• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

maoist blast
ମହାରାଷ୍ଟ୍ରରେ ମାଓବାଦୀଙ୍କ ବର୍ବରକାଣ୍ଡ; ୧୫ଜଣ ସୁରକ୍ଷାକର୍ମୀ ସହିଦ, ଜଣେ ଡ୍ରାଇଭର ମୃତ

ଗଡ଼ଚିରୋଲି: ମହ।ର।ଷ୍ଟ୍ରର ଗଡ଼ଚିରୋଲିରେ ମାଓବାଦୀଙ୍କ ବର୍ବରକାଣ୍ଡ। ମାଓବାଦୀମ।ନେ ଘଟ।ଇଥିବ। ଏକ ବଡ଼ ଧରଣର ବିସ୍ଫୋରଣରେ ୧୫ ଜଣ ସୁରକ୍ଷ।କର୍ମୀ ସହିଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଛତିଶଗଡ଼ ସୀମ।ବର୍ତ୍ତୀ ଏହି ମାଓପ୍ରବଣ ଅଞ୍ଚଳରେ ଆଇଇଡି ଯୋଗେ ଏଭଳି ଘଟଣ। ଘଟିଥିବ। ଜଣ।ପଡ଼ିଛି।  କମାଣ୍ଡୋ ମାନେ ମାଓ ଅପରେସନ୍‌ରେ ଯାଇଥିବା ବେଳେ ମାଓବାଦୀମାନେ ସେମାନଙ୍କୁ ଟାର୍ଗେଟ କରିଥିଲେ।  ପୂର୍ବରୁ ମାଓବାଦୀମାନେ ଆଜି ସକାଳେ ଗଡଚିରୋଲି  ଜିଲ୍ଲାରେ ୨୫ଟି ଗାଡ଼ିରେ  ନିଆଁ ଲଗାଇ ଦେଇଥିଲୋ ମାଓ ଅପରେସନକୁ […]

  • Saturday, 10 July 2021
4343409879
ରସାୟନ ବିଜ୍ଞାନ ପାଇଁ ୩ ଜଣଙ୍କୁ ମିଳିଲା ନୋବେଲ ପୁରସ୍କାର

ଜେନେଭା: ରସାୟନ ବିଜ୍ଞାନ କ୍ଷେତ୍ରରେ ଚଳିତବର୍ଷ ୩ ଜଣ ପ୍ରସିଦ୍ଧ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇବେ। ଜନ୍‌ ବି ଗୁଡ୍‌ଏନଫ୍‌, ଏମ୍‌ ଷ୍ଟେନଲି ହ୍ୱିଟନ୍‌ଗାମ୍‌ ଏବଂ ଆକିରା ୟୋଶିନୋଙ୍କୁ ଲିଥିୟମ୍‌ ଆୟନ୍‌ ବ୍ୟାଟେରି ଟେକ୍ନୋଲୋଜିର ବିକାଶ ପାଇଁ ନୋବେଲ ପ୍ରଦାନ କରାଯିବ। ଲିଥିୟମ୍‌ ଆୟନ୍‌ ବ୍ୟାଟେରି ବିକାଶ କ୍ଷେତ୍ରରେ ଅବଦାନ ପାଇଁ ସେମାନଙ୍କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି। କମିଟି ପକ୍ଷରୁ କୁହାଯାଇଛି, ଲିଥିଅମ୍‌ ବ୍ୟାଟେରି ଆମ […]

  • Saturday, 10 July 2021
2121212
ଅଫିସ୍ ଭାଙ୍ଗିଲା ନିୟମ, ଜୋରିମାନା ଦେଲେ ଜିଲ୍ଲାପାଳ

ଔରଙ୍ଗବାଦ:  ପ୍ଲାଷ୍ଟିକ୍ ଜିନିଷର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ହେଲେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ।  ମହାରାଷ୍ଟ୍ର ବିଡ୍ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେଉଥିବା ମିଳିଥିଲା। ନିଜ କାର୍ଯ୍ୟାଳୟ  ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ନିଜ ଉପରେ ୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି ଜିଲ୍ଲାପାଳ। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । କେଉଁ ନେତା ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ସେ ବାବଦରେ ସୂଚନା ଦେବାକୁ ଜିଲ୍ଲପାଳ ଗତକାଲି […]

  • Saturday, 10 July 2021
4554555
କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଭେଟି; ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ  ୫ ପ୍ରତିଶତ ମହଙ୍ଗା ଭତ୍ତା ବଢାଇବା ପାଇଁ ସରକାର ଘୋଷଣା କରିଛନ୍ତି।  ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଉପକୃତ ହେବେ। ତା ସହିତ ୬୨ ଲକ୍ଷ ପେନସନଭୋଗୀ ମଧ୍ୟ ଉପକୃତ ହେବେ। ଏଥିଯୋଗୁଁ ସରକାରଙ୍କ ଉପରେ ୧୬ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ବୁଧବାର କେନ୍ଦ୍ର […]

  • Saturday, 10 July 2021
4343434343
ପାର୍ବଣ ଭେଟି; ଗୃହ ଋଣ ଶସ୍ତା କଲା SBI

ଭୁବନେଶ୍ୱର: ଏଇ ପାର୍ବଣ ଋତୁରେ ଆପଣ ନୂଆ ଘର ତୋଳିବାର ସ୍ୱପ୍ନ ଦେଖୁଛନ୍ତି କି ? ଏଥିପାଇଁ ବ୍ୟାଙ୍କରୁ ଋଣ କରିବା ପାଇଁ ଯୋଜନା କରୁଛନ୍ତି ? ଯଦି ହଁ, ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ପୂର୍ବ ଅପେକ୍ଷା ଏବେ ଗୃହ ଋଣ ଶସ୍ତା ହେବାକୁ ଯାଉଛି। ଦେଶର ସର୍ବ ବୃହତ ବାଣିଜ୍ୟିକ ବ୍ୟାଙ୍କ SBI ଏହାର ସୁଧହାର ହ୍ରାସ ଘୋଷଣା କରିଛି। ପୂର୍ବରୁ ୧୦୦ ଟଙ୍କା ଋଣରେ ବର୍ଷକୁ ଯଦି ୮ଟଙ୍କା ୧୫ […]

  • Saturday, 10 July 2021
33333
ମିଳିଲା ୮୦ କୋଟି ବର୍ଷ ପୁରୁଣା ହୀରା

ସାଇବେରିଆ: ସାଇବେରିଆର ଏକ ଖାଦାନରୁ ଅଜୀବ ପ୍ରକାରରର ହୀରା ମିଳିଛି। ଏହି ହୀରା ଅନ୍ୟ ଏକ ହୀରା ଭିତରେ ରହିଛି। କୁହାଯାଉଛି, ଏହା ୮୦ କୋଟି ବର୍ଷର ପୁରୁଣା । ଏହା ଏକ ବହୁ ପୁରାତନ ହୀରା ବୋଲି କହିଛି ଋଷର ଏକ ଖାଦାନ କମ୍ପାନୀ । କୁହାଯାଉଛି, ୦.୬୨ କ୍ୟାରେଟର ଏକ ହୀରା ଭିତରେ ରହିଛି  ୦.୨୨କ୍ୟାରେଟ୍‌ର ଏହି ପୁରୁଣା ହୀରା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ହୀରା ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ତିଆରି […]

  • Saturday, 10 July 2021
54545565
ମା’ଙ୍କୁ ମେଲାଣି ଦେବାବେଳେ ବୁଡ଼ିଗଲା ଡଙ୍ଗା; ୧୦ ମୃତ

ଜୟପୁର: ମା’ ଦୁର୍ଗାଙ୍କୁ ମେଲାଣିବେଳେ ଗତକାଲି ପାର୍ବତୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟ ୧୦ରେ ପହଞ୍ଚିଛି। ପ୍ରଥମେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଥିଲା। ପରେ ଆଉ ୩ ଜଣ ନିଖୋଜ ଥିବା ନେଇ ସୂଚନା ମିଳିବା ପରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା କୁହାଯାଉଛି। ରାଜସ୍ଥାନର ଢୋଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ଢୋଲପୁରରେ ଥିବା ପାର୍ବତୀ ନଦୀରେ ଦୁଇଟି ପୃଥକ ପୃଥକ ସ୍ଥାନରେ ମା’ ଦୁର୍ଗାଙ୍କ ମୂର୍ତ୍ତି […]

  • Saturday, 10 July 2021
43434
ରାଫେଲ୍‌ ଗ୍ରହଣ କଲେ, ଓମ୍ ଲେଖି ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ। ପବିତ୍ର ଦଶହରାରେ ଏହି ଯୁଦ୍ଧ ବିମାନକୁ ଭାରତୀୟ ବାୟୁ ସେନା ପକ୍ଷରୁ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦକ୍ଷିଣପଶ୍ଚିମ ଫ୍ରାନ୍ସଠାରେ ଥିବା ଡାସଲ୍ଟ ଆଭିଏସନ୍‌ର ପକ୍ଷରୁ  ମେରିନାକ୍‌ର ଫାସିଲିଟିଠାରେ ଆୟୋଜିତ ସ୍ୱତନ୍ତ୍ର ହସ୍ତାନ୍ତର ଉତ୍ସବରେ ପ୍ରଥମ ରାଫେଲ୍ ଫାଇଟର୍ ଜେଟ୍‌କୁ ଗ୍ରହଣ କରିଛି ଭାରତ। ବିମାନର ଟେଲ୍ ନମ୍ବର ରହିଛି RB-001।  ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିମାନ ଉପରେ […]

  • Saturday, 10 July 2021
pl
ଭୟଙ୍କର ଦୃଶ୍ୟ; ମଝିରୁ ଭାଙ୍ଗିଲା ପୋଲ, ଗଳିପଡ଼ିଲା ୪ କାର୍

ଜୁନାଗଡ଼: ଗୁଜରାଟର ଜୁନାଗଡ଼ରେ ରବିବାର ଏକ ପୋଲ ଭାଙ୍ଗିଯିବାର ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଏଥିପାଇଁ ଭୟଙ୍କର ଲାଗୁଛି ଯେ ପୋଲ ଉପରେ ୪ଟି କାର୍‌ ଯାଉଥିବା ବେଳେ ମଝିରେ ରାସ୍ତାରେ ହଠାତ୍ ପୋଲଟି ଭାଙ୍ଗିଯାଇ ନଦୀ ମଝିରେ ପଡ଼ିଥିଲା। ଫଳରେ କାର୍‌ରେ ଫସି ରହିଥିବା ଲୋକମାନଙ୍କର ଭୟରେ ତଣ୍ଟି ଶୁଖିଯାଇଥିଲା। ସେମାନେ ଆହତ ମଧ୍ୟ ହୋଇଥିଲେ। ଏହାପରେ ସ୍ଥାନୀୟଲୋକ ଓ ପୁଲିସ୍‌ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଭାଗ୍ୟ ଭଲ ଯେ […]

  • Saturday, 10 July 2021