• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

maxresdefault
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ରାଜଭବନରେ ଥିବା ଗାଈଙ୍କ ପାଇଁ ଖାଦ୍ୟ ନାହିଁ

ରାଞ୍ଚି: ଝାରଖଣ୍ଡ ରାଜଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଥିବା ଗୋଶାଳାରେ ଗାଈମାନଙ୍କ ପାଇଁ ଖାଦ୍ୟ ନଥିବାରୁ ଭୋକ ଉପାସରେ ରହିଛନ୍ତି। ଗୋଖାଦ୍ୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ରାଜଭବନ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାମଧେନୁ ଗୋଶାଳା ରହିଛି। ରାଜଭବନ ଗୋଶାଳାରେ ୮ଟି,  ମୁଖ୍ୟମନ୍ତ୍ରୀଙ୍କ ଗୋଶାଳାରେ ୪ଟି ଏବଂ ଟ୍ରେନିଂ ସେଣ୍ଟରରେ ୫୦ଟି ଗାଈ ରହିଛନ୍ତି। ଏହି ଗାଈ ମାନଙ୍କର ସମସ୍ତ ଯତ୍ନ ଗାଭ୍ୟା ନିର୍ଦ୍ଦେଶାଳୟ ବୁଝୁଛି। ଏ […]

  • Saturday, 10 July 2021
river
୧୦ ବର୍ଷରେ ଶୁଖିଗଲାଣି ୩୦ ପ୍ରତିଶତ ନଦୀ

ନୂଆଦିଲ୍ଲୀ: ଜଳ ସଂରକ୍ଷଣ ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଏହାରି ଭିତରେ ଦେଶରେ ଜଳର ସ୍ଥିତିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଜଲଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ୧୦ ବର୍ଷ ତଳେ ଦେଶରେ ପାଖାପାଖି ୧୫ ହଜାର ନଦୀ ଥିଲା। ଏହାରି ଭିତରେ ୩୦ ପ୍ରତିଶତ ନଦୀ ଅର୍ଥାତ୍ ପାଖାପାଖି ସାଢେ ୪ ହଜାର ନଦୀ ଶୁଖିଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିବା […]

  • Saturday, 10 July 2021
sidhhu
ସିଦ୍ଧୁଙ୍କ ପଗଡ଼ିରେ ପାକିସ୍ତାନ ଜାତୀୟ ପତାକା ଚିହ୍ନ !

ନୂଆଦିଲ୍ଲୀ: ସର୍ବଦା ପାକିସ୍ତାନ ପାଇଁ ଓକିଲାତି କରୁଥିବା ପଞ୍ଜାବର କଂଗ୍ରେସ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଏବେ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି। ସେ ଇସ୍‌ଲାମିକ ଚିହ୍ନ ଥିବା ଏକ ପଗଡ଼ି ପରିଧାନ କରିଛନ୍ତି। ଏହି ପଗଡ଼ି ପାକିସ୍ତାନର ଜାତୀୟ ପତାକା ଭଳି ହୋଇଛି। ପାକିସ୍ତାନ ପତାକାରେ ଯେଉଁଭଳି ଗାଢ଼ ସବୁଜ ରଙ୍ଗ ଉପରେ ଅର୍ଦ୍ଧ ଚନ୍ଦ୍ର ରହିଛି, ସିଦ୍ଧୁଙ୍କ ପଗଡ଼ିରେ ମଧ୍ୟ ସେହିଭଳି ଦିଶୁଛି। ଏହି ଫଟୋକୁ ଖଲିସ୍ତାନ ଆତଙ୍କବାଦୀ ଗୋପାଲ ଚାୱଲା ସୋଶାଲ୍‌ ମିଡିଆରେ […]

  • Saturday, 10 July 2021
CONTROVERY-FOR-TEAM-INDIA-NEW-JURSEY
ଟିମ୍‌ ଇଣ୍ଡିଆର ନୂଆ ଜର୍ସିକୁ ନେଇ ବିବାଦ ପରେ ସଫେଇ ଦେଲେ ମେହବୁବା

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର କମଳା ଓ ଘନ ନୀଳ ଜର୍ସିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଭାରତ ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏଭଳି ଜର୍ସି ପିନ୍ଧି ମ୍ୟାଚ୍‌ ହାରିଥିଲା। ଏହାପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଏହି ନୂଆ ଜର୍ସି ପାଇଁ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ବୋଲି ଟ୍ୱିଟ କରିଥିଲେ। ତେବେ ଏହାକୁ ନେଇ ରାଜନୀତିକ ବୟାନବାଜି ଦେଖିବାକୁ ମିଳିଛି। ବିବାଦ ଘନଉଥିବା ଦେଖି ଆଜି ମେହବୁବା […]

  • Saturday, 10 July 2021
rss
ଟ୍ୱିଟରରେ ମୋହନ ଭାଗବତଙ୍କୁ ମିଳିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବଂ ଅନ୍ୟ ୬ ଜଣ ଟ୍ୱିଟରରେ ଯୋଡ଼ି ହୋଇଛନ୍ତି। ତେବେ ମୋହନ ଭାଗବତ ଖବର ଲେଖା ହେବା ସୁଦ୍ଧା କୌଣସି ଟୁଇଟ୍ ନକରି ଟ୍ୱିଟରରେ ଭେରିଫାଇଡ୍ ହୋଇଛନ୍ତି। ଏହାଦ୍ୱାରା ସେ ନୀଳ ଟିକ୍ ମାର୍କ ପାଇଛନ୍ତି। ଟ୍ୱିଟରରେ ଯୋଡ଼ି ହେବା ପରେ ମୋଟ ୧୩.୬ ହଜାର ଫୋଲଅର୍ସ ପହଞ୍ଚିଛନ୍ତି। ଆରଏସଏସର ନିଜସ୍ୱ ଟୁଇଟର ଆକାଉଣ୍ଟ ରହିଛି। ଯାହାର ଫଲୋଅର୍ସ ୧.୩ ମିଲିଅନ ରହିଛନ୍ତି। ପୂର୍ବରୁ ମୋହନ […]

  • Saturday, 10 July 2021
677
ବର୍ମିଂହାମ ଷ୍ଟାଡିୟମରେ ଏକାଠି ହେଲେ ସଚିନ୍-ସୁନ୍ଦର

ବର୍ମିଂହାମ: ଚଳିତ ବିଶ୍ୱକପ୍‌ରେ ଗତକାଲି ବର୍ମିଂହାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ଗୁଗଲ ସିଇଓ ସୁନ୍ଦର ପିଚାଇ ବି ଉପସ୍ଥିତ ଥିଲେ। ବିସିସିଆଇ ତାଙ୍କର ଏକ ଫଟୋକୁ ସୋଶାଲ୍ ମିଡିଆରେ ପୋଷ୍ଟ କରିଛି। ଫଟୋରେ ସୁନ୍ଦର ପିଚାଇଙ୍କ ସହିତ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ବି ଅଛନ୍ତି। ସୁନ୍ଦର ପିଚାଇ କ୍ରିକେଟ୍ ଦେଖିବାକୁ ଭଲ ପାଆନ୍ତି। ଭାରତ-ଆମେରିକା ବିଜ୍‌ନେସ୍ କାଉନ୍‌ସିଲ୍ ପକ୍ଷରୁ ଆୟୋଜିତ ଏକ […]

  • Saturday, 10 July 2021
pranab-Das-up
ଡବ୍ଲୁସିଓର ନିର୍ଦ୍ଦେଶକ ହେଲେ ଓଡ଼ିଆ ଆଇଆରଏସ ପ୍ରଣବ ଦାସ

ଭୁବନେଶ୍ୱର: ପ୍ରଥମ ଭାରତୀୟ ତଥା ଓଡ଼ିଆ ଆଇଆରଏସ ପ୍ରଣବ କୁମାର ଦାସ ବିଶ୍ୱ ସୀମା ଶୁଳ୍କ ସଂଗଠନ(ଡବ୍ଲୁସିଓ)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ପଦ ପାଇଁ ଇଂଲଣ୍ଡ ପ୍ରାର୍ଥୀଙ୍କୁ ହରାଇ ପ୍ରଣବ ୫ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରଣବ ମୋଟ ୧୦୮ଟି ଭୋଟ୍ ପାଇଥିବା ବେଳେ ୟୁକେର ପ୍ରାର୍ଥୀ ୬୮ ଖଣ୍ଡ ଭୋଟ୍ ପାଇଥିଲେ। ପୂର୍ବରୁ ଏହି ପଦବୀ ପାଇଁ ତିନି ଜଣ ଭାରତୀୟ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ବର୍ତ୍ତମାନ ପ୍ରଣବ କେନ୍ଦ୍ର […]

  • Saturday, 10 July 2021
rafale-
ରାଫେଲ୍ ବିମାନ ନିର୍ମାଣ ତଥ୍ୟ ଚୋରି ହୋଇନି

ନୂଆଦିଲ୍ଲୀ: ଫ୍ରାନ୍ସରେ ଥିବା ଭାରତୀୟ ବାୟୁସେନାର ରାଫେଲ୍ ଜେଟ୍  ଅଫିସରୁ ନିର୍ମାଣ ସଂକ୍ରାନ୍ତୀୟ ତଥ୍ୟ ଚୋରି ହୋଇନି। ଭାରତୀୟ ବାୟୁସେନାର ଏକ ଟିମ୍ ଏବଂ ଫ୍ରାନ୍ସ ସରକାରଙ୍କ ଏକ ଟିମର ମିଳିତ ତଦନ୍ତ ପରେ ଆଜି ଏହି ସୂଚନା ମିଳିଛି। ମେ’ ୨୦୧୯ରେ ଫ୍ରାନ୍ସର ରାଫେଲ କାର୍ଯ୍ୟାଳୟରୁ ତଥ୍ୟ ଚୋରି ହୋଇଥିବା ନେଇ ସୂଚନା ମିଳିବା ପରେ ବାୟୁସେନାର ଏକ ଟିମ୍ ଫ୍ରାନ୍ସକୁ ଯାଇଥିଲା ତଦନ୍ତ ପାଇଁ। ଏହି ତଦନ୍ତକରୀ ଟିମରେ ତିନି ଜଣିଆ ସାଇବର ଫରେନସିକ୍‌ […]

  • Saturday, 10 July 2021
jail
ଚୌଦ୍ୱାର ଜେଲ ପରିଦର୍ଶନ କଲେ ମାନବାଧିକାର କମିଶନ

କଟକ: ଜାତୀୟ ମାନବାଧିକାର କମିଶନ ଏବଂ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ସଦସ୍ୟା ଆଜି କଟକ ଚୌଦ୍ୱାର ଜେଲ ପରିଦର୍ଶନ କରିଛନ୍ତି।  ପରିଦର୍ଶନ ବେଳେ ମାନବାଧିକାର ସଦସ୍ୟସଦସ୍ୟା ଜେଲର ବିଭିନ୍ନ ବିଭାଗକୁ ଯାଇ ଯାଞ୍ଚ କରିଥିବା ସୂଚନା ମିଳିଛି। ସୂଚନାଥାଉ କି, କିଛି ଦିନ ତଳେ ଜେଲ ପରିସରରେ ନିଶା କାରବାର ଏବଂ ହତ୍ୟାକାଣ୍ଡ ଘଟଣା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିଲ॥ ଏନ୍ଏଚଆରସି ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଓ ରାଜ୍ୟ ମହିଳା ଆୟୋଗ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, […]

  • Saturday, 10 July 2021
khalilagi-3..
ଆଜି ଖଳିଲାଗି ଏକାଦଶୀ, ସୁବାସିତ ଫୁଲ ଓ ତୁଳସୀରେ ବେଶ ହେବେ ତିନି ଠାକୁର

ଭୁବନେଶ୍ୱର: ସ୍ନାନ ପୂର୍ଣ୍ଣିମାଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡ଼ିଛନ୍ତି । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କଠାରେ ଦଶମୂଳ ମୋଦକ ଲାଗି କରାଯିବ । ଦଶମୂଳ ମୋଦକ ଲାଗି ପରେ  ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଦଶମୂଳ ମୋଦକ ସାତୋଟି ବଢାରେ ଶ୍ରୀମନ୍ଦିରରେ ଆସି ପହଞ୍ଚିଥାଏ।  ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି । […]

  • Saturday, 10 July 2021
srk-2..
ରିଲିଜ ହେଲା ‘ଦ ଲାୟନ କିଙ୍ଗ୍‌’ର ହିନ୍ଦୀ ଟ୍ରେଲର, ଶାହାରୁଖଙ୍କ ଭଏସ୍‌ ଶୁଣି ଫ୍ୟାନ୍‌ ଉତ୍ସାହିତ

ମୁମ୍ୱାଇ: ଡିଜନି ପ୍ରଡକ୍ସନ୍‌ରେ ନିର୍ମିତ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦୀ ଟ୍ରେଲର ରିଲିଜ ହୋଇଯାଇଛି। ଦୀର୍ଘ ଦିନ ହେଲାଣି ଏହି ଫିଲ୍ମ ଚର୍ଚ୍ଚାରେ ରହି ଆସିଛି। କାରଣ ଏଥିରେ ଉଭୟ ଶାହାରୁଖ ଓ ତାଙ୍କ ପୁଅ ଭଏସ୍‌ ଦେଇଛନ୍ତି। ଏହାକୁ ଦର୍ଶକମାନେ ଖୁବ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏବେ ଏହାର ଟ୍ରେଲର ଆସିଥିବା ବେଳେ ଏଥିରେ କେବଳ ଆପଣ ବଲିଉଡ ବାଦଶାହଙ୍କ ଦମଦାର ଭଏସ୍‌ ଶୁଣି ପାରିବେ। ଶାହାରୁଖ ଏହି ଫିଲ୍ମରେ ‘ମୁଫସା’ ଚରିତ୍ର […]

  • Saturday, 10 July 2021
pds
ମୋଦି ସରକାରଙ୍କ ନୂଆ ଯୋଜନା ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’

ନୂଆଦିଲ୍ଲୀ: ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ପାଇଁ ମୋଦି ସରକାର ଆଲୋଚନା କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଣିବାକୁ ଯାଉଛନ୍ତି ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା। ଏହା ଦ୍ୱାରା ଜଣେ ଉପଭୋକ୍ତା ଦେଶର ଯେ କୌଣସି ଦୋକାନରେ ରାସନକାର୍ଡ ଦେଖାଇ ଚାଉଳ, ଗହମ ଆଦି ଆଣି ପାରିବେ। ଖୁବ୍‌ଶୀଘ୍ର ମୋଦି ସରକାର ଦେଶବାସୀଙ୍କୁ ଏଭଳି ଏକ ଯୋଜନା ଭେଟି ଦେବାକୁ ଯାଉଛନ୍ତି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଲାସ ପାସଓ୍ୱାନ ଶୁକ୍ରବାର ରାଜ୍ୟସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ […]

  • Saturday, 10 July 2021
J.K-Tripathy-IPS-officer-Tamil-Nadu-1985-batch
ଓଡ଼ିଆ ପୁଅ ଜଳଦ କର ହେଲେ ତାମିଲନାଡୁ ଡିଜିପି

ଚେନ୍ନାଇ: ତାମିଲନାଡୁର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ଆଇପିଏସ୍‌ ଜଳଦ କର ତ୍ରିପାଠୀ। ଜୁଲାଇ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିବେ। ୧୯୮୫ ବ୍ୟାଚ୍‌ର ତାମିଲନାଡୁ କ୍ୟାଡରର ଏହି ଆଇପିଏସ୍‌ ଅଫିସର ଦୁଇ ବର୍ଷ ପାଇଁ ଏହି ପଦବୀରେ ରହିବେ। ଏବେ ସେ ତାମିଲନାଡୁ ୟୁନିଫର୍ମ ସର୍ଭିସ ରିକ୍ୟୁରମେଣ୍ଟ ବୋର୍ଡର ଡିଜିପି ତଥା ଅଧ୍ୟକ୍ଷ ଭାବେ କାର୍ଯ୍ୟରତ। ୟୁପିଏସ୍‌ସି ତାଙ୍କୁ ଏହି ନିଯୁକ୍ତି ଦେଇଛି। ତାମିଲନାଡୁର ଡିଜିପି ପଦ ପାଇଁ ୬ […]

  • Saturday, 10 July 2021
rahul
ଗଣ ଇସ୍ତଫା ଦେଲେ କଂଗ୍ରେସ କର୍ମୀ, କହିଲେ ରାହୁଲଙ୍କୁ ଟିମ୍‌ ବାଛିବା ପାଇଁ ସୁବିଧା ହେବ

ନୂଆଦିଲ୍ଲୀ:ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ‘ସମ୍ମାନ’ରେ ଅନେକ କଂଗ୍ରେସ ନେତା ନିଜ ନିଜ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ଏକ ଗଣ ଇସ୍ତଫା ଚିଠି ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ୮୦ ଜଣ ନେତାଙ୍କ ସ୍ୱାକ୍ଷର ରହିଛି। ଏହି ଇସ୍ତଫାପତ୍ରର ଆରମ୍ଭରେ ଲେଖା ଅଛି, ମୁଁ ରାହୁଲ ଗାନ୍ଧିଙ୍କ ସମ୍ମାନରେ ନିଜ ପଦବୀରୁ ଇସ୍ତଫା ଦେଉଛି। ଇସ୍ତଫା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏଆଇସିସି ସେକ୍ରେଟାରୀ, ଯୁବ କଂଗ୍ରେସ ନେତା ଏବଂ ମହିଳା କଂଗ୍ରେସ […]

  • Saturday, 10 July 2021
841318-mamata-banerjee-5
ମୁସଲିମ୍‌ ଛାତ୍ରଛାତ୍ରୀଙ୍କ ପାଇଁ ବି‌ଜ୍ଞପ୍ତି ଦେଇ ବିବାଦରେ ମମତା

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀ ସରକାରଙ୍କ ଏକ ଅଜବ ବିଜ୍ଞପ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ କୁଚବେହାର ଜିଲ୍ଲାରେ ଥିବା ସରକାରୀ ସ୍କୁଲ ଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁ ସ୍କୁଲରେ ୭୦% କିମ୍ବା ତା’ରୁ ଅଧିକ ସଂଖ୍ୟକ ମୁସଲିମ ଛାତ୍ରଛାତ୍ରୀ ରହିଛନ୍ତି, ସେମାନଙ୍କ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ଡାଇନିଂ ହଲ୍‌ ନିର୍ମାଣ କରିବେ। ଏହି ଡାଇନିଂ ହଲ୍‌ରେ […]

  • Saturday, 10 July 2021
dalailama
ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିକୁ ସମାଲୋଚନା କଲେ ଦଲାଇଲାମା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୈତିକ ମୂଲ୍ୟବୋଧ ନଥିବା ଏକ ସାକ୍ଷାତକାରରେ କହିଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା। ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିକୁ ମଧ୍ୟ ସେ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କ ଆବେଗ ଓ ଆଚରଣରେ ମଧ୍ୟ ଜଟିଳତା ଭରି ହୋଇ ରହିଛି ବୋଲି ସେ କହିଛନ୍ତି। ଅହିଂସା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ମାନବିକ ଅଧିକାର ପାଇଁ ବହୁଦିନ ଧରି ଲଢ଼ି ଆସିଥିବା ଦଲାଇଲାମା ଏହି ଅବସରରେ କହିଛନ୍ତି, ଟ୍ରମ୍ପ ଦିନେ ଗୋଟିଏ କଥା […]

  • Saturday, 10 July 2021
amit_shah_660_062819011756
ଜମ୍ମୁ-କଶ୍ମୀର ସ୍ଥିତି ପାଇଁ ନେହେରୁ ଦାୟୀ: ଅମିତ ଶାହ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ୬ ମାସ ବୃଦ୍ଧି କରିବା ପାଇଁ ଆଜି ଲୋକସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ବିଲ୍‌ ଆଗତ କରିଛନ୍ତି। ଦୀର୍ଘ ଘଣ୍ଟାର ବିତର୍କ ପରେ ଏହି ବିଲ୍‌ ଲୋକସଭାରେ ପାସ୍‌ ହୋଇଛି। ସେହିପରି ଜମ୍ମୁ-କଶ୍ମୀର ସଂଶୋଧନ ସଂରକ୍ଷଣ ବିଲ୍‌ ମଧ୍ୟ ଲୋକସଭାର ଅନୁମୋଦନ ପାଇଛି। ଏହି ସଂରକ୍ଷଣ ବିଲ୍‌ ଅନୁଯାୟୀ, ଅନ୍ତର୍ଜାତୀୟ ସୀମାନ୍ତୀରେ ଥିବା ଲୋକଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ମିଳିବ। ଜମ୍ମୁ-କଶ୍ମୀର ପାଇଁ ଆଗତ ବିଲ୍‌ ଉପରେ […]

  • Saturday, 10 July 2021
pic7
ପ୍ରବଳ ବର୍ଷାରେ ଉବୁଟୁବୁ ହେଲା ମୁମ୍ୱାଇ

ମୁମ୍ବାଇ: ଗରମ ଓ ଗୁଳୁଗୁଳିରେ ଯନ୍ତ୍ରଣା ଭୋଗୁଥିବା ମୁମ୍ବାଇବାସୀଙ୍କୁ ମୌସୁମୀ ଆଶ୍ଵସ୍ତି ଆଣିବା ବଦଳରେ ବେହାଲ କରିଦେଇଛି। ମୁମ୍ବାଇରେ ମୌସୁମୀ ପ୍ରବେଶ କରିବା କ୍ଷଣି ସମଗ୍ର ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ଯାଏ ଏଭଳି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ପ୍ରବଳ ବର୍ଷା ଯୋଗୁ ଏବେ ମୁମ୍ବାଇ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ସମଗ୍ର ସହର ଉବୁଟୁବୁ […]

  • Saturday, 10 July 2021
Vadra-land-deal11805
ଉତ୍ତରାଧିକାରୀ ଚିନ୍ତାରେ ଦେଶର ତିନି ପ୍ରମୁଖ ରାଜନୈତିକ ପରିବାର

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ପରିବାର ହେଉ ଅବା ସଂସ୍ଥା, ସମସ୍ତେ ସମୟ ସ୍ରୋତରେ ଆଗକୁ ବଢ଼ିବା ପାଇଁ ଉତ୍ତରାଧିକାରୀଙ୍କ କଥା ଚିନ୍ତା କରନ୍ତି। ପରିବାରର ମୁଖ୍ୟଙ୍କ ବୟସ ହୋଇଗଲେ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ,ଉତ୍ତରାଧିକାରୀ ହିଁ କୁଳ ବଞ୍ଚାଇବା ପାଇଁ ଆଗକୁ ଆସିଥାଏ। ଯଦି ଉତ୍ତରାଧିକାରୀ କୌଣସି କାରଣରୁ ପରିବାରର ସ୍ଥିତି ଓ ସମ୍ମାନ ରଖିବାରେ ଫେଲ ମାରନ୍ତି, ତାହେଲେ ବୟସାଧିକ୍ୟ ଓ ଅସୁସ୍ଥତା ସତ୍ତ୍ୱେ କୁଳକୁ ଉଦ୍ଧାର କରିବା ପାଇଁ ବାପା-ମାଆ ପୁଣି ଆଗକୁ ଆସିଥାନ୍ତି। […]

  • Saturday, 10 July 2021
ww-8
ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ: ୨ ଯବାନ ସହିଦ, ଜଣେ ଝିଅ ମୃତ

ବିଜାପୁର: ଛତିଶଗଡ଼ର ବିଜାପୁରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ୨ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ସେହିପରି ନକ୍ସଲ ଓ ଯବାନଙ୍କ ଗୁଳି ବିନିମୟ ଚାଲିଥିବା ବେଳେ ଭୁଲବଶତଃ ପାଖ ଗାଁର ଦୁଇ ଜଣ ଝିଅଙ୍କ ଦେହରେ ଗୁଳି ବାଜିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ ଅନ୍ୟ […]

  • Saturday, 10 July 2021