• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

123456789
‘’ହମାରା ୟେ ସିଦ୍ଧୁ କିଧର ଗୟା ”

କରତାରପୁର: କରତାରପୁର କରିଡର ଉଦ୍‌ଘାଟନ ସମାରୋହ ଏବଂ ସିଦ୍ଧୁ- ଉଭୟଙ୍କୁ ନେଇ ଆଜିକାଲି ସୋଶାଲ ମିଡିଆରେ ବେଶ୍‌ ଚର୍ଚ୍ଚା। କରତାରପୁର ଯିବା ଲାଗି ଅନୁମତିକୁ ନେଇ ବେଶ କିଛି ଦିନ ଚର୍ଚ୍ଚାରେ ରହିଲେ ସିଦ୍ଧୁ । ଏବେ ଇମ୍ରାନଙ୍କ ପାଟିରେ ସିଦ୍ଧୁଙ୍କ ନାଁ ଶୁଣି ପୁଣି ଚର୍ଚ୍ଚାକୁ ଆସିଛନ୍ତି ସେ। କରତାରପୁର କରିଡର ଉଦ୍‌ଘାଟନ ସମାରୋହରେ ଯୋଗ ଦେଇ କଂଗ୍ରେସ ନେତା ନଭଜୋତ ସିଂ  ସିଦ୍ଧୁ କହିଥିଲେ, ଏହି କରିଡରକୁ ଆରମ୍ଭ  କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ୧୪ […]

  • Sunday, 11 July 2021
ram-temple
ରାମ ମନ୍ଦିର ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆହୁରି ୫ ବର୍ଷ !

ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେବ। ଏ ନେଇ ସୁପ୍ରିମ କୋର୍ଟ ରାୟ ଦେବା ପରେ ସମସ୍ତଙ୍କ ମନରେ ଜିଜ୍ଞାସା ବୃଦ୍ଧି ପାଇବାରେ ଲାଗିଛି। କେବେ ନିର୍ମାଣ ହେବ ରାମ ମନ୍ଦିର ? କେମିତି ହେବ ତାର ପରିପାଟି ? ଯଦି ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଡିଜାଇନ୍‌କୁ ସ୍ୱୀକୃତି ମିଳେ ତେବେ କମ୍‌ ସେ କମ୍‌ ମନ୍ଦିର ନିର୍ମାଣ ପାଇଁ ୫ ବର୍ଷ ଲାଗିଯିବ। ରାମ ମନ୍ଦିର ସହ […]

  • Sunday, 11 July 2021
12
କଂଗ୍ରେସ ସହ ମେଣ୍ଟ କରିପାରେ ଶିବସେନା !

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ଅଙ୍କକଷା ଛିଣ୍ଡୁନି। ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ବଢି ବଢି ଚାଲିଛି ସିନା ସମାଧାନର ବାଟ ଫିଟୁନି। ଆଜି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ପୁଣି ଥରେ ବିଜେପି ବିରୋଧରେ ବର୍ଷିଛନ୍ତି। ଏଥିସହ ଶିବସେନା କଂଗ୍ରେସ ସହ ମେଣ୍ଟ କରି  ସରକାର ଗଢ଼ିବା ପାଇଁ ପ୍ରସ୍ତୁତ ଅଛି ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି,  କଂଗ୍ରେସ ଓ ଶିବସେନାର ରାଜନୀତିକ ଚିନ୍ତାଧାରାରେ ମତ ପାର୍ଥକ୍ୟ ରହିପାରେ, ହେଲେ ରାଜ୍ୟର […]

  • Sunday, 11 July 2021
auditorium
କାଲିଠୁ ୫୦ ପ୍ରତିଶତ କ୍ଷମତାରେ ଖୋଲିବ ଅଡିଟୋରିୟମ

ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି। ତେଣୁ ଆଜି ଦିଲ୍ଲୀ ସରକାର ଅନଲକ୍‌-୭ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ତେବେ ନୂଆ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ଅର୍ଥାତ୍‌ ସୋମବାରଠାରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ, ଅଡିଟୋରିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବ। କିନ୍ତୁ ସାଧାରଣ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ।

barmer
ନବଜାତକକୁ ବଞ୍ଚାଇଦେଲା ମମତା : ମା’ର ବିକଳ କାନ୍ଦଣା ଦେଖି କୁନି ପୁଅକୁ ଫେରାଇ ଦେଲା ଚୋର

ମମତାର ଶକ୍ତି ମା’, ମମତାର ମୂର୍ତ୍ତି ମା’ । ବାଡମେର୍ ଅଲସୁବା ଜିଲ୍ଲା ଡାକ୍ତରଖାନାରୁ ଚୋରି ହୋଇ ଯାଇଥିଲା ତିନି ଦିନର କୁନି ଶିଶୁ । ପୁଅର ମୁହଁକୁ ଭଲରେ ଦେଖିବା ଆଗରୁ ମା’ର କୋଳଶୂନ୍ୟ ହୋଇସାରିଥିଲା । କେହି ଜଣେ ଡାକ୍ତରଖାନାରୁ ନବଜାତକକୁ ଚୋରାଇ ନେଇଥିଲା । ପୁଅକୁ ନପାଇ ବିକଳରେ କାନ୍ଦୁଥିଲେ ମହିଳା ଜଣକ । କେତେବେଳ କାନ୍ଦି କାନ୍ଦି ବେହୋସ ହୋଇଯାଉଥିଲେ ତ ଆଉ କେତେବେଳେ ପୁଅକୁ ଖୋଜି ଆଣିବାକୁ ସ୍ୱାମୀ ନିକଟରେ ଗୁହାରୀ କରୁଥିଲେ । ଏପରିକି କାନ୍ଦି କାନ୍ଦି ପୁଅକୁ ଫେରାଇ ଦିଅ କହି ଚୋର ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ଅଭିଯୋଗ ପରେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ପୋଲିସ ନବଜାତକକୁ ଖୋଜାଖୋଜି କରୁଥିଲେ ।

health-workers
ରାସ୍ତା ରୋକି ପାରିଲାନି ପ୍ରଖର ଜଳସ୍ରୋତ : ଉଚ୍ଛୁଳା ନଈ ପାର୍ ହୋଇ ଟିକା ଦେବା ପାଇଁ କଲେ ସ୍ୱାସ୍ଥ୍ୟକର୍ମୀ

ହାତରେ ଭ୍ୟାକ୍ସିନ୍ ଡବା । ଆଉ ସାମ୍ନାରେ ନଦୀର ପ୍ରଖର ଜଳପ୍ରୋତ । ତଥାପି ମନରେ ତିଳେ ମାତ୍ର ଭୟ ନାହିଁ । ଲୋକଙ୍କ ପାଇଁ ଡାକ୍ତରୀ ଟିମ୍ ଜଣେ ଜଣଙ୍କ ହାତ ଧରି ନଦୀ ପାର ହେଉଥିବା ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିଲେ କାହାର ବି ଦେଶ ଶୀତେଇ ଯିବ । ଉଚ୍ଛୁଳା ନଈକୁ ଦେଖିଲେ ଆଗକୁ ବଢ଼ିବାକୁ ସାହସ ହେବନି । ସ୍ୱାସ୍ଥ୍ୟକର୍ମୀ ମାନେ ବର୍ତ୍ତମାନ ସମୟରେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମଣ ଭୟକୁ ଏଡାଇ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି । ବର୍ତ୍ତମାନ କରୋନା ଯୋଦ୍ଧାଙ୍କର ସେହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତ୍ରାଲା ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱରେ ଥିବା ଡକ୍ଟର ଇରାମ ୟାସିମିନ ଏହି ଭିଡିଓ ଉତ୍ତୋଳନ କରିଛନ୍ତି ।

hoshangabad
ବାହାବେଦୀରେ ବସିଥିଲା ପ୍ରେମିକ : ବାହାରେ ସୋନା, ବାବୁ କହି କହି ବିକଳରେ କାନ୍ଦୁଥିଲା ପ୍ରେମିକା

ଆଉ କାହା ପାଇଁ ଚନ୍ଦନ ନାଇ, ମୁକୁଟ ପିନ୍ଧି ସଜ ହୋଇଥିଲେ ଯୁବକ । ବିବାହ ଚାଲିଥିବା ମଣ୍ଡପର ଫାଟକ ବାହାରେ ସୋନା, ବାବୁ ଡାକି କାନ୍ଦି କାନ୍ଦି ଗଡ଼ିଯାଉଥିଲା ପ୍ରେମିକା । ତିନି ବର୍ଷ ଲିଭ୍ ଇନରେ ରହିବା ପରେ ଧୋକା ଦେଲା ପ୍ରେମିକ । ବିଶ୍ୱାସରେ ବିଷ ମିଶାଇ ଅନ୍ୟ ଜଣକ ସହ ସାରା ଜୀବନ ରହିବାକୁ ରାଜି ହୋଇଗଲା । ମଧ୍ୟପ୍ରଦେଶ ହୋସଙ୍ଗାବାଦରେ ଏପରି ଘଟଣା ଦେଖିବାକୁ ମିଳିଛି । ପ୍ରେମିକର ବିବାହ ରୋକିବାକୁ ଭୋପାଳରୁ ହୋସଙ୍ଗାବାଦ ଚାଲି ଆସିଥିଲେ ଯୁବତୀ । ଏକ ବିବାହ ମଣ୍ଡପରେ ପ୍ରେମିକର ବିବାହ ଚାଲିଥିବା ବେଳେ ଜୋରଦାର ହଙ୍ଗାମା କରିଛନ୍ତି ପ୍ରେମିକା । ହେଲେ ବିବାହ ଅଟକାଇବାକୁ ଶତ ଚେଷ୍ଟା କରିଥିଲେ ସୁଦ୍ଧା ଅସଫଳ ହେଲେ ଯୁବତୀ । ତାଙ୍କୁ ବାରମ୍ବାର ଫାଟକରୁ ତଡ଼ି ଦେଉଥିଲେ ପରିବାର ଲୋକ । ତଥାପି ସୋନା-ବାବୁ ଡାକି ଡାକି ଫାଟକ ନିକଟକୁ ଚାଲି ଯାଉଥିଲେ ପ୍ରେମିକା ।

indian navy
ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ହଠାତ୍‌ ଗାଏବ ହୋଇଯାଇଥିଲା ପାକିସ୍ତାନୀ ବୁଡ଼ାଜାହାଜ

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରିବା ପରେ ସମୁଦ୍ର ପଥରେ ମଧ୍ୟ ଭାରତୀୟ ନୌସେନା ସଜାଗ ରହିଥିଲା। ପାକିସ୍ତାନ ଜଳପଥରେ ଆକ୍ରମଣ କରିପାରେ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳସୀମାରେ ଜଗି ରହିଥିଲେ। ସେପଟେ ଯୁଦ୍ଧ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ବୁଡ଼ାଜାହାଜକୁ ନିୟୋଜିତ କରିଥିଲା। ଭାରତୀୟ ନୌସେନାର ଏଭଳି ପ୍ରସ୍ତୁତି ଦେଖି ପାକିସ୍ତାନ ମଧ୍ୟ ଯୁଦ୍ଧ ଆଶଙ୍କା କରିଥିଲା। ହେଲେ ଏହି […]

  • Sunday, 11 July 2021
aircraft
ଇରାନ୍‌ ଆକାଶ ଦେଇ ଉଡ଼ିବନି ଭାରତୀୟ ବିମାନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହେବାର ସମ୍ଭାବନା ରହିଥିବାରୁ ଭାରତର ବେସାମରିକ ବିମାନ ନିୟାମକ ଡିଜିସିଏ ପକ୍ଷରୁ ଭାରତୀୟ ବିମାନ ଉଡ଼ାଣ ନେଇ କଟକଣା ଜାରି କରାଯାଇଛି। ଶୁକ୍ରବାର ଆମେରିକାର ଉଡ଼ାଣ ନିୟନ୍ତ୍ରକ ଫେଡେରାଲ ଆଭିଏସନ୍‌ ଆଡମିନ୍‌ଷ୍ଟ୍ରେସନ୍‌ ମଧ୍ୟ ଏଭଳି ଏକ ନୋଟିସ୍‌ ଜାରି କରିଥିଲା। ଡିଜିସିଏ ଗତକାଲି ଟ୍ୱିଟରରେ କହିଛି, ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀଙ୍କୁ ଇରାନର ଆକାଶ ଦେଇ ଉଡ଼ାଣ ନ କରିବାକୁ କୁହାଯାଇଛି। […]

  • Sunday, 11 July 2021