• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Antivirus_1555010071939
ସାବଧାନ! ଆପଣଙ୍କ ମୋବାଇଲ୍‌ରେ ଅଜାଣତରେ ଇନ୍‌ଷ୍ଟଲ ହେଉଛି ଭାଇରସ୍‌ ଆପ୍ସ !

ନୂଆଦିଲ୍ଲୀ: ଆପଣଙ୍କ ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ କେତେ ସୁରକ୍ଷିତ? ସାଇବର ସିକ୍ୟୁରିଟିର ଏକ ରିପୋର୍ଟ ଆସିବା ପରେ ଆଣ୍ଡ୍ରୋଏଡ ଫୋନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଦେଶରେ ପାଖାପାଖି ୧.୫ କୋଟି ଆଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅଜାଣତରେ ଭାଇରସ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ଚେକ୍ ପଏଣ୍ଟ ରିସର୍ଚ୍ଚ ସଂସ୍ଥା କହିଛି। ଏହି ଭାଇରସ ସାରା ବିଶ୍ୱରେ ୨.୫ କୋଟି ଡିଭାଇସକୁ ଆକ୍ରମଣ କରିଥିବା ବେଳେ ୧.୫ କୋଟି ମୋବାଇଲ ଡିଭାଇସ ଭାରତର ବୋଲି ଏହି […]

  • Saturday, 10 July 2021
Supreme-Court-
ଅଯୋଧ୍ୟା ଜମି ବିବାଦ ମାମଲା: ମଧ୍ୟସ୍ଥିଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା କରୁଥିବା କମିଟିକୁ ଆଜି ସୁପ୍ରିମକୋର୍ଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ୧୮ ତାରିଖ ସୁଦ୍ଧା ମଧ୍ୟସ୍ଥି କମିଟିକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଏହାପରେ ୨୫ ଜୁଲାଇରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ୧୮ ତାରିଖରେ ଦାଖଲ ହେବାକୁ ଥିବା ମଧ୍ୟସ୍ଥି କମିଟିର ରିପୋର୍ଟ ଯଦି  ସନ୍ତୋଷଜନକ ନ ହୁଏ, ତାହେଲେ ସୁପ୍ରିମକୋର୍ଟ ୨୫ ତାରିଖରୁ ମାମଲାର ଦୈନିକ ଶୁଣାଣି କରିବେ। ଆବେଦନକାରୀ ଦର୍ଶାଇଥିଲେ […]

  • Saturday, 10 July 2021
PO11YM1Tax-saGT25HU31J3jpgjpga
ସେପ୍ଟେମ୍ୱର ଶେଷ ସୁଦ୍ଧା ଭାରତୀୟ ଜମାକାରୀଙ୍କ ସୂଚନା ଦେବ ସ୍ୱିସ୍ ବ୍ୟାଙ୍କ୍!

ନୂଆଦିଲ୍ଲୀ: କଳା ଟଙ୍କା ଉପରେ ମୋଦି ସରକାର ନେଇଥିବା ପଦକ୍ଷେପ ଏବେ ଆହୁରି ପ୍ରଭାବୀ ହୋଇଛି। ସ୍ୱିଜରଲ୍ୟାଣ୍ଡର ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଣ୍ଟ ବାବଦରେ ସ୍ୱିଜରଲ୍ୟାଣ୍ଡ ସରକାର ଭାରତ ସରକାରଙ୍କୁ ସମସ୍ତ ସୂଚନା ଦେବେ। ସେପ୍ଟେମ୍ୱର ସୁଦ୍ଧା ସମସ୍ତ ତଥ୍ୟ ଦେବେ ଏବଂ ଏଥିପାଇଁ ସ୍ୱିଜରଲ୍ୟାଣ୍ଡ ସଂସଦରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ପରେ ଦେଶର ଫରେନ୍ ଟ୍ୟାକ୍ସେସନ ଆଣ୍ଡ ଟ୍ୟାକ୍ସ ରିସର୍ଚ୍ଚ ଅଧିକାରୀ କହିଛନ୍ତି ସରକାର ଏଥିପାଇଁ ସମସ୍ତ […]

  • Saturday, 10 July 2021
802422-nia-asiya
ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପୃକ୍ତି ଅଭିଯୋଗରେ ବିଚ୍ଛିନ୍ନତାବାଦୀ ନେତାଙ୍କ ଘର ସିଲ୍

ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଆସିଆ ଅନ୍ଦ୍ରାବୀଙ୍କ ଶ୍ରୀନଗର ଘର ଏନଆଇଏ ଆଜି ସିଲ୍ କରିଛି। ତାଙ୍କ ଘରେ ବେଆଇନ କାମ ଚାଲିଥିବା ଦର୍ଶାଇ ଏନଆଇଏ ଆଜି ରେଡ୍ କରିଥିଲା। ଏହାପରେ ସଂପୃକ୍ତ ଘରକୁ ସିଲ୍ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିବା ଦର୍ଶାଇ ଏହି ଘରକୁ ସିଲ୍ କରାଯାଇଛି ବୋଲି ଏନଆଇଏ କହିଛି।  ବିଦେଶରୁ ଆସୁଥିବା ଟଙ୍କାରେ ଅନ୍ଦ୍ରାବୀ ନିଜ ପାରିବାରିକ ଖର୍ଚ୍ଚ କରୁଥିବା ବେଳେ ବିଛିନ୍ନତାବାଦୀ ଆନ୍ଦୋଳନ ପାଇଁ ପଇସା ଲଗାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ମାସରେ […]

  • Saturday, 10 July 2021
kumarswami
କର୍ଣ୍ଣାଟକ ରାଜନୀତି: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଇସ୍ତଫା ଦେଇଥିବା ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ବିଧାୟକ ଇସ୍ତଫା ଦେବା ପରେ ଆରମ୍ଭ ହୋଇଛି ରାଜନୀତିକ ନାଟକ।  କର୍ଣ୍ଣାଟକ ବିଜେପିର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦୁରପ୍ପା ଆଜି ବିଧାନସଭା ବାହାରେ ଦଳୀୟ ବିଧାୟକଙ୍କ ସହ ଧାରଣା ଦେଇଛନ୍ତି। ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ପାଇଁ କଂଗ୍ରେସ ଓ ଜେଡିଏସ ବିଜେପିକୁ ଦାୟୀ କରୁଥିବା ବେଳେ ବିଜେପି ମଧ୍ୟ ମେଣ୍ଟ ସରକାରରେ ଗୋଷ୍ଠୀ କନ୍ଦଳ ଥିବା କଥା କହି ନିଜ ଉପରୁ ଦୋଷ ହଟାଉଛି। […]

  • Saturday, 10 July 2021
333
ଟମାଟର ବିରୋଧରେ ଚାଲିଥିଲା ମକଦ୍ଦମା, ଆଉ ତା ପରେ..

ନ୍ୟୁୟର୍କ: ଲାଲ ଲାଲ୍‌ ଟମାଟର। ଯାହାର ଛୁଆଁରେ ବଦଳି ଯାଏ ତରକାରୀର ସ୍ୱାଦ। ସାଲାଡ୍‌ରେ ପକାଇଲେ ସ୍ୱାଦ ସହ  ତା’ର ସୌନ୍ଦର୍ଯ୍ୟ ବି ବଢିଯାଏ।   ଫାଷ୍ଟଫୁଡ ହେଉ ବା ଦେଶୀ…ବିନା ଟମାଟରରେ ରାନ୍ଧିବାକୁ କହିଲେ ଚିନ୍ତା କରିବାକୁ ପଡ଼ିବ ନିଶ୍ଚୟ। ମୋଟାମୋଟି କହିବାକୁ ଗଲେ, ଟମାଟର କେବଳ ଖାଦ୍ୟର ସ୍ୱାଦକୁ ବଢାଏନି ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ। ହେଲେ ଏକଥା ଜାଣନ୍ତି, ଏକଦା ଟମାଟରକୁ ଲୋକେ ଘୃଣା କରୁଥିଲେ ଆଉ ଭୟ ବି । ଏପରିକି […]

  • Saturday, 10 July 2021
999
ବିଦ୍ରୋହୀଙ୍କୁ ସିଦ୍ଧରମୈୟାଙ୍କ ଚରମବାଣୀ: ତୁରନ୍ତ ନ ଫେରିଲେ ଅଯୋଗ୍ୟ ଘୋଷଣା କରାଯିବ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଛି।  ବାଚିସ୍ପତି କେ. ଆର. ରମେଶ ସ୍ପଷ୍ଟ ସୂଚନା ଦେଇ କହିଛନ୍ତି ଯେ, ବିଧାୟକଙ୍କ ଇସ୍ତଫା ସଂପର୍କରେ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ବିଧାୟକଙ୍କ ଉପସ୍ଥିତି ଆବଶ୍ୟକ । ବିଦ୍ରୋହୀ ବିଧାୟକମାନେ ତାଙ୍କ ଆଗରେ ଉପସ୍ଥିତ ରହି ନିଜର ଇସ୍ତଫା ସଂପର୍କରେ ସ୍ପଷ୍ଟ କରିବେ। ସେମାନେ ନିଜ ଇଛାରେ ଇସ୍ତଫା ଦେଉଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେ ବିଷୟରେ ଜାଣିବା ଲାଗି ତାଙ୍କର ଆଇନଗତ […]

  • Saturday, 10 July 2021
66666666
କର୍ଣ୍ଣାଟକ ସଙ୍କଟ : ବୈଠକକୁ ଆସିଲେନି ୧୨ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ: ସମୟ ଗଡ଼ିବା ସହିତ ବିଗୁଡୁଛି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ ମେଣ୍ଟର ସ୍ଥିତି। ଇସ୍ତଫା ଦେଇଥିବା ୧୨ କଂଗ୍ରେସ ବିଧାୟକଙ୍କୁ ନେଇ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ହେବାର ଥିଲା। କିନ୍ତୁ ଏହି ବୈଠକକୁ ଅସନ୍ତୁଷ୍ଟ ୧୨ ବିଧାୟକ ଆସିନଥିଲେ। ଏହି ୧୨ ଜଣଙ୍କ ମଧ୍ୟରୁ ତିନି ଜଣ ଅସୁସ୍ଥତା ପାଇଁ ଆସି ପାରିନଥିବା ଦର୍ଶାଇଛନ୍ତି। ତେବେ ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ଉପରେ ଆଜି ବାଚସ୍ପତିଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ବାଚସ୍ପତି ରମେଶ କୁମାର […]

  • Saturday, 10 July 2021
11111
ଟ୍ରେନ୍‌ ବିଳମ୍ବର କାରଣ ତଦନ୍ତ କରି ବାର ବର୍ଷ ପାଇଁ ନିଲମ୍ବନ ଦଣ୍ଡ ଭୋଗିଲେ ମାଜିଷ୍ଟ୍ରେଟ

ନୂଆଦିଲ୍ଲୀ: ଏକ ଲୋକାଲ ଟ୍ରେନ୍ ନିୟମିତ ଭାବେ ବିଳମ୍ୱରେ ଚାଲୁଥିବାରୁ ଏହାର କାରଣ ଜାଣିବା ପାଇଁ ନିଜେ ତଦନ୍ତ କରି ଚାକିରିରୁ ନିଲମ୍ୱିତ ହୋଇଥିଲେ ରେଲଓ୍ୱେ ମାଜିଷ୍ଟ୍ରେଟ୍ ମିଣ୍ଟୁ ମଲ୍ଲିକ। ବାର ବର୍ଷ ପରେ ଏବେ କୋଲକାତା ହାଇକୋର୍ଟ ଏହି ନିଲମ୍ୱନ ଆଦେଶ ହଟାଇବା ପରେ ସେ ତାଙ୍କ ଚାକିରି ଫେରି ପାଇଛନ୍ତି। ୫ ମେ, ୨୦୧୭ରେ ପଶ୍ଚିମବଙ୍ଗର ସିଆଲଦା ଷ୍ଟେସନର ମାଜିଷ୍ଟ୍ରେଟ୍ ମିଣ୍ଟୁ ମଲ୍ଲିକ ଲେକ୍ ଗାର୍ଡେନସ ଷ୍ଟେସନରେ ଏକ ଲୋକାଲ ଟ୍ରେନକୁ ଅପେକ୍ଷା କରିଥିଲେ […]

  • Saturday, 10 July 2021
imran-khan-1562565364
ଇମ୍ରାନଙ୍କ ଖର୍ଚ୍ଚକାଟ୍‌ ନୀତି: ହୋଟେଲ୍‌ରେ ନ ରହି ଦୂତାବାସରେ ରହିବେ

ଇସଲାମାବାଦ: ଘୋର ଆର୍ଥିକ ସଙ୍କଟରେ ପଡ଼ିଛି ପାକିସ୍ତାନ। ଏଥିପାଇଁ ଆମେରିକା ଗସ୍ତ ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ହୋଟେଲ ବଦଳରେ ପାକିସ୍ତାନ ଦୂତାବାସରେ ରହିବେ ବୋଲି ଚିନ୍ତା କରିଛନ୍ତି। ବ୍ୟୟ ବହୁଳ ହୋଟେଲ ପରିବର୍ତ୍ତେ ଇମରାନ୍ ଖାନ୍ ଦୂତାବାସରେ ରହିଲେ ପାକିସ୍ତାନ ସରକାରଙ୍କ ରାଜକୋଷକୁ ବୋଝ ହେବ ନାହିଁ। ତେଣୁ ପାକିସ୍ତାନ ଦୂତବାସ ଅଧିକାରୀ ଅସଦ ମଜିଦ ଖାନଙ୍କ ଘରେ ରହିବେ ବୋଲି ଜଣାପଡ଼ିଛି। ତେବେ ଆମେରିକା ଗୁଇନ୍ଦା ସଂସ୍ଥା ଓ ସହର ପ୍ରଶାସନକୁ ଇମ୍ରାନଙ୍କ […]

  • Saturday, 10 July 2021
pak
କଶ୍ମୀର ବାବଦରେ ଜାତିସଂଘ ରିପୋର୍ଟକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଜାତିସଂଘ ମାନବିକ ଅଧିକାର ହାଇକମିଶନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ନୂଆ ରିପୋର୍ଟକୁ କଡ଼ା ଶବ୍ଦରେ ପ୍ରତିକ୍ରିୟା ରଖିଛି ଭାରତ। ଏଥିରେ କଶ୍ମୀର ବାବଦରେ ଏଭଳି କିଛି ତଥ୍ୟ ରହିଛି ଯେଉଁଥିରେ ଭାରତ ଉତ୍‌କ୍ଷିପ୍ତ ହୋଇଛି। ଭାରତ ସରକାର ଏହି ରିପୋର୍ଟକୁ ମିଛ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଏହି ରିପୋର୍ଟରେ ଭାରତକୁ କୁହାଯାଇଥିଲା, ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଭାରତ କଶ୍ମୀରବାସୀଙ୍କ ଆତ୍ମସମ୍ମାନ ଅଧିକାରକୁ ସମ୍ମାନ ଜଣାଉ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଜାତିସଂଘ ମାନବିକ […]

  • Saturday, 10 July 2021
5jus5i0g_indian-army_625x300_08_December_18
ରଜୌରୀରେ ଗୁଳି ବର୍ଷା, ଦୁଇ ଯବାନ ଆହତ

ରଜୌରୀ: ଗୋଟିଏ ଦିନର ବ୍ୟବଧାନ ପରେ ପୁଣିଥରେ ସୀମା ଲଙ୍ଘିଛି ପଡ଼ୋଶୀ ପାକିସ୍ତାନ। ଭାରତରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ପାଇଁ ଆଜି ସକାଳୁ ପାକିସ୍ତାନ ସେନା ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି। ପାକିସ୍ତାନ ସେନା କେବଳ ଭାରତୀୟ ସେନା ପୋଷ୍ଟ ନୁହେଁ ବରଂ ସୀମା ନିକଟରେ ଥିବା ଜନବସତିକୁ ଟାର୍ଗେଟ କରି ଗୁଳିମାଡ଼ କରିଛନ୍ତି। ପାକ୍‌ ପକ୍ଷରୁ ମାଡ଼ ହୋଇଥିବା ମୋର୍ଟାର ଓ ଗୁଳି […]

  • Saturday, 10 July 2021
nag
ନାଗ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ସେନାରେ ନାଗ ମିସାଇଲ୍‌କୁ ସାମିଲ କରିବା ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ରବିବାର ରାତିରେ ଡିଆରଡିଓ ପକ୍ଷରୁ ପୋଖରାନ ଫାୟାରିଂ ରେଞ୍ଜରେ ୩ଟି ନାଗ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହା ସଫଳ ଭାବେ ନିଜର ଟାର୍ଗେଟକୁ ହିଟ୍‌ କରିଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି। ଏହା ନାଗ-ଆଣ୍ଟି-ଟ୍ୟାଙ୍କ ମିସାଇଲ ଭାବେ ପରିଚତ। ଏହି ଆଣ୍ଟି ଟ୍ୟାଙ୍କ ମିସାଇଲଟି ଉଭୟ ଦିନ ଓ ଘନ ଅନ୍ଧକାରରେ ମଧ୍ୟ ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିଦେବାର […]

  • Saturday, 10 July 2021
Kumaraswam
କର୍ଣ୍ଣାଟକ ରାଜନୀତି: ଇସ୍ତଫା ଦେଲେ ସମସ୍ତ କଂଗ୍ରେସ ମନ୍ତ୍ରୀ

ବେଙ୍ଗାଲୁରୁ: ୧୩ ମାସର ସରକାରରୁ ୧୩ ଜଣ ବିଧାୟକଙ୍କ ଇସ୍ତଫା ଦେବା ପରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ବଞ୍ଚାଇବା ପାଇଁ ୨୨ ଜଣ କଂଗ୍ରେସ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେମାନେ ଦଳର କର୍ଣ୍ଣାଟକ ମୁଖ୍ୟ ଦିନେଶ ଗୁଣ୍ଡୁ ରାଓଙ୍କୁ ଇସ୍ତଫା ପତ୍ର ଦେଇଥିବା ଚର୍ଚ୍ଚା ହେଉଛି। ସେମାନେ କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଜି ପରେମଶ୍ୱରଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କର୍ଣ୍ଣାଟକରେ ଲାଗିରହିଥିବା ରାଜନୀତିକ ସଙ୍କଟ ଏକ ଜଟିଳ ସ୍ତରରେ ପହଞ୍ଚିସାରିଛି। […]

  • Saturday, 10 July 2021
33333
କ୍ରିକେଟର ବେଶରେ ଗଣେଶ..ପୂଜା କଲେ ଫ୍ୟାନ୍ସ

ଚେନ୍ନାଇ: ଭାରତ ବିଶ୍ୱକପ୍‌ ଜିତିବ। ଏଇ ସ୍ୱପ୍ନ ସବୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଆଖିରେ।  ସେଥିପାଇଁ ଫ୍ୟାନ୍ସମାନେ ପୂଜାର୍ଚ୍ଚନା ଆରମ୍ଭ କରି ଦେଲେଣି। ଚେନ୍ନାଇର ଜଣେ କ୍ରିକେଟ ପ୍ରେମୀ, ଯିଏକି ଭାରତ ବିଶ୍ୱକପ୍‌ ଜିତୁ ଏଥିପାଇଁ ସେ ଆରମ୍ଭ କରିଛନ୍ତି ଭିନ୍ନ ପ୍ରକାର ପୂଜା। ସେ ପ୍ରଭୁ ଗଣେଶଙ୍କୁ ଭିନ୍ନ ବେଶରେ ତିଆରି କରିଛନ୍ତି। ଠିକ୍‌ କ୍ରିକେଟର ଷ୍ଟାଇଲ୍‌ରେ। ରାମକ୍ରିଷ୍ଣନ ନାମକ  ଏଇ ବ୍ୟକ୍ତି ଜଣକ ପ୍ରାୟ ୧୦ରୁ ଅଧିକ ଭିନ୍ନଭିନ୍ନ ଗଣେଶ ତିଆରି କରିଛନ୍ତି। କେଉଁ […]

  • Saturday, 10 July 2021
222222
ସାର୍ବଜନୀନ ହେଲା ଚନ୍ଦ୍ରାୟାନ୍-୨ ଫଟୋ

ବେଙ୍ଗାଲୁର:ସର୍ବଜନୀନ ହୋଇଛି ଚନ୍ଦ୍ରାୟାନ୍-୨ର ଫଟୋ। ଇସ୍ରୋ ପକ୍ଷରୁ ଏହି ଫଟୋ ଜାରି କରାଯାଇଛି । ଆସନ୍ତା ୧୫ ତାରିଖରେ ଚନ୍ଦ୍ରାୟାନ୍ ୨ର ଉତ୍‌କ୍ଷେପଣ ହେବ। ତା ପୂର୍ବରୁ ଇସ୍ରୋ ଏହି ଫଟୋ ଜାରି କରିଛି। ବୈଜ୍ଞାନିକଙ୍କ ଦ୍ୱାରା ସାଟେଲାଇଟକୁ ଶେଷ ସ୍ପର୍ଶ ଦିଆଯାଉଥିବା ଏହି ଫଟୋରେ ଦେଖିବାକୁ ମିଳିଛି। ଆସନ୍ତା ୧୫ ତାରିଖରେ ଜିଏସ୍ଏଲ୍‌ଭି ମାର୍କ ୩ ରକେଟ୍‌ ଦ୍ୱାରା ଏହାକୁ ଉତ୍‌କ୍ଷେପଣ କରାଯିବ।  ଇସ୍ରୋର ଆକଳନ ଅନୁସାରେ ଏହା ସେପ୍ଟେମ୍ବର ୬ ତାରିଖରେ ଚନ୍ଦ୍ରରେ ଅବତରଣ […]

  • Saturday, 10 July 2021
hhhhhhhhhhhhh
ଠକେଇ ମାମଲାରେ ଫଶିଲେ ଅଭିନେତା ହ୍ରିତିକ ରୋଶନ

ହାଇଦ୍ରାବାଦ୍‌: ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନଙ୍କ ନାଁରେ ହାଇଦ୍ରାବାଦ୍‌ ପୁଲିସ୍‌ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଲ୍ଟ.ଫିଟ୍‌ର ବ୍ରାଣ୍ଡ ଆମ୍ବାସାଡାର ଥିବା ହ୍ରିତିକ ଓ କମ୍ପାନୀର ୩ ଜଣଙ୍କ ବିରୋଧରେ ଜଣେ ଜିମ୍ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି। ଆଇ ଶଶିକାନ୍ତ ନାମକ ଏହି ଅଭିଯୋଗକାରୀ କହିଛନ୍ତି ଯେ କମ୍ପାନୀ ଯେତିକି ଲୋକଙ୍କୁ ଟ୍ରେନିଂ ଦେଇ ପାରିବ, ତା’ଠାରୁ ଅଧିକ ଲୋକଙ୍କୁ ପଞ୍ଜୀକରଣ କରୁଛି। ଏପରି କି ପଞ୍ଜୀକରଣ ବେଳେ ସ୍ଲଟ ଦେବାକୁ […]

  • Saturday, 10 July 2021
800363-swami-use
ଆଗଧାଡ଼ିରେ ମହିଳାଙ୍କୁ ଦେଖି ଭାଷଣ ନ ଦେଇ ଚାଲିଗଲେ ଧର୍ମଗୁରୁ

ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ବିର୍ଲା ଅଡିଟୋରିୟମରେ ଧର୍ମଗୁରୁ ସ୍ୱାମୀ ଜ୍ଞାନବତ୍ସଲଙ୍କ ଅଭାବନୀୟ କାଣ୍ଡ ସାମ୍ନାକୁ ଆସିଛି। ସେ ଏଠାକୁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାକୁ ଆସିଥିଲେ। ଏଥିପାଇଁ ପୂରା ଅଡିଟୋରିୟମରେ ଦର୍ଶକ ଉପସ୍ଥିତ ଥିଲେ। ହେଲେ ମହିଳାମାନେ ଦର୍ଶକ ଗ୍ୟାଲେରିର ପ୍ରଥମ ଧାଡ଼ିରେ ବସିଥିବାରୁ ଏଥିରେ ରାଗି ଯାଇ ସ୍ୱାମୀ ଜ୍ଞାବତ୍ସଲ କାର୍ଯ୍ୟକ୍ରମ ଛାଡ଼ି ଚାଲିଯାଇଥିଲେ। ସର୍ବଭାରତୀୟ ମେଡିକାଲ ଆସୋସିଏସନ୍‌ ଓ ରାଜସ୍ଥାନ ଇନ୍‌ ସର୍ଭିସ ଡକ୍ଟର ଆସୋସିଏନ୍‌ ପକ୍ଷରୁ ରାଜ-ମେଡିକନ୍‌-୨୦୧୯ ନାମକ ଏକ କାର୍ଯ୍ୟକ୍ରମର […]

  • Saturday, 10 July 2021
daud
ଆମେରିକା ଦେଲା ତଥ୍ୟ: ଦାଉଦ୍‌ କରାଚିରେ ଆରାମ୍ କରୁଛି

ଲଣ୍ଡନ: ଭାରତର ମୋଷ୍ଟ ୱାଣ୍ଟେଡ୍‌ ତଥା ଡି-କମ୍ପାନୀର ମୁଖ୍ୟ ଦାଉଦ୍‌ ଇବ୍ରାହିମ୍‌କୁ ନେଇ ପାକିସ୍ତାନ ଯେଉଁ ମିଛ କହୁଥିଲା, ଆମେରିକା ତା’ର ପର୍ଦ୍ଦାଫାସ କରିଛି। ଦାଉଦ୍‌ ଭାରତରୁ ଫେରାର ହେବା ପରେ ପାକିସ୍ତାନରେ ହିଁ ରହିଛି ବୋଲି ଆମେରିକା ସରକାରଙ୍କ ପକ୍ଷରୁ ଲଣ୍ଡନର ଏକ କୋର୍ଟଙ୍କୁ ଅବଗତ କରାଯାଇଛି। ପାକିସ୍ତାନର କରାଚିରେ ସେ ବେଶ ଆରାମରେ ରହିଛି ବୋଲି ଆମେରିକା ସରକାର ଜାଣିବାକୁ ପାଇଛନ୍ତି। ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ଦାଉଦ୍‌ର ସହଯୋଗୀ ଜାବିର ମୋତିୱାଲାର ପ୍ରତ୍ୟର୍ପଣ ମାମଲାର […]

  • Saturday, 10 July 2021
lok_sabha_elections_
ଜୟାପ୍ରଦାଙ୍କୁ ନେଇ ପୁଣି ଅଶାଳୀନ ମନ୍ତବ୍ୟ ଦେଲେ ଆଜମ୍ ଖାନ୍

ଲକ୍ଷ୍ନୌ: ବଲିଉଡ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ପୁଣି ଟାର୍ଗେଟ କଲେ ରାମପୁର ସାଂସଦ ଆଜମ୍ ଖାନ୍! ଜୟାପ୍ରଦାଙ୍କ ବିରୋଧରେ ଦେଇଛନ୍ତି ଅଶାଳୀନ ମନ୍ତବ୍ୟ। ଏପରି ଖବର ପ୍ରକାଶ କରିଛି ଏଏନଆଇ। ଏ ନେଇ ରାମପୁର ଥାନାରେ ମାମଲା ରୁଜୁ ହୋଇଥିବା କହିଛି ଏହି ଖବର ସରବରାହ ସଂସ୍ଥା। ଜୁନ୍ ୩୦ ତାରିଖରେ ସାଂସଦ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଲୋକମାନଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଉଥିଲେ ଆଜମ୍ ଖାନ୍। ଏହି ଅବସରରେ […]

  • Saturday, 10 July 2021
maxresdefault
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ରାଜଭବନରେ ଥିବା ଗାଈଙ୍କ ପାଇଁ ଖାଦ୍ୟ ନାହିଁ

ରାଞ୍ଚି: ଝାରଖଣ୍ଡ ରାଜଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଥିବା ଗୋଶାଳାରେ ଗାଈମାନଙ୍କ ପାଇଁ ଖାଦ୍ୟ ନଥିବାରୁ ଭୋକ ଉପାସରେ ରହିଛନ୍ତି। ଗୋଖାଦ୍ୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ରାଜଭବନ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାମଧେନୁ ଗୋଶାଳା ରହିଛି। ରାଜଭବନ ଗୋଶାଳାରେ ୮ଟି,  ମୁଖ୍ୟମନ୍ତ୍ରୀଙ୍କ ଗୋଶାଳାରେ ୪ଟି ଏବଂ ଟ୍ରେନିଂ ସେଣ୍ଟରରେ ୫୦ଟି ଗାଈ ରହିଛନ୍ତି। ଏହି ଗାଈ ମାନଙ୍କର ସମସ୍ତ ଯତ୍ନ ଗାଭ୍ୟା ନିର୍ଦ୍ଦେଶାଳୟ ବୁଝୁଛି। ଏ […]

  • Saturday, 10 July 2021
river
୧୦ ବର୍ଷରେ ଶୁଖିଗଲାଣି ୩୦ ପ୍ରତିଶତ ନଦୀ

ନୂଆଦିଲ୍ଲୀ: ଜଳ ସଂରକ୍ଷଣ ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଏହାରି ଭିତରେ ଦେଶରେ ଜଳର ସ୍ଥିତିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଜଲଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ୧୦ ବର୍ଷ ତଳେ ଦେଶରେ ପାଖାପାଖି ୧୫ ହଜାର ନଦୀ ଥିଲା। ଏହାରି ଭିତରେ ୩୦ ପ୍ରତିଶତ ନଦୀ ଅର୍ଥାତ୍ ପାଖାପାଖି ସାଢେ ୪ ହଜାର ନଦୀ ଶୁଖିଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିବା […]

  • Saturday, 10 July 2021
sidhhu
ସିଦ୍ଧୁଙ୍କ ପଗଡ଼ିରେ ପାକିସ୍ତାନ ଜାତୀୟ ପତାକା ଚିହ୍ନ !

ନୂଆଦିଲ୍ଲୀ: ସର୍ବଦା ପାକିସ୍ତାନ ପାଇଁ ଓକିଲାତି କରୁଥିବା ପଞ୍ଜାବର କଂଗ୍ରେସ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଏବେ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି। ସେ ଇସ୍‌ଲାମିକ ଚିହ୍ନ ଥିବା ଏକ ପଗଡ଼ି ପରିଧାନ କରିଛନ୍ତି। ଏହି ପଗଡ଼ି ପାକିସ୍ତାନର ଜାତୀୟ ପତାକା ଭଳି ହୋଇଛି। ପାକିସ୍ତାନ ପତାକାରେ ଯେଉଁଭଳି ଗାଢ଼ ସବୁଜ ରଙ୍ଗ ଉପରେ ଅର୍ଦ୍ଧ ଚନ୍ଦ୍ର ରହିଛି, ସିଦ୍ଧୁଙ୍କ ପଗଡ଼ିରେ ମଧ୍ୟ ସେହିଭଳି ଦିଶୁଛି। ଏହି ଫଟୋକୁ ଖଲିସ୍ତାନ ଆତଙ୍କବାଦୀ ଗୋପାଲ ଚାୱଲା ସୋଶାଲ୍‌ ମିଡିଆରେ […]

  • Saturday, 10 July 2021
CONTROVERY-FOR-TEAM-INDIA-NEW-JURSEY
ଟିମ୍‌ ଇଣ୍ଡିଆର ନୂଆ ଜର୍ସିକୁ ନେଇ ବିବାଦ ପରେ ସଫେଇ ଦେଲେ ମେହବୁବା

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର କମଳା ଓ ଘନ ନୀଳ ଜର୍ସିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଭାରତ ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏଭଳି ଜର୍ସି ପିନ୍ଧି ମ୍ୟାଚ୍‌ ହାରିଥିଲା। ଏହାପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଏହି ନୂଆ ଜର୍ସି ପାଇଁ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ବୋଲି ଟ୍ୱିଟ କରିଥିଲେ। ତେବେ ଏହାକୁ ନେଇ ରାଜନୀତିକ ବୟାନବାଜି ଦେଖିବାକୁ ମିଳିଛି। ବିବାଦ ଘନଉଥିବା ଦେଖି ଆଜି ମେହବୁବା […]

  • Saturday, 10 July 2021
rss
ଟ୍ୱିଟରରେ ମୋହନ ଭାଗବତଙ୍କୁ ମିଳିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବଂ ଅନ୍ୟ ୬ ଜଣ ଟ୍ୱିଟରରେ ଯୋଡ଼ି ହୋଇଛନ୍ତି। ତେବେ ମୋହନ ଭାଗବତ ଖବର ଲେଖା ହେବା ସୁଦ୍ଧା କୌଣସି ଟୁଇଟ୍ ନକରି ଟ୍ୱିଟରରେ ଭେରିଫାଇଡ୍ ହୋଇଛନ୍ତି। ଏହାଦ୍ୱାରା ସେ ନୀଳ ଟିକ୍ ମାର୍କ ପାଇଛନ୍ତି। ଟ୍ୱିଟରରେ ଯୋଡ଼ି ହେବା ପରେ ମୋଟ ୧୩.୬ ହଜାର ଫୋଲଅର୍ସ ପହଞ୍ଚିଛନ୍ତି। ଆରଏସଏସର ନିଜସ୍ୱ ଟୁଇଟର ଆକାଉଣ୍ଟ ରହିଛି। ଯାହାର ଫଲୋଅର୍ସ ୧.୩ ମିଲିଅନ ରହିଛନ୍ତି। ପୂର୍ବରୁ ମୋହନ […]

  • Saturday, 10 July 2021