• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

prashant-kanojia.1.233191
ସାମ୍ୱାଦିକ ପ୍ରଶାନ୍ତ କନୌଜିଆଙ୍କୁ ମିଳିଲା ଜାମିନ୍‌

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୋଲିସ ଦ୍ୱାରା ଗିରଫ ସାମ୍ବାଦିକ ପ୍ରଶାନ୍ତ କନୌଜିଆଙ୍କୁ ଜାମିନ ପ୍ରଦାନ ସହ ତୁରନ୍ତ ଖଲାସ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହି ମାମଲାର ଶୁଣାଣି ବେଳେ ସାମ୍ବାଦିକଙ୍କ ଗିରଫଦାରୀକୁ ନିନ୍ଦା କରିବା ସହ ତୁରନ୍ତ ତାଙ୍କୁ ମୁକ୍ତ କରାଯାଉ ବୋଲି ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କ ସ୍ୱାଧୀନତା ସର୍ବୋପରି ଏବଂ ଏହା ସହିତ ସାଲିସ କରାଯାଇପାରିବ ନାହିଁ। ସମ୍ବିଧାନ ଆମକୁ ଏହି ଅଧିକାର ଦେଇଛି। ଏହାକୁ […]

  • Saturday, 10 July 2021
Antonov-
ଠାବ ହେଲା ନିଖୋଜ ଏନ-୩୨ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନିଖୋଜ ଏନ-୩୨ ବିମାନର ଭଗ୍ନାଂଶ ଠାବ ହୋଇଛି। ଅରୁଣାଚଳ ପ୍ରଦେଶ ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ବାୟୁସେନାର ଏମଆଇ-୧୭ ବିମାନ ଆକାଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନିଖୋଜ ବିମାନର ଭଗ୍ନାଂଶକୁ  ଦେଖିବାକୁ ପାଇଛି। ଖୁବଶୀଘ୍ର ଭାରତୀୟ ବାୟୁସେନା ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ସୂଚନା ରହିଛି। ଜୁନ ୩ ତାରିଖ ଦିନ ରୁଷ ନିର୍ମିତ ଏଏନ୍‌- ୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ […]

  • Saturday, 10 July 2021
bear
ମଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଚିଠି ଲେଖିଲେ ଯୁବକ

ହାଇଦ୍ରାବାଦ: ଘର ପାଖ ଦୋକାନରେ ଯଦି ମନ ପସନ୍ଦର ମଦ ନ ମିଳେ ଆପଣ କ’ଣ କରିବେ? ନିଶ୍ଚିତ ଭାବେ ସହରରେ ଥିବା ଅନ୍ୟ ସବୁ ଦୋକାନ୍‌କୁ ଯିବେ। ଆଉ ସହରରେ ଯଦି ନ ମିଳେ ? କ’ଣ କରିବେ? ଆମେ ହଠାତ୍‌ କାହିଁ ମଦ ନ ମିଳିବା ବିଷୟରେ କହୁଛୁ। ଆପଣ ଭାବୁଥିବେ କ’ଣ ଆମ ଓଡ଼ିଶାରେ ମଦ ବ୍ୟାନ୍‌ ହୋଇ ଗଲା କି? ନା ଆଜ୍ଞା, ଏପରି କିଛି ହୋଇନାହିଁ। ପୂରା ଘଟଣା କ’ଣ […]

  • Saturday, 10 July 2021
parliament
ଲୋକସଭାର ଅସ୍ଥାୟୀ ବାଚସ୍ପତି ହେବେ ବିଜେପି ସାଂସଦ ବୀରେନ୍ଦ୍ର କୁମାର

ନୂଆଦିଲ୍ଲୀ: ବିଜେପି ସାଂସଦ ଡାକ୍ତର ବୀରେନ୍ଦ୍ର କୁମାର ହେବେ ୧୭ତମ ଲୋକସଭାର କାମଚଳା ବାଚସ୍ପତି। ଖବର ସରବରାହ ସଂସ୍ଥା ଏଏନଆଇ ଏହି ସୂଚନା ଦେଇଛି। ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶ ଟିକମଗଡର ଲୋକସଭା ସାଂସଦ ଅଟନ୍ତି। ପୂର୍ବରୁ ଚାରିଥର ସାଗର ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଚଳିତ ଲୋକସଭା ୧୭ ଜୁନରେ ଆରମ୍ଭ ହେବାକୁ ଯାଉଛି। ତେଣୁ ପ୍ରଥମ ଦୁଇ ଦିନ ନବ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିବେ। ଏବଂ ୧୯ […]

  • Saturday, 10 July 2021
west-bengal-violence
ପଶ୍ଚିମବଙ୍ଗରେ ଥମୁନି ହିଂସା: ବିସ୍ଫୋରଣରେ ୨ ଟିଏମ୍‌ସି କର୍ମୀ ମୃତ

କୋଲକାତା: ପଶ୍ଚିମବଙ୍ଗରେ ଥମୁନି ହିଂସା। ଉତ୍ତର-୨୪ ପ୍ରଙ୍ଗଣ ଜିଲ୍ଲାର କାଙ୍କୀନାରାରେ ଆଜି ପୁଣି ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ଏହି ମୃତକମାନେ ଟିଏମସି କର୍ମୀ ବୋଲି ଜଣାପଡ଼ିଛି। ସେହିପରି ରବିବାର ଓ ସୋମବାର ମଧ୍ୟ ବିଜେପି ଓ ଆରଏସଏସର ଦୁଇ କର୍ମୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି, ଦୁର୍ବୃତ୍ତମାନଙ୍କୁ ସେମାନେ ଚିହ୍ନି ନାହାନ୍ତି। ବୋମା ପକାଇ ହଠାତ୍ ସେମାନେ ପଳାଇଥିଲେ। ବୋମା […]

  • Saturday, 10 July 2021
loc-pti-1527826733-1527907091
ଏନକାଉଣ୍ଟର୍‌ରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶୋପିଆନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ କୁଲଗାମ ଅଞ୍ଚଳର ଶାୟର ଅହମ ଭଟ୍ଟ ଓ ଶୋପିଆନ ଅଞ୍ଚଳର ଶାକିର ଅହମ୍ମଦ ବଗାୟ। ଏହି ଦୁଇ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଟାର୍ଗେଟ୍‌ରେ ଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି। ଏହାପୂର୍ବରୁ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଏହାସହ ଅନନ୍ତନାଗ […]

  • Saturday, 10 July 2021
a-2
୧୨ ଆୟକର ଅଧିକାରୀଙ୍କୁ ଚାକିରିରୁ ବାହାର କଲେ ମୋଦି ସରକାର

ନୂଆଦିଲ୍ଲୀ: ମହିଳାଙ୍କୁ ସମ୍ମାନ ଓ ଜିରୋ ଦୁର୍ନୀତିର ନାରା ଦେଇ ୨୦୧୪ରେ ସରକାରକୁ ଆସିଥିବା ପ୍ରଧାନମନ୍ତ୍ରୀ ଏବେ ଆଉ ପାଦେ ଆଗେଇଛନ୍ତି। ଆୟକର ବିଭାଗର ୧୨ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେମାନଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ପ୍ରଧାନମନ୍ତ୍ରୀ। ଯାହାକୁ ନେଇ ମୋଦି ସରକାର ପୁଣି ଥରେ ଚର୍ଚ୍ଚାରେ। ସୂଚନାଯୋଗ୍ୟ ଯେ, ବିଦା ହୋଇଥିବା ୧୨ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ମୁଖ୍ୟ ସଚିବ ରାଙ୍କ୍‌ର ଅଟନ୍ତି। ଏହି ୧୨ ଅଧିକାରୀଙ୍କ ମଧ୍ୟରୁ କେତେ […]

  • Saturday, 10 July 2021
Amit-Shah_750
ବର୍ଷ ଶେଷ ଯାଏ ବିଜେପି ଅଧ୍ୟକ୍ଷ ରହିବେ ଅମିତ ଶାହ!

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚଳିତ ବର୍ଷ ହେବାକୁ ଥିବା ତିନି ରାଜ୍ୟର ନିର୍ବାଚନ ଯାଏ ବିଜେପିର ଅଧ୍ୟକ୍ଷ ଦାୟିତ୍ୱରେ ରହିବେ। ବିଜେପି ଗୋଟିଏ ପଦ ଓ ଗୋଟିଏ ପଦବୀ ନୀତିକୁ ଗୁରୁତ୍ୱ ଦେଉଥିବା ବେଳେ ଉଭୟ ସଂଘ ପରିବାର ଓ ବିଜେପି ତିନି ରାଜ୍ୟର ନିର୍ବାଚନ ଶେଷ ହେବା ଯାଏ ଶାହଙ୍କୁ ଦଳର ଅଧ୍ୟକ୍ଷ ରଖିବାକୁ ଚିନ୍ତା କରୁଥିବା କଥା ଇଂଲିଶ ସମ୍ବାଦପତ୍ର ଡେକାନ କ୍ରୋନିକିଲରେ ପ୍ରକାଶ ପାଇଛି। ଅକ୍ଟୋବର-ନଭେମ୍ୱରରେ ଏହି ତିନି ରାଜ୍ୟରେ […]

  • Saturday, 10 July 2021
amarica
ସମଲିଙ୍ଗୀ ପ୍ରାଇଡ୍‌ ପ୍ୟାରେଡ୍‌ରେ ବନ୍ଧୁକ ଆତଙ୍କ, ବ୍ୟାପକ ଦଳାଚକଟା

ୱାଶିଂଟନ୍‌: ଆମେରିକାର ୱାଶିଂଟନରେ ସମଲିଙ୍ଗୀ ପ୍ରାଇଡ୍‌ ପ୍ୟାରେଡ୍‌ରେ ଅଘଟଣ ଘଟିଛି। ପ୍ୟାରେଡ୍‌ ବେଳେ ଜଣେ ଭାରତୀୟ ବଂଶଦ୍ଭୋବ ବନ୍ଧୁକ ଦେଖାଇ ଭୟଭୀତ କରିବାରୁ ସେଠାରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ୍‌ ବନ୍ଧୁକଧାରୀ ୩୮ ବର୍ଷୀୟ ଅଫତାବଜୀତ ସିଂହଙ୍କୁ ଗିରଫ କରିଛି। ସେ ଭିଡ଼ ମଧ୍ୟରେ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କୁ ବନ୍ଧକୁ ଦେଖାଇ ଧମକ ଦେଇଥିଲେ। ଏହାକୁ ନେଇ ପ୍ୟାରେଡ୍‌ରେ ସାମିଲ ଥିବା ସମଲିଙ୍ଗୀଙ୍କ ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ଭୟ ସୃଷ୍ଟି ହୋଇଥିଲା। […]

  • Saturday, 10 July 2021
dance
ବିଧାୟକଙ୍କ ରଙ୍ଗୀନ ଡ୍ୟାନ୍ସ

ମଣିପୁର:ସରକାରୀ ଗସ୍ତରେ ମଣିପୁର ଯାଇଥିବା ବିହାର ବିଧାୟକଙ୍କ ରଙ୍ଗୀନ ନାଚ ଏବେ ସୋଶାଲ ମିଡିଆରେ ଭାଇରାଲ ହେଇଛି। ମଣିପୁର ଓ ମ୍ୟାମାଁରର ସୀମାନ୍ତ ମୋରେ ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆଭ୍ୟନ୍ତରୀଣ ସମ୍ବଳ ଏବଂ କେନ୍ଦ୍ରୀୟ ସହାୟତା ସଂପର୍କିତ ବିଧାନସଭା କମିଟିର ସଦସ୍ୟ ଥିବା ଆରଜେଡି, ଜେଡିୟୁ ଓ ବିଜେପି ବିଧାୟକଙ୍କ ଏଭଳି ଆଚରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦ୍ର ସରକାରଙ୍କ ପୂର୍ବୋତ୍ତର ରାଜ୍ୟ ବିକାଶ ନୀତିର ଅନୁଧ୍ୟାନ ପାଇଁ ବିଧାନସଭା କମିଟି […]

  • Saturday, 10 July 2021
tax
ଏଣିକି ଟଙ୍କା କାଢିଲେ ବି ପଡ଼ିବ ଟିକସ

ନୂଆଦିଲ୍ଲୀ: ଟଙ୍କା କାଢ଼ିଲେ ମଧ୍ୟ ଦେବାକୁ ପଡ଼ିପାରେ ଟିକସ। ଏମିତି ଏକ ନିୟମ କରିବାକୁ ଯାଉଛନ୍ତି ମୋଦି ସରକାର। ଏହି ନିୟମ ଅନୁଯାୟୀ, ବର୍ଷକୁ ୧୦ ଲକ୍ଷ କିମ୍ବା ତାଠାରୁ ଅଧିକ ଟଙ୍କା ବ୍ୟାଙ୍କରୁ କାଢ଼ିଲେ ଟିକସ ଦେବାକୁ ପଡ଼ିବ। କୌଣସି ଗ୍ରାହକ ବର୍ଷକୁ ୧୦ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କା ନଗଦ ଆକାରରେ କାଢ଼ିଲେ, ଟିକସ ଦେବାକୁ ପଡ଼ିବ। ବଡ଼ ଧରଣର କାରବାର କଲେ ଆଧାର କାର୍ଡ ଦେଖାଇବାକୁ ବାଧ୍ୟ। କ୍ୟାସ୍ କାରବାରକୁ […]

  • Saturday, 10 July 2021
shah-rukh-khan-
ଟିମ୍ ଇଣ୍ଡିଆରେ ‘ଏସଆରଏକେ’

ଭୁବନେଶ୍ୱର: ରବିବାର ଚଳିତ ବିଶ୍ୱକପରେ ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚରେ ବିଜୟୀ ହୋଇଛି ଭାରତ। ଏହି ବିଜୟ ପଛରେ ରହିଛି ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ଭଲ ପ୍ରଦର୍ଶନ। ହେଲେ ଭାରତର ଏହି ବିଜୟ ପାଇଁ ଟିମ୍ ଇଣ୍ଡିଆର ‘ଏସଆରଏକ’ ଏବେ ଚର୍ଚ୍ଚାରେ। ସାଧାରଣତଃ ବଲିଉଡରେ ଏସଆରକେ କହିଲେ ଶାହରୁଖ ଖାନଙ୍କୁ ବୁଝାଏ। ହେଲେ ଏବେ ଟିମ୍ ଇଣ୍ଡିଆରେ ‘ଏସଆରଏକେ’ଙ୍କ ଆବିର୍ଭାବ ହୋଇଛି। ଏହି ଏସଆରକେ ହେଲେ ଟିମ୍ ଇଣ୍ଡିଆର ଏସ(ଶିଖର ଧାଓ୍ୱନ) ଆର( ରୋହିତ […]

  • Saturday, 10 July 2021
Virat-Kohllo
ଫ୍ୟାନ୍ସଙ୍କ ବ୍ୟବହାର ପାଇଁ ସ୍ମିଥ୍‌ଙ୍କୁ କ୍ଷମା ମାଗିଲେ ବିରାଟ୍

ଲଣ୍ଡନ: ଚଳିତ ବିଶ୍ୱକପ୍‌ରେ ପୁଣି ଭାରତକୁ ମିଳିଛି ଏକ ରୋମାଞ୍ଚକର ବିଜୟ। ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ ବିରାଟ ବାହିନୀ ଚମତ୍କାର ପ୍ରଦର୍ଶନ କରି ଟିମ୍ କଙ୍ଗାରୁକୁ ୩୬ ରନ୍‌ରେ ପରାସ୍ତ କରିଛି। ଏଥିସହ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ତେବେ ଗତକାଲି ଦମଦାର ବିଜୟ ପରେ ଏମିତି କିଛି ଘଟଣା ଘଟିଥିଲା, ଯେଉଁଥି ପାଇଁ ଅଧିନାୟକ ବିରାଟ କୋହଲିଙ୍କୁ କ୍ଷମା […]

  • Saturday, 10 July 2021
Former-Puducherry-CM-RV-Janakiraman-dies-at-the-age-of-78
ପରଲୋକରେ ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପରଲୋକରେ ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଆର.ଭି ଜନକୀରମନ। ୭୯ ବର୍ଷ ବୟସରେ ଜନକୀରମନଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଡିଏମକେ ନେତା ତଥା ସାଂସଦ କାନ୍ନିମୋଝୀ ହସ୍ପିଟାଲ ଯାଇ ଆର. ଭି ଜନକୀରମନଙ୍କୁ ଶେଷ ଦର୍ଶନ କରିଛନ୍ତି।

  • Saturday, 10 July 2021
mallya
ମାଲ୍ୟାଙ୍କୁ ଦେଖି ଲୋକେ ଚିଲେଇଲେ ‘ମାଲ୍ୟା ଚୋର୍‌ ହୈ’

ଲଣ୍ଡନ: ଗତକାଲି ଲଣ୍ଡନର କେନିଙ୍ଗଟନ୍ ଓଭାଲରେ ଅନୁଷ୍ଠିତ ଭାରତ ଓ ଅଷ୍ଚ୍ରେଲିଆ କ୍ରିକେଟ୍ ମ୍ୟାଚ୍ ଦେଖି ଫେରୁଥିବା ବେଳେ ‘ପଳାତକ’ ଘୋଷିତ ଶିଳ୍ପପତି ବିଜୟ ମାଲ୍ୟାଙ୍କୁ ଷ୍ଟାଡିୟମ୍‌ ବାହାରେ ଲୋକେ ‘ଚୋର ହୈ’ ବୋଲି କହି ଚିଲାଇ ଥିଲେ। ବିଜୟ ମାଲ୍ୟା ତାଙ୍କ ମାଆଙ୍କ ସହିତ ଷ୍ଟାଡିୟମ୍‌ ବାହାରକୁ ଆସିବା ପରେ ଲୋକେ ତାଙ୍କୁ ଘେରି ଯାଇ ‘ଚୋର୍‌ ହୈ’ ବୋଲି ବଡ଼ ପାଟିରେ ଚିଲାଇଥିଲେ। ଏ ନେଇ ଏକ ନ୍ୟୁଜ୍ ଏଜେନ୍ସିକୁ ମାଲ୍ୟା କହିଛନ୍ତି,“ସେତେବେଳେ ମୁଁ […]

  • Saturday, 10 July 2021
massage
ଏଣିକି ଟ୍ରେନ୍‌ରେ ଯାତ୍ରୀଙ୍କୁ ମିଳିବ ମସାଜ ସର୍ଭିସ

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍‌ରେ ଏଣିକି ଯାତ୍ରୀଙ୍କୁ ମିଳିବ ମସାଜ୍ ସର୍ଭିସ। ରେଳ ବିଭାଗର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଯାତ୍ରୀ। ଏହି ସେବା ଇନ୍ଦୋରରୁ ଯାଉଥିବା ୩୯ଟି ଟ୍ରେନ୍‌ରେ ଉପଲବ୍ଧ ହେବ ବୋଲି ସୂଚନା ରହିଛି। ମାଲିସ୍ ପାଇଁ ଜଣକ ପିଛା ୧୦୦ ଟଙ୍କା ଦର ର୍ନିଦ୍ଧାରଣ ହୋଇଛି। ପ୍ରତ୍ୟେକ ଟ୍ରେନରେ ୩ ରୁ ୫ଜଣ ବ୍ୟକ୍ତି ରହି ଯାତ୍ରୀଙ୍କୁ ଏହି ସେବା ଯୋଗାଇ ଦେବେ। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ […]

  • Saturday, 10 July 2021
mao
୮ ବର୍ଷ ପରେ ମାଓ ଉପଦ୍ରୁତ ଧଳିପୁଟରେ ପଡିଲା ସରକାରୀ ବାବୁଙ୍କ ପାଦ

ମାଲକାନଗିରି: ବିକାଶର ପ୍ରତିଶ୍ରୁତି ଦେଇ ଏଇ ମାଟିରେ ଦିନେ ପାଦ ଥାପିଥିଲେ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା। ହେଲେ ଏଇଠାରୁ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ତା ପରଠାରୁ ଆଉ କୌଣସି ସରକାରୀ ବାବୁଙ୍କର ପାଦ ପଡ଼ି ନ ଥିଲା ମାଲକାନଗିରି ଜିଲ୍ଲାର ଅପହଞ୍ଚ ଏଇ ଧୂଳିପୁଟ ମାଟିରେ। ତେଣୁ ସରକାରୀ ସହାୟତା ଆଶା ଛାଡ଼ି ଦେଇଥିଲେ ଅଞ୍ଚଳବାସୀ। ନିଜ ପାଇଁ ନିଜେ ଲଢି ଜୀଇଁବାର ନିଷ୍ପତ୍ତି ନେଇଥିଲେ। ହେଲେ ଦୀର୍ଘ ଦିନର ବ୍ୟବଧାନ ପରେ ଅଞ୍ଚଳବାସୀଙ୍କ […]

  • Saturday, 10 July 2021
Antonov-An-32
ନିଖୋଜ ବିମାନର ସୂଚନା ଦେଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ୭ ଦିନ ହେଲାଣି ନିଖୋଜ ହୋଇଛି ବାୟୁସେନାର ଏଏନ- ୩୨ ବିମାନ। ବହୁ ଖୋଜାଖୋଜି ପରେ ବିଫଳ ହେବାରୁ ଶେଷରେ ବାୟୁସେନା ନିଖୋଜ ବିମାନ ବାବଦରେ ସୂଚନା ଦେଲେ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ସୋମବାର ଏହି ବିମାନଟି ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ସ୍ଥିତ ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଯାଉଥିଲା। ଏହି ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଭାରତ-ଚୀନ ସୀମା ନିକଟରେ ଅବସ୍ଥିତ। ଅପରାହ୍ନ ୧୨ଟା ୨୫ ମିନିଟ […]

  • Saturday, 10 July 2021
modi-in-srilanka (1)
ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦୁଇ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲ୍‌ଡିଭ୍‌ସରୁ ଫେରି ଶ୍ରୀଲଙ୍କା ପହଞ୍ଚିଛନ୍ତି। ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ପଡ଼ୋଶୀ ରାଷ୍ଟ୍ରଙ୍କୁ ଗୁରୁତ୍ୱ ଦିଆଯିବା କ୍ରମରେ ଏହି ଦୁଇ ଦକ୍ଷିଣ ଏସୀୟ ରାଷ୍ଟ୍ର ଗସ୍ତ କରିଛନ୍ତି। ସମଗ୍ର ବିଶ୍ୱକୁ ଚମକାଇ ଦେଇଥିବା ଶ୍ରୀଲଙ୍କାରେ ଇଷ୍ଟର ରବିବାର ବିସ୍ଫୋରଣ ଘଟଣାକୁ ୨ ମାସ ବିତି ଯାଇଥିଲେ ମଧ୍ୟ ଏହା କୌଣସି ରାଷ୍ଟ୍ରମୁଖ୍ୟଙ୍କର ପ୍ରଥମ ଶ୍ରୀଲଙ୍କା ଗସ୍ତ। ଏହି ଆତଙ୍କବାଦୀ ହମ୍‌ଲାରେ […]

  • Saturday, 10 July 2021
RAHUL-MEET-HIS-NURSE
ଜନ୍ମ ବେଳେ ଉପସ୍ଥିତ ଥିବା ନର୍ସଙ୍କୁ ଭେଟି ଭାବବିହ୍ୱଳ ହେଲେ ରାହୁଲ

ଓ୍ୱାଇନାଡ଼(କେରଳ): ନିଜର ଜନ୍ମ ସମୟରେ ହସ୍ପିଟାଲର ଓ୍ୱାର୍ଡରେ ଉପସ୍ଥିତ ଥିବା ଜଣେ ନର୍ସଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତାଙ୍କୁ ଦେଖି ବହୁତ ଖୁସି ହୋଇଥିଲେ। ସେ ସମୟର ଏକ ଭାବବିହ୍ୱଳ ଫଟୋ ସେ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ରାହୁଲଙ୍କ ଜନ୍ମବେଳେ ଉପସ୍ଥିତ ଥିବା ଏହି ନର୍ସଙ୍କ ନାଁ  ଭଭଥିଲ । ଅବସର ନେବା ପରେ ସେ ଏବେ ୱାଇନାଡରେ ରହୁଛନ୍ତି। ଗତକାଲି ଭଭଥିଲ ତାଙ୍କ ପରିବାର ସହ ରାହୁଲଙ୍କୁ ଭେଟିଥିଲେ। ରାହୁଲଙ୍କୁ ଦେଖି […]

  • Saturday, 10 July 2021
Eggs-Dont-Break-With-Hammer
ଖାଦ୍ୟ ପାଲଟି ଯାଉଛି ବରଫ, ଖାଇବେ କ’ଣ ଯବାନ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ବରଫାବୃତ୍ତ ପାହାଡ଼ରେ ମୁତୟନ ଥିବା ଦେଶର ଯବାନମାନେ ଏବେ ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଏମିତି ନୁହେଁ ଯେ, ସେମାନଙ୍କ ପାଖରେ ଖାଦ୍ୟ ପଦାର୍ଥ ନାହିଁ। କିନ୍ତୁ ଅତ୍ୟଧିକ ଥଣ୍ଡା ଯୋଗୁ ଖାଦ୍ୟ ପଦାର୍ଥ ଏତେ ଟାଣ ହୋଇ ଯାଉଛି ଯେ ସେସବୁ ଖାଇବା ଯୋଗ୍ୟ ହୋଇ ରହୁନି। ଅବସ୍ଥା ଏମିତି ଯେ, ଅଣ୍ଡାକୁ ହାତୁଡ଼ିରେ ପିଟିଲେ ବି ଫାଟୁ ନାହିଁ। ଏ ନେଇ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ […]

  • Saturday, 10 July 2021
11111
ଓଡ଼ିଆ ପାଇଲଟ୍‌ଙ୍କ ଉଦ୍ଧାର ପାଇଁ ରାଜନାଥଙ୍କୁ ଚିଠି ଲେଖିଲେ ପ୍ରମିଳା ବିଷୋୟୀ

ଭୁବନେଶ୍ୱର : ବାୟୁସେନାର ନିଖୋଜ ବିମାନ AN-32ରେ ଥିବା ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତିଙ୍କୁ ଉଦ୍ଧାର କରିବାକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ, ‘ସୁନୀତ ତାଙ୍କ ନିର୍ବାଚନମଣ୍ଡଳୀର ପୁଅ। ସେ ନିଖୋଜ ହେବା ଘଟଣା ଜାଣିବା ପରେ ତାଙ୍କ ବାପାମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏଣୁ ସୁନୀତଙ୍କୁ ଉଦ୍ଧାର କରିବାକୁ ଅନୁରୋଧ।’ ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତିଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର […]

  • Saturday, 10 July 2021
D.-Krishna
ସ୍କୁଟରରେ ମା’ଙ୍କୁ ବସାଇ ଭାରତ ବୁଲାଇଲେ ପୁଅ

ଭାଗଲପୁର: ବାର୍ଦ୍ଧକ୍ୟ ଓ ତତ୍‌ଜନିତ ଯନ୍ତ୍ରଣା ନିଶ୍ଚିତ ଭାବେ ଅସହ୍ୟ। ଆଉ ତା’ଠାରୁ ଅସହ୍ୟ ଆପଣାର ମଣିଷଙ୍କ ଅବହେଳା। ବାର୍ଦ୍ଧକ୍ୟରେ ପୁଅ-ବୋହୂ-ଝିଅଙ୍କ ଅବହେଳା କଥା ନ କହିବା ଭଲା । ତାର ନମୁନା ଆଜିକାଲିର ଓଲ୍‌ଡ ଏଜ୍‌ ହୋମ। ହେଲେ ଆମେ ଏଠି ଏମିତି ଜଣେ ପୁଅଙ୍କ କଥା କହିବାକୁ ଯାଉଛୁ, ଯିଏ ନିଜ ମା’ଙ୍କ ଶେଷ ଇଚ୍ଛା ପୂର୍ଣ୍ଣ କରିବାକୁ ନିଜର ଚାକିରି ଛାଡି ଆଗେଇ ଆସିଛନ୍ତି। କର୍ଣ୍ଣାଟକର ମୈସୁର ଗାଁର ୪୦ ବର୍ଷୀୟ କୃଷ୍ଣା। […]

  • Saturday, 10 July 2021
Krishna-Menon-Marg-house
ବାଜପେୟୀଙ୍କ ପୁରୁଣା ବାସଭବନରେ ରହିବେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କ୍ରିଷ୍ଣା ମେନନ ମାର୍ଗ ନିବାସରେ ରହିବେ। ନିକଟରେ ଅମିତ ଶାହ ଏହି ବାସଭବନକୁ ଆସି ପରିଦର୍ଶନ କରିବା ପରେ କିଛି ସ୍ଥାନରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏବେ ଶାହଙ୍କ ନିର୍ଦ୍ଦେଶକ୍ରମେ କିଛି ସ୍ଥାନରେ ପୁନଃନିର୍ମାଣ କାମ ଚାଲିଛି। ପାଖାପାଖି ମାସେ ମଧ୍ୟରେ ଶାହ ଏହି କ୍ରିଷ୍ଣା ମେନନ ୬-ଏ ବାସଭବନରେ ରହିବେ ବୋଲି […]

  • Saturday, 10 July 2021