• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ui
ନିଖୋଜ ବାୟୁସେନା ବିମାନର ପତ୍ତା ମିଳୁନି

ନୂଆଦିଲ୍ଲୀ: ଗତକାଲିଠାରୁ ନିଖୋଜ ଥିବା ଭାରତୀୟ ବାୟୁସେନା ବିମାନ AN-32ର ଏଯାଏଁ କୌଣସି ପତ୍ତା ମିଳିନି।  ବିମାନକୁ ଖୋଜିବା ପାଇଁ ବାୟୁସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ।  ସୁଖୋଇ-୩୦ ଓ ସି-୧୩୦ ସ୍ପେଶାଲ ଅପରେସନ ଏୟାରକ୍ରାଫ୍ଟ ଏହି ଅପରେସନରେ ନିୟୋଜିତ କରାଯାଇଛି। ସର୍ଚ୍ଚ ଅପରେସନ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନା ଉପମୁଖ୍ୟ ରାକେଶ ସିଂ ଭାଦୁରିଆଙ୍କ ସହ କଥା ହୋଇଥିବା ସୂଚନା ମିଳିଛି।  ୧୩ ଜଣଙ୍କୁ ନେଇ ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିବା […]

  • Saturday, 10 July 2021
bjp-cec-meeting_c45dbcce-83c0-11e9-9324-f283958e02d5
କିଏ ସମ୍ଭାଳିବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ? ଚର୍ଚ୍ଚାରେ ନଡ୍ଡା ଓ ଯାଦବଙ୍କ ନାଁ

ନୂଆଦିଲ୍ଲୀ: ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ସେ ନେଇ ଚାଲିଛି ଆଲୋଚନା । ଏବେ ଏହି ପଦରେ ଅଛନ୍ତି ଅମିତ ଶାହ। ଏଥର ତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୃହ ମନ୍ତ୍ରୀ ପଦ ମିଳିଛି। ତେଣୁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । ତାଙ୍କ ପରେ କିଏ ଏହି ପଦ ସମ୍ଭାଳିବ ସେ ନେଇ ଦଳୀୟ ମହାସଚିବଙ୍କ ସହ ଆଲୋଚନା କରିଛନ୍ତି ଶାହ। ଖୁବ ଶୀଘ୍ର ବିଭିନ୍ନ ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ହେବ। ତା […]

  • Saturday, 10 July 2021
hhhhhhhhhhhhhh
ଜଳୁଛି ସାରା ଦେଶ, ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର:ଶୁକବ୍ରାର ରାତିରେ ବର୍ଷା ଓ ପବନ ପରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶସ୍ତ ମିଳିଛି ଓଡ଼ିଶାବାସୀଙ୍କୁ । ଆଜି ପାଗ ସାମାନ୍ୟ ଥଣ୍ଡା ଥିବା ବେଳେ ତାପମାତ୍ରା ହ୍ରାସ ପାଇଛି। ଅନ୍ୟପକ୍ଷେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ସାରା ଦେଶ ଜଳୁଛି। ଆଜି ଦେଶର ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ରାଜସ୍ଥାନ ଗଙ୍ଗାନଗରରେ ତାପମାତ୍ରା ଶୁକ୍ରବାର ସର୍ବାଧିକ ୪୯.୬ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ସାରା ଦେଶରେ ଗ୍ରୀଷ୍ମ ପ୍ରବାହରେ […]

  • Saturday, 10 July 2021
yyyyyyyyyy
ସରକାରୀ ବୈଠକରେ ମୋବାଇଲ୍‌ ଫୋନ୍‌ ବ୍ୟାନ୍‌

ଲକ୍ଷ୍ନୌ: ଏଣିକି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ହେଉଥିବା ଯେକୌଣସି ବୈଠକରେ ଯୋଗଦେବା ବେଳେ ମନ୍ତ୍ରୀ କିମ୍ବା ସରକାରୀ ବାବୁମାନେ ସାଙ୍ଗରେ ମୋବାଇଲ୍ ଫୋନ ନେଇ ପାରିବେ ନାହିଁ। କ୍ୟାବିନେଟ୍‌ ମିଟିଂ ବେଳେ ମଧ୍ୟ ଏଭଳି ନିୟମ ଲାଗୁ ହେବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ନିୟମ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “କ୍ୟାବିନେଟ୍‌ ଏବଂ ଅନ୍ୟ ସରକାରୀ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା […]

  • Saturday, 10 July 2021
A
୫ ଟୁରିଷ୍ଟଙ୍କୁ ବଞ୍ଚାଇକୁ ଯାଇ ଜୀବନ ହରାଇଲେ ଗାଇଡ୍‌

ଅନନ୍ତନାଗ: ମୃତ୍ୟୁ ପାଖରେ ସମସ୍ତେ ହାର ମାନନ୍ତି । ହେଲେ ଏମିତି ମଣିଷ ଅଛନ୍ତି ଯେଉଁମାନଙ୍କ ପାଖେ ମୃତ୍ୟୁ ହାର ମାନେ। ସେମାନେ ମରି ବି ହୁଅନ୍ତ ଅମର। ସେମିତି ଜଣେ ବ୍ୟକ୍ତି ରୋହୁ ଅହମଦ ଦାର ଯିଏ ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ ହସି ହସି ଉତ୍ସର୍ଗ କରିଦେଇଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଟୁରିଷ୍ଟ ଗାଇଡ୍‌ ଭାବେ କାର୍ଯ୍ୟ କରୁଥିବା ରୋହୁ ଅହମଦ ଦାର। ସେ ନଦୀରେ ବୁଡ଼ି ଯାଉଥିବା ୫ ଜଣ ଟୁରିଷ୍ଟଙ୍କ ଜୀବନ ବଞ୍ଚାଇବାକୁ […]

  • Saturday, 10 July 2021
346145-bihar14.04.15
ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅମିତ ଓ ରାଜନାଥ

ନୂଆଦିଲ୍ଲୀ: ଶୁକ୍ରବାର ମନ୍ତ୍ରୀ ପଦ ପାଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବରିଷ୍ଠ ନେତା ରାଜନାଥ ସିଂହ ଆଜି ନର୍ଥ ବ୍ଲକ ଯାଇ ନିଜ ନିଜ ଦାୟତ୍ୱ ନେଇଛନ୍ତି। ମୋଦି-୨ ସରକାରରେ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିବା ବେଳେ ରାଜନାଥ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ମଧ୍ୟାହ୍ନ ୧୨.୨୨ରେ ଶାହ ପ୍ରଥମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିଥିଲେ। ଶାହ ନିଜ ଅଫିସରେ ପହଞ୍ଚିବା କ୍ଷଣି ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ […]

  • Saturday, 10 July 2021
12
୧୦୮ ଆମ୍ବୁଲାନ୍ସ: ଗୋଟିଏ ଦିନରେ ୨ ଦୁର୍ଘଟଣା, ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର: ମୃତ୍ୟୁ ସହ ସଂଘର୍ଷ କରୁଥିବା ମଣିଷ ପାଇଁ ଏକ ଆଶ୍ୱାସନା  ଆମ୍ବୁଲାନ୍ସ। କାରଣ ରୋଗୀକୁ ସୁରକ୍ଷିତ ଭାବେ ଏବଂ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇ ଦେଇଥାଏ ଆମ୍ବୁଲାନ୍ସ । ହେଲେ ଏବେ ଦେଖିବାକୁ ମିଳୁଛି, ଆମ୍ବୁଲାନ୍ସ ଗୁରୁତର ରୋଗୀ ଓ ସେମାନଙ୍କ ପରିବାର ପାଇଁ ଏକ ଅଜଣା ଭୟ ନେଇ ଆସୁଛି। ବିଶେଷ କରି ସରକାରୀ ୧୦୮ ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଯାତ୍ରା ଯେମିତି ଆଉ ସୁରକ୍ଷିତ ମନେ ହେଉନି। କାରଣ ଆମ୍ବୁଲାନ୍ସ ଦୁର୍ଘଟଣା ଓ ତତ୍‌ଜନିତ ମୃତ୍ରୁସଂଖ୍ୟା […]

  • Saturday, 10 July 2021
jaisanker
ମନ୍ତ୍ରୀ ହେବା ପରେ ପ୍ରଥମ ଟ୍ୱିଟରେ କ’ଣ କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ମୋଦି-ଶାହ ଯୋଡ଼ିଙ୍କ ସରପ୍ରାଇଜ୍‌ ପ୍ୟାକେଜ୍‌ ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କରଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଗୁରୁବାର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିବା ଜୟଶଙ୍କରଙ୍କୁ ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ ମିଳିଛି। ଏସ୍‌ ଜୟଶଙ୍କର ଦାୟିତ୍ୱ ଗ୍ରହଣ କରିବା କ୍ଷଣି ପ୍ରଥମ ଟ୍ୱିଟ୍‌ରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ ଏହା ମୋର ପ୍ରଥମ ଟ୍ୱିଟ୍‌। ମୋତେ ଶୁଭେଚ୍ଛା ଜଣାଇଥିବା ସମସ୍ତ […]

  • Saturday, 10 July 2021
fp-1
ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରହିପାରନ୍ତି ଧର୍ମେନ୍ଦ୍ର ଓ ପ୍ରତାପ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ସନ୍ଧ୍ୟା ୭ଟାରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ କେଉଁମାନେ ରହିବେ, ତା’ହା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ମୋଦି ପାର୍ଟ-୧ ସରକାରରେ ମନ୍ତ୍ରୀ ଥିବା ଏକାଧିକ ସାଂସଦ ମୋଦି-୨ରେ ମଧ୍ୟ ରହିବେ। ଏବେ ପିଏମଓଙ୍କ ଅଫିସରୁ ଜଣଙ୍କ ପରେ ଜଣେ ନେତାଙ୍କୁ ଫୋନ ଯିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ମୋଦି-୧ ସରକାରରେ ଥିବା ନୀତୀନ ଗଡ଼କରୀ, ଡିଭି ସଦାନନ୍ଦ […]

  • Saturday, 10 July 2021
wwwwwwwwwwwwwww
ଏଥର ହତାଶ କରିବ ମୌସୁମୀ. ଜୁନରେ କମ୍ ବର୍ଷିବ

ନୂଆଦିଲ୍ଲୀ: ଧୁ ଧୁ ଖରାରେ ସିଝୁଛି ସାରା ଦେଶ। ସମସ୍ତଙ୍କର ଅପେକ୍ଷା ମୌସୁମୀକୁ । ପାଣିପାଗ ବିଶେଷଜ୍ଞଙ୍କ ଅନୁମାନ,  ଆଉ କିଛି ଦିନ ପରେ ସ୍ଥଳଭାଗ ଛୁଇଁବ ମୌସୁମୀ । ହେଲେ ଏଥର ଗ୍ରୀଷ୍ମଜନିତ କଷ୍ଟରୁ ନିସ୍ତାର ଦେଇପାରିବ ନାହିଁ ମୌସୁମୀ। କାରଣ ଏଥର ଜୁନ୍‌ରେ କମ୍‌ ବର୍ଷା ହେବ। ଏମିତି ଆକଳନ କରିଛନ୍ତି ସ୍କାଏମେଟର ପାଣିପାଗ ବିଶେଷଜ୍ଞ ଜେପି ଶର୍ମା। ଜୁନ ଓ ଜୁଲାଇ ମାସରେ ମୌସୁମୀ ସକ୍ରିୟ ରହିବ ବୋଲି ଜଣାପଡ଼ିଛି। ତେବେ ଜୁନରେ […]

  • Saturday, 10 July 2021
narendra
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ କିଏ ଆସିବେ, କିଏ ଆସିବେନି ?

ନୂଆଦିଲ୍ଲୀ: ଆଉ କେଇ ଘଣ୍ଟାର ଅପେକ୍ଷା । ତା ପରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିସହିତ ତାଙ୍କ ନୂଆ ଟିମ୍‌ର ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ। ରାଷ୍ଟ୍ରପତି ଭବନରେ ଆୟୋଜନ କରାଯାଇଛି ଭବ୍ୟ ସମାରୋହ। ପ୍ରାୟ ୬ ହଜାରରୁ ଅଧିକ ଅତିଥିଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି। ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ସମସ୍ତ ବ୍ୟବସ୍ଥା ସରିଛି। ତେବେ କିଏ ଆସିବେ ମୋଦିଙ୍କର […]

  • Saturday, 10 July 2021
NAVVEN TEAM
ଶପଥଗ୍ରହଣ କରିବା ପରେ ଭାବ ବିହ୍ୱଳ ହୋଇ ଏମିତି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲଗାତାର ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ହେବା କିଛି କମ୍‌ କଥା ନୁହେଁ। ହେଲେ ନିଜ ସଫଳତାକୁ ଖୁବ୍‌ ସହଜରେ ହାସଲ କରିପାରିଛନ୍ତି ନବୀନ ପଟ୍ଟନାୟକ। ଆଜି ୫ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ଅତ୍ୟନ୍ତ ଭାବ ବିହ୍ୱଳ ହୋଇପଡ଼ିଥିଲେ ନବୀନ। ଦୀର୍ଘ ୧୯ ବର୍ଷର ଯାତ୍ରାକୁ ମନେ ପକାଇ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି । ସେ ଆଜି ତାଙ୍କ ଟ୍ୱିଟରେ କହିଛନ୍ତି, ରାଜ୍ୟର ସାଢେ ୪ କୋଟି ପରିବାରର […]

  • Saturday, 10 July 2021
ee
ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଲେନି ବିଜେପି ବିଧାୟକ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ୨୦ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ଆଜି ଆୟୋଜିତ ହୋଇଥିଲା ଭବ୍ୟ ସମାରୋହ। ହେଲେ ଶପଥ ଗ୍ରହଣ ଉତ୍ସବରେ କୌଣସି ବିଜେପି ବିଧାୟକ ଯୋଗ ଦେଇନାହାନ୍ତି । ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ତାଙ୍କୁ ନିମନ୍ତ୍ରଣ କରାଯାଇନି । ଗୃହ ବିଭାଗ (ପ୍ରୋଟୋକଲ୍) ପକ୍ଷରୁ ଏନେଇ କୌଣସି ସୂଚନା ତାଙ୍କୁ ମିଳିନି କିମ୍ବା ବିଜେଡି ପକ୍ଷରୁ […]

  • Saturday, 10 July 2021
BAIJAYANTPANDA
ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ପଞ୍ଚମ ଇନିଂସର ଶୁଭାରମ୍ଭ କରିଛନ୍ତି। ନିଜ ନୂଆ ମନ୍ତ୍ରୀମାନଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି। ବିଭିନ୍ନ ଆଡୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଜଣାଇବା ପରେ ଏହାକୁ ରି-ଟ୍ୱିଟ୍ କରି ବୈଜୟନ୍ତ ଲେଖିଛନ୍ତି, ବିଜେପିର […]

  • Saturday, 10 July 2021
tusharkanti
ଶପଥ ନେଲା ପରେ କ’ଣ କହିଲେ ନୂଆ ମନ୍ତ୍ରୀ

ଭୁବେନଶ୍ୱର: ୫ମ ପାଳି ଶାସନ ଦାୟିତ୍ୱ ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୧୦୯ ନିର୍ବାଚନରେ ବିପୁଳ ବହୁମତ ପାଇ ବିଜୟୀ ହେବା ପରେ ଆଜି ନଜର ନୂଆ ଟିମ୍‌ ସହ ଶପଥ ଗ୍ରହଣ କରିଛନ୍ତି। ନୀବନଙ୍କ ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି। କାରଣ ଅନେକ ପୁରୁଣାଙ୍କୁ ହଟେଇ ନୂଆ ମୁହଁକୁ ଏହି ଟିମ୍‌ରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନୂଆ ମୁହଁ ମଧ୍ୟରେ ଅଛନ୍ତି କାକାଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ କୋଟପାଡ […]

  • Saturday, 10 July 2021
333333333333
ଏଥର କ୍ୟାବିନେଟ୍‌ରୁ ବାଦ୍‌ ପଡ଼ିବେ ଅରୁଣ୍‌ ଜେଟ୍‌ଲି ! ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ

ନୂଆଦିଲ୍ଲୀ:୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପୁଳ ବହୁମତ ପାଇଁ ପୁଣି ଥରେ କ୍ଷମତାକୁ ଫେରିଛନ୍ତି। ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ବାଦ ପଡ଼ିବ ! ଅରୁଣ ଜେଟ୍‌ଲୀ ଗତଥର ନରେନ୍ଦ୍ର ମୋଦି ସରକାରରେ ଅର୍ଥ ମନ୍ତ୍ରୀ ଥିଲେ। ହେଲେ ସେ ଏଥର କ୍ୟାବିନେଟରେ ରହି ନ ପାରନ୍ତି।  ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। […]

  • Saturday, 10 July 2021
2222222222222222
ଶପଥ ଗ୍ରହଣ ଉତ୍ସବ ପାଇଁ ପଶ୍ଚିମବଙ୍ଗ ପୀଡିତ ପରିବାରକୁ ସ୍ୱତନ୍ତ୍ର ନିମନ୍ତ୍ରଣ କଲେ ମୋଦି

ନୂଆଦିଲ୍ଲୀ: ରାତି ପାହିଲେ ପୁଣି ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବେ। ଶପଥ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି ଏବଂ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ସମାରୋହ ଜରିଆରେ ବିଜେପି ସରକାର ପଶ୍ଚିମବଙ୍ଗକୁ ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ନିର୍ବାଚନ ବେଳେ ହିଂସାର ଶିକାର ହୋଇଥିବା ୫୪ ବିଜେପି ପରିବାରର ସଦସ୍ୟ ସ୍ୱତନ୍ତ୍ର ଅତିଥି ଭାବେ ମୋଦିଙ୍କ ଦ୍ୱିତୀୟ ସରକାର […]

  • Saturday, 10 July 2021