୍ୟରେ ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଅଧିବେଶନରେ କଂଗ୍ରେସର ରଣନୀତି କଣ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ କଂଗ୍ରେସ ବିଧାୟକ ଦଳର ବୈଠକ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ସଚିନ ପାଇଲଟ୍ ସାମିଲ ହୋଇଛନ୍ତି। ପ୍ରାୟ ଏକମାସ ପରେ ସଚିନ ପାଇଲଟ୍ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସାମ୍ନାସାମ୍ନି ହୋଇଥିଲେ। ଯେଉଁଥିରେ […]
ଥିରୁଅନନ୍ତପୁରମ୍: କେରଳରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ଧ୍ୱଂସାବଶେଷ ତଳେ ଆହୁରି ଅନେକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ପ୍ରତିକୂଳ ପାଗ ସତ୍ତ୍ୱେ ଲଗାତର ସପ୍ତମ ଦିନରେ ଏନଡିଆରଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଓ ମୁଖ୍ୟମନ୍ତ୍ରୀ ପି. ବିଜୟାନ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ଶୁକ୍ରବାର ଇଡୁକି ଜିଲ୍ଲା ରାଜମାଲାରେ […]