ଲକ୍ଷ୍ନୌ: ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ଆତଙ୍କବାଦୀ ସହ ତୁଳନା କରିଛନ୍ତି ଉତ୍ତର ପ୍ରଦେଶ ସିଆ ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜଭୀ। ଏମିତିକି ଓଓ୍ୱେସୀ ଉତ୍ତେଜନା ମୂଳକ ଭାଷଣ ଦେଇ ଲୋକଙ୍କୁ ଆତଙ୍କବାଦୀ କ୍ୟାମ୍ପରେ ଯୋଗ ଦେବାକୁ ଉସକାଉଥିବା ରିଜଭୀ କହିଛନ୍ତି। ନିକଟରେ ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ଓୱେସୀ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ରିଜଭୀ ଓଓ୍ୱେସୀଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, ଆଜିର ଦିନରେ ଅବୁ-ବକର-ଅଲ- […]
ନୂଆଦିଲ୍ଲୀ: ପାର୍କିଂଜାଗାରେ ଗାଡ଼ି ରଖି ଏଣିକି ଆରାମ୍ରେ ବୁଲି ପାରିବେ। ଆଉ ଗାଡ଼ି ଚୋରି ଚିନ୍ତା ନାହିଁ । କାରଣ ପାର୍କିଂ ଜାଗାରେ ‘ ନିଜ ଦାୟିତ୍ୱରେ ନିଜ ଗାଡ଼ି ରଖନ୍ତୁ’ ଏଭଳି ନୋଟିସ ମାରି ଆଉ ସଂପୃକ୍ତ କତ୍ତୃପକ୍ଷ ଖସି ଯାଇପାରିବେ ନାହିଁ। ଏମିତି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ହୋଟେଲର ପାର୍କିଂ ସ୍ଥାନରେ ଗ୍ରାହକ ଗାଡ଼ି ରଖିବାର ଅର୍ଥ ଗାଡ଼ିର ସମସ୍ତ ଦାୟିତ୍ୱ ହୋଟେଲ କତ୍ତୃପକ୍ଷଙ୍କର। […]
ନୂଆଦିଲ୍ଲୀ: ସ୍ୱଚ୍ଛ ପାନୀୟ ଜଳ ଖୋଜୁଛନ୍ତି ? ତେବେ ମୁମ୍ବାଇ ଯିବାକୁ ପଡ଼ିବ । କାରଣ ମୁମ୍ବାଇର ପାଇପ ପାଣି ସବୁଠାରୁ ସ୍ୱଚ୍ଛ। ଆଉ ଯଦି ଦିଲ୍ଲୀରେ ରହୁଥାନ୍ତି ତେବେ ସାବଧାନ। ସବୁଠାରୁ ଭୟଙ୍କର ସ୍ଥିତିରେ ଅଛନ୍ତି। କାରଣ ଏଠାରେ ବାୟୁ ପ୍ରଦୁଷଣ କଥା ତ ଜାଣନ୍ତି। ଏବେ ଜାଣନ୍ତୁ, ଏଠିକାର ପାଣି ବି ସବୁଠାରୁ ଖରାପ। ୟୁନିୟନ କଂଜ୍ୟୁମର ଆଫେୟର୍ସ ( Union Consumer Affairs Ministry)ମନ୍ତ୍ରଣାଳୟ ପକ୍ଷରୁ ଏକ ଅନୁଧ୍ୟାନ କରାଯିବା ପରେ ଏପରି […]
ପାଣାଜୀ: ଗୋଆରେ ରାଜଧାନୀ ପାଣାଜୀ ଠାରୁ ୧୫ କିମି ଦୂରରେ ଆଜି ନୌସେନାର ଯୁଦ୍ଧ ବିମାନ ମିଗ୍ ୨୯କେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ପାଇ ଯାଇଛି। ତେବେ ବିମାନରେ ଥିବା ଦୁଇ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି। ଆଜି ଗୋଆର ଡାବୋଲିମ ଠାରେ ଥିବା ଆଇଏନଏସ୍ ହାନସା ଏୟାରବେସ୍ରୁ ଏହି ଯୁଦ୍ଧ ବିମାନଟି ଉଡ଼ାଣ ଭରିଥିଲା। ଏହି ସମୟରେ ଏକ ପକ୍ଷୀ ବିମାନରେ ମାଡ଼ ହେବାରୁ ଏହାର ଇଞ୍ଜିନ୍ରେ ନିଆଁ […]
ନୂଆଦିଲ୍ଲୀ: ଆଧାର ସହ ଯୋଡ଼ି ହୋଇପାରେ ସମ୍ପତ୍ତି ତାଲିକା। ଏଥିପାଇଁ କେନ୍ଦ୍ର ସରକାର ଭିତିରିଆ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ୨୦୧୬ରେ ବିମୁଦ୍ରୀକରଣ ପରେ ସମ୍ପତ୍ତି ସହିତ ଆଧାର କାର୍ଡ ଲିଙ୍କ୍ ହେବ ବୋଲି ଚର୍ଚ୍ଚା ଚାଲିଥିଲା। ଏବେ ୩ ବର୍ଷ ପରେ ପୁଣି ଥରେ ଆଧାର କାର୍ଡକୁ ସମ୍ପତ୍ତି ସହ ଯୋଡ଼ା ଯିବ ବୋଲି କେନ୍ଦ୍ର ସରକାର ଚିନ୍ତା କରୁଥିବା ଚର୍ଚ୍ଚା ଚାଲିଛି। ସମ୍ପତ୍ତି ସହିତ ଆଧାର କାର୍ଡ ଲିଙ୍କ୍ ହେଲେ ଅନେକ ମନି ଲଣ୍ଡରିଂ […]
ମୁମ୍ୱାଇ:କ୍ଷମତା ହାତେଇବା ପାଇଁ ଶିବସେନ ହିନ୍ଦୁତ୍ୱର ପୋଷାକ ଉତାରି ଦେଲା। ସରକାର ଗଠନ ପାଇଁ ଶିବସେନା, କଂଗ୍ରେସ ଏବଂ ଏନସିପି ମଧ୍ୟରେ ଚାଲିଥିବା କମନ ମିନିମମ୍ ପ୍ରୋଗ୍ରାମ(CMP)ରେ ହିନ୍ଦୁତ୍ୱ କାର୍ଡ ଖେଳି ପାରିବ ନାହିଁ ବୋଲି ସହମତି ପ୍ରକାଶ କରିଛି ଶିବସେନା। CMPରେ ଚାଷୀଙ୍କ ଉନ୍ନତି ଉପରେ ବେଶି ଫୋକସ୍ କରାଯାଇଛି। ତେବେ ହିନ୍ଦୁତ୍ୱ ଏଜେଣ୍ଡାକୁ ନେଇ ଶିବସେନା ଭୋଟ୍ ହାତେଇଥିବାବେଳେ ତାହାକୁ ନିଜ କୋର ଏଜେଣ୍ଡାରୁ କିପରି ହଟାଇଲା ସେ ନେଇ ପ୍ରଶ୍ନ ଉଠିଛି। ଦିନେ […]
ନୂଆଦିଲ୍ଲୀ: ଭାରତୀୟ ସ୍ପେଶ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଖୁବ୍ ଶୀଘ୍ର ଚନ୍ଦ୍ରକୁ ଛାଡ଼ିବାକୁ ଯାଉଛି ଚନ୍ଦ୍ରଯାନ-୩। ଏଥିପାଇଁ ଜୋରସୋରରେ ଚାଲିଛି କାମ। ୨୦୨୦ ନଭେମ୍ବର ସୁଦ୍ଧା କାମ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଯାଇଛି। ଏପରି ସୂଚନା ମିଳିଛି ଇସ୍ରୋ ପକ୍ଷରୁ । ସୂଚନାଥାଉ କି, ଗତ ସେପ୍ଟେମ୍ବରରେ ଇସ୍ରୋ ଚନ୍ଦ୍ରଯାନ-୨ ଲାଣ୍ଡରକୁ ଚନ୍ଦ୍ରପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବା ପାଇଁ ଚେଷ୍ଟା କରିଥିଲା। ହେଲେ ଏଥିରେ ସଫଳତା ମିଳି ନ ଥିଲା। ଅବଶ୍ୟ ଏବେ ବି […]
ନୂଆଦିଲ୍ଲୀ: ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରି ଆଗତ ହୋଇଥିବା ପିଟିସନ୍କୁ ଖାରଜ କରିଦେଇଛନ୍ତି ସୁପ୍ରିମ୍କୋର୍ଟ। ଏଥସହିତ ଫ୍ରାନ୍ସର ଡାସଲ୍ଟ ବିମାନ ସହ ଚୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି। ଗତ ମେ ୧୦ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି ସାରିବା ସହ ରାୟ ସ୍ଥଗିତ ରଖିଥିଲେ। ଏହି ଆବେଦନ ସବୁ ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା, ଅରୁଣ ସୌରୀ […]
ଇସ୍ଲାମାବାଦ୍: ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ-ଏକଥା ସ୍ୱୀକାର କରିଛନ୍ତି ଏହି ଦେଶର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍ ମୁସାରଫ। ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି କାଶ୍ମିରୀରେ ଭାରାତୀୟ ସେନା ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନରେ ମୁଜାହିଦ୍ଦୀନ୍ ତାଲିମ୍ ଦିଆଯାଉଥିଲା। ସେ ଜିହାଦୀ ଆତଙ୍କବାଦୀମାନଙ୍କୁ ହିରୋ ବୋଲି କହିଛନ୍ତି। ସେତିକି ନୁହେଁ, ସେ ଓସାମା ବିନ୍ ଲାଡେନ୍, ଆୟମାନ୍ ଅଲ୍ ଜୱାହିରି, ଜଲ୍ଲାଉଦ୍ଦିନ୍ ହକାନି ଏବଂ ଅନ୍ୟମାନଙ୍କୁ ମଧ୍ୟ ‘ପାକିସ୍ତାନର ହିରୋ’ କହିବାକୁ ପଛାଇ ନାହାନ୍ତି। ବୁଧବାର ପାକିସ୍ତାନର ଜଣେ […]
ରାୟଗଡ଼ା: ରାୟଗଡ଼ା ଅମ୍ବାଦଳା ଥାନା କାର୍କାମାର୍କା ଜଙ୍ଗଲରେ ଚାଲିଛି ମାଓ କ୍ୟାମ୍ପ । SOG ଏବଂ DVF ଯବାନଙ୍କ ମିଳିତ ଅପରେସନ ବେଳେ ଏହି କ୍ୟାମ୍ପକୁ ଠାବ କରଯାଇଛି । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ସୁରକ୍ଷା କର୍ମଚାରୀମାନେ ସେଠାରୁ ଏକ ଲ୍ୟାଣ୍ଡମାଇନକୁ ଜବତ କରିବା ସହ ତାହାକୁ ନିଷ୍କ୍ରିୟ କରି ଦେଇଛନ୍ତି। ଏଥି ସହିତ ଔଷଧ, ଖାଦ୍ୟ ସାମଗ୍ରୀ, ପୋଷାକ, ଛତା,ପାଣି ବୋତଲ ଓ ୧୦ଟି ପଲିଥିନ […]
ନୂଆଦିଲ୍ଲୀ: ଗୁରୁବାର ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା କୋର୍ଟ ଅବମାନନା ମାମଲା ବନ୍ଦ କରିବା ସହ ତାଙ୍କୁ ଚେତାବନୀ ଦେଇଛନ୍ତି। ରାଫେଲ୍ ଚୁକ୍ତିକୁ ନେଇ ରାହୁଲ ପୂର୍ବରୁ କହିଥିଲେ, କୋର୍ଟ କହିଛନ୍ତି ‘ଚୌକିଦାର ଚୌର ହୈ’। ନିର୍ବାଚନ ପୂର୍ବରୁ ସେ ଏଭଳି କହିଥିଲେ ଏବଂ କୋର୍ଟ ଏଭଳି କେବେ ମଧ୍ୟ କହି ନଥିବାରୁ ସେ କୋର୍ଟଙ୍କ ନିକଟରେ ନିଃସର୍ତ୍ତ କ୍ଷମା ମାଗିବାକୁ ପଡ଼ିଥିଲା। ଆଜି କୋର୍ଟ ଏହି କ୍ଷମାକୁ ଗ୍ରହଣ କରିବା ସହ ମାମଲା ବନ୍ଦ କରିଦେଇଛନ୍ତି। […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସାବରୀମାଲା ମାମଲାକୁ ସୁପ୍ରିମ୍କୋର୍ଟ ବୃହତ୍ତର କୋର୍ଟକୁ ପଠାଇଦେଇଛନ୍ତି। ୩-୨ ଭୋଟ୍ରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍କୋର୍ଟ। ପୂର୍ବରୁ ସାବରୀମାଲା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ସପକ୍ଷରେ ରାୟ ଦେଇଥିଲେ କୋର୍ଟ। ଏହାପରେ ଏହି ରାୟ ବିରୋଧରେ କିଛି ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିଲା। ବର୍ତ୍ତମାନର ସୁପ୍ରିମ୍କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବା ଅବସରରେ ଏହି ପିଟିସନ୍ସବୁର ଶୁଣାଣି କରିବାର ଥିଲା। […]
ଭୁବନେଶ୍ୱର: ଓଡ଼ିଶାରୁ ପ୍ରଥମଥର ପାଇଁ ଅନ୍ତର୍ଜାତୀୟସ୍ତରରେ ବାସ୍କେଟବଲ ଖେଳି ରାଜ୍ୟକୁ ଗୌରବାନ୍ୱତ କରିଥିବା ସୀତାମଣି ଟୁଡୁଙ୍କ ମହାନତା ଏବେ ସାମ୍ନାକୁ ଆସିଛି। ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଯୋଗୁ ସେ ଆଜି ଅନ୍ତର୍ଜାତୀୟ ଖେଳାଳୀ ହୋଇଥିବାରୁ, ସେ ଏହାର ଋଣ ପରିଶୋଧ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତେଣୁ ହଷ୍ଟେଲରେ ରହୁଥିବା ଜୁନିୟର ବାସ୍କେଟବଲ ଖେଳାଳିଙ୍କୁ ସୀତାମଣି ଅନ୍ତର୍ଜାତୀୟ ସ୍ତରରେ ହାସଲ କରିଥିବା ଅଭିଜ୍ଞତା ବାବଦରେ ପ୍ରଶିକ୍ଷଣ ଦେଉଛନ୍ତି। ମୟୂରଭଂଜ ବାହଲଦା ବ୍ଲକ ବିଞ୍ଛୁଆ ଅଞ୍ଚଳର ସୀତାମଣି ଭୁବନେଶ୍ୱର ସ୍ପୋର୍ଟସ […]
ଜୟପୁର: ହାତ ପାଆନ୍ତାରେ ମୋଟା ଅଙ୍କର ଟଙ୍କା ଉପହାର ମିଳିଲେ କିଏ ବା ଛାଡ଼ିବ! ହେଲେ ଏମିତି ଏକ ମୋଟା ଅଙ୍କର ଉପହାରକୁ ନେବାକୁ ମନା କରି ଦେଇଛନ୍ତି ଜଣେ ବିଏସଏଫ କନଷ୍ଟେବଳ ଜିତେନ୍ଦ୍ର ସିଂହ। ତେବେ ଘଟଣାଟି ଏମିତି। ରାଜସ୍ଥାନର ଜୟପୁର ନିକଟରେ ଥିବା ଅମ୍ୱାବରିରେ ଗୋବିନ୍ଦ ସିଂହ ଶେଖାଓ୍ୱତଙ୍କ ଝିଅ ଚଞ୍ଚଳ ଶେଖାଓ୍ୱତଙ୍କୁ ବିବାହ କରିବାକୁ ଗତ ଶନିବାର ଯାଇଥିଲେ ଜିତେନ୍ଦ୍ର। ବେଦିରେ ତାଙ୍କ ଶ୍ୱଶୁର ଉପହାର ସ୍ୱରୂପ ୧୧ ଲକ୍ଷ ଟଙ୍କା ନଗଦ […]
ଇସଲାମାବାଦ: ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ୍(ଆଇସିଜେ)ର ଛାଟ ପରେ ଏବେ ପାକିସ୍ତାନ ଅକଳରେ ପଡ଼ିଯାଇଛି। ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାକୁ ଏକପାଖିଆ ଭାବେ ସାମାରିକ କୋର୍ଟରେ ବିଚାରକରି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବା ପାକିସ୍ତାନ ଏବେ ନିଜର ନିଷ୍ପତ୍ତି ବଦଳାଇଛି। କୁଳଭୂଷଣ ଏବେ ସିଭିଲିଆନ୍ କୋର୍ଟରେ ନିଜ ନିର୍ଦ୍ଦୋଷର ପ୍ରମାଣ ଦେବାକୁ ଆବେଦନ କରିପାରିବେ ବୋଲି ପାକିସ୍ତାନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଥପାଇଁ ପାକିସ୍ତାନ ସରକାର ନିଜ ଦେଶର ଆର୍ମି ଆଇନ୍ରେ […]
ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ । ଏ ସମ୍ପର୍କିତ ଏକ ମାମଲାର ବିଚାର କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଆଜି ଏକ ମାମଲାର ଶୁଣାଣି କରି କହିଛନ୍ତି। ସୂଚନାକୁ ଅଟକାଇ ବିଚାର ବିଭାଗୀୟ ସ୍ୱାଧୀନତାକୁ ରକ୍ଷା କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ କେନ୍ଦ୍ରୀୟ ଜନସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ଦାଏର […]