ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଆସାମରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରଞ୍ଜନ ଗୋଗୋଇ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି “ ମୁଁ ଜଣେ ରାଜନେତା ନୁହେଁ କି ମୋର ଏଭଳି ଉଦ୍ଦେଶ୍ୟ କି ଅଭିଳାଶା ନାହିଁ। ଏଭଳି ପଦବୀ ପାଇଁ କେହି ମୋ ନା ସୁପାରିଶ କରିନାହାଁନ୍ତି କି କରିବାରୁ ସମ୍ଭାବନା ବି ନାହିଁ।” ଏଥିସହିତ […]
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବେ ସୋନିଆ ଗାନ୍ଧି। ଦଳର ଜଣେ ସଦସ୍ୟ ଚିଠିର ଉତ୍ତର ଦେଇ ସୋନିଆ ଏପରି କହିଥିବା ଚର୍ଚ୍ଚା ହେଉଛି। ଦଳର ପରିବର୍ତ୍ତନ ପାଇଁ ସଦସ୍ୟ ଜଣଙ୍କ ସୋନିଆଙ୍କ ପାଖକୁ ଚିଠି ଲେଖିଥିଲେ। ଯାହାର ଉତ୍ତରରେ ସୋନିଆ କହିଛନ୍ତି, ସମସ୍ତେ ଏକାଠି ହୋଇ ଦଳର ନୂଆ ମୁଖିଆ ଖୋଜିବା ଉଚିତ୍। ସେ ଆଉ ଦାୟିତ୍ୱ ନେବାକୁ ଚାହୁଁ ନାହାଁନ୍ତି। ତେବେ ଏନେ କଂଗ୍ରେସ ପକ୍ଷରୁ କିନ୍ତୁ କିଛି ସୂଚନା ମିଳି ନାହିଁ। […]
ଭୋପାଳ: ମଧ୍ୟପ୍ରଦେଶର ଟିମକଗଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ରିଟାୟର୍ଡ ସରକାରୀ କର୍ମଚାରୀଙ୍କ ସମେତ ତାଙ୍କ ପତ୍ନୀ ଏବଂ ପରିବାର ଅନ୍ୟ ତିନି ସଦସ୍ୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତକଙ୍କ ମଧ୍ୟରେ ଏକ ୪ ବର୍ଷର ପିଲା ମଧ୍ୟ ଥିଲା। ପଡ଼ୋଶୀଙ୍କଠାରୁ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ପଡ଼ୋଶୀମାନେ କିଛି ଦିନ ହେବ ଘରୁ କାହାକୁ ବାହାରକୁ ଆସୁଥିବାର ଦେଖିବାକୁ ପାଇନଥିଲେ, ଯାହା ପରେ ସେମାନଙ୍କ […]
ଶ୍ରୀନଗର: କାଶ୍ମୀର ଭ୍ୟାଲିର ‘ଚାରାରେ ସରିଫ’ରେ ଥିବା ଏକ ସିଆର୍ପିଏଫ୍ କ୍ୟାମ୍ପକୁ ଆସିଛି ୧.୫ କୋଟି ଟଙ୍କାର ଇଲେକ୍ଟ୍ରିକ୍ ବିଲ୍। ତାହା ପୁଣି କେବଳ ଜୁଲାଇ ମାସର। ଏତେ ମୋଟା ଅଙ୍କର ଇଲେକ୍ଟ୍ରିକ୍ ବିଲ୍ ଦେଖି ମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜାମ୍ମୁ-କାଶ୍ମରୀ ପାୱାର ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ୧୮୧ ବାଟାଲିୟନ ସିଆର୍ପିଏପ୍ ନାଁରେ ଏହି ବିଲ୍ ଦେଇଛି। ଯଦିଓ ଜାମ୍ମୁ- ଓ କାଶ୍ମୀର ପୁଲିସ ଏହି ବିଲ୍ ପୈଠ କରିଥାଏ। ତେବେ ଏତେ ମୋଟା ଅଙ୍କର ବିଲ୍ ସିଆର୍ପିଏଫ୍କୁ […]
ନୂଆଦିଲ୍ଲୀ: କୋଭିଡ୍-୧୯ ତଥା ଚୀନ୍ ସହ ସୀମା ବିବାଦର ପ୍ରଭାବ ଚଳିତବର୍ଷର ଗଣେଶ ପୂଜା ଉପରେ ପଡ଼ିଛି। ଗୋଟିଏ ପଟେ କୋଭିଡ୍-୧୯ କାରଣରୁ ସରକାର ସାର୍ବଜନୀନ ସ୍ଥାନରେ ପୂଜା କରିବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ଚୀନ୍ ସହ ଚାଲିଥିବା ବିବାଦ କାରଣରୁ ଦେଶରେ ଚାଇନିଜ୍ ସାମଗ୍ରୀ ପ୍ରତି ଆକ୍ରୋଶ ଜାରି ରହିଛି। ଏହି ପ୍ରଭାବରେ ଚଳିତବର୍ଷ ମାର୍କେଟରୁ ସମ୍ପୂର୍ଣ୍ଣ ଭାବେ ଉଭାନ୍ ହୋଇଯାଇଛି ଚାଇନିଜ୍ ମୂର୍ତ୍ତି। ଏ ନେଇ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) […]
ଡେରାଡୁନ: ଉତ୍ତରାଖଣ୍ଡର ପିଥୋରାଗଡ ସ୍ଥିତ ଦୂରଦରାଜ ଗାଁ ଲାପସାରୁ ସୁଦୂର ଗାଁ ମୁନସ୍ୟାରୀ ପର୍ଯ୍ୟନ୍ତ କାନ୍ଧରେ ବୋହି ଯବାନ ହସ୍ପିଟାଲ ନେଇଥିବାର ଚିତ୍ର ସାମ୍ନାକୁ ଆସିଛି। ଯବାନମାନେ ୪୦ କିଲୋମିଟର ରାସ୍ତା ଏଭଳି ନେଇଥିବା ଜଣାପଡ଼ିଛି। ଏଥିପାଇଁ ସେମାନଙ୍କୁ ଲାଗିଥିଲା ୧୫ ଘଣ୍ଟାର ସମୟ। ଆହତ ମହିଳାଙ୍କୁ ନେବା ବେଳେ ନାଳ ସହିତ ଅନେକ ଭୂସ୍ଖଳନ ଜାଗା ଅତିକ୍ରମ କରିବାକୁ ପଡ଼ିଥିଲା ଆଇଟିବିପି ଯବାନଙ୍କୁ। ଆଇଟିବିପି ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଆଇଟିବିପିର ଏହି ଭିଡିଓକୁ […]
ନୂଆଦିଲ୍ଲୀ: ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ଉଲ୍କାପିଣ୍ଡ। ନଭେମ୍ବର ୨ ତାରିଖରେ ଏହା ପୃଥିବୀ ଦେଇ ଅତିକ୍ରମ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଏହି ଉଲ୍କାପିଣ୍ଡ ବା ଆଷ୍ଟ୍ରଏଡ୍ର ନାଁ ରହିଛି 2018VP1। ଅପେକ୍ଷାକୃତ କ୍ଷୁଦ୍ର ଆକାରର ଏହି ଉଲ୍କାପିଣ୍ଡର ବ୍ୟାସ ରହିଛି ପ୍ରାୟ ସାଢ଼େ ୬ ଫୁଟ୍। ଏହା ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ୦.୪୧% ରହିଛି। ଏହା ଅତି କ୍ଷୁଦ୍ର ହୋଇଥିବାରୁ […]
ଅପେକ୍ଷାର ହେଲା ଅନ୍ତ। ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି । ରାଜଭବନରେ ପଦ ଓ ଗୋପନୀୟତାର ଶପଥ ନେଲେ ଧାମି
ନୂଆଦିଲ୍ଲୀ: ବଦଳିବେ କି କଂଗ୍ରେସ ମଙ୍ଗୁଆଳ ପଦବୀ ? ପଦବୀ ଛାଡ଼ିବେ କି ସୋନିଆ ଗାନ୍ଧି ? ଏଭଳି କିଛି କଳ୍ପନାଜଳ୍ପନା ଓ ପ୍ରଶ୍ନ ଜୋର ଧରିଛି ସାରା ଦେଶରେ। ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନ୍ତରୀଣ ଅଧ୍ୟକ୍ଷା ପଦକୁ ଛାଡ଼ିବା ପାଇଁ ସୋନିଆ ଗାନ୍ଧି ଆଗ୍ରହ ପ୍ରକାଶ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି। କଂଗ୍ରେସର ୨୦ରୁ ଅଧିକ ବରିଷ୍ଠ ନେତାଙ୍କ ଚିଠି ପରେ ଏନେଇ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସରେ ଜଣେ ପୂର୍ଣ୍ଣକାଳୀନ […]
ନୂଆଦିଲ୍ଲୀ: ଆଜି ୫ମ ଦିନରେ ବି ପେଟ୍ରୋଲ ଦର ବୃଦ୍ଧି ଜାରି ରହିଛି। ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ(IOC) , ଭାରତ ପେଟ୍ରୋଲିୟମ କର୍ପୋରେଶନ ଲି.(BPCL) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲି. (HPCL) ସୋମବାର ପଞ୍ଚମ ଦିନ ପାଇଁ ପୁଣି ପେଟ୍ରୋଲ ଦରରେ ବୃଦ୍ଧି ଘଟିଥିବା ସୂଚନା ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୩ ପଇସା ମହଙ୍ଗା ହୋଇଛି। ଦରବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧.୬୨ ଟଙ୍କା ହୋଇଛି। ସୂଚନାଥାଉ କି, […]
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୮୩୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଦେଶରେ ବର୍ତ୍ତମାନ ଏହି ସଂଖ୍ୟା ୫୭,୫୪୨ ଛୁଇଁଛି। ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୨୫୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁ- ୬୫୧୭, କର୍ଣ୍ଣାଟକ- ୪୬୮୩, ଦିଲ୍ଲୀରେ ୪୩୦୦ଙ୍କ କରୋନାଜନିତ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅନ୍ୟପକ୍ଷେ ଦେଶରେ ଦିନକରେ ୬୧ ହଜାର ୪୦୮ ନୂଆ ଆକ୍ରାନ୍ତ […]
ନୂଆଦିଲ୍ଲୀ: ବିଗତ କିଛି ମାସ ଧରି ସୁନା ଓ ରୂପା ଦର ହ୍ରାସ ପାଇଥିବା ବେଳେ ଆଜି ଏହି ଦର ଆହୁରି କମିଛି। ଟ୍ରେଡିଂ ଆରମ୍ଭରୁ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଆଜି ସକାଳ ପାଖାପାଖି ୯ଟା ୪୦ରେ ସୁନା ଦର Multi Commodity Exchange(MCX)ରେ ୨୩୬ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମକୁ ୫୧,୭୮୦ଟଙ୍କାରେ କାରବାର ଚାଲିଥିଲା। ଖାଲି ସୁନା ନୁହେଁ, ରୂପା ଦରରେ ମଧ୍ୟ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ରୂପା ଦର ୮୬୦ଟଙ୍କା […]
ନୂଆଦିଲ୍ଲୀ: ନିଟ୍-ଜେଇଇ ପରୀକ୍ଷା (NEET Exam 2020)କୁ ନେଇ ଚାଲିଥିବା ବିବାଦ ଏବେ ରାଜନୈତିକ ରୂପ ନେଉଛି। ରାଜ୍ୟସଭା ସାଂସଦଙ୍କଠାରୁ ଆରମ୍ଭ କରି ବହୁ ବଡ ବଡ ରାଜନୈତିକ ହସ୍ତି NEET Exam ନ କରିବାକୁ ଦାବି କରିଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି AIMIMର ମୁଖ୍ୟ ଅସଦୁଦ୍ଦିନ ଓୱେସି । ଟ୍ୱିଟ କରି ସେ ଏହି ପରୀକ୍ଷାକୁ ବିରୋଧ କରିବା ସହ ଛାତ୍ରଛାତ୍ରୀଙ୍କୁ ଏକ ଖରାପ ସମୟ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଏଥିସହିତ ଉତ୍ତମ […]
ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସୱାନ୍ ଦିଲ୍ଲୀ ଫର୍ଟିସ ଏସ୍କାର୍ଟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ତାଙ୍କର ଫୁସ୍ଫୁସ୍ ଏବଂ କୀଡ୍ନି ଜନିତ ସମସ୍ୟା ଦେଖାଦେବାରୁ ପାସ୍ୱାନଙ୍କୁ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହୋଇଛି। ସୂଚନାଥାଉ, ତାଙ୍କର ଆରମ୍ଭରୁ ହାର୍ଟ ସମସ୍ୟା ଥିଲା। ୨୦୧୭ରେ ହାର୍ଟ ଟ୍ରିଟମେଣ୍ଟ ପାଇଁ ଲଣ୍ଡନ ଯାଇଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ, ରାମ ବିଳାସ ପାସୱାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ରହିଛି। ତାଙ୍କର […]
ମୁମ୍ବାଇ: ସିବିଆଇର ସ୍ପେଶାଲ୍ ଟିମ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ (Sushant Singh Rajput) ମୃତ୍ୟୁ ମାମଲାର ଖୋଳତାଡ଼ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ଖୁଲାସା ହେବାରେ ଲାଗିଛି। ଶନିବାର ଦିନ ସିବିଆଇ ସୁଶାନ୍ତଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍କୁ ଯାଇ ସେଠାରେ ୬ ଘଣ୍ଟା ଧରି କ୍ରାଇମ୍ ସିନ୍କୁ ରିକ୍ରିଏଟ୍ କରିଥିଲା। Aaj Takର ସୂଚନା ଅନୁସାରେ, ସୁଶାନ୍ତଙ୍କ ବେଡ ରୁମ୍ରେ ଆତ୍ମହତ୍ୟା ସମ୍ଭବ କି ନୁହେଁ ଏହା ଜାଣିବା ପାଇଁ […]
ନୂଆଦିଲ୍ଲୀ: ଗୋଟିଏ ଚିଠିକୁ ନେଇ କଂଗ୍ରେସରେ ଲାଗିଯାଇଛି ଗୃହଯୁଦ୍ଧ। ଫୁଲ୍ ଟାଇମ୍ ଓ ଦୃଢ଼ ନେତୃତ୍ୱ ପାଇଁ ବରିଷ୍ଠ ନେତା ଲେଖିଥିବା ଚିଠି ଏବେ କଂଗ୍ରେସରେ ନିଆଁ ଲଗାଇଛି । ଚିଠି ପଛରେ ବିଜେପିର ଷଡ଼ଯନ୍ତ୍ର ଥିବା ଖୋଦ୍ ରାହୁଲ ଗାନ୍ଧିଙ୍କ ଅଭିଯୋଗ ପୁରୁଖା ନେତାଙ୍କ ମରମକୁ ଖୁବ୍ ବାଧିଛି । ଏପରିକି ଇସ୍ତଫାର ଧମକ ଶୁଭିଲାଣି । ସେପଟେ ଯାହା ହେଇଯାଉ ପଛେ ଦଳର ମଙ୍ଗୁଆଳ ପଦ ଛାଡ଼ିବାକୁ ସୋନିଆ ଗାନ୍ଧି ଅଡ଼ି ବସିଥିବାର ସୂଚନା […]
ନୂଆଦିଲ୍ଲୀ: ଦଳୀୟ ନେତୃତ୍ୱ ପରିବର୍ତ୍ତନ ନେଇ ବରିଷ୍ଠ ନେତାଙ୍କ ଚିଠି ପରେ କଂଗ୍ରେସରେ ସୃଷ୍ଟି ହୋଇଛି ହଟଚମଟ । ଦଳର ୨୦ରୁ ଅଧିକ ନେତାଙ୍କ ଚିଠି ପାଇବା ପରେ ସଭାପତି ପଦ ଛାଡ଼ିବାକୁ ସୋନିଆ ଗାନ୍ଧି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସରେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ରହିବା ସହ ଦଳରେ କାର୍ଯ୍ୟ ଓ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ଥିବା ଦର୍ଶାଇ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲ୍, ଶଶି […]