• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

election
ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

ନୂଆଦିଲ୍ଲୀ/ଭୁବନେଶ୍ୱର: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଆଜି ସରିବ ପ୍ରଚାର।  ଆଜି ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ମାରାଥନ ରାଲି ଓ ରୋଡ୍‌ ଶୋ’ କରି ଭୋଟ୍‌ ଭିକ୍ଷା କରିବେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଗତକାଲିଠାରୁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବନ୍ଦ ହୋଇଯାଇଛି। ଆସନ୍ତା ୧୯ରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏ ଆସନ ପାଇଁ ଭୋଟ୍‌ […]

  • Saturday, 10 July 2021
maharastra-12JPG
ମୁଁ ହିଁ ମୁଖ୍ୟମନ୍ତ୍ରୀ ହେବି-ଜିଦ୍‌ରେ ଅଟଳ ଫଡନାଭିସ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା ଛକାପଞ୍ଝା ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ବସିଛି। ଶିବସେନା ୫୦: ୫୦ ଫର୍ମୁଲାକୁ ଢାଲ କରି ବିଜେପିର ସରକାର ଗଠନ ରାସ୍ତାରେ କଣ୍ଟା ହୋଇଥିବାରୁ ଆଜି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌। ସେ ଶିବସେନାର ୫୦: ୫୦ ଫର୍ମୁଲାକୁ କୌଣସି ପ୍ରକାରରେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଏଥିସହ ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବ ଏବଂ ସେ ପୁଣିଥରେ […]

  • Saturday, 10 July 2021
sp-1
କୋହଲି ଓ ଟିମ୍‌ ଇଣ୍ଡିଆକୁ ଆତଙ୍କବାଦୀ ଧମକ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଦଳର ସଦସ୍ୟମାନଙ୍କ ଉପରେ ହମ୍‌ଲା କରିବାକୁ ଆତଙ୍କବାଦୀମାନେ ମସୁଧା କରିଛନ୍ତି। ଆସନ୍ତା ନଭେମ୍ବର ୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବ। ଏହି ସମୟରେ ଟିମ୍‌ ଇଣ୍ଡିଆ ଉପରେ ହମ୍‌ଲା କରିବାକୁ ଆତଙ୍କୀମାନେ ଷଡ଼ଯନ୍ତ୍ର କରୁଥିବା ଏକ ଚିଠି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)କୁ ମିଳିଛି। ଏଥିରେ ଟିମ୍‌ ଇଣ୍ଡିଆ ଓ ବିରାଟ କୋହଲି ଆତଙ୍କୀଙ୍କ ଟାର୍ଗେଟରେ ଥିବା ଉଲ୍ଲେଖ କରାଯାଇଛି। ଏହି […]

  • Saturday, 10 July 2021
bagdadi
ଅପରେସନ ପୂର୍ବରୁ ଚୋରି ହୋଇଗଲା ବାଗ୍‌ଦାଦିର ଅଣ୍ଡର୍‌ୱେୟାର୍

ୱାଶିଂଟନ୍‌: ମୃତ୍ୟୁର ସୌଦାଗର ଅବୁ ବକର ଅଲ ବାଗଦାଦିର ମୃତ୍ୟୁ ପୂର୍ବରୁ ଘଟିଥିବା ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଜଣେ ସିରିଆନ କୁର୍ଦ୍ଦ ଅଣ୍ଡରକଭର ଏଜେଣ୍ଟ ବାଗଦାଦି ରହୁଥିବା କୋଠାରେ ପହଞ୍ଚି ଥିଲେ। ମୃତ୍ୟୁ ପରେ ତା’ର ଡିଏନ୍‌ଏ ପରୀକ୍ଷା ହେବାର ଥିବାରୁ ସେ ବାଗଦାଦି ବ୍ୟବହାର କରୁଥିବା କିଛି ଅନ୍ତଃବସ୍ତ୍ରକୁ ଚୋରି କରି ନେଇ ଆସିଥିଲେ। ଏଥିପାଇଁ ବାଗଦାଦି ବିସ୍ଫୋରଣରେ ନିଜକୁ ଉଡ଼ାଇବା ବେଳେ ଅନ୍ତଃବସ୍ତ୍ର ଜରିଆରେ ହିଁ ତା’ର […]

  • Saturday, 10 July 2021
dog
ଅପରେସନ୍ ବାଗ୍‌ଦାଦିର ଅସଲି ହିରୋ ‘ଓ୍ୱାଣ୍ଡରଫୁଲ୍ ଡଗ୍’

ୱାଶିଂଟନ୍‌:ସାମ୍ନାକୁ ଆସିଲା ଆମେରିକା ସେନାର ଘାତକ ଅପରେସନ୍ ‘କାଇଲା ମୁଲର୍’ ର ଅସଲି ହିରୋ । ଇଏ ସେହି ଲଢୁଆ ଡଗ୍ ସ୍କାଡର ସଦସ୍ୟ ଯିଏ ଆତଙ୍କବାଦୀ ସଂଗଠନ ISIS ମୁଖ୍ୟ ଅବୁ ବକର ଅଲ୍ ବାଗ୍‌ଦାଦି ନିପାତର ଶ୍ରେୟ ମୁଣ୍ଡାଇଛି।  ଏବେ ଚର୍ଚ୍ଚାରେ ଥିବା ଆମେରିକା ସେନାର ଏହି ଲଢୁଆ କୁକୁରର ଫଟୋ ଟ୍ୱିଟରରେ ସେୟାର କରି ଓ୍ୱାଣ୍ଡରଫୁଲ୍ ଡଗ୍ ବୋଲି ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆତଙ୍କବାଦୀଙ୍କ ଆଡ୍ଡାରୁ  ବାଗ୍‌ଦାଦିକୁ ନିପାତ ପାଇଁ […]

  • Saturday, 10 July 2021
7
ଅଟୋକୁ ଧକ୍କା ଦେଇ ନଦୀକୁ ଖସି ପଡ଼ିଲା କାର୍‌, ଦେଖନ୍ତୁ ଭିଡ଼ିଓ

ଭୋପାଲ: ମଧ୍ୟପ୍ରଦେଶ ଓର୍ଚ୍ଛାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋକୁ ଧକ୍କା ଦେଇ ନଦୀଗର୍ଭକୁ ଖସିପଡିଛି ଏକ କାର୍ । ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି।  ଦୁର୍ଘଟଣାଟି ଫିଲ୍ମ ଷ୍ଟାଇଲ୍‌ରେ ଘଟିଛି ଯାହାର ଦୃଶ୍ୟ  ସିସିଟିଭିରେ କଏଦ ହୋଇଛି । ଦ୍ରୁତଗତିରେ ଆସୁଥିଲା ଏକ୍ କାର୍। ଏକ ବ୍ରିଜ୍‌ ଉପରେ ବିପରୀତ ଦିଗକୁ ଆସୁଥିବା ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଛି ଆଉ  ତା ପରେ ବ୍ରିଜ୍‌ରେ ପିଟି ହୋଇ ନଦୀ ତଳକୁ ଖସି ପଡ଼ୁଛି । […]

  • Saturday, 10 July 2021
232223
ଆଜିଠୁ ବସ୍‌ରେ ଯିବା ପାଇଁ ମହିଳାଙ୍କୁ ମିଳିବ ମାଗଣା ଟିକେଟ୍‌

ନୂଆଦିଲ୍ଲୀ: ଆଜି ଭାଇ ଦୁତିଆ। ଦିଲ୍ଲିରେ କେଜରିୱାଲ ସରକାର ଭାଇ ଦୁତିଆ ଅବସରରେ ମହିଳାମାନଙ୍କୁ ଦେଇଛନ୍ତି  ସ୍ୱତନ୍ତ୍ର ଉପହାର। ଆଜିଠୁ ଦିଲ୍ଲୀରେ ମହିଳାମାନେ ବସ୍‌ରେ ମାଗଣା ଯାତ୍ରା କରିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଫ୍ରି ରାଇଡ୍‌ ଯୋଜନା ଅନୁସାରେ ଆଜିଠୁ ମହିଳାମାନେ ଡିଟିସି(ଦିଲ୍ଲୀ ପରିବହନ ନିଗମ) ଏବଂ କ୍ଲଷ୍ଟର ବସ୍‌ରେ ମାଗଣା ଯାତ୍ରା କରିପାରିବେ। ଗତ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ କେଜରିୱାଲ ଦିଲ୍ଲୀ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଦେବା ପାଇଁ ଘୋଷଣା କରିଥିଲେ। ଏହି […]

  • Saturday, 10 July 2021
1234567
ଅପରେସନ ବାଗ୍‌ଦାଦି: ମାତ୍ର ୪୦ ଘଣ୍ଟା ପୂର୍ବରୁ ହୋଇଥିଲା ଯୋଜନା

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ର ମୁଖ୍ୟ ଅବୁ ବକର ଅଲ ବାଗଦାଦିର ଖେଳ ଖତମ ହୋଇଛି। ଆମେରିକା ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ଭୟରେ ବାଗଦାଦି ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି। ଅପରେସନ ବାଗଦାଦିକୁ ସଫଳତା ଦେବା ପାଇଁ ବଛାବଛା କମାଣ୍ଡୋମାନେ ସରିଆର ଇଦଲିବକୁ ଯାଇଥିଲେ। ତେବେ ଦୀର୍ଘ ୬ ହଜାର କିମି ବାଟ ଯାଇ ସଫଳତା ପୂର୍ବକ ବାଗଦାଦି ଭଳି ଜଣେ କୁଖ୍ୟାତ ଆତଙ୍କୀଙ୍କୁ ହତ୍ୟା କରିବା ପାଇଁ ଆମେରିକା ୪୮ ଘଣ୍ଟା ପୂର୍ବରୁ […]

  • Saturday, 10 July 2021
shah
ଶାହଙ୍କ ରୋଡ୍‌ ଶୋ’ ବେଳେ ଉତ୍ତେଜନା

କୋଲକାତା: କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ଉତ୍ତେଜନା। ଗତକାଲି କୋଲକାତା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଟିଏମ୍‌ସି ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଶାହଙ୍କ ଗସ୍ତକୁ ବିରୋଧ କରି ବିଶ୍ୱବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏପରିକି କିଛି ବିଜେପି କର୍ମୀ ବିଶ୍ୱବିଦ୍ୟାଳୟ ପରିସରରେ ପଶି ପୋଡ଼ାଜଳା କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ, ବିଶ୍ୱବିଦ୍ୟାଳୟ ପରିସରରୁ ପଥର ମାଡ଼ ହୋଇଥିବା […]

  • Saturday, 10 July 2021
amit agrawal
ଜେଟ୍‌ ଏୟାରୱେଜ୍‌ ଛାଡ଼ିଲେ ଡେପୁଟି ସିଇଓ ଅମିତ୍‌ ଅଗ୍ରୱାଲ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଯୋଗୁ ବିମାନ ଚଳାଚଳ ବନ୍ଦ ରଖିଥିବା ଜେଟ୍‌ ଏୟାରୱେଜ୍‌ କମ୍ପାନୀକୁ ପୁଣିଥରେ ଝଟ୍‌କା ଲାଗିଛି। କମ୍ପାନୀର ଡେପୁଟି ସିଇଓ ତଥା ମୁଖ୍ୟ ଆର୍ଥିକ ଅଧିକାରୀ ଅମିତ୍‌ ଅଗ୍ରୱାଲ ମଙ୍ଗଳବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିଜ ଇସ୍ତଫାପତ୍ର ପଠାଇଥିଲେ ହେଁ ପଦ ଛାଡ଼ିବାର କାରଣ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି। ୧.୨ ବିଲିୟନ୍ ଡଲାର ଋଣରେ ବୁଡ଼ି ରହିଥିବା ଜେଟ୍ ଏୟାରୱେଜ୍ ପାଇଲଟଙ୍କ ଠାରୁ ଆରମ୍ଭ କରି […]

  • Saturday, 10 July 2021