• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

bjp-22
ସଂସଦରେ ସ୍ୱଚ୍ଛତା ଅଭିଯାନ: ଝାଡ଼ୁ ମାରିଲେ ବିଜେପି ନେତା

ନୂଆଦିଲ୍ଲୀ:ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ଆଜି ସକାଳ ୯ଟାରେ ସଂସଦରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଥିଲା। ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ମନ୍ତ୍ରୀ ଓ ସାଂସଦ ସଂସଦ ପରିସରରେ ଝାଡୁ ମାରିଥିଲେ। ଖୋଦ୍ ବାଚସ୍ପତି ଓମ୍ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ,ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ପ୍ରତାପ ଷଡ଼ଙ୍ଗୀ, ସାଂସଦ ହେମାମାଳିନୀ ସଂସଦ ପରିସରରେ ଝାଡ଼ୁ ମାରିଥିବା ଦେଖିବାକୁ ମିଳିଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, […]

  • Saturday, 10 July 2021
assam-flood
ଆସାମ୍‌ରେ ବନ୍ୟା ତାଣ୍ଡବ: ୬ ମୃତ

ନୂଆଦିଲ୍ଲୀ: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ରାଜ୍ୟର ୩୩ ଜିଲ୍ଲାରୁ ୨୧ଟି  ଜିଲ୍ଲାରେ ଏବେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ  ପ୍ରବାହିତ ହେଉଛି। ତେବେ ଲଗାଣ ବର୍ଷା ମଧ୍ୟ ସ୍ଥିତିକୁ ଆହୁରି ସଙ୍ଗିନ କରି ଦେଇଛି। ଗତକାଲି ବର୍ଷା ଯୋଗୁ ବିଭିନ୍ନ  ସ୍ଥାନରେ ମାଟି ଅତଡ଼ା  ଧସି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ରାଜ୍ୟରେ ଚଳିତ […]

  • Saturday, 10 July 2021
vvvv
କର୍ଣ୍ଣାଟକ ରାଜନୀତି: ଦଳକୁ ଫେରିବେ ବିଦ୍ରୋହୀ ବିଧାୟକ !

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଆଉ ଏକ ଟ୍ୱିଷ୍ଟ। ବିଦ୍ରୋହୀ କଂଗ୍ରେସ ବିଧାୟକ ପୁଣି ଥରେ ଦଳକୁ ଫେରିବା ନେଇ ମିଳିଛି ଆଭାସ। ଆଜି ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ଏମ୍‌ଟିବି ନାଗରାଜ୍ ଦଳକୁ ଫେରିବା ନେଇ ସୂଚନା ଦେଇଛନ୍ତି। ଏହା ପରେ କର୍ଣ୍ଣାଟକରେ ଲାଗି ରହିଥିବା ଅସ୍ଥିରତାରେ କିଛିଟା ସୁଧାର ଆସିବା ନେଇ ବାଟ ଫିଟିଛି ।  ଅପରପକ୍ଷେ ସବୁ ସମସ୍ୟାର ସମାଧାନ ହେବ ଏବଂ ତା’ ପରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ବରିଷ୍ଠ କଂଗ୍ରେସ […]

  • Saturday, 10 July 2021
sena
ଭାରତୀୟ ଯବାନଙ୍କ ମାନବିକତା, ପାକିସ୍ତାନକୁ ବଢାଇଲେ ସହାୟତାର ହାତ

ନୂଆଦିଲ୍ଲୀ: ସୀମାନ୍ତରେ ଦୁଇ ଦେଶ ଭାରତ-ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପଡ଼ିଲାଣି ଭାରତ। ହାତରେ ବନ୍ଧୁକ ଧରି ଖରା, ବର୍ଷା, ଶୀତରେ ଛିଡ଼ା ହୋଇଛନ୍ତି ଭାରତୀୟ ଯବାନ ପାକ୍‌ ସେନାର ମୁକାବିଲା କରିବା ପାଇଁ। ବନ୍ଧୁକ ହାତରେ ଧରିଲେ ବି ମାନବିକତା ଭୁଲିନାହାନ୍ତି ଭାରତୀୟ ସେନା । ସେଥିପାଇଁ ପ୍ରୋଟୋକଲ ଭାଙ୍ଗି ପାକିସ୍ତାନ ପ୍ରତି ବଢାଇଛନ୍ତି ସହାୟତାର ହାତ। ଭାରତ-ପାକ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଏକ ଗାଁର ୭ବର୍ଷର ଏହି ଶିଶୁ […]

  • Saturday, 10 July 2021
Indira-Jaising-and-Anand-Grover-with-CBI
ବିଦେଶୀ ଫଣ୍ଡିଂ ମାମଲାରେ ଆଇନଜୀବୀ ଇନ୍ଦିରା ଜୟସିଂହ, ଆନନ୍ଦ ଗ୍ରୋଭର

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ଆଇନଜୀବୀ ଇନ୍ଦିରା ଜୟସିଂହ ଏବଂ ଆନନ୍ଦ ଗ୍ରୋଭରଙ୍କ ଦିଲ୍ଲୀ ଏବଂ ମୁମ୍ୱାଇ ବାସଭବନରେ ଆଜି ସିବିଆଇ ରେଡ୍ କରିଛି। ଲୟର୍ସ କଲେକ୍ଟିଭ ନାମରେ ଏନଜିଓ ସଂସ୍ଥା ଖୋଲି ଏହି ଦୁଇ ଆଇନଜୀବୀ ବେଆଇନ ଭାବରେ ତାଙ୍କ ସଂସ୍ଥା ପାଇଁ ଟଙ୍କା ଆଣୁଥିବା ଅଭିଯୋଗରେ ସିବିଆଇ ଏହି ରେଡ୍ କରିଛି। ଲୟର୍ସ କଲେକ୍ଟିଭ୍ ଏନଜିଓ ସଂସ୍ଥା ସାମାଜିକ କାର୍ଯ୍ୟକ୍ରମ ପାଇଁ ପଞ୍ଜିକୃତ ହୋଇଥିଲା। ହେଲେ ଏହି ସଂସ୍ଥା ବିଦେଶରୁ ବେଆଇନ ଭାବରେ ଟଙ୍କା ଆଣୁଥିବା […]

  • Saturday, 10 July 2021
Antivirus_1555010071939
ସାବଧାନ! ଆପଣଙ୍କ ମୋବାଇଲ୍‌ରେ ଅଜାଣତରେ ଇନ୍‌ଷ୍ଟଲ ହେଉଛି ଭାଇରସ୍‌ ଆପ୍ସ !

ନୂଆଦିଲ୍ଲୀ: ଆପଣଙ୍କ ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ କେତେ ସୁରକ୍ଷିତ? ସାଇବର ସିକ୍ୟୁରିଟିର ଏକ ରିପୋର୍ଟ ଆସିବା ପରେ ଆଣ୍ଡ୍ରୋଏଡ ଫୋନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଦେଶରେ ପାଖାପାଖି ୧.୫ କୋଟି ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଜାଣତରେ ଭାଇରସ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ଚେକ୍ ପଏଣ୍ଟ ରିସର୍ଚ୍ଚ ସଂସ୍ଥା କହିଛି। ଏହି ଭାଇରସ ସାରା ବିଶ୍ୱରେ ୨.୫ କୋଟି ଡିଭାଇସକୁ ଆକ୍ରମଣ କରିଥିବା ବେଳେ ୧.୫ କୋଟି ମୋବାଇଲ ଡିଭାଇସ ଭାରତର ବୋଲି ଏହି […]

  • Saturday, 10 July 2021
Supreme-Court-
ଅଯୋଧ୍ୟା ଜମି ବିବାଦ ମାମଲା: ମଧ୍ୟସ୍ଥିଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା କରୁଥିବା କମିଟିକୁ ଆଜି ସୁପ୍ରିମକୋର୍ଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ୧୮ ତାରିଖ ସୁଦ୍ଧା ମଧ୍ୟସ୍ଥି କମିଟିକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଏହାପରେ ୨୫ ଜୁଲାଇରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ୧୮ ତାରିଖରେ ଦାଖଲ ହେବାକୁ ଥିବା ମଧ୍ୟସ୍ଥି କମିଟିର ରିପୋର୍ଟ ଯଦି  ସନ୍ତୋଷଜନକ ନ ହୁଏ, ତାହେଲେ ସୁପ୍ରିମକୋର୍ଟ ୨୫ ତାରିଖରୁ ମାମଲାର ଦୈନିକ ଶୁଣାଣି କରିବେ। ଆବେଦନକାରୀ ଦର୍ଶାଇଥିଲେ […]

  • Saturday, 10 July 2021
PO11YM1Tax-saGT25HU31J3jpgjpga
ସେପ୍ଟେମ୍ୱର ଶେଷ ସୁଦ୍ଧା ଭାରତୀୟ ଜମାକାରୀଙ୍କ ସୂଚନା ଦେବ ସ୍ୱିସ୍ ବ୍ୟାଙ୍କ୍!

ନୂଆଦିଲ୍ଲୀ: କଳା ଟଙ୍କା ଉପରେ ମୋଦି ସରକାର ନେଇଥିବା ପଦକ୍ଷେପ ଏବେ ଆହୁରି ପ୍ରଭାବୀ ହୋଇଛି। ସ୍ୱିଜରଲ୍ୟାଣ୍ଡର ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଣ୍ଟ ବାବଦରେ ସ୍ୱିଜରଲ୍ୟାଣ୍ଡ ସରକାର ଭାରତ ସରକାରଙ୍କୁ ସମସ୍ତ ସୂଚନା ଦେବେ। ସେପ୍ଟେମ୍ୱର ସୁଦ୍ଧା ସମସ୍ତ ତଥ୍ୟ ଦେବେ ଏବଂ ଏଥିପାଇଁ ସ୍ୱିଜରଲ୍ୟାଣ୍ଡ ସଂସଦରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ପରେ ଦେଶର ଫରେନ୍ ଟ୍ୟାକ୍ସେସନ ଆଣ୍ଡ ଟ୍ୟାକ୍ସ ରିସର୍ଚ୍ଚ ଅଧିକାରୀ କହିଛନ୍ତି ସରକାର ଏଥିପାଇଁ ସମସ୍ତ […]

  • Saturday, 10 July 2021
802422-nia-asiya
ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପୃକ୍ତି ଅଭିଯୋଗରେ ବିଚ୍ଛିନ୍ନତାବାଦୀ ନେତାଙ୍କ ଘର ସିଲ୍

ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଆସିଆ ଅନ୍ଦ୍ରାବୀଙ୍କ ଶ୍ରୀନଗର ଘର ଏନଆଇଏ ଆଜି ସିଲ୍ କରିଛି। ତାଙ୍କ ଘରେ ବେଆଇନ କାମ ଚାଲିଥିବା ଦର୍ଶାଇ ଏନଆଇଏ ଆଜି ରେଡ୍ କରିଥିଲା। ଏହାପରେ ସଂପୃକ୍ତ ଘରକୁ ସିଲ୍ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିବା ଦର୍ଶାଇ ଏହି ଘରକୁ ସିଲ୍ କରାଯାଇଛି ବୋଲି ଏନଆଇଏ କହିଛି।  ବିଦେଶରୁ ଆସୁଥିବା ଟଙ୍କାରେ ଅନ୍ଦ୍ରାବୀ ନିଜ ପାରିବାରିକ ଖର୍ଚ୍ଚ କରୁଥିବା ବେଳେ ବିଛିନ୍ନତାବାଦୀ ଆନ୍ଦୋଳନ ପାଇଁ ପଇସା ଲଗାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ମାସରେ […]

  • Saturday, 10 July 2021
kumarswami
କର୍ଣ୍ଣାଟକ ରାଜନୀତି: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଇସ୍ତଫା ଦେଇଥିବା ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ବିଧାୟକ ଇସ୍ତଫା ଦେବା ପରେ ଆରମ୍ଭ ହୋଇଛି ରାଜନୀତିକ ନାଟକ।  କର୍ଣ୍ଣାଟକ ବିଜେପିର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦୁରପ୍ପା ଆଜି ବିଧାନସଭା ବାହାରେ ଦଳୀୟ ବିଧାୟକଙ୍କ ସହ ଧାରଣା ଦେଇଛନ୍ତି। ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ପାଇଁ କଂଗ୍ରେସ ଓ ଜେଡିଏସ ବିଜେପିକୁ ଦାୟୀ କରୁଥିବା ବେଳେ ବିଜେପି ମଧ୍ୟ ମେଣ୍ଟ ସରକାରରେ ଗୋଷ୍ଠୀ କନ୍ଦଳ ଥିବା କଥା କହି ନିଜ ଉପରୁ ଦୋଷ ହଟାଉଛି। […]

  • Saturday, 10 July 2021
333
ଟମାଟର ବିରୋଧରେ ଚାଲିଥିଲା ମକଦ୍ଦମା, ଆଉ ତା ପରେ..

ନ୍ୟୁୟର୍କ: ଲାଲ ଲାଲ୍‌ ଟମାଟର। ଯାହାର ଛୁଆଁରେ ବଦଳି ଯାଏ ତରକାରୀର ସ୍ୱାଦ। ସାଲାଡ୍‌ରେ ପକାଇଲେ ସ୍ୱାଦ ସହ  ତା’ର ସୌନ୍ଦର୍ଯ୍ୟ ବି ବଢିଯାଏ।   ଫାଷ୍ଟଫୁଡ ହେଉ ବା ଦେଶୀ…ବିନା ଟମାଟରରେ ରାନ୍ଧିବାକୁ କହିଲେ ଚିନ୍ତା କରିବାକୁ ପଡ଼ିବ ନିଶ୍ଚୟ। ମୋଟାମୋଟି କହିବାକୁ ଗଲେ, ଟମାଟର କେବଳ ଖାଦ୍ୟର ସ୍ୱାଦକୁ ବଢାଏନି ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ। ହେଲେ ଏକଥା ଜାଣନ୍ତି, ଏକଦା ଟମାଟରକୁ ଲୋକେ ଘୃଣା କରୁଥିଲେ ଆଉ ଭୟ ବି । ଏପରିକି […]

  • Saturday, 10 July 2021
999
ବିଦ୍ରୋହୀଙ୍କୁ ସିଦ୍ଧରମୈୟାଙ୍କ ଚରମବାଣୀ: ତୁରନ୍ତ ନ ଫେରିଲେ ଅଯୋଗ୍ୟ ଘୋଷଣା କରାଯିବ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଛି।  ବାଚିସ୍ପତି କେ. ଆର. ରମେଶ ସ୍ପଷ୍ଟ ସୂଚନା ଦେଇ କହିଛନ୍ତି ଯେ, ବିଧାୟକଙ୍କ ଇସ୍ତଫା ସଂପର୍କରେ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ବିଧାୟକଙ୍କ ଉପସ୍ଥିତି ଆବଶ୍ୟକ । ବିଦ୍ରୋହୀ ବିଧାୟକମାନେ ତାଙ୍କ ଆଗରେ ଉପସ୍ଥିତ ରହି ନିଜର ଇସ୍ତଫା ସଂପର୍କରେ ସ୍ପଷ୍ଟ କରିବେ। ସେମାନେ ନିଜ ଇଛାରେ ଇସ୍ତଫା ଦେଉଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେ ବିଷୟରେ ଜାଣିବା ଲାଗି ତାଙ୍କର ଆଇନଗତ […]

  • Saturday, 10 July 2021
66666666
କର୍ଣ୍ଣାଟକ ସଙ୍କଟ : ବୈଠକକୁ ଆସିଲେନି ୧୨ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: ସମୟ ଗଡ଼ିବା ସହିତ ବିଗୁଡୁଛି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ ମେଣ୍ଟର ସ୍ଥିତି। ଇସ୍ତଫା ଦେଇଥିବା ୧୨ କଂଗ୍ରେସ ବିଧାୟକଙ୍କୁ ନେଇ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ହେବାର ଥିଲା। କିନ୍ତୁ ଏହି ବୈଠକକୁ ଅସନ୍ତୁଷ୍ଟ ୧୨ ବିଧାୟକ ଆସିନଥିଲେ। ଏହି ୧୨ ଜଣଙ୍କ ମଧ୍ୟରୁ ତିନି ଜଣ ଅସୁସ୍ଥତା ପାଇଁ ଆସି ପାରିନଥିବା ଦର୍ଶାଇଛନ୍ତି। ତେବେ ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ଉପରେ ଆଜି ବାଚସ୍ପତିଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ବାଚସ୍ପତି ରମେଶ କୁମାର […]

  • Saturday, 10 July 2021
11111
ଟ୍ରେନ୍‌ ବିଳମ୍ବର କାରଣ ତଦନ୍ତ କରି ବାର ବର୍ଷ ପାଇଁ ନିଲମ୍ବନ ଦଣ୍ଡ ଭୋଗିଲେ ମାଜିଷ୍ଟ୍ରେଟ

ନୂଆଦିଲ୍ଲୀ: ଏକ ଲୋକାଲ ଟ୍ରେନ୍ ନିୟମିତ ଭାବେ ବିଳମ୍ୱରେ ଚାଲୁଥିବାରୁ ଏହାର କାରଣ ଜାଣିବା ପାଇଁ ନିଜେ ତଦନ୍ତ କରି ଚାକିରିରୁ ନିଲମ୍ୱିତ ହୋଇଥିଲେ ରେଲଓ୍ୱେ ମାଜିଷ୍ଟ୍ରେଟ୍ ମିଣ୍ଟୁ ମଲ୍ଲିକ। ବାର ବର୍ଷ ପରେ ଏବେ କୋଲକାତା ହାଇକୋର୍ଟ ଏହି ନିଲମ୍ୱନ ଆଦେଶ ହଟାଇବା ପରେ ସେ ତାଙ୍କ ଚାକିରି ଫେରି ପାଇଛନ୍ତି। ୫ ମେ, ୨୦୧୭ରେ ପଶ୍ଚିମବଙ୍ଗର ସିଆଲଦା ଷ୍ଟେସନର ମାଜିଷ୍ଟ୍ରେଟ୍ ମିଣ୍ଟୁ ମଲ୍ଲିକ ଲେକ୍ ଗାର୍ଡେନସ ଷ୍ଟେସନରେ ଏକ ଲୋକାଲ ଟ୍ରେନକୁ ଅପେକ୍ଷା କରିଥିଲେ […]

  • Saturday, 10 July 2021
imran-khan-1562565364
ଇମ୍ରାନଙ୍କ ଖର୍ଚ୍ଚକାଟ୍‌ ନୀତି: ହୋଟେଲ୍‌ରେ ନ ରହି ଦୂତାବାସରେ ରହିବେ

ଇସଲାମାବାଦ: ଘୋର ଆର୍ଥିକ ସଙ୍କଟରେ ପଡ଼ିଛି ପାକିସ୍ତାନ। ଏଥିପାଇଁ ଆମେରିକା ଗସ୍ତ ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ହୋଟେଲ ବଦଳରେ ପାକିସ୍ତାନ ଦୂତାବାସରେ ରହିବେ ବୋଲି ଚିନ୍ତା କରିଛନ୍ତି। ବ୍ୟୟ ବହୁଳ ହୋଟେଲ ପରିବର୍ତ୍ତେ ଇମରାନ୍ ଖାନ୍ ଦୂତାବାସରେ ରହିଲେ ପାକିସ୍ତାନ ସରକାରଙ୍କ ରାଜକୋଷକୁ ବୋଝ ହେବ ନାହିଁ। ତେଣୁ ପାକିସ୍ତାନ ଦୂତବାସ ଅଧିକାରୀ ଅସଦ ମଜିଦ ଖାନଙ୍କ ଘରେ ରହିବେ ବୋଲି ଜଣାପଡ଼ିଛି। ତେବେ ଆମେରିକା ଗୁଇନ୍ଦା ସଂସ୍ଥା ଓ ସହର ପ୍ରଶାସନକୁ ଇମ୍ରାନଙ୍କ […]

  • Saturday, 10 July 2021
pak
କଶ୍ମୀର ବାବଦରେ ଜାତିସଂଘ ରିପୋର୍ଟକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଜାତିସଂଘ ମାନବିକ ଅଧିକାର ହାଇକମିଶନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ନୂଆ ରିପୋର୍ଟକୁ କଡ଼ା ଶବ୍ଦରେ ପ୍ରତିକ୍ରିୟା ରଖିଛି ଭାରତ। ଏଥିରେ କଶ୍ମୀର ବାବଦରେ ଏଭଳି କିଛି ତଥ୍ୟ ରହିଛି ଯେଉଁଥିରେ ଭାରତ ଉତ୍‌କ୍ଷିପ୍ତ ହୋଇଛି। ଭାରତ ସରକାର ଏହି ରିପୋର୍ଟକୁ ମିଛ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଏହି ରିପୋର୍ଟରେ ଭାରତକୁ କୁହାଯାଇଥିଲା, ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଭାରତ କଶ୍ମୀରବାସୀଙ୍କ ଆତ୍ମସମ୍ମାନ ଅଧିକାରକୁ ସମ୍ମାନ ଜଣାଉ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଜାତିସଂଘ ମାନବିକ […]

  • Saturday, 10 July 2021
5jus5i0g_indian-army_625x300_08_December_18
ରଜୌରୀରେ ଗୁଳି ବର୍ଷା, ଦୁଇ ଯବାନ ଆହତ

ରଜୌରୀ: ଗୋଟିଏ ଦିନର ବ୍ୟବଧାନ ପରେ ପୁଣିଥରେ ସୀମା ଲଙ୍ଘିଛି ପଡ଼ୋଶୀ ପାକିସ୍ତାନ। ଭାରତରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ପାଇଁ ଆଜି ସକାଳୁ ପାକିସ୍ତାନ ସେନା ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି। ପାକିସ୍ତାନ ସେନା କେବଳ ଭାରତୀୟ ସେନା ପୋଷ୍ଟ ନୁହେଁ ବରଂ ସୀମା ନିକଟରେ ଥିବା ଜନବସତିକୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି। ପାକ୍‌ ପକ୍ଷରୁ ମାଡ଼ ହୋଇଥିବା ମୋର୍ଟାର ଓ ଗୁଳି […]

  • Saturday, 10 July 2021
nag
ନାଗ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ସେନାରେ ନାଗ ମିସାଇଲ୍‌କୁ ସାମିଲ କରିବା ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ରବିବାର ରାତିରେ ଡିଆରଡିଓ ପକ୍ଷରୁ ପୋଖରାନ ଫାୟାରିଂ ରେଞ୍ଜରେ ୩ଟି ନାଗ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହା ସଫଳ ଭାବେ ନିଜର ଟାର୍ଗେଟକୁ ହିଟ୍‌ କରିଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି। ଏହା ନାଗ-ଆଣ୍ଟି-ଟ୍ୟାଙ୍କ ମିସାଇଲ ଭାବେ ପରିଚତ। ଏହି ଆଣ୍ଟି ଟ୍ୟାଙ୍କ ମିସାଇଲଟି ଉଭୟ ଦିନ ଓ ଘନ ଅନ୍ଧକାରରେ ମଧ୍ୟ ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିଦେବାର […]

  • Saturday, 10 July 2021
Kumaraswam
କର୍ଣ୍ଣାଟକ ରାଜନୀତି: ଇସ୍ତଫା ଦେଲେ ସମସ୍ତ କଂଗ୍ରେସ ମନ୍ତ୍ରୀ

ବେଙ୍ଗାଲୁରୁ: ୧୩ ମାସର ସରକାରରୁ ୧୩ ଜଣ ବିଧାୟକଙ୍କ ଇସ୍ତଫା ଦେବା ପରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ବଞ୍ଚାଇବା ପାଇଁ ୨୨ ଜଣ କଂଗ୍ରେସ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେମାନେ ଦଳର କର୍ଣ୍ଣାଟକ ମୁଖ୍ୟ ଦିନେଶ ଗୁଣ୍ଡୁ ରାଓଙ୍କୁ ଇସ୍ତଫା ପତ୍ର ଦେଇଥିବା ଚର୍ଚ୍ଚା ହେଉଛି। ସେମାନେ କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଜି ପରେମଶ୍ୱରଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କର୍ଣ୍ଣାଟକରେ ଲାଗିରହିଥିବା ରାଜନୀତିକ ସଙ୍କଟ ଏକ ଜଟିଳ ସ୍ତରରେ ପହଞ୍ଚିସାରିଛି। […]

  • Saturday, 10 July 2021
33333
କ୍ରିକେଟର ବେଶରେ ଗଣେଶ..ପୂଜା କଲେ ଫ୍ୟାନ୍ସ

ଚେନ୍ନାଇ: ଭାରତ ବିଶ୍ୱକପ୍‌ ଜିତିବ। ଏଇ ସ୍ୱପ୍ନ ସବୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଆଖିରେ।  ସେଥିପାଇଁ ଫ୍ୟାନ୍ସମାନେ ପୂଜାର୍ଚ୍ଚନା ଆରମ୍ଭ କରି ଦେଲେଣି। ଚେନ୍ନାଇର ଜଣେ କ୍ରିକେଟ ପ୍ରେମୀ, ଯିଏକି ଭାରତ ବିଶ୍ୱକପ୍‌ ଜିତୁ ଏଥିପାଇଁ ସେ ଆରମ୍ଭ କରିଛନ୍ତି ଭିନ୍ନ ପ୍ରକାର ପୂଜା। ସେ ପ୍ରଭୁ ଗଣେଶଙ୍କୁ ଭିନ୍ନ ବେଶରେ ତିଆରି କରିଛନ୍ତି। ଠିକ୍‌ କ୍ରିକେଟର ଷ୍ଟାଇଲ୍‌ରେ। ରାମକ୍ରିଷ୍ଣନ ନାମକ  ଏଇ ବ୍ୟକ୍ତି ଜଣକ ପ୍ରାୟ ୧୦ରୁ ଅଧିକ ଭିନ୍ନଭିନ୍ନ ଗଣେଶ ତିଆରି କରିଛନ୍ତି। କେଉଁ […]

  • Saturday, 10 July 2021
222222
ସାର୍ବଜନୀନ ହେଲା ଚନ୍ଦ୍ରାୟାନ୍-୨ ଫଟୋ

ବେଙ୍ଗାଲୁର:ସର୍ବଜନୀନ ହୋଇଛି ଚନ୍ଦ୍ରାୟାନ୍-୨ର ଫଟୋ। ଇସ୍ରୋ ପକ୍ଷରୁ ଏହି ଫଟୋ ଜାରି କରାଯାଇଛି । ଆସନ୍ତା ୧୫ ତାରିଖରେ ଚନ୍ଦ୍ରାୟାନ୍ ୨ର ଉତ୍‌କ୍ଷେପଣ ହେବ। ତା ପୂର୍ବରୁ ଇସ୍ରୋ ଏହି ଫଟୋ ଜାରି କରିଛି। ବୈଜ୍ଞାନିକଙ୍କ ଦ୍ୱାରା ସାଟେଲାଇଟକୁ ଶେଷ ସ୍ପର୍ଶ ଦିଆଯାଉଥିବା ଏହି ଫଟୋରେ ଦେଖିବାକୁ ମିଳିଛି। ଆସନ୍ତା ୧୫ ତାରିଖରେ ଜିଏସ୍ଏଲ୍‌ଭି ମାର୍କ ୩ ରକେଟ୍‌ ଦ୍ୱାରା ଏହାକୁ ଉତ୍‌କ୍ଷେପଣ କରାଯିବ।  ଇସ୍ରୋର ଆକଳନ ଅନୁସାରେ ଏହା ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରରେ ଅବତରଣ […]

  • Saturday, 10 July 2021
hhhhhhhhhhhhh
ଠକେଇ ମାମଲାରେ ଫଶିଲେ ଅଭିନେତା ହ୍ରିତିକ ରୋଶନ

ହାଇଦ୍ରାବାଦ୍‌: ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନଙ୍କ ନାଁରେ ହାଇଦ୍ରାବାଦ୍‌ ପୁଲିସ୍‌ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଲ୍ଟ.ଫିଟ୍‌ର ବ୍ରାଣ୍ଡ ଆମ୍ବାସାଡାର ଥିବା ହ୍ରିତିକ ଓ କମ୍ପାନୀର ୩ ଜଣଙ୍କ ବିରୋଧରେ ଜଣେ ଜିମ୍ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି। ଆଇ ଶଶିକାନ୍ତ ନାମକ ଏହି ଅଭିଯୋଗକାରୀ କହିଛନ୍ତି ଯେ କମ୍ପାନୀ ଯେତିକି ଲୋକଙ୍କୁ ଟ୍ରେନିଂ ଦେଇ ପାରିବ, ତା’ଠାରୁ ଅଧିକ ଲୋକଙ୍କୁ ପଞ୍ଜୀକରଣ କରୁଛି। ଏପରି କି ପଞ୍ଜୀକରଣ ବେଳେ ସ୍ଲଟ ଦେବାକୁ […]

  • Saturday, 10 July 2021
800363-swami-use
ଆଗଧାଡ଼ିରେ ମହିଳାଙ୍କୁ ଦେଖି ଭାଷଣ ନ ଦେଇ ଚାଲିଗଲେ ଧର୍ମଗୁରୁ

ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ବିର୍ଲା ଅଡିଟୋରିୟମରେ ଧର୍ମଗୁରୁ ସ୍ୱାମୀ ଜ୍ଞାନବତ୍ସଲଙ୍କ ଅଭାବନୀୟ କାଣ୍ଡ ସାମ୍ନାକୁ ଆସିଛି। ସେ ଏଠାକୁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାକୁ ଆସିଥିଲେ। ଏଥିପାଇଁ ପୂରା ଅଡିଟୋରିୟମରେ ଦର୍ଶକ ଉପସ୍ଥିତ ଥିଲେ। ହେଲେ ମହିଳାମାନେ ଦର୍ଶକ ଗ୍ୟାଲେରିର ପ୍ରଥମ ଧାଡ଼ିରେ ବସିଥିବାରୁ ଏଥିରେ ରାଗି ଯାଇ ସ୍ୱାମୀ ଜ୍ଞାବତ୍ସଲ କାର୍ଯ୍ୟକ୍ରମ ଛାଡ଼ି ଚାଲିଯାଇଥିଲେ। ସର୍ବଭାରତୀୟ ମେଡିକାଲ ଆସୋସିଏସନ୍‌ ଓ ରାଜସ୍ଥାନ ଇନ୍‌ ସର୍ଭିସ ଡକ୍ଟର ଆସୋସିଏନ୍‌ ପକ୍ଷରୁ ରାଜ-ମେଡିକନ୍‌-୨୦୧୯ ନାମକ ଏକ କାର୍ଯ୍ୟକ୍ରମର […]

  • Saturday, 10 July 2021
daud
ଆମେରିକା ଦେଲା ତଥ୍ୟ: ଦାଉଦ୍‌ କରାଚିରେ ଆରାମ୍ କରୁଛି

ଲଣ୍ଡନ: ଭାରତର ମୋଷ୍ଟ ୱାଣ୍ଟେଡ୍‌ ତଥା ଡି-କମ୍ପାନୀର ମୁଖ୍ୟ ଦାଉଦ୍‌ ଇବ୍ରାହିମ୍‌କୁ ନେଇ ପାକିସ୍ତାନ ଯେଉଁ ମିଛ କହୁଥିଲା, ଆମେରିକା ତା’ର ପର୍ଦ୍ଦାଫାସ କରିଛି। ଦାଉଦ୍‌ ଭାରତରୁ ଫେରାର ହେବା ପରେ ପାକିସ୍ତାନରେ ହିଁ ରହିଛି ବୋଲି ଆମେରିକା ସରକାରଙ୍କ ପକ୍ଷରୁ ଲଣ୍ଡନର ଏକ କୋର୍ଟଙ୍କୁ ଅବଗତ କରାଯାଇଛି। ପାକିସ୍ତାନର କରାଚିରେ ସେ ବେଶ ଆରାମରେ ରହିଛି ବୋଲି ଆମେରିକା ସରକାର ଜାଣିବାକୁ ପାଇଛନ୍ତି। ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ଦାଉଦ୍‌ର ସହଯୋଗୀ ଜାବିର ମୋତିୱାଲାର ପ୍ରତ୍ୟର୍ପଣ ମାମଲାର […]

  • Saturday, 10 July 2021
lok_sabha_elections_
ଜୟାପ୍ରଦାଙ୍କୁ ନେଇ ପୁଣି ଅଶାଳୀନ ମନ୍ତବ୍ୟ ଦେଲେ ଆଜମ୍ ଖାନ୍

ଲକ୍ଷ୍ନୌ: ବଲିଉଡ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ପୁଣି ଟାର୍ଗେଟ କଲେ ରାମପୁର ସାଂସଦ ଆଜମ୍ ଖାନ୍! ଜୟାପ୍ରଦାଙ୍କ ବିରୋଧରେ ଦେଇଛନ୍ତି ଅଶାଳୀନ ମନ୍ତବ୍ୟ। ଏପରି ଖବର ପ୍ରକାଶ କରିଛି ଏଏନଆଇ। ଏ ନେଇ ରାମପୁର ଥାନାରେ ମାମଲା ରୁଜୁ ହୋଇଥିବା କହିଛି ଏହି ଖବର ସରବରାହ ସଂସ୍ଥା। ଜୁନ୍ ୩୦ ତାରିଖରେ ସାଂସଦ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଲୋକମାନଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଉଥିଲେ ଆଜମ୍ ଖାନ୍। ଏହି ଅବସରରେ […]

  • Saturday, 10 July 2021