ନୂଆଦିଲ୍ଲୀ: ସୁଷମା ସ୍ୱରାଜ ଏଥର ସାଧାରଣ ନିର୍ବାଚନ ଲଢ଼ି ନଥିଲେ। ନିର୍ବାଚନ ପୂର୍ବରୁ ଏହା ଜଣାପଡ଼ିବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଥିଲା। ତାଙ୍କ ଦଳର କିଛି ନେତାଙ୍କ ସହିତ ତାଙ୍କର ପ୍ରଶଂସକମାନେ ଚାହୁଁଥିଲେ ସେ ନିର୍ବାଚନ ଲଢ଼ନ୍ତୁ। ତେଣୁ ସେ ନିର୍ବାଚନ ନ ଲଢ଼ିବା କଥା ସ୍ପଷ୍ଟ ହୋଇଯିବା ପରେ ସେମାନେ ଭାରି ଦୁଃଖୀ ହୋଇଥିଲେ। ତେବେ ତାଙ୍କର ଏ ନିଷ୍ପତ୍ତିରେ ସବୁଠୁ ଅଧିକ ଖୁସି ହୋଇଥିଲେ ତାଙ୍କ ସ୍ୱାମୀ ସ୍ୱରାଜ କୌଶଲ। ସେତେବେଳେ […]
ନୂଆଦିଲ୍ଲୀ: ଆମ ଗହଣରେ ଆଉ ନାହାନ୍ତି ସୁଷମା ସ୍ୱରାଜ। ମଙ୍ଗଳବାର ରାତିରେ କାର୍ଡିଆକ୍ ଆରେଷ୍ଟରେ ତାଙ୍କର ପରଲୋକ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକୁ ଦେଶ ସବୁ ଦିନେ ମନେ ରଖିବ। ଜଣେ ନେତ୍ରୀ ଭାବେ ତାଙ୍କ ଦକ୍ଷତା ଉପରେ କେହି କେବେ ପ୍ରଶ୍ନ ଉଠାଇ ନାହାନ୍ତି। କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭଳି ପଦରେ କାର୍ଯ୍ୟ କରିଥିଲେ ବି ସୁଷମା ଭାରି ମିଶାଣିଆ। କେବଳ ନିଜ ଦଳ ନୁହେଁ, ଅନ୍ୟ ଦଳର ନେତାଙ୍କ ସହିତ […]
ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କ ମାମଲା ଲଢ଼ୁଥିବା ଦେଶର ଜଣାଶୁଣା ଓକିଲ ହରିଶ୍ ସାଲ୍ଭେଙ୍କୁ ମଙ୍ଗଳବାର ରାତିରେ ଫୋନ୍ କରିଥିଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍ ଏବଂ ବୁଧବାର ତାଙ୍କ ଘରକୁ ଆସି ତାଙ୍କର ଏକ ଟଙ୍କା ନେଇଯିବାକୁ କହିଥିଲେ। ହେଲେ ଫୋନ୍ କରିବାର ପ୍ରାୟ ଘଣ୍ଟାଏ ପରେ ସେ ଏ ଦୁନିଆ ଛାଡ଼ି ଚାଲି ଯାଇଥିଲେ। ଏ ଖବର ପାଇବା ପରେ ହଠାତ୍ ବିଶ୍ୱାସ କରି ପାରି ନଥିଲେ ହରିଶ୍ ସାଲ୍ଭେ। ଅନ୍ତର୍ଜାତୀୟ ନ୍ୟାୟାଳୟରେ ଭାରତ ପକ୍ଷରୁ […]
ନୂଆଦିଲ୍ଲୀ: ଗତକାଲି ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ପୂର୍ବରୁ ୩୭୦ ଧାରାରେ ଅନ୍ୟ ରାଜ୍ୟର ଲୋକଙ୍କୁ କଶ୍ମୀରରେ ସମ୍ପତ୍ତି କିଣିବା ପାଇଁ ଅନୁମତି ନଥିଲା। ଠିକ୍ ସେହିପରି କଶ୍ମୀରର ଝିଅମାନେ ଅନ୍ୟ ରାଜ୍ୟରେ ବିବାହ କଲେ, ସେମାନଙ୍କ ନାଗରିକତ୍ୱ ହରାଇବାକୁ ପଡୁଥିଲା। କିନ୍ତୁ ୩୭୦ ଧାରା ଉଠିବା ପରେ ଜଣେ ବ୍ୟକ୍ତି ଚାହିଁଲେ କଶ୍ମୀରରେ ସମ୍ପତ୍ତି କିଣି ପାରିବେ। କଶ୍ମୀରକୁ ସୋଶାଲ ମିଡିଆରେ ୟୁଜର୍ସ ବିଭିନ୍ନ ପ୍ରକାର ମିମ୍ ପୋଷ୍ଟ କରୁଛନ୍ତି। […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଧାରା ୩୭୦କୁ ଉଚ୍ଛେଦ କରିଥିବା ବେଳେ ଏହାକୁ କଂଗ୍ରେସ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧ କରିଛି। ତେବେ ଆଜି ଲୋକସଭାରେ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିପାରିବେ ନାହିଁ ଏବଂ ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଲୋକସଭାରେ ସେ ଏଭଳି ମତ ରଖୁଥିବା ବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଶ୍ଚର୍ଯ୍ୟ ହୋଇ ଅଧୀର ରଞ୍ଜନଙ୍କୁ […]