ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ଦେଶରେ ରେକର୍ଡ ମତଦାନ ହୋଇଛି। ପୂର୍ବରୁ ହୋଇଥିବା ସମସ୍ତ ସାଧାରଣ ନିର୍ବାଚନର ମତଦାନ ହାରର ରେକର୍ଡ ଚଳିତ ବର୍ଷ ଭାଙ୍ଗିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନାକୁ ଆଧାର କରି ପିଟିଆଇ ଏହି ତଥ୍ୟ ଦେଇଛି। ସୋମବାର ସକାଳ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରୁ ମିଳିଥିବା ସୂଚନାକୁ ଭିତ୍ତିକରି ପିଟିଆଇ ତଥ୍ୟ ଦେଇଛି ଯେ, ଚଳିତ ନିର୍ବାଚନରେ ସର୍ବାଧିକ ୬୭.୧୧ ପ୍ରତିଶତ ମତଦାନ ହୋଇଛି। ଅର୍ଥାତ୍ ଏଥର ନିର୍ବାଚନରେ ୯୧ କୋଟି […]
ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ଏବଂ ଏଜେନ୍ସି ପକ୍ଷରୁ ଏକଜିଟ୍ ପୋଲ୍ ପ୍ରକାଶ ପରେ ଶେଆର୍ ମାର୍କେଟ୍ରେ ଉତ୍ସାହ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ବହୁମତ ମିଳିବା ନେଇ ଭବିଷ୍ୟବାଣୀ ହେବା ପରେ ମାର୍କେଟ୍ରେ କାରବାର ବୃଦ୍ଧି ହୋଇଛି। ୨୦୧୪ ପରି ବିଜେପି ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ପ୍ରାୟ ସବୁ ଗଣମାଧ୍ୟମର ଏକଜିଟ୍ ପୋଲ୍ ଆକଳନ କରିଛି। ଆଜି ଶେଆର୍ ମାର୍କେଟ୍ରେ କାରବାର ଆରମ୍ଭରୁ ଉଭୟ Nifty ଏବଂ Sensex ରେ ଉତ୍ସାହ ଜନକ […]
ନୂଆଦିଲ୍ଲୀ: ଦେଶର ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ଫଳାଫଳ ଗତକାଲି ସନ୍ଧ୍ୟାରେ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେରେ YSR କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିବ ବୋଲି ଦର୍ଶାଯାଇଛି। ଆନ୍ଧ୍ରରେ ଥିବା ମୋଟ୍ ୧୭୫ଟି ବିଧାନସଭା ଆସନରୁ YSR କଂଗ୍ରେସକୁ ୧୩୦-୧୩୫ଟି ସିଟ୍ ମିଳୁଥିବା ବେଳେ ଟିଡିପିକୁ ୩୭ରୁ ୪୦ଟି ସିଟ୍ ମିଳିପାରେ। ସେହିପରି ରାଜ୍ୟରେ କଂଗ୍ରେସ ଓ ବିଜେପି ଖାତା ଖୋଲିପାରିବନି […]
ନୂଆଦିଲ୍ଲୀ: ଦେଶର ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ଫଳାଫଳ ଗତକାଲି ସନ୍ଧ୍ୟାରେ ପ୍ରକାଶ ପାଇଛି। ଏଥିରେ ୨୦୧୪ ପରି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ପ୍ରାୟ ସମସ୍ତ ଏକଜିଟ୍ ପୋଲ୍ ଆକଳନ କରିଛନ୍ତି। ରିପବ୍ଲିକ୍ ଟିଭି-ସି ଭୋଟର ଏକଜିଟ୍ ପୋଲ୍ରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ୨୭୨ ମ୍ୟାଜିକ୍ ନମ୍ବର ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି। ମେଣ୍ଟକୁ ୨୮୭ଟି ଆସନ ମିଳିବା ଆକଳନ […]
ନୂଆଦିଲ୍ଲୀ: ଏକଜିଟ୍ ପୋଲ୍ରେ ଆସିଥିବା ଫଳାଫଳକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏକଜିଟ୍ ପୋଲ୍ରେ ଆସିଥିବା ଫଳାଫଳକୁ ବିଶ୍ୱାସ କରେ ନାହିଁ। ଏହା କେବଳ ଲୋକଙ୍କୁ ପ୍ରଭାବିତ କରିବାକୁ ଏପରି କରାଯାଇଛି। ଏଥିସହ ସେ ସମସ୍ତ ବିରୋଧୀ ଦଳକୁ ଏକଜୁଟ୍ ହୋଇ ରହିବାକୁ ଆହ୍ୱାନ କରିଛନ୍ତି। I don’t trust Exit Poll gossip. The game plan is to manipulate or replace thousands of EVMs […]