• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

love-1..
ବିଚ୍ଛେଦର ୭୫ ବର୍ଷ ପରେ ମିଳନ: ଭାବପ୍ରବଣ ହେଲେ ପ୍ରେମୀଯୁଗଳ

ଫ୍ରାନ୍ସ: ପ୍ରେମରେ ବିରହ, ବିଚ୍ଛେଦ କିଛି ନୂଆ କଥା ନୁହେଁ।  ପ୍ରେମିକପ୍ରେମିକା ପରସ୍ପରଠୁ ଅଲଗା ହୋଇଯିବା, ଅଲଗା ଘର ସଂସାର କରି ତା ଭିତରେ ହଜିଯିବା…. ଏସବୁ ଘଟେ। ହେଲେ ରାବିନ୍ସ-ଜେନିନ ପିୟର୍ସନଙ୍କ ପ୍ରେମ, ବିଚ୍ଛେଦ ଆଉ ମିଳନର କାହାଣୀ ଟିକିଏ ନିଆରା। ଖାଲି ନିଆରା ନୁହେଁ, ରୋମାଣ୍ଟିକ୍‌ ମଧ୍ୟ। ଏହି ପ୍ରେମ କାହାଣୀ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର। ଏହି ସମୟରେ ୨୪ ବର୍ଷୀୟ କେଟି ରାବିନ୍ସ ପ୍ରଥମ ଥର ଲାଗି ୧୮ ବର୍ଷୀୟା ଜେନିନ ପିୟରସନଙ୍କୁ […]

  • Saturday, 10 July 2021
mamata
ଟିଏମ୍‌ସି ଅଳିଆ ବିଜେପି ଗୋଟଉଛି: ମମତା

କୋଲକାତା: ଲୋକସଭା ନିର୍ବାଚନ ଫଳାଫଳ ପରେ ଅନେକ ତୃଣମୂଳ କଂଗ୍ରେସ ନେତା ଆସି ବିଜେପିରେ ସାମିଲ ହେଉଛନ୍ତି। ଗତକାଲି ମଧ୍ୟ ଟିଏମସିର ୧୨ କାଉନସିଲର ପଦ୍ମ ଧରିଛନ୍ତି। ଏହାକୁ ନେଇ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳ ଛାଡ଼ୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି। ମମତା କହିଛନ୍ତି ଟିଏମସି ଅଳିଆ ଫିଙ୍ଗୁଛି, ବିଜେପି ଅଳିଆ ଗୋଟାଉଛି। ଆଗାମୀ ଦିନରେ ଯେଉଁମାନେ ତାଙ୍କ ଦଳ ଛାଡ଼ିବା ପାଇଁ ଚିନ୍ତା କରୁଛନ୍ତି ସେମାନେ ମଧ୍ୟ ତୁରନ୍ତୁ ଦଳ ଛାଡ଼ି […]

  • Saturday, 10 July 2021
save
ମୋଦିଙ୍କ ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ବୈଠକରେ ଯୋଗ ଦେଲେନି କଂଗ୍ରେସ, ଟିଏମସି ଓ ଟିଡିପି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡ଼ାକିଛନ୍ତି। ଏହି ସର୍ବଦଳୀୟ ବୈଠକରେ ମୋଦି ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ପ୍ରସ୍ତାବ ସମ୍ପର୍କରେ ସବୁ ଦଳଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେବେ। ଏହି ବୈଠକରେ ପ୍ରତି ଦଳର ସଭାପତି ଯୋଗ ଦେବେ। ନଚେତ୍‌ ତାଙ୍କ ପ୍ରତିନିଧି ପଠାଇ ପାରିବେ। ଓଡ଼ିଶାରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ବୈଠକରେ କିନ୍ତୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ବହୁଜନ ସମାଜ ପାର୍ଟି ଭାଗ ନେଇ […]

  • Saturday, 10 July 2021
loin
ଜଙ୍ଗଲ ଛାଡି ସିଂହ ରାଜା ଏବେ ଗାଁରେ

ଗାନ୍ଧୀନଗର: ଜଙ୍ଗଲର ରାଜା ସିଂହ ଏବେ ଜଙ୍ଗଲ ଛାଡି ଗାଁ ଦାଣ୍ଡରେ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! ତଥାପି କଥାଟା ସତ। ଗୁଜରାଟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ଖାମ୍ବାର ବାରମଣ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ଏହି ଫଟୋ ଏବେ ଭାଇରାଲ ହେଉଛି। ଏମିତିରେ ଗୁଜରାଟରେ ସିଂହ ଖୋଲାରେ ବିଚରଣ କରୁଥିବା ଦୃଶ୍ୟ ଅନେକ ଥର ନଜରକୁ ଆସିଛି । ହେଲେ ଏଥର ଅମରୋଲିରେ ଗିର୍ ଜାତୀୟ […]

  • Saturday, 10 July 2021
137661802815608557101807867904
ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣରେ ୪ ଜଣଙ୍କୁ ଆଜୀବନ ଜେଲ୍‌

ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷ ପରେ ଅଯୋଧ୍ୟାର ପବିତ୍ର ରାମଜନ୍ମ ଭୂମିରେ ସଂଘଟିତ ଆତଙ୍କବାଦୀ ହମ୍‌ଲା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରୟାଗରାଜର ସ୍ୱତନ୍ତ୍ର ଅଦାଲତ ଏହି ଘଟଣାରେ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଦୀନେଶ ଚନ୍ଦ୍ର ଏହି ରାୟ ଦେଇଛନ୍ତି। ୨୦୦୫ ଜୁଲଇ ୫ରେ ହୋଇଥିବା ଏହି ଆକ୍ରମଣରେ ୨ ଜଣ ସାଧାରଣ ଲୋକ […]

  • Saturday, 10 July 2021
w-16
ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ସଫା

ଶ୍ରୀନଗର: “ଆମେ କେବେ ଭୁଲିବୁ ନାହିଁ। ଆମେ କେବେ କ୍ଷମା ଦେବୁ ନାହିଁ”- ଫେବୃଆରୀ ୧୪ ପୁଲୱାମା ହମ୍‌ଲା ପରେ ସିଆରପିଏଫ୍‌ ପକ୍ଷରୁ ନିଆଯାଇଥିଲା ଏପରି ଶପଥ। ଆଜି ଶେଷରେ ତାକୁ ପୂରଣ କରାଯାଇଛି। ପୁଲୱାମା ହମ୍‌ଲାରେ ସାମିଲ ଥିବା ଜଣଙ୍କ ପରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଖତମ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ପୁଲୱାମା ଘଟଣାରେ ସାମିଲ ଅନେକ ଆତଙ୍କବାଦୀ ନିହତ ହୋଇ ସାରିଥିବା ବେଳେ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ସାଜିଦ୍‌ ମକବୁଲ ଭଟ୍ଟ ଫେରାର ଥିଲା। […]

  • Saturday, 10 July 2021
ayodhya
ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣର ରାୟ ପ୍ରକାଶ: ୪ ଜଣଙ୍କୁ ଆଜୀବନ ଜେଲ୍‌, ଜଣେ ଖଲାସ

ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷ ପରେ ଅଯୋଧ୍ୟାର ପବିତ୍ର ରାମଜନ୍ମ ଭୂମିରେ ସଂଘଟିତ ଆତଙ୍କବାଦୀ ହମ୍‌ଲା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରୟାଗରାଜର ସ୍ୱତନ୍ତ୍ର ଅଦାଲତ ଏହି ଘଟଣାରେ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଦୀନେଶ ଚନ୍ଦ୍ର ଏହି ରାୟ ଦେଇଛନ୍ତି। ୨୦୦୫ ଜୁଲଇ ୫ରେ ହୋଇଥିବା ଏହି ଆକ୍ରମଣରେ ୨ ଜଣ ସାଧାରଣ ଲୋକ […]

  • Saturday, 10 July 2021
image
ଓମ୍‌ ବିର୍ଲା ଲୋକସଭାର ବାଚସ୍ପତି ହେବା ସ୍ପଷ୍ଟ

ନୂଆଦିଲ୍ଲୀ: ବିଜେପି ସାଂସଦ ଓମ୍‌ ବିର୍ଲା ୧୭ତମ ଲୋକସଭାର ବାଚସ୍ପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଏନ୍‌ଡିଏ ପକ୍ଷରୁ ଶ୍ରୀ ବିର୍ଲା ପ୍ରାର୍ଥୀ ହୋଇଥିବା ବେଳେ ପ୍ରାୟ ସମସ୍ତ ବିରୋଧୀ ଦଳ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛନ୍ତି। ଆଜି ଶ୍ରୀ ବିର୍ଲା ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି। ରାଜସ୍ଥାନର କୋଟାରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ବିର୍ଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଘନିଷ୍ଠ ସହଯୋଗୀ ଭାବେ […]

  • Saturday, 10 July 2021
s-12
ଛୋଟ ଝିଅକୁ ଏମିତି ବଞ୍ଚାଇଲା ପୋଷା କୁକୁର

ନୂଆଦିଲ୍ଲୀ: ପୋଷା କୁକୁର ଯେ କେତେ ବିଶ୍ୱସ୍ତ ଓ ବୁଦ୍ଧିମାନ ହୋଇଥାଏ, ତା’ର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଗୋଟିଏ ଜର୍ମାନ ଶେଫର୍ଡ କୁକୁର କେମିତି ଜଣେ ଛୋଟ ଝିଅଟିକୁ ପାଣିରେ ବୁଡ଼ିଯିବାରୁ ରକ୍ଷା କରୁଛି, ତା’ର ଦୃଶ୍ୟ ରହିଛି। ୧୬ ସେକେଣ୍ଡର ଏହି ଭିଡିଓରେ ଛୋଟ ଝିଅଟି ପ୍ରତି କୁକୁରର ଭଲ ପାଇବା ଓ ସ୍ନେହ ଦେଖିବାକୁ ମିଳୁଛି। ଛୋଟ ଝିଅଟିଏ ଏକ ବଡ଼ ଜଳାଶୟ […]

  • Saturday, 10 July 2021
bihar-health-minister
ଭାରତ-ପାକିସ୍ତାନ ମ୍ୟାଚ୍‌ର ସ୍କୋର ପଚାରି ଟ୍ରଲ ହେଲେ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ

ପାଟନା: ବିହାର ମୁଜାଫରନଗରରେ ବେକାବୁ ହୋଇ ପଡ଼ିଛି ଆକ୍ୟୁଟ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ (ଏଇଏସ୍‌)। ଏବେ ଏହି ରୋଗରେ ୧୩୮ରୁ ଅଧିକ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଏହି ପ୍ରସଙ୍ଗରେ ରବିବାର ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଯେଉଁଥିରେ ଏମିତି କିଛି ବାର୍ତ୍ତାଳାପ କରିଛନ୍ତି ମଙ୍ଗଲ ପାଣ୍ଡେ ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। ରବିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷ ବର୍ଦ୍ଦନ ମୁଜାଫରନଗର ଆସି ହସ୍ପିଟାଲରେ ସ୍ଥିତି ସମୀକ୍ଷା […]

  • Saturday, 10 July 2021
837849-yibin-dna
ଚୀନରେ ଭୂମିକମ୍ପ,୧୧ ମୃତ

ବେଜିଂ: ଚାଇନାର ସିଚୁଆନାରେ ଗତକାଲି ଭୂମିକମ୍ପ ହୋଇଛି। ଏଥିରେ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୋଟିଏ ହୋଟେଲ୍, ଅନେକ ଘର ଭୁଶୁଡି ପଡ଼ିଥିବାବେଳେ ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଚାଇନା ଆର୍ଥକ୍ୱେକ୍ ସେଣ୍ଟରର ସୂଚନା ଅନୁଯାୟୀ ସିଚୁଆନରେ ହୋଇଥିବା ଭୂକମ୍ପର ତୀବ୍ରତା ୫.୩ ରହିଥିଲା। ସେହିପରି ଆଜି ସକାଳେ ହୋଇଥିବା ଭୂମିକମ୍ପର ତୀବ୍ରତା ୬.୦ ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ଏକ ଟିମ୍ […]

  • Saturday, 10 July 2021
07sld10
୨୦୫୦ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିବ ଭାରତ: ଜାତିସଂଘ

ନୂଆଦିଲ୍ଲୀ:ଜନସଂଖ୍ୟାରେ ଚୀନକୁ ଟପିବ ଭାରତ। ଆଗାମୀ ୮ ବର୍ଷ ମଧ୍ୟରେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ରାଷ୍ଟ୍ରରେ ପରିଣତ ହେବ ଭାରତ। ୨୦୫୦ ସୁଦ୍ଧା ଭାରତରେ ଜନସଂଖ୍ୟା ଆହୁରି ୨୭. ୩ କୋଟି ବଢ଼ିବ ବୋଲି ଆକଳନ କରିଛି ଜାତିସଂଘ। ଏଥି ସହିତ ଭାରତ ଚଳିତ ଶତାବ୍ଦୀ ଶେଷ ବେଳକୁ ବିଶ୍ୱର ସର୍ବବୃହତ ଜନସଂଖ୍ୟା ଥିବା ଦେଶ ହୋଇପାରେ। ଜାତିସଂଘର ଆର୍ଥିକ ଏବଂ ସାମାଜିକ ବ୍ୟାପାର ବିଭାଗର ପପୁଲେସନ ଡିଭିଜନ ଦ୍ୱାରା ପ୍ରକାଶିତ ‘ଦ ୱାର୍ଲଡ ପପୁଲେଶନ ପ୍ରସପେକ୍ଟସ […]

  • Saturday, 10 July 2021
rajya-sabha-
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନର ଶେଷ ତାରିଖ ରହିଛି ଜୁନ୍ ୨୫ । ଜୁଲାଇ ୫ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗ୍ରହଣ ହେବ। ବର୍ତ୍ତମାନ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ରହିଛି। ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ଅନୁଭବ ମହାନ୍ତି ପୂର୍ବରୁ ଇସ୍ତଫା ଦେଇଥିବାବେଳେ କିଛି ଦିନ ତଳେ ପ୍ରତାପ ଦେବ ମଧ୍ୟ ରାଜ୍ୟସଭା […]

  • Saturday, 10 July 2021
sambadika
ପାକ୍‌ ସେନାକୁ ସମାଲୋଚନା କରିବାରୁ ସାମ୍ବାଦିକଙ୍କୁ ହତ୍ୟା

ଇସ୍‌ଲାମାବାଦ: ନିଜର ବ୍ଲଗ ଏବଂ ଖବର ମାଧ୍ୟମରେ ପାକିସ୍ତାନର ଶକ୍ତିଶାଳୀ ସେନା ବାହିନୀକୁ ତାଚ୍ଛଲ୍ୟ କରୁଥିବା ୨୨ ବର୍ଷୀୟ ମହମ୍ମଦ ବିଲାଲ ଖାନ୍‌ଙ୍କୁ ହତ୍ୟା କରାଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହାଣି ହାଣି ହତ୍ୟା କରିଛନ୍ତି। ମହମ୍ମଦ ନିଜର ବ୍ଲଗ ମାଧ୍ୟମରେ ସର୍ବଦା ପାକ୍‌ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ସମାଲୋଚନା କରୁଥିଲେ। ଟ୍ୱିଟର୍‌ରେ ମହମ୍ମଦଙ୍କୁ ୧୬ ହଜାର ଲୋକ ଅନୁସରଣ କରୁଥିବା ବେଳେ ୟୁବଟ୍ୟୁବରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ୪୮ […]

  • Saturday, 10 July 2021
5782a38b9be982addd5c4c726ad15ac1
୨୨ ଯାଏଁ ସ୍କୁଲ ଛୁଟି

ପାଟନା: ବିହାରରେ ଜାରି ରହିଥିବା ପ୍ରବଳ ଖରା ଓ ଲୁ’ ପାଇଁ ସମଗ୍ର ରାଜ୍ୟରେ ସ୍ଥିତି ବିଗିଡ଼ି ଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଲୁ ଯୋଗୁ ଗତ ୩ ଦିନ ମଧ୍ୟରେ ରାଜ୍ୟର ପ୍ରାୟ ୧୮୩ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି। ସେହିପରି ଶହଶହ ଲୋକ ଗ୍ରୀଷ୍ମ ପ୍ରବାହ ଜନିତ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ପାଟଣା ସମେତ ରାଜ୍ୟର ବିଭିନ୍ନ ସହରରେ ପାରଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି […]

  • Saturday, 10 July 2021
firing
ଆମେରିକାରେ ୪ ପ୍ରବାସୀ ଭାରତୀୟଙ୍କୁ ହତ୍ୟା

ନ୍ୟୁୟର୍କ: ଆମେରିକାରେ ୪ ପ୍ରବାସୀ ଭାରତୀୟ ହତ୍ୟାର ଶିକାର ହୋଇଛନ୍ତି। ଘର ଭିତରେ ଏହି ହତ୍ୟାକାଣ୍ଡ ହୋଇଛି। ଆମେରିକାର ଆଇଓଓ୍ୱା ରାଜ୍ୟର ଓ୍ୱେଷ୍ଟ ଡେସ ମୋଇନେସରେ ଏହି ଅଭାବନୀୟ ଘଟଣା ଘଟିଛି। ଏ ନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି। ମୃତକମାନେ ହେଲେ ୪୪ ବର୍ଷୀୟ ଚନ୍ଦ୍ରଶେଖର ସୁନକର, ୪୧ ବର୍ଷୀୟ ଲାବନ୍ୟ ଏବଂ ଦୁଇ ପୁଅ ଜଣଙ୍କର ବୟସ ୧୫ ଏବଂ ଅନ୍ୟଜଣଙ୍କର ବୟସ ୧୦ ବର୍ଷ। ଏ ସମସ୍ତେ ଆନ୍ଧ୍ରପ୍ରଦେଶର ମୂଳବାସିନ୍ଦା ବୋଲି ଜଣାପଡ଼ିଛି। […]

  • Saturday, 10 July 2021
Mani_Ratnam_0
ଲୋକପ୍ରିୟ ଫିଲ୍ମ ନିର୍ମାତା ମଣିରତ୍ନମ୍‌ ଅସୁସ୍ଥ

ଚେନ୍ନାଇ: ଦେଶର ବିଶିଷ୍ଟ ଓ ଲୋକପ୍ରିୟ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଅସୁସ୍ଥ ଅବସ୍ଥାରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମଣିରତ୍ନମଙ୍କ ହୃଦ ଜନିତ ସମସ୍ୟା ଦେଖାଦେବା ପରେ ତାଙ୍କୁ ଡାକ୍ତଖାନାକୁ ନିଆଯାଇଥିଲା। ପୂର୍ବରୁ ୨୦୦୪ରେ ଫିଲ୍ମ ‘ୟୁବା‘ର ସୁଟିଂ ବେଳେ ସେ ହୃଦ୍‌ଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ମଣିରତ୍ନମ ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ଟ୍ୱିଟର ଜରିଆରେ ସାମ୍ନାକୁ ଆସିଛି। […]

  • Saturday, 10 July 2021
smruiti
ଶପଥ ନେବା ବେଳେ ସ୍ମୃତି ଇରାନୀଙ୍କୁ ମିଳିଲା ଅଧିକ ଶୁଭେଚ୍ଛା ଓ ତାଳି

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ୧୭ତମ ଲୋକସଭା ଅଧିବେଶନ। ଆଜି କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର ସମସ୍ତ ନବନିର୍ବାଚିତ ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ମୋଦି ମୋଦି ନାରା ଶୁଣିବାକୁ ମିଳିଥିଲା। ଆଜି କିଛି ସାଂସଦ ଶପଥ ନେଇଥିବା ବେଳେ ଆସନ୍ତାକାଲି ମଧ୍ୟ ଏହି ପ୍ରକ୍ରିୟା ଚାଲିବ। ତେବେ ପ୍ରଥମଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ସ୍ମୃତି ଇରାନୀ […]

  • Saturday, 10 July 2021
84c3f713-a134-4d7d-9d44-3b9bb0cdcca8
ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳୁ ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି। ଉଭୟ ପଟୁ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ୨ ଜଣ ଯବାନ ଏବଂ ଜଣେ ସେନା ଅଧିକାରୀ ଆହତ ହୋଇଥିବା ସ୍ପଷ୍ଟ ହୋଇଛି। ଅନନ୍ତନାଗର ଏକିଂଗମରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଆଜି ସକାଳେ ସେନା ଜାଣିବାକୁ ପାଇଥିଲା। ଏହାପରେ ଅନନ୍ତନାଗ ଏରିଆକୁ ସେନା ଘେରିଯାଇ ସର୍ଚ୍ଚ ଅପରେସନ ଚଳାଇଥିବା […]

  • Saturday, 10 July 2021
13
ବିହାର ଯାଇ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ପାଟଣା: ବିହାର ପାଇଁ ବଡ଼ ବିପତ୍ତିର ରୂପ ନେଇଥିବା ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍ ସିଣ୍ଡ୍ରୋମ ରୋଗରେ ମୃତ୍ୟୁ ସଂଖ୍ୟା ୯୩କୁ ବୃଦ୍ଧି ପାଇଛି। ଆଗକୁ ଏହି ସଂଖ୍ୟା ଅଧିକ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏବେ ବି ବିଭିନ୍ନ ମେଡ଼ିକାଲରେ ୧୧୦ ଜଣ ଶିଶୁ ଚିକିତ୍ସାଧୀନ ଅଛନ୍ତ। ଗତକାଲି ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ର    ସ୍ୱାସ୍ଥ୍ୟମନ୍ତ୍ରୀ ସମେତ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ମୁଜାଫରପୁର ସ୍ଥିତ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଯାଇଥିଲେ। ଗସ୍ତ ସମୟରେ ଜଣେ ଶିଶୁ […]

  • Saturday, 10 July 2021
67-5
ପ୍ରେମିକଙ୍କ ମୁହଁକୁ ଛୁଇଁବେ ବୋଲି କହି ହେଲ୍‌ମେଟ୍‌ କାଢିଲେ, ଏସିଡ୍‌ ଢାଳିଦେଲେ

ନୂଆଦିଲ୍ଲୀ: ପ୍ରେମିକ ବାହା ହେବାକୁ ମନା କରି ଦେବାରୁ ପ୍ରେମିକା ତାଙ୍କ ଉପରେ ଏସିଡ୍ ଢାଳି ଦେଲେ। ଏ ଘଟଣାଟି ଘଟିଛି ନୂଆଦିଲ୍ଲୀର ବିକାଶପୁରି ଅଞ୍ଚଳରେ। ସୂଚନା ଅନୁଯାୟୀ, ଉଭୟ ପ୍ରେମିକ ଓ ପ୍ରେମିକା ବାଇକ୍‌ରେ ଯାଉଥିବା ବେଳେ ଏ ଘଟଣା ଘଟିଥିଲା। ପଛରେ ବସିଥିବା ପ୍ରେମିକା ହେଲ୍‌ମେଟ୍ ଖୋଲିବାକୁ ପ୍ରେମିକଙ୍କୁ କହିଥିଲେ। ସେ ତାଙ୍କ ମୁହଁକୁ ଭଲ ଭାବେ ସ୍ପର୍ଶ କରିପାରୁ ନଥିବା କହି ହେଲ୍‌ମେଟ୍ ଖୋଲିବାକୁ କହିଥିଲେ। ପ୍ରେମିକ ହେଲ୍‌ମେଟ୍ ଖୋଲିବା ପରେ ପ୍ରେମିକା […]

  • Saturday, 10 July 2021
pratap sarangi
ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଆଜିଠାରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ମୋଦି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ତାଙ୍କର ପ୍ରଥମ ଅଧିବେଶନ। ପ୍ରଥମ ଦିନରେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହର ନେତା ଭାବେ ପ୍ରଥମେ ଶପଥ ପାଠ କରିଥିଲେ। ଏହାପରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ସଦାନନ୍ଦ ଗୌଡା, ନରେନ୍ଦ୍ର […]

  • Saturday, 10 July 2021
DELHI-AIIMS
ଦିଲ୍ଲୀ ଏମ୍‌ସରେ କୋଲକାତା ଘଟଣାର ପୁନରାବୃତ୍ତି

ନୂଆଦିଲ୍ଲୀ: କୋଲକାତାର ନୀଲ ରତନ ମେଡିକାଲ କଲେଜରେ ଡାକ୍ତରଙ୍କୁ ଆକ୍ରମଣ ନେଇ ସାରା ଦେଶରେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ(ଆଇଏମ୍‌ଏ) ଆଜି ୨୪ ଘଣ୍ଟିଆ ଆନ୍ଦୋଳନ କରୁଛନ୍ତି। ଇତିମଧ୍ୟରେ ଦିଲ୍ଲୀ ଏମ୍ସର ଜଣେ ଡାକ୍ତର ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏହି ଘଟଣା ପରେ ଦିଲ୍ଲୀ ଏମ୍‌ସ ଡାକ୍ତରମାନେ ଆଇଏମ୍‌ଏର ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି। ସୂଚନା ଅନୁଯାୟୀ,ପ୍ରଥମେ ଏମ୍ସ ଡାକ୍ତରମାନେ ଆଇଏମ୍‌ଏ ଆନ୍ଦୋଳନକୁ ସମର୍ଥନ କରିଥିଲେ ମଧ୍ୟ ଧାରଣା ଦେବେ ନାହିଁ ବୋଲି କହିଥିଲେ। ହେଲେ ଗତକାଲି […]

  • Saturday, 10 July 2021