• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

1212
ପୂର୍ବତନ ନୌସେନା ଅଧିକାରୀଙ୍କୁ ଆକ୍ରମଣ ଘଟଣା; ୬ ଶିବସେନା କର୍ମୀଙ୍କୁ ଗିରଫ ପରେ ପରେ ମିଳିଲା ଜାମିନ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଜଡ଼ିତ ଏକ ଭାଇରାଲ କାର୍ଟୁନକୁ ନେଇ ମୁମ୍ବାଇରେ ଜଣେ ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଗତକାଲି ରାତିରେ ୧୦ରୁ ୧୫ ଜଣ ଲୋକ ନିସ୍ତୁକ ମାଡ଼ ମାରି ଗୁରୁତର କରିଦେଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ବ୍ୟକ୍ତିମାନେ ଶିବସେନାର ବୋଲି ଅଭିଯୋଗ ହୋଇଛି । ପୋଲିସ ଗତକାଲି ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା । ହେଲେ ସମସ୍ତ ଅଭିଯୁକ୍ତଙ୍କୁ […]

  • Saturday, 03 July 2021
sus-rhea
ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ ପେଡଲର ଗିରଫ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଛି। ଉଭୟଙ୍କୁ ଡ୍ରଗ୍‌ ଦେଉଥିବା ଜଣେ ଡ୍ରଗ୍ ପେଡଲରଙ୍କୁ ଗିରଫ କରା ଯାଇଛି। ଏ ନେଇ ଏନସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ନାରୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ସକାଳେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବଲିଉଡ୍‌‌ରେ ଚାଲିଥିବା ଡ୍ରଗ୍‌ […]

  • Saturday, 03 July 2021
amit shah 1
ପୁଣି ଥରେ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅମିତ ଶାହ

ନୂଆଦିଲ୍ଲୀ: ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବାର ୨ ସପ୍ତାହ ପରେ ପୁଣି ଥରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପୁଣିଥରେ ଶନିବାର ଦିନ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ଅମିତ ଶାହ ହସ୍ପିଟାଲ୍‌ରେ ଭର୍ତ୍ତି ହେବାନେଇ ଏପର୍ଯ୍ୟନ୍ତ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତି ୧୧ଟାରେ ଅମିତ […]

  • Saturday, 03 July 2021
ଜୀବନ ଜୀବିକା ସନ୍ଧାନରେ ଶ୍ରମିକ; ଭିଟାମାଟି ଛାଡିଲେ ହଜାର ହଜାର ଓଡ଼ିଆ

ବ୍ରହ୍ମପୁର: କରୋନା ଭୂତାଣୁ ଭୟ ମଧ୍ୟରେ ପୁଣି ଥରେ ଜୀବନ ଜୀବିକା ପାଇଁ ଅଣ୍ଟା ଭିଡିଛନ୍ତି ଶ୍ରମିକ। ଭିଟାମାଟି ଛାଡୁଛନ୍ତି ହଜାର ହଜାର ଓଡ଼ିଆ ଶ୍ରମିକ। ଜୀବିକା ସନ୍ଧାନରେ କର୍ମଭୂମି ଗୁଜରାଟର ସୁରତକୁ ସବୁଠୁ ଅଧିକ ଶ୍ରମିକ ଗଞ୍ଜାମ ଜିଲ୍ଲାରୁ ଯାଉଛନ୍ତି। ଅନ୍ୟ ଜିଲ୍ଲାରୁ ମଧ୍ୟ ଶହ ଶହ ଶ୍ରମିକ ସୁରତକୁ ଫେରିଯାଉଛନ୍ତି। ରାଜ୍ୟ ସରକାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟରେ କାମ ମିଳିବ, ରୋଜଗାରର ଅବସର ସୃଷ୍ଟି ହେବ। ହେଲେ ସବୁ ପ୍ରତିଶ୍ରୁତି ପାଣିର ଗାର […]

  • Saturday, 03 July 2021
raghu
ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାରର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହଙ୍କର ଆଜି ପରଲୋକ ହୋଇଯାଇଛି। ଦିଲ୍ଲୀ ଏମ୍ସରେ ୭୪ ବର୍ଷ ବୟସରେ ତାଙ୍କର ନିିିଧନ ହୋଇଛି। ବିହାର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ରଘୁବଂଶ ପ୍ରସାଦ ସିଂହ ମନମୋହନ ସିଂ ମନ୍ତ୍ରିମଣ୍ଡଳରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ। ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କର ସେ ଅତି ଘନିଷ୍ଠ ଥିଲେ। ନିକଟରେ ସେ RJDରୁ ଇସ୍ତଫା ଦେଇଥିଲେ। କିଛି ଦିନ ତଳେ […]

  • Saturday, 03 July 2021
parilament
୫ ସାଂସଦ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ତେବେ ଏହା ପୂର୍ବରୁ ରବିବାର ପାଞ୍ଚଜଣ ଲୋକସଭା ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂସଦ ଆରମ୍ଭ ହେବା ପୂର୍ବରୁ ସମସ୍ତ ସାଂସଦଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୫ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ତେବେ ଆଉ କିଛି ସାଂସଦଙ୍କ ରିପୋର୍ଟ ଆସିବା ବାକି ରହିଛି। କରୋନା ଭାଇରସର ପ୍ରଭାବ ଚଳିତବର୍ଷର ମୌସୁମୀ ଅଧିବେଶନ ଉପରେ ପଡ଼ିଛି। ସେପ୍ଟେମ୍ବର ୧୪ ଅର୍ଥାତ୍ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ମୌସୁମୀ […]

  • Saturday, 03 July 2021
governer
ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ରର ଶିବସେନା ସରକାର ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେବେ ଏହାକୁ ଆଖି ଆଗରେ ରଖି କଙ୍ଗନା ରବିବାର ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ତାଙ୍କ ରାଜଭବନରେ ଭେଟି ନିଜର ସମସ୍ୟା ସଂପର୍କରେ ଜଣାଇଛନ୍ତି କଙ୍ଗନା। #WATCH I met Governor Koshyari & told him about unjust treatment I've received. I hope justice will be given to me […]

  • Saturday, 03 July 2021
udhav-thakrey
'ମୋ ନିରବତାକୁ ଦୁର୍ବଳତା ଭାବିବା ଉଚିତ୍ ନୁହେଁ'

ମୁମ୍ବାଇ: ମହାରାଷ୍ଟ୍ରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହେଉଛି। ମୋ ନିରବତାକୁ ଦୁର୍ବଳତା ବୋଲି ଭାବିବା ଉଚିତ୍ ନୁହେଁ। ଅଭିନେତ୍ରୀ କଙ୍ଗନା ଓ ଶିବସେନା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ପ୍ରଥମ ଥର ପାଇଁ ମିଡିଆ ଆଗରେ ଏଭଳି ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଉଦ୍ଧବ କହିଛନ୍ତି ଏବେ ତାଙ୍କ ଫୋକସ୍ କରୋନା ଉପରେ ରହିଛି। ତେବେ ତାଙ୍କ ଆଗକୁ ଆସୁଥିବା ସବୁ ସବୁ ରାଜନୈତିକ ଝଡ଼କୁ ବି ସେ ସାମ୍ନା କରିବେ ବୋଲି କହିଛନ୍ତି […]

  • Saturday, 03 July 2021
kang
ମାର୍କେଟରେ ଏବେ 'କଙ୍ଗନା' ଶାଢିର ଡିମାଣ୍ଡ୍

ସୁରତ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କର ମହାରାଷ୍ଟ୍ର ସରକାର ବିରୋଧରେ ଚାଲିଥିବା ଲଢ଼େଇକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। କଙ୍ଗନାଙ୍କୁ ନେଇ ମୁମ୍ବାଇରେ ରାଜନୀତି ସରଗରମ ହୋଇଥିବା ବେଳେ ଏବେ ତାଙ୍କୁ ସମର୍ଥନ ଜଣାଇ ତିଆରି କରାଯାଇଛି ସ୍ୱତନ୍ତ୍ର ଶାଢ଼ି। ସୁରତର ଏକ ଶାଢ଼ି ବ୍ୟବସାୟୀ କଙ୍ଗନାଙ୍କୁ ସମର୍ଥନ ଜଣାଇ ତାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ର ପୋଷ୍ଟର ଶାଢ଼ିରେ ଆଙ୍କିଛନ୍ତି। ଶାଢ଼ିର ପଣତ କାନିରେ ଝାନ୍ସୀ ରାଣୀଙ୍କ ବିରଙ୍ଗନା ଅବତାରକୁ ବେଶ ନିଖୁଣତାର ସହ ବର୍ଣ୍ଣନା କରାଯାଇଛି। ଯୁଦ୍ଧକଳା, […]

  • Saturday, 03 July 2021
sanjaya
ମୋତେ ସମର୍ଥନ କରିବା ପରିବର୍ତ୍ତେ ବିଜେପି ଶିବସେନା ଗୁଣ୍ଡାଙ୍କୁ ସମର୍ଥନ କରିବା ଉଚିତ୍‌ ଥିଲା-କଙ୍ଗନା

ମୁମ୍ବଇ: ମହାରାଷ୍ଟ୍ର ସରକାର ଏବଂ ଶିବସେନା ସହ ବଲିଉଡ ତାରକା କଙ୍ଗନା ରଣା:ତଙ୍କର ବିବାଦ ଚାଲିଥିବାବେଳେ କଙ୍ଗନା ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ବର୍ଷିଛନ୍ତି । ବିଜେପି କଙ୍ଗନାଙ୍କୁ ସମର୍ଥନ କରୁଥିବା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି । ସଞ୍ଜୟଙ୍କ ଏପରି ଅଭିଯୋଗକୁ ନେଇ କଙ୍ଗନା ତେର୍‌ଛା ବାଣ ଛାଡ଼ିଛନ୍ତି । କଙ୍ଗନା କହିଛନ୍ତି, ‘ ଦୁଭାର୍ଗ୍ୟ ଯେ, ଡ୍ରଗ୍‌ସ ଏବଂ ମାଫିଆ ରାକେଟର ଭଣ୍ଡାଫୋଡ କରୁଥିବା ମହିଳାଙ୍କୁ ବିଜେପି ସମର୍ଥନ କରୁଛି । ଏହା […]

  • Saturday, 03 July 2021
uddaba
କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍‌‌ ଏବଂ ମହାରାଷ୍ଟ୍ର ସରକାର ଭିତରେ ଚାଲିଥିବା ବାକ୍‌‌ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମ୍‌ସି ଅବୈଧ ବୋଲି କହି ତାଙ୍କ ଅଫିସକୁ ଭାଙ୍ଗି ଦେଇଥିଲା। ଏବେ ଗ୍ରେଟର ମୁମ୍ବାଇ ମହାନଗରପାଳିକା କଙ୍ଗନାଙ୍କ ଘର ଉପରେ ତେଢା ନଜର ପକାଇଛନ୍ତି। ତାଙ୍କ ବାସଗୃହ ଉପରେ ବିଏମ୍‌ସି ଆଣିଛି ଅନେକ ଅଭିଯୋଗ। ବିଏମ୍‌ସିର କହିବା ଅନୁଯାୟୀ, କଙ୍ଗନାଙ୍କ ଘର ନିର୍ମାଣ କାର୍ଯ୍ୟ ଆଇନ ସମ୍ମତ ନୁହେଁ। ଏହାର […]

  • Saturday, 03 July 2021
parliament 1
ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। କୋଭିଡ୍ ପାଇଁ ସଂସଦର ଉଭୟ ଗୃହରେ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସାମାଜିକ ଦୂରତା ସହ ସଦସ୍ୟଙ୍କ ବସିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ପେପର୍ ବଦଳରେ ଗୃହ କାର୍ଯ୍ୟକୁ ଡିଜିଟାଲ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତ ଅଧିବେଶନରେ ଭାରତ-ଚୀନ୍ ସୀମା ବିବାଦ ଓ ଅର୍ଥନୀତି ଦୂରାବସ୍ଥା ମୁଖ୍ୟ ପ୍ରସଙ୍ଗ ହୋଇପାରେ। ଏହାକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ। ଏହାସହ ନୂଆ […]

  • Saturday, 03 July 2021
naveen patnaik
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: JDU ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ JDU ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ସେପ୍ଟେମ୍ବର ୧୦ରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଫୋନ୍ ଯୋଗେ କଥା ହୋଇଥିଲେ। ଆଜି ପୁଣି ଥରେ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ସୂଚନାଥାଉ କି, ରାଜ୍ୟସଭା ଉପାଧ୍ୟକ୍ଷ ପଦ […]

  • Saturday, 03 July 2021