ନୂଆଦିଲ୍ଲୀ: ୧ ଅକ୍ଟୋବର ୨୦୧୯ରୁ ଦେଶର ଅନେକ ନିୟମରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟତଃ ବ୍ୟାଙ୍କିଙ୍ଗ୍, ଜିଏସଟି, ପରିବହନ ଇତ୍ୟାଦି ସଂପର୍କୀତ ନିୟମର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ୧ ଅକ୍ଟୋବର ୨୦୧୯ରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ପାଇଁ ନିୟମ ବଦଳିଯିବ। ନୂଆ ନିୟମ ଅନୁସାରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଅପଡ଼େଟ୍ କରିବା ପାଇଁ ପଡ଼ିବ। ଏହି ସବୁ ପ୍ରକ୍ରିୟା ଅନଲାଇନରେ ହିଁ ହେବ। ରେଜିଷ୍ଟ୍ରେସନ […]
ରିୟାଦ୍: ଶନିବାର ସାଉଦି ଆରବ ସରକାର ‘ଶାଳୀନତା’ ଉଲ୍ଲଂଘନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଘୋଷଣା କରିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଦେଶକୁ ନିମନ୍ତ୍ରଣ କରିବାର ଗୋଟିଏ ଦିନ ପରେ ସାଉଦି ସରକାର କହିଛନ୍ତି, ଟାଇଟ୍ ବା ଚିପା ପୋଷାକ ଏବଂ ସର୍ବସାଧାରଣରେ ଚୁମ୍ବନ ପାଇଁ ଫାଇନ୍ ଦେବାକୁ ହେବ। ସାଉଦି ସରକାରଙ୍କ ପକ୍ଷରୁ ୧୯ଟି ଏଭଳି ଅପରାଧ ବାବଦରେ ତାଲିକା କରାଯାଇଥିଲେ ମଧ୍ୟ ଏହାର ଦଣ୍ଡ ବାବଦରେ କିଛି କୁହାଯାଇନି। ସୂଚନାଥାଉ କି, ଏହି […]
ଭୁବନେଶ୍ୱର : ବାଲେଶ୍ୱର ସ୍ଥିତ ଚାନ୍ଦିପୁର ଡିଆରଡିଓରୁ ପ୍ରସ୍ତୁତ ହେଉଥିବା ବାୟୁସେନାର ବିଭିଆରଏଏଏମ୍ (Beyond Visual Range Air-to-Air Missile) ‘ଅସ୍ତ୍ର’ ଖୁବଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍ ହେବାକୁ ଯାଉଛି। ଏହି କ୍ଷେପଣାସ୍ତ୍ରର ସ୍ୱତନ୍ତ୍ରତା ହେଉଛି ଏହା ଆକାଶ ମାର୍ଗରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରିପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ୮୦ରୁ ୮୬ କିଲୋମିଟର ରହିଛି। ଡିଆରଡିଓ ବୈଜ୍ଞାନିକମାନେ କିନ୍ତୁ ଏହାର ଲକ୍ଷ୍ୟଭେଦ କ୍ଷମତା ୧୧୦ରୁ ୧୬୦ କିଲୋମିଟର କରୁଥିବା ଜଣାପଡ଼ିଛି। ଚାନ୍ଦିପୁର ଡିଆରଡିଆରୁ ୫ ଥର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ‘ଫନି’ର ପ୍ରଭାବ ପଡ଼ିବ ନାହିଁ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ଫନି ଚେନ୍ନାଇଠାରୁ ୧୧୦୦ କିଲୋମିଟର ଏବଂ ମଛଲିପଟ୍ଟନମ୍ ଉପକୂଳଠାରୁ ୧୩୦ କିଲୋମିଟର ଦୂରରେ ରହିଛି। ବାତ୍ୟା ଫନିର ଗତି ବର୍ତ୍ତମାନ ଘଣ୍ଟାପ୍ରତି ୧୫ କିଲୋମିଟର ରହିଛ॥ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଏବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭେରି ଟୁ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ବର୍ତ୍ତମାନ […]
ଶ୍ରୀନଗର: ଜମ୍ମୁ କଶ୍ମୀର ସୀମା ରେଖାରେ ଡ୍ୟୁଟିରେ ଥିବା ବେଳେ ନିଖୋଜ୍ ହୋଇଛନ୍ତି ବର୍ଡର ସିକ୍ୟୁରଟି ଫୋର୍ସ(ବିଏସଏଫ)ର ଜଣେ ଯବାନ୍। ଆରଏସପୁରାର ଆର୍ଣ୍ଣିଆ ସେକ୍ଟରରେ ପାଟ୍ରୋଲିଂ କରୁଥିବା ବେଳେ ଯବାନ ଜଣକ ଗତକାଲିଠୁ ନିଖୋଜ ରହିଛନ୍ତି। ଆଜି ଏ ବାବଦରେ ସୂଚନା ମିଳିଛି। ଖବର ସରବରାହ ସଂସ୍ଥା ପିଟିଆର ରିପୋର୍ଟ ଅନୁଯାୟୀ ଯବାନଙ୍କ ନାମ ପରିତୋଷ ମଣ୍ଡଳ (୫୪)। ବିଏସଏଫରେ ସେ ସବ୍ ଇନସପେକ୍ଟର ପଦବୀରେ ନିୟୋଜିତ ଥିଲେ। ଗତକାଲି ସେ ଓ ଦୁଇ ଜଣ କନଷ୍ଟେବଳ […]
ନୂଆଦିଲ୍ଲୀ: ସମୟ ଖରାପ ହେଲେ ଘୋଡ଼ାରେ ବସିଥିବା ଲୋକକୁ ବି କୁକୁର କାମୁଡ଼େ। ଏଭଳି ଘଟଣା ଏବେ ଘଟି ଚାଲିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ କ୍ଷେତ୍ରରେ। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ରକ୍ତ ଚାଉଳ ଚୋବାଉଥିବା ଇମ୍ରାନ ବିଶ୍ୱ ସମୁଦାୟର ସମର୍ଥନ ପାଇଁ ବହୁତ ଚେଷ୍ଟା କଲେ। ହେଲେ ସବୁଠୁ ହତାଶ ହେବା ପରେ ମିଛର ସାହାରା ନେଲେ। ଏ ନେଇ ତାଙ୍କୁ ଥରେ ନୁହେଁ, ବାରମ୍ବାର ଅପଦସ୍ତ ହେବାକୁ ପଡ଼ିଲା। ଆଉ […]
ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱ ଭାରତର ପଦକ୍ଷେପକୁ ସମର୍ଥନ କରୁଛନ୍ତି। ଏକମାତ୍ର ପାକିସ୍ତାନ ଏହାକୁ ବିରୋଧ କରୁଛି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଅତି ନିଜର ବନ୍ଧୁ, ସହଯୋଗୀ ରାଷ୍ଟ୍ରମାନେ ହାତ ଛାଡ଼ି ଦେଇଛନ୍ତି। ହେଲେ ତୁର୍କୀ ଏବେ ପାକିସ୍ତାନର ସ୍ୱର ସହ ସ୍ୱର ମିଳାଛି । ଏପରକି ଜାତିସଂଘରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ସ୍ୱରରେ ଭାରତକୁ ସମାଲୋଚନା କରିଛି ତୁର୍କୀ। ସେତିକି ନୁହେଁ, ନ୍ୟୁକ୍ଲିୟର ସପ୍ଲାୟର୍ସ ଗ୍ରୁପ୍(NSG)ରେ ଭାରତର ସଦସ୍ୟତାକୁ ମଧ୍ୟ ବିରୋଧ କରିଛି […]
ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅନେକ ହେଭିୱେଟ୍ଙ୍କ ଭାଗ୍ୟ ପରୀକ୍ଷା ହେବ। ମୁମ୍ବାଇର ନର୍ଥ ସେଣ୍ଟ୍ରାଲ ଆସନରେ ବିଜେପିର ପୁନମ୍ ମହାଜନ ଓ କଂଗ୍ରେସର ପ୍ରିୟା ଦତ୍ତଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ସେହିପରି ମୁମ୍ବାଇ ନର୍ଥ ୱେଷ୍ଟରେ କଂଗ୍ରେସର ସଞ୍ଜୟ ନିରୁପମ୍ ଓ ମୁମ୍ବାଇ ନର୍ଥ ଆସନରେ ଅଭିନେତ୍ରୀରୁ ରାଜନେତା ହୋଇଥିବା କଂଗ୍ରେସର ଉର୍ମିଳା ମାତୋଣ୍ଡକରଙ୍କ ଭାଗ୍ୟ ପରୀକ୍ଷା ହେବ। ମୁମ୍ବାଇ ସାଉଥରୁ କଂଗ୍ରେସ ଟିକେଟ୍ରେ ଶିଳ୍ପପତି ମିଲିନ୍ଦ ଦେଓରା ଲଢୁଛନ୍ତି। ଉତ୍ତରପ୍ରଦେଶର କନୌଜ ଆସନରୁ […]
ନୂଆଦିଲ୍ଲୀ: ତିନିଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର। ୨୯ ତାରିଖରେ ଅର୍ଥାତ୍ ଆସନ୍ତକାଲି ଓଡିଶା ସମେତ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ୯୪୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୨କୋଟି ୭୯ ଲକ୍ଷ ଭୋଟର। ଅନ୍ୟପକ୍ଷେ, ମତଦାନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୧ ଲକ୍ଷ ୪୦ହଜାର ୮୪୯ଟି ପୋଲିଂ ବୁଥ୍ କରାଯାଇଛି। ମହାରାଷ୍ଟ୍ରର ୧୭ଟି, ରାଜସ୍ଥାନ ଓ ଉତ୍ତରପ୍ରଦେଶର […]
ଶ୍ରୀନଗର: ଗତକାଲି ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଯୁଦ୍ଧ କରିବା ଭଳି ଅଭିଭାଷଣ ରଖିଥିଲେ। ଏହାପରେ ଆଜି ସକାଳୁ ଏଯାବତ୍ ୩ ଥର ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିସାରିଛି। ଦୁଇଟି ସ୍ଥାନରେ ଗୁଳିବିନିମୟ ଜାରି ରହିଥିବାବେଳେ ଅନ୍ୟ ଏକ ସ୍ଥାନରେ ସେନାର ଗାଡ଼ି ଉପରକୁ ଆତଙ୍କବାଦୀ ଗ୍ରେନେଡରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ରାମବନ ଜିଲ୍ଲାରେ ବଟୋଟେରେ ଏକ ଘର ଭିତରେ ପଶି ପରିବାର ଲୋକଙ୍କୁ ବନ୍ଧକ ରଖିଛନ୍ତି। ଉଭୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ […]
ନ୍ୟୁୟର୍କ: ଗତକାଲି ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ବିରୋଧରେ ଯାହା ମନ୍ତବ୍ୟ ରଖିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ହିଂସାକୁ ଉସକେଇବା ଭଳି ଅଭିଭାଷଣ। ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିଦିଶା ମୈତ୍ର ଆଜି ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନ ଜାତିସଂଘର ମଞ୍ଚରେ ଉପସ୍ଥିତ ରହି ଭୁଲ୍ ଉପଯୋଗ କରିଛି ବୋଲି ବିଦିଶା କହିଛନ୍ତି। ୧୯୪୭ରେ ପାକିସ୍ତାନରେ ଥିବା ସଂଖ୍ୟା ଲଘୁଙ୍କ ସଂଖ୍ୟା ଏବେ ଆହୁରି କମ୍ ରହିଛି। ତାଙ୍କ ବିରୋଧରେ […]
ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଅନ୍ତିମ ଇଚ୍ଛା ପୂରଣ କରିଛନ୍ତି ତାଙ୍କ ଝିଅ ବାଂଶୁରୀ ସ୍ୱରାଜ। ସୁଷମା ଅଗଷ୍ଟ ୬ରେ ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହେବା ପୂର୍ବରୁ ଆଇସିଜେ କୋର୍ଟର ଓକିଲ ହରିଶ ସାଲଭେଙ୍କ ସହ ଫୋନରେ କଥା ହୋଇଥିଲେ। ସେ କୁଳଭୂଷଣ ଯାଦବଙ୍କ ମାମଲା ଆଇସିଜେରେ ଲଢ଼ିଥିବାରୁ ଦେଖାହେଲେ ପାରିଶ୍ରମିକ ବାବଦକୁ ୧ ଟଙ୍କା ଦେବେ ବୋଲି କହିଥିଲେ। ଏହାପରେ ତାଙ୍କର ପରଲୋକ ହୋଇଯାଇଥିଲା। ଶୁକ୍ରବାର ସୁଷମା ସ୍ୱରାଜଙ୍କ ଶେଷ […]
ନୂଆଦିଲ୍ଲୀ: ଭାରତ ମହାସାଗର ଓ ଏହାର ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମେ ଘନୀଭୂତ ହୋଇ ଡିପ୍ ଡିପ୍ରେସନ୍ରେ ପରିଣତ ହୋଇଛି। ଏହା ଆସନ୍ତା ୬ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇ ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ କି ସତର୍କ ସୂଚନା ମଧ୍ୟ ନାହିଁ ବୋଲି ପାଣିପାଗ ବିଭାଗ କହିଛି। ସମ୍ଭାବ୍ୟ ବାତ୍ୟା ଏବେ ଚେନ୍ନାଇରୁ […]
ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହୋଇଛି ଯୁଦ୍ଧ ଜାହାଜ ଆଇଏନଏସ ଖାଣ୍ଡେରି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ଆଇଏନ୍ଏସ ଖାଣ୍ଡେରିକୁ ଭାରତୀୟ ନୌସେନାରେ ସାମିଲ୍ କରିଛନ୍ତି। ସ୍କର୍ପିଅନ ଶ୍ରେଣୀର ଏହା ହେଉଛି ଦ୍ୱିତୀୟ ବୁଡ଼ାଜାହାଜ। ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଉଛି। ଆତଙ୍କବାଦୀ ଜଳପଥରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ବେଳେ ଖାଣ୍ଡେରି ଭାରତୀୟ ନୌସେନାରେ ସାମିଲ୍ ହୋଇଛି। ଯାହାକି ନୌସେନାର ଶକ୍ତିକୁ ବୃଦ୍ଧି କରିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବୁଡ଼ାଜାହାଜ ପ୍ରସ୍ତୁତ କରିବା ଦେଶ ଅନେକ […]
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ଏଥିପାଇଁ ସାରା ପୃଥିବୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ପ୍ରସ୍ତୁତି ହିଁ କହୁଛି ବିଶ୍ୱ ଦରବାରରେ ମହାତ୍ମା ଗାନ୍ଧିଙ୍କ ଲୋକପ୍ରିୟତା କେତେ । ତେବେ ପୃଥିବୀରେ ଏମିତି ଏକ ଦେଶ ଅଛି, ଯେଉଁଠିକୁ ମହାତ୍ମା ଗାନ୍ଧି ଆଦୌ ଯାଇ ନାହାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଦେଶରେ ରହିଛି ଗାନ୍ଧିଙ୍କର ସବୁଠାରୁ ଅଧିକ ପ୍ରତିମୂର୍ତ୍ତି। ଜାଣନ୍ତି ସେ ଦେଶ କିଏ ? ସେ ଦେଶ […]