ଅହମ୍ମଦାବାଦ: ଗୁଜରାଟ ଅହମ୍ମଦାବାଦର ଓଡମ୍ବାସ୍ଥିତ ସୂତାକଳରେ ଅଗ୍ନିକାଣ୍ଡରେ ୩ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାଯାଇଛି। ଓଡ଼ମ୍ବା ସ୍ଥିତ ଲୋଟସ୍ ଲେବର ସୂତା କଳରେ ଗତକାଲି ଅପରାହ୍ନରେ ନିଆଁ ଲାଗି ଯାଇଥିଲା। ଫଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଶ୍ରମିକ ଥିବା ଜଣାଯାଇଛି। ୩ ମୃତକଙ୍କ ଘର ଯାଜପୁର ସଦର ଥାନା ଯମଧର ପଞ୍ଚାୟତ ରେକାବି ବଜାରରେ। ମୃତକମାନେ […]
ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଜମହଲ ପରିଦର୍ଶନରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ସୁରକ୍ଷା କର୍ମୀ ଏଠାକାର ମାଙ୍କଡ଼ଙ୍କ ଦୌରାତ୍ମ୍ୟକୁ ନେଇ ଚିନ୍ତିତ ଥିବା ଜଣାପଡ଼ିଛି। ଏହାର ମୁକାବିଲା ପାଇଁ ସୁରକ୍ଷା ସଂସ୍ଥା ୫ଟି ହନୁ ମାଙ୍କଡ଼ଙ୍କ ନିୟୋଜିତ କରିବ। ଏମାନେ ଟ୍ରମ୍ପଙ୍କ କନଭୟର ଆଗେ ଆଗେ ମାଙ୍କଡ଼ଙ୍କ ମୁକାବିଲା କରିବେ। ଆସନ୍ତା ଫେବୃଆରୀ ୨୪ରେ ପତ୍ନୀ ମେଲାନିଆଙ୍କ ସହ ଟ୍ରମ୍ପ ତାଜମହଲ ଯିବେ। ଏଥିପାଇଁ କଡ଼ା ସୁରକ୍ଷାର ଅବଲମ୍ବନ କରାଯାଇଛି। […]
ନୂଆଦିଲ୍ଲୀ:ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁଜରାଟ ଅହମ୍ମଦାବାଦରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବେ ରାଷ୍ଟ୍ରପତି ଟ୍ରମ୍ପ । ମୋଟେରା ଷ୍ଟାଡିୟମର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଟ୍ରମ୍ପ । ଏହାପରେ ଷ୍ଟାଡିଅମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ଆଗ୍ରା ଗସ୍ତ କରିବେ। ଆଗ୍ରାରେ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆଙ୍କୁ ସ୍ୱାଗତ ଲାଗି ପ୍ରସ୍ତୁତି ପର୍ବରେ ଯୋଡ଼ି ହୋଇଛି ନୂଆ ଜିନିଷ ।ସହରରେ ପାଦ ଦେବା ପରେ […]
ନୂଆଦିଲ୍ଲୀ: ମଣିଷ ପରେ ଜୀବଜନ୍ତୁଙ୍କ ପାଇଁ ଏହି ଭାଇରସ ପରୋକ୍ଷରେ ଘାତକ ସାଜିଛି। ଚୀନର ଉହାନ ସହର ହେଉଛି ଘାତକ କରୋନା ଭାଇରସର କେନ୍ଦ୍ରସ୍ଥଳ। ଉହାନରେ ଥିବା ୧୦୦ରୁ ଅଧିକ ଜୀବଜନ୍ତୁଙ୍କର ଏବେ ମୃତ୍ୟୁ ଘଟିଛି। ଏହି ଜୀବଜନ୍ତୁଙ୍କର ମୃତ୍ୟୁ କରୋନା ପାଇଁ ହୋଇନାହିଁ। ହେଲେ କରୋନା ସହିତ ସାମଞ୍ଜସ୍ୟ ରହିଛି ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଏହି କରୋନା ଭାଇରସ ୨ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଥିବା ବେଳେ ୭୭ ହଜାରରୁ ଅଧିକ ଲୋକ […]
କୋଲକାତା: ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପୁତୁରା ଶିରିର ବୋଷଙ୍କ ପତ୍ନୀ କୃଷ୍ଣା ବୋଷଙ୍କର ଆଜି ପରଲୋକ ହୋଇ ଯାଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶନିବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଛି। ଶିକ୍ଷାବିତରୁ ରାଜନେତା ହୋଇଥିବା କୃଷ୍ଣା ମଧ୍ୟ ବାର୍ଦ୍ଧକ୍ୟ ରୋଗରେ ପୀଡ଼ିତ ଥିଲେ। କୃଷ୍ଣାଙ୍କ ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ଦୁଇ ପୁଅ ସୁମନ୍ତ ଏବଂ ସୁଗତ ଉପସ୍ଥିତ ଥିଲେ। ଝିଅ ଶର୍ମିଲା କିନ୍ତୁ ତାଙ୍କ […]
ପେଇଚିଂ: ଚୀନ୍ରେ କରୋନା ଭାଇରସରେ ପୁଣି ୧୦୯ ଜଣଙ୍କ ମୃତ୍ୟୁ। ଏଥିସହିତ ମୃତକଙ୍କ ସଂଖ୍ୟା୨୩୪୫ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ୭୬, ୨୮୮ ଛୁଇଁଛି। ଚୀନ୍ର ସ୍ୱାସ୍ଥ୍ୟ ଅଧିକାରୀଙ୍କ କହବା ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ କରୋନାରେ ସର୍ବାଧିକ ପ୍ରଭାବିତ ଉହାନ ସହର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଚୀନ୍ର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇ କହିଛନ୍ତି, ଶୁକ୍ରବାର ପ୍ରାୟ ୩୯୭ ଜଣ କୋବିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ଠାବ କରାଯାଇଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ତାଙ୍କ […]
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ଦୃଷ୍ଟିରେ ରଖି ତେଜୁଛି ରାଜନୀତି । ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଅହମ୍ମଦାବାଦ୍ର ଏକ ସମିତି ଜରିଆରେ ୧୦୦ କୋଟି ଖର୍ଚ୍ଚ କରାଯାଉଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହାର ଜବାବ୍ ମଧ୍ୟ ରଖିଛି ବିଜେପି। ତେବେ ଟ୍ରମ୍ପଙ୍କ ଗସ୍ତକୁ ଦୁଇ ପ୍ରମୁଖ ଦଳ ମଧ୍ୟରେ ଚାଲିଥିବା ଏପରି ତୁ-ତୁ-ମେ-ମେ ସୋଶାଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରମ୍ପଙ୍କ ଗସ୍ତରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଘଟଣାରେ ପ୍ରତିକ୍ରିୟା […]
ନୂଆଦିଲ୍ଲୀ: କରୋନା କବଳରେ ଉହାନରେ ଫସି ରହିଛନ୍ତି ବହୁ ଭାରତୀୟ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଚାହୁଁଛି। ହେଲେ ଚୀନ ସାଜିଛି ବାଧକ। ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ରେସ୍କ୍ୟୁ ବିମାନ ପଠାଇବା ଲାଗି ଭାରତ ଚାହୁଁଛି। କିନ୍ତୁ ଅନୁମତି ଦେଉନି ଚୀନ୍ । ବିଶ୍ୱର ଅନ୍ୟ ପ୍ରମୁଖ ଦେଶ ସେମାନଙ୍କ ନାଗରୀକଙ୍କୁ ଉଦ୍ଧାର କରିବା ପାଇଁ ବିମାନ ପଠାଉଛନ୍ତି । କିନ୍ତୁ ଭାରତର ଅନୁରୋଧ ପରେ ମଧ୍ୟ କ୍ଲିୟରାନ୍ସ ଦିଆଯାଉନାହିଁ । ଏପରିକି […]
कांग्रेस आलाकमान पर संदीप दीक्षित का खुला वार, थरूर का भी साथ, गांधी परिवार के खिलाफ विद्रोह?
ନାଗାଉର: ସାମାନ୍ୟ ଚୋରୀ ଅଭିଯୋଗରେ ଏତେ ବଡ ସଜା ? ଗୁପ୍ତାଙ୍ଗରେ ପେଟ୍ରୋଲ ଢାଳି ନିର୍ଦ୍ଦୟ ଭାବେ ପିଟିଲେ। ନାଗାଉର ଅଞ୍ଚଳରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି। ଚୋରି ଅଭିଯୋଗରେ ୨ ଜଣ ଦଳିତ ଯୁବକଙ୍କୁ କିଛି ଲୋକ ଅତ୍ୟନ୍ତ ନିଷ୍ଠୁର ଭାବେ ମାଡ଼ ମାରିଛନ୍ତି। ଯନ୍ତ୍ରଣାରେ ଛଟପଟ ହୋଇ ରକ୍ଷା ପାଇବା ପାଇଁ ନେହୁରା ହେଉଥିଲେ ହେଁ ମାଡ଼ ମାରୁଥିବା ଲୋକଙ୍କ ହୃଦୟ ଆଦୌ ତରଳି ନଥିଲା। ଭିଡିଓଟି ଫେବୃଆରୀ ୧୬ରେ ହୋଇଥିବା […]
ଭୁବନେଶ୍ୱର: ଚୀନରେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଆଜି ସୁଦ୍ଧା ମୃତ୍ୟୁ ସଂଖ୍ୟା୨୧୧୮ରେ ପହଞ୍ଚିଛି। ଗତକାଲି ୧୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ୫୭୬ ଛୁଇଁଛି । ଗତକାଲି ଗୋଟିଏ ଦିନରେ ୩୯୪ ଜଣ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୭୪୯ ଥିବାବେଳେ ଗତକାଲି ଏଥିରେ ସଂଖ୍ୟା ହ୍ରାସ ପାଇଛି । ଅନ୍ୟପକ୍ଷେ ଜାପାନ ୟୋକୋହାମାରେ ଜାହାଜ ଭିତରେ କୋରୋନାଆକ୍ରାନ୍ତଙ୍କ ମଧ୍ୟରେ ଫସି ରହିଥିବା […]
ଓ୍ୱାଶିଂଟନ: କମ୍ପ୍ୟୁଟର ଯୁଗରେ Ctrl+C (କପି) ଏବଂ Ctrl+V କିଏ ନ ଜାଣେ। ସ୍ମାର୍ଟଫୋନ୍ ହେଉ କି କମ୍ପ୍ୟୁଟର Ctrl+C (କପି) ଏବଂ Ctrl+V (ପେଷ୍ଟ ବା ରିପ୍ଲେସ) ସବୁ ୟୁଜର୍ସଙ୍କ ପାଇଁ ଜରୁରୀ ଆବଶ୍ୟକତା। କାରଣ କମ୍ପ୍ୟୁଟର ବ୍ୟବହାର ବେଳେ ଏହି କି ଓ୍ୱାର୍ଡର ବ୍ୟବହାର ସବୁଠାରୁ ଅଧିକ ହୋଇଥାଏ। ତେବେ ଏହି କି ଓ୍ୱାର୍ଡକୁ କିଏ ଆବିଷ୍କାର କରିଥିଲେ ଜାଣନ୍ତି ! ସଫ୍ଟଓ୍ୱୟାର ଇଞ୍ଜିନିୟର ଲରି ଟେସ୍ଲର। ହେଲେ ୭୪ ବର୍ଷ ବୟସରେ ଏବେ […]
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଡିଆ ଗେଟ୍ ନିକଟରେ ଚାଲିଥିବା ହୁନର ହାଟ ବୁଲିବାକୁ ଯାଇଥିଲେ। ପ୍ରାୟ ୫୦ ମିନିଟ୍ ଏହି ହୁନର ହାଟରେ ସେ କଟାଇଥିଲେ। ବ୍ୟବସାୟୀଙ୍କ ସହ କଥା ବାର୍ତ୍ତା ହୋଇ ସେମାନଙ୍କ ଭଲ ମନ୍ଦ ବୁଝିଥିଲେ। ସେଠାରେ ପିପିଲି ଚାନ୍ଦୁଆ, ତାରକଷି କାମର ଷ୍ଟଲ୍ ବୁଲି ଦେଖିଥିଲେ। ତାରକସି କାମକୁ ପ୍ରଶଂସା ବି କରିଥିଲେ। ସେଠାରେ ସେ ସ୍ୱାଦିଷ୍ଟ ଲିଟ୍ଟି ଚୋଖା (ବିହାରର ଏକ ଲୋକପ୍ରିୟ ତଥା ସ୍ୱାଦିଷ୍ଟ ଖାଦ୍ୟ) ଖାଇ ଥିଲେ। […]