ନୂଆଦିଲ୍ଲୀ: ବଦଳିପାରେ ଭାରତର ପରମାଣୁ ଅସ୍ତ୍ର ବ୍ୟବହାରର ନୀତି । ଭାରତ ପରମାଣୁ ଅସ୍ତ୍ର ପ୍ରଥମେ ବ୍ୟବହାର କରିବ ନାହିଁ- ଏହି ନୀତି ଆଜି ବି ଆମର ରହିଛି। ହେଲେ ଭବିଷ୍ୟତରେ କ’ଣ ହେବ ତାହା ସମୟ ହିଁ କହିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜସ୍ଥାନର ପୋଖରାନ ଗସ୍ତରେ ଯାଇଥିଲେ। ସେଠାରେ ସେ ବାଜପେୟୀଙ୍କୁ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ଜାଭେଦ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ତାଙ୍କ ମାଆଙ୍କୁ ଗିରଫ କରାଯିବାର କିଛି ସମୟ ପରେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଏହା ମାନବାଧିକାରର ଉଲ୍ଲଙ୍ଘନ ବୋଲି ସେ ଚିଠିରେ ଦର୍ଶାଇଛନ୍ତି।ଇଲତିଜା କହିଛନ୍ତି ମିଡିଆରେ ତାଙ୍କ ମା’ ନିଜର ମନ୍ତବ୍ୟ ଦେବାକୁ ଚେଷ୍ଟା କରିବାରୁ ତାଙ୍କୁ ଏବେ ତା’ର ପରିଣାମ ଭୋଗିବାକୁ ପଡ଼ୁଛି। ସେ କହିଛନ୍ତି, […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ପୂର୍ବରୁ ପାକିସ୍ତାନକୁ ଝଟକା। ଚାଇନାକୁ ଛାଡ଼ି ଅନ୍ୟ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରିବେ ନାହିଁ ବୋଲି ବୈଠକ ପୂର୍ବରୁ ଅନୁଷ୍ଠିତ ଏକ ଗୁପ୍ତ ବୈଠକରେ ସଦସ୍ୟ ରାଷ୍ଟ୍ର ସ୍ପଷ୍ଟ କରିଥିଲେ । ଫଳରେ ପାକିସ୍ତାନକୁ ପୁଣି ଥରେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେବାକୁ ପଡ଼ିଛି। ପାକିସ୍ତାନ ପାଇଁ ତା’ର ମିତ୍ର ରାଷ୍ଟ୍ର ଚାଇନା ଏହି ଗୁପ୍ତ ଅନୌପଚାରିକ ବୈଠକର […]
ନୂଆଦିଲ୍ଲୀ: ଧାରା ୩୭୦ପ୍ରସଙ୍ଗରେ ପିଟିସନକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଭର୍ତ୍ସନା କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆବେଦନ ହୋଇଥିବା ୬ଟି ପିଟିସନ ମଧ୍ୟରୁ ୪ଟିକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇଥିଲେ ଖଣ୍ଡପୀଠ। ଏପରିକି ଇଏ କିଭଳି ପିଟିସନ ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ ବୈଷୟିକ ଦୃଷ୍ଟିକୋଣରୁ ପିଟିସନ ଖାରଜ କରାଯାଇ […]
ମୁମ୍ବାଇ: ପାକିସ୍ତାନ ବାୟୁ ସେନା ପାଇଲଟ୍ଙ୍କ ପୁଅ ତଥା ବଲିଉଡ୍ ଗାୟକ ଅଦ୍ନାନ୍ ସାମି ଏବେ ଖୁବ୍ ଚର୍ଚ୍ଚାରେ। ଏଥର ଚର୍ଚ୍ଚା ତାଙ୍କ ଗୀତକୁ ନେଇ ନୁହେଁ ବରଂ ପାକିସ୍ତାନୀଙ୍କୁ ସେ ଦେଇଥିବା କଡ଼ା ଜବାବ୍ ପାଇଁ । ୩ ବର୍ଷ ହେଲାଣି ସପରିବାରେ ଭାରତରେ ରହୁଛନ୍ତି ଅଦ୍ନାନ୍ । ୨୦୧୬ରୁ ତାଙ୍କୁ ଭାରତର ନାଗରିକତ୍ୱ ମିଳିସାରିଛି। ବିଭିନ୍ନ ପ୍ରସଙ୍ଗରେ ସେ ଭାରତକୁ ସମର୍ଥନ କରନ୍ତି ଓ ସେଥିପାଇଁ ପାକିସ୍ତାନୀମାନେ ତାଙ୍କ ଉପରେ ଖୁବ୍ ରାଗନ୍ତି ଏବଂ […]
ନୂଆଦିଲ୍ଲୀ: ଗତକାଲି ଭାରତୀୟ ଯବାନ ପାକିସ୍ତାନର ୩ ଯବାନଙ୍କ ମୁଣ୍ଡ ଗଡ଼ାଇଥିଲେ। ଏହାପରେ ପାକିସ୍ତାନ ଦାବି କରିଥିଲା ଯେ ୫ ଭାରତୀୟ ଯବାନ ମଧ୍ୟ ପାକିସ୍ତାନ ସେନାର ଗୁଳିରେ ନିହତ ହୋଇଛନ୍ତି। ପାକିସ୍ତାନର ଏଭଳି ଅଭିଯୋଗକୁ ଭାରତୀୟ ସେନା ଭିତ୍ତିହୀନ କହିବା ସହିତ ଖଣ୍ଡନ କରିଛି। ସୂଚନାଯୋଗ୍ୟ, ଗତକାଲି ଦେଶରେ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଯାହାର କଡ଼ା ଜବାବ ଦେଇଥିଲେ ଭାରତୀୟ ସେନା। ଏଥିରେ ୩ ପାକିସ୍ତାନୀ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ ପ୍ରଧାନମନ୍ତ୍ରୀ ମୋଦି ତଥା ତାଙ୍କ ସରକାରଙ୍କର ଜଣେ ବଡ଼ ସମାଲୋଚକ। ସଂସଦ ଭବନ ହେଉ ବା ଗଣମାଧ୍ୟମ, ମୋଦି ସରକାରଙ୍କ ପ୍ରତ୍ୟେକ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରୁଥିବା ବ୍ୟକ୍ତି କହିଲେ ଚିଦାମ୍ବରମଙ୍କୁ ହିଁ ସମସ୍ତେ ଜାଣନ୍ତି। ହେଲେ ଆଜି ମୋଦିଙ୍କୁ ଭୂରିୟସୀ ପ୍ରଶଂସା କରିଛନ୍ତି ଚିଦାମ୍ବରମ। ତାଙ୍କର ଏହି ପ୍ରଶଂସା ଶୁଣିଲେ ତ କେହି ସହଜରେ ବିଶ୍ୱାସ କରିବେ ନାହିଁ। ତଥାପି କଥାଟା ସତ। ସ୍ୱାଧୀନତା ଦିବସ ପାଳନ ଅବସରରେ […]
ଇନ୍ଦୋର: ସ୍ୱାଧୀନତା ଦିବସ ପାଳନର ଦୁଇ ଦିନ ପୂର୍ବରୁ ୨୦୧୪ ବର୍ଦ୍ଧମାନ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଜହିରୁଲ ଶେଖକୁ ଏନଆଇଏ ଗିରଫ କରିବାରେ ସକ୍ଷମ ହୋଇଛି। ଦୀର୍ଘ ବର୍ଷ ଧରି ଜହିରୁଲକୁ ତଦନ୍ତ ଅଧିକାରୀ ଠାବ କରିବାରେ ବିଫଳ ହୋଇଥିବା ବେଳେ ଶେଷରେ ତାକୁ ଗିରଫ କରିଛି ଜାତୀୟ ଅନୁସନ୍ଧାନ ସଂସ୍ଥା ବା ଏନଆଇଏ। ରୀତିମତ ଫିଲ୍ମି ଅନ୍ଦାଜରେ ଏନଆଇଏ ଜହିରୁଲକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏନଆଇଏ ଏହି ବିସ୍ଫୋରଣ ମାମଲାର ତଦନ୍ତ […]
ବେଙ୍ଗାଲୁରୁ: କର୍ଣ୍ଣାଟକାରେ ବନ୍ୟା ବେଳେ ଏକ ଆମ୍ବୁଲାନ୍ସକୁ ପାଣି ଭିତରେ ରାସ୍ତା ଦେଖାଇ ପୁରସ୍କୃତ ହୋଇଛି ୧୨ ବର୍ଷର ବାଳକ ଭେଙ୍କଟେଶ। ସେ ଏବେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛି। ୭୩ ତମ ସ୍ୱାଧୀନତା ଦିବସ ଅବସରରେ କର୍ଣ୍ଣାଟକାର ରାଇଚୁର ଜିଲ୍ଲା ପ୍ରଶାସନ ଭେଙ୍କଟେଶକୁ ପୁରସ୍କୃତ କରିଛି। ରାଇଚୁର ଜିଲ୍ଲାର ହିରେରୟାନକୁମ୍ପି ଗାଁର ରାସ୍ତା ଘାଟ ବନ୍ୟା ବେଳେ ସମ୍ପୁର୍ଣ୍ଣ ବୁଡ଼ି ଯାଇଥିଲା। ଏହି ସମୟରେ ଭେଙ୍କଟେଶ ବନ୍ୟା ପାଣିରେ ଡୁବିଯାଇ ଥିବା ରାସ୍ତା ଉପରେ ପହଁରି […]
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପାଣିରେ ଥିବା ଏକ ବିରାଟ କୁମ୍ଭୀର କେମିତି ଗୋଟିଏ ଝାମ୍ପରେ ତରଭୁଜକୁ ଛିନଛତର କରୁଛି, ତା’ର ଦୃଶ୍ୟ ଏହି ଭିଡିଓରେ ରହିଛି। ଏହି ଭିଡିଓକୁ ଫ୍ଲରିଡାର ସେଣ୍ଟ ଅଗଷ୍ଟାଇନ୍ ଆଲିଗେଟର ଫାର୍ମ ଜୁଅଲଜିକାଲ ପାର୍କ ପକ୍ଷରୁ ଫେସବୁକ୍ରେ ପୋଷ୍ଟ କରାଯାଇଛି। ଆମେରିକାର ସବୁଠାରୁ ବଡ଼ କୁମ୍ଭୀର କେମିତି ଫଳ ଭଳି ନିରାମିଷ ଖାଦ୍ୟ ପ୍ରତି ଆଗ୍ରହ ଦେଖାଉଛି, ସେକଥା ଦେଖିବାକୁ ମିଳିଛି। ଭିଡିଓରେ, କୁମ୍ଭୀରଟି ପ୍ରଥମେ […]
ଗାନ୍ଧିନଗର: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଆକ୍ରମଣ। ଗୁଜରାଟର ସୁରେନ୍ଦ୍ରନଗରରେ ଜନ ଆକ୍ରୋଶ ସଭାରେ ହାର୍ଦ୍ଦିକ ଭାଷଣ ଦେଉଥିବା ବେଳେ ଜଣେ ଅଜଣା ବ୍ୟକ୍ତି ହଠାତ୍ ତାଙ୍କ ନିକଟକୁ ଆସି ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହି ଘଟଣା ପରେ କଂଗ୍ରେସ ସମର୍ଥକ ଓ ଆକ୍ରମଣକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଥିବା କଂଗ୍ରେସ କର୍ମୀମାନେ ମାଡ଼ ମାରିଥିବା ଯୁବକଙ୍କୁ କାବୁ କରିଥିଲେ। ତେବେ କେଉଁ କାରଣ ପାଇଁ ହାର୍ଦ୍ଦିକଙ୍କ ଉପରେ ଆକ୍ରମଣ […]
ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତି କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ୍ ପଦ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ସିଡିଏସ୍ ୩ଟି ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ ଏବଂ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଏବେ ସରକାର ଏକ ଉଚ୍ଚସ୍ତରୀୟ କମିଟି ସିଡିଏସ୍ ପଦ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା କ’ଣ ରହିବା ଦରକାର ବୋଲି, ତା’ର ତର୍ଜମା କରୁଛି। ଏହି କମିଟି […]
ମୁମ୍ବାଇ: ବରିଷ୍ଠ ଫିଲ୍ମ ଓ ଟିଭି ଅଭିନେତ୍ରୀ ବିଦ୍ୟା ସିହ୍ନା ଆଉ ନାହାନ୍ତି। ପବିତ୍ର ସ୍ୱାଧୀନତା ଦିବସରେ ୭୧ ବର୍ଷୀୟ ବିଦ୍ୟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ପତି, ପତ୍ନୀ ଔର ୱ’ ଏବଂ ‘ଛୋଟିସି ବାତ” ଭଳି ଫିଲ୍ମରେ ବିଦ୍ୟା ଅଭିନୟ କରି ଵିପୁଳ ଲୋକପ୍ରିୟତା ହାସଲ କରିପାରିଥିଲେ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ କିଛି ଦିନ ତଳେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। […]
ଇସ୍ଲାମାବାଦ: ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଆରମ୍ଭ କରିଥିବା ତା’ର ଭାରତ ବିରୋଧୀ ଅଭିଯାନ ଜାରି ରଖିଛି। ଏହିକ୍ରମରେ ଆଜି ପାକିସ୍ତାନ ସରକାର ଭାରତରେ ପ୍ରଡ୍ୟୁସ ହୋଇଥିବା ସମସ୍ତ ପ୍ରକାରର ବିଜ୍ଞାପନ ଓ ଯେଉଁ ବିଜ୍ଞାପନରେ ଭାରତୀୟ କାଳକାର ଅଭିନୟ କରିଛନ୍ତି, ତା’ ଉପରେ ବ୍ୟାନ୍ ଲଗାଇଛି। ଏ ସମ୍ପର୍କରେ ପାକିସ୍ତାନ ଇଲେକଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି (ପିଇଏମଆରଏ) ପକ୍ଷରୁ ଘୋଷଣା କରାଯାଇଛି। ପିଇଏମଆରଏ ପକ୍ଷରୁ କୁହାଯାଇଛି ଯେ, “ପିଇଏମଆରଏ ସଂଶୋଧନ ଆଇନ୍ ୨୦୦୨ର ସେକସନ୍ […]
ନୂଆଦିଲ୍ଲୀ: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣା ଆଜି ମଧ୍ୟ ବଳବତ୍ତର ରହିଛି। ଅର୍ଥାତ ଜମ୍ମୁ-କଶ୍ମୀରରେ ମୋବାଇଲ, ଇଣ୍ଟରନେଟ୍ ଓ ଲ୍ୟାଣ୍ଡଫୋନ୍ ସେବା ବନ୍ଦ ରହିଛି। ତେବେ ଆସନ୍ତାକାଲି ଠାରୁ ଜମ୍ମୁ-କଶ୍ମୀରରେ ଲ୍ୟାଣ୍ଡଫୋନ୍ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। କିନ୍ତୁ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ଉପରେ ପୂର୍ବଭଳି କଟକଣା ଜାରି ରହିବ। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡଫୋନକୁ […]
ନୂଆଦିଲ୍ଲୀ: ପୁଣି ଏକ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ମୋଦି ସେନା ବାହିନୀ ସମ୍ପର୍କରେ ନିଆଯାଇଥିବା ବଡ଼ ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି। ମୋଦିଙ୍କ ଘୋଷଣା ଅନୁଯାୟୀ, ଏଣିକି ତିନି ସେନା ବାହିନୀର ମୁଖ୍ୟଙ୍କ ଉପରେ ଆଉ ଜଣେ ମୁଖିଆ ରହିବେ। ଏହି ପଦବୀର ନାଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ଏସ୍ଡିଏସ୍) ରହିବ। ଏହି ଏସ୍ଡିଏସ୍ ତନି […]
ନୂଆଦିଲ୍ଲୀ:ଦେଶ ଆଜି ପାଳୁଛି ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲାଲ୍କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଧାରା ୩୭୦ ଉପରେ ମତ ଦେଇ କହିଛନ୍ତି, ବିଜେପି ମେଣ୍ଟ ସରକାର କ୍ଷମତାକୁ ୨ୟ ଥର ପାଇଁ ଆସିଲା ଏବଂ କ୍ଷମତାକୁ ଆସିବାର ୧୦ ସପ୍ତାହ ମଧ୍ୟରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଧାରା ୩୭୦ ଉଠିବା ପରେ ଜମ୍ମୁ-କାଶ୍ମୀର ଓ ଲଦାଖବାସୀଙ୍କ ଆଶା ଆକାଂକ୍ଷା […]
ଇସ୍ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଆଜି ପାକିସ୍ତାନ ତା’ର ସ୍ୱାଧୀନତା ଦିବସ ପାଳନ କରୁଛି। ତେବେ ପାକିସ୍ତାନ ଏହି ଦିନଟିକୁ କଶ୍ମୀର ସଲିଡାରିଟି ଡେ’ ଭାବେ ନାମିତ କରିଛି। ଏହି ଅବସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସହ ଯୁଦ୍ଧ କରିବାକୁ ଇସ୍ଲାମାବାଦ ପଛାଇବ ନାହିଁ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି। ପାକ ଅଧିକୃତ କଶ୍ମୀର ବା ପିଓକରେ ଅନୁଷ୍ଠିତ […]