• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

internet
ଜମ୍ମୁରେ ଆରମ୍ଭ ହେଲେ ଇଣ୍ଟରନେଟ ସେବା

ଶ୍ରୀନଗର: ଦୀର୍ଘ ୫ମାସ ପରେ କାରଗିଲରେ ଆରମ୍ଭ ହୋଇଛି ଟୁଜି ଓ ବ୍ରଡବ୍ୟାଣ୍ଡ ସେବା। ଆଜି ଜମ୍ମୁ, ଶାମ୍ବା, କଠୁଆ, ଉଦ୍ଧମପୁର ଓ ରିୟାସି ଅଞ୍ଚଳରେ ଟୁଜି ଇଣ୍ଟରନେଟ ସେବା ଆରମ୍ଭ ହୋଇଛି ।  ତେବେ ସୋଶାଲ ମିଡିଆ ବ୍ୟବହାର ଉପରେ ଏବେ ବି କଟକଣା ରହିଛି। ସରକାରୀ ୱେବ୍‌ସାଇଟ୍, ଜରୁରୀ ସେବା ଏବଂ ଇ ବ୍ୟାଙ୍କିଂ ପାଇଁ ଲୋକେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଯେ କୌଣସି ଅନୁଷ୍ଠାନ ଯଦି ଇଣ୍ଟରନେଟ ସେବାର ଅପବ୍ୟବହାର କରିବ ତେବେ […]

  • Monday, 12 July 2021
uddhaba
‘ଉଦ୍ଧବ ଯେ କୌଣସି ମୁହୂର୍ତ୍ତରେ ଇସ୍ତଫା ଦେଇ ପାରନ୍ତି’

ମୁମ୍ବାଇ: କଂଗ୍ରେସର ପୂର୍ବତନ ମହାରାଷ୍ଟ୍ର ସାଂସଦ ଯଶବନ୍ତ ରାଓ ଗଡ଼ଖା ଆଜି ନିଜ ଦଳ ଓ ଏନସିପି ପାଇଁ ଆଗୁଆ ସତର୍କ ସୂଚନା ଜାରି କରିଛନ୍ତି। ମହାରାଷ୍ଟ୍ରରରେ କଂଗ୍ରେସ-ଏନସିପି ଓ ଶିବସେନା ମିଳିତ ଭାବେ ସରକାର ଗଠନ କରିଛନ୍ତି। ୩ ଦଳ ମଧ୍ୟରେ ଆଦର୍ଶଗତ ଭେଦଭାବ ଥିବାରୁ କେଉଁ ମୁହୂର୍ତ୍ତରେ ସରକାର ଭାଙ୍ଗିବାର ଆଶଙ୍କା ରହିଥିବା ରାଜନୀତିକ ପଣ୍ଡିତମାନେ କହିଛନ୍ତି। ଆଜି ଯଶବନ୍ତରାଓ କହିଛନ୍ତି, “ସରକାରରେ ସାମିଲ ଥିବା ୩ ଦଳ ଠିକ୍‌ ଭାବେ ପରସ୍ପରକୁ ବ୍ୟବହାର […]

  • Monday, 12 July 2021
nirvaya
ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଚଢାଇ ପୂର୍ବପୁରୁଷଙ୍କ ରେକର୍ଡ ଭାଙ୍ଗିବେ ପବନ ଜଲ୍ଲାଦ !

ମେରଠ:ନିର୍ଭୟା ଦୋଷୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇ ସାରିଛି। ଫାଶୀ ଦେବା ପାଇଁ ସୁପ୍ରିମ କୋର୍ଟ ଘୋଷଣା କରିବା ପରେ ଏବେ ସମସ୍ତଙ୍କ ନଜର ପଡ଼ିଛି ପବନ ଜଲ୍ଲାଦଙ୍କ ଉପରେ।  ଗୋଟିଏ ଦିନରେ ସେ ଦେବେ ୪ ଜଣଙ୍କୁ ଫାଶୀ ଦଣ୍ଡ। ଫାଶୀ ପାଇଁ ତିହାର ଜେଲ ପ୍ରସ୍ତୁତ ହୋଇ ବସିଛି। ୪ ଦୋଷୀଙ୍କୁ ଫେବୃୟାରୀ ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବ। ଦେଶରେ ଜଲ୍ଲାଦ ପରିବାର କହିଲେ ଲୋକେ ପବନଙ୍କ ପରିବାରକୁ ହିଁ ବୁଝନ୍ତି। ତାଙ୍କର […]

  • Monday, 12 July 2021
drug-2
ପେଟରେ ଥିଲା ୧୦ କୋଟିର ଡ୍ରଗ୍ସ, ୧୦ ଡଜନ କଦଳୀ ଖୁଆଇ ବାହାରକଲା ପୁଲିସ୍‌

ନୂଆଦିଲ୍ଲୀ:ଡ୍ରଗ୍‌ସ କାରବାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପୁଲିସ ଯେତେ ନିୟମ ବାହାର କରୁଛି, ମାଫିଆମାନେ ସେତେ ବାଟ ବାହାର କରୁଛନ୍ତି। ଏମିତି ଏକ ଅଭିନବ ଉପାୟରେ ଆଫଗାନିସ୍ଥାନରେ ଦିଲ୍ଲୀ ଆସୁଥିଲା ଡ୍ରଗ୍ସ। ଏମିତି ଭାବରେ ତାକୁ ଅଣାଯାଉଥିଲା, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଖୁସିର ଖବର ଯେ, ପୋଲିସ ଡ୍ରଗ୍‌ ମାଫିଆଙ୍କୁ ତାଙ୍କ ମିଶନ୍‌ରେ ରୋକ୍‌ ଲଗାଇବାରେ ସପଳ ହୋଇଛି। ଏହି ମାଫିଆମାନେ ଡ୍ରଗ୍‌ସ ଥିବା କ୍ୟାପ୍‌ସୁଲ ପେଟରେ ଲୁଚାଇ ଆଣୁଥିଲେ। ଏଥିପାଇଁ ସେମାନଙ୍କୁ […]

  • Monday, 12 July 2021
aishi
ଜେଏନୟୁ ହିଂସା; ଛାତ୍ର ସଂସଦ ଅଧ୍ୟକ୍ଷ ଆଇଶୀଙ୍କ ସହ ଅନ୍ୟମାନଙ୍କୁ ଆଜି ଜେରା

ନୂଆଦିଲ୍ଲୀ:ଜେଏନୟୁ ହିଂସା ଘଟଣାରେ ପୁଲିସ ଶୁକ୍ରବାର ଯେଉଁ ଲୋକଙ୍କ ଫଟୋ ଜାରି କରିଥିଲା, ଆଜି ସେମାନଙ୍କୁ ପଚରାଉଚରା କରିବ। ସେମାନଙ୍କୁ କ’ଣ ପଚାରିବ ସେ ନେଇ ଦିଲ୍ଲୀ ପୁଲିସ ଏକ ପ୍ରଶ୍ନ ତାଲିକା ପ୍ରସ୍ତୁତ କରିଛି। ଏମାନଙ୍କ ମଧ୍ୟରେ ଛାତ୍ର ସଂସଦ ସଭାପତି ଆଇଶି ଘୋଷ ମଧ୍ୟ ସାମିଲ ଅଛନ୍ତି। ଏଥି ସହତ ୬ ମୁଖାଧାରୀଙ୍କୁ ମଧ୍ୟ ଚିହ୍ନଟ କରିଛି ପୋଲିସ। ଏହି ୬ ଜଣଙ୍କ ମଧ୍ୟରେ ୪ ଜଣ ଜେଏନୟୁର ଏବଂ ଜଣେ ଦିଲ୍ଲୀ ୟୁନିଭର୍ସିଟିର […]

  • Monday, 12 July 2021
three
CAA ବିରୋଧୀ ବୈଠକ: କଂଗ୍ରେସକୁ ମିଳିଲାନି ମାୟା-ମମତାଙ୍କ ହାତ

ନୂଆଦିଲ୍ଲୀ: ଛାତ୍ରଙ୍କୁ ବିରୋଧ ତଥା ନାଗରିକତା ଆଇନ(CAA) ଏବଂ NRCକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାରେ  କଂଗ୍ରେସ ଏକ ପ୍ରକାର  ବିଫଳ ହୋଇଛି। କଂଗ୍ରେସ ନେତୃତ୍ୱରେ  ଆଜି ବିରୋଧୀ ଦଳ ଏକାଠି ହୋଇ ସାଂପ୍ରତିକ ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏହି ବୈଠକ ବସିବା ପୂର୍ବରୁ ବିରୋଧୀ ମେଣ୍ଟକୁ ଧକ୍କା ଲାଗିଛି। କାରଣ ବୈଠକରେ ପଶ୍ଚିମପବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ, ବହୁଜନ ସମାଜବାଦୀ ପାଟି ମୁଖ୍ୟ ମାୟାବତୀ ଯୋଗ […]

  • Monday, 12 July 2021
Lightning
ଟାୱାର ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉଥିଲେ, ଆକାଶରୁ ଖସିଲା ମୃତ୍ୟୁ

ରାଜସ୍ଥାନର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ରାଜସ୍ଥାନର ଜୟପୁର, କୋଟା, ଝାଲାୱାର ଓ ଧୋଲପୁର ଜିଲ୍ଲାରେ ରବିବାର ଏହି ବଜ୍ରାଘାତ ହୋଇଛି।

terrorist arrest at Lucknow
ଲକ୍ଷ୍ନୌରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ଏଟିଏସ୍‌

ପୁଣି ଦୁଇ ଆତଙ୍କବାଦୀ ଗିରଫ । ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍‌ । ଆତଙ୍କବାଦୀ ସଂଗଠନ ଅଲ କାଏଦା ଲିଙ୍କରେ ଏହି ଆତଙ୍କବାଦୀ ପରିଚାଳିତ ହେଉଥିବା ସୂଚନା ।

Union Minister
ଓଡ଼ିଆଙ୍କ ଆଶା ପୂରଣ କରିପାରିବେ ତ ଅଶ୍ୱିନୀ?

ରେଳମନ୍ତ୍ରୀ ହେବାପରେ ଅଶ୍ୱିନୀଙ୍କଠାରୁ ବଢ଼ିଲା ଓଡ଼ିଶାର ଆଶା। କାରଣ ଅଶ୍ୱିନୀ ବୈଷ୍ଣବଙ୍କ କର୍ମଭୂମି ଓଡ଼ିଶା। ଏଠାରୁ ହିଁ ବିଜେପି-ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସେ। ତେଣୁ ରାଜ୍ୟବାସୀଙ୍କ ଆଶା, ରେଳବାଇ କ୍ଷେତ୍ରରେ ବର୍ଷବର୍ଷ ଧରି ଓଡ଼ିଶା ଯେଉଁ ଅବହେଳାର ଶିକାର ହୋଇଆସିଛି ସେଥିରେ ଲାଗିବ ବ୍ରେକ୍

water
ପାଣି ତଳୁ ଉପରକୁ ଯିବାର କେବେ ଦେଖିଛନ୍ତି ? ଦେଖନ୍ତୁ ଭିଡିଓ

ଡେନମାର୍ଗ: ପାଣିର ଧର୍ମ ହେଲା ଉପରୁ ତଳକୁ ବହି ଆସିବା। ହେଲେ କେବେ ଦେଖିଛନ୍ତି ପାଣି ତଳୁ ଉଠି ଉପରକୁ ଯିବା ! ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଡେନମାର୍କରେ। ଯାହାର ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରୁ ଜଣାପଡ଼ିଛି ଏହି ଦୃଶ୍ୟ ଡେନମାର୍କର ଫରୋ ଆଇଲାଣ୍ଡର। ଏହି ଭିଡିଓରେ ପାଣି ତଳୁ ଉଠି ଉପରକୁ ଯାଉଛି। ସୈମୀ ଜୋକୋସ୍‌ବନ ନାମକ ଜଣେ ବ୍ୟକ୍ତି ଏହି ସୁନ୍ଦର ଦୃଶ୍ୟକୁ ନିଜ କ୍ୟାମରାରେ କଏଦ କରିଛନ୍ତି। […]

  • Sunday, 11 July 2021
army
ପିଓକେ ଆମର, ଆଦେଶ ଦେଲେ ହେବ କାର୍ଯ୍ୟାନୁଷ୍ଠାନ : ଆର୍ମି ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଅଧିନରେ ଥିବା ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଏକ ଅଂଶ ହୋଇପାରିବ। ହେଲେ ଏଥିପାଇଁ କେନ୍ଦ୍ରକୁ ନିଷ୍ପତ୍ତି ନେବାକୁ ହେବ। ଡିସେମ୍ୱର ୩୧ରେ ଆର୍ମିର ମୁଖ୍ୟ ଭାବରେ ଦାୟିତ୍ୱ ନେଇଥିବା ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ଆଜି ସାମ୍ୱାଦିକ ସମ୍ମିଳନୀ କରି ପାକିସ୍ତାନକୁ ପରୋକ୍ଷରେ ଏପରି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପିଓକେ ଭାରତର ଏକ ଅଂଶ ବୋଲି ସଂସଦରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିସାରିଛନ୍ତି। ଏବେ ସେନା ପ୍ରମୁଖ କହିଛନ୍ତି,  […]

  • Sunday, 11 July 2021
crororapati
ଦାନୀ କୋଟିପତି; ଟ୍ୱିଟର ଫଲୋର୍ସଙ୍କୁ ବାଣ୍ଟିଲେ ୬୫ କୋଟି

ନୂଆଦିଲ୍ଲୀ:ମହାଦାନୀଙ୍କଠାରୁ ବି ସିଏ ଦାନୀ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ହେଲେ କଥାଟା ବିଲ୍‌କୁଲ୍‌ ସତ। ନ ହେଲେ କୋଟି କୋଟି ଟଙ୍କା କିଏ ନିଜ ଟ୍ୱିଟର ଫଲୋର୍ସଙ୍କୁ ବାଣ୍ଟିପାରେ ? ଏଇ ଦାନୀ ହେଉଛନ୍ତି ଜାପାନୀ କୋଟିପତି ୟୁସାକୁ ମୈଇଜାବା (Yusaku Maezawa) । ସେ  ତାଙ୍କ ଟ୍ୱିଟର୍ସ ଫଲୋର୍ସଙ୍କୁ  ବାଣ୍ଟିଛନ୍ତି ପ୍ରାୟ ୬୫ କୋଟି ଟଙ୍କା। ତାଙ୍କ କହିବାନୁଯାୟୀ, ତାଙ୍କୁ ଫଲୋ କରୁଥିବା ୧୦୦୦ ଟ୍ୱିଟର ୟୁଜର୍ସଙ୍କ ମଧ୍ୟରେ ୧ ବିଲିୟନ ୟେନ […]

  • Sunday, 11 July 2021
Untitled-1
ମୋଦିଙ୍କ ହାତ ଧରିବେ କି ମମତା !

କୋଲକାତା: ବିଜେପି ସରକାର ଲାଗୁ କରିଥିବା ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଯଦି କିଏ ଭୟଙ୍କର ବିରୋଧ କରୁଥାଏ ତେବେ ସେ ହେଉଛି ପଶ୍ଚିମବଙ୍ଗ ଟିଏମ୍‌ସି ସରକାର। ସାରା ଦେଶରେ CAA ଜଳୁଥିବାବେଳେ ଆଜି ଦୁଇ ପରସ୍ପର ବିରୋଧୀ ନେତା ଏକାଠି ହେବାକୁ ଯାଉଛନ୍ତି। ଆଜି ଟିଏମସି ନେତା ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକାନ୍ତ ବୈଠକରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି କୋଲକାତାରେ ପହଞ୍ଚୁଛନ୍ତି। ସନ୍ଧ୍ୟାରେ […]

  • Sunday, 11 July 2021
flight
ସ୍ୱୀକାର କଲା ଇରାନ; ମିସାଇଲ୍‌ ମାଡ଼ କରି ୟୁକ୍ରେନ ବିମାନ ଖସାଇଥିଲା

ତେହରାନ:ତେହରାନରେ ଉଡାନ ଭରିବାର ମାତ୍ର କେଇ ମିନିଟ୍‌ ପରେ ୟୁକ୍ରେନ୍‌ର ଏକ ବିମାନ ଦୁର୍ଘଟଣାଗସ୍ତ୍ର ହୋଇଥିଲା। ଏଥିରେ ଥିବା ସମସ୍ତ ୧୭୬ ଯାତ୍ରୀ ମୃତ୍ୟୁ ବରଣ କରିଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଖସି ପଡ଼ିଥିବା କୁହାଯାଉ ଥିଲା। ହେଲେ ପ୍ରକୃତ କଥା ହେଲା, ଯାନ୍ତ୍ରିକ ତ୍ରୁଟି ନୁହେଁ, ମିସାଇଲ୍‌ ମାଡ କରି ବିମାନଟିକୁ ଖସାଇ ଦେଇଥିବା ନିଜେ ଇରାନ ସ୍ୱୀକାର କରିଛି।  ଇରାନର ବୈଦେଶିକ ମନ୍ତ୍ରୀ ଏହାକୁ ସ୍ୱୀକାର କରି କହିଛନ୍ତି, ଇରାନ ଭୁଲରେ ଏହାକୁ […]

  • Sunday, 11 July 2021
pak border
ପାକିସ୍ତାନ ପଟୁ ପ୍ରବଳ ଗୁଳିମାଡ଼: ୨ ଯବାନ ଶହୀଦ

କଶ୍ମୀର: ଜମ୍ମୁ କାଶ୍ମୀରର ସୀମାରେଖାରେ ପାକିସ୍ତାନ ପଟୁ ଆଜି ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣ ଯବାନ ଶହୀଦ ହୋଇଥିବାବେଳେ ୨ ଯବାନ ଆହତ ହୋଇଛନ୍ତି। ପୁଞ୍ଚ ଜିଲ୍ଲାର ଗୁଲପୁର ସେକ୍ଟରରେ ଏହି ଘଟଣା ଘଟିଛି। ଆଜି ୧୧ଟା ବେଳେ ପାକିସ୍ତାନ ପଟୁ ପୁଞ୍ଚରେ ପ୍ରବଳ ଗୁଳିମାଡ଼ ହୋଇଥିଲା। ପାକିସ୍ତାନ ସେନା ଭାରତୀୟ ସେନା ଉପରକୁ ମୋଟର ମାଡ଼ କରିଥିଲେ। ଫଳରେ ଜବାବ ଦେବାକୁ ଯାଇ ଦୁଇ ଯବାନ ଶହୀଦ ହୋଇଥିବାବେଳେ ୨ ଆହତ ହୋଇଛନ୍ତି।

  • Sunday, 11 July 2021
glacier
ପାକିସ୍ତାନକୁ ବିପଦ: ଗ୍ଲାସିୟର ତରଳି ଗାଁ ଆଡ଼କୁ ମାଡ଼ି ଆସୁଛି

ଶିସ୍ପର ଗ୍ଲାସିୟର: ପାକିସ୍ତାନର ହାସନାବାଦ୍‌ ନାମକ ଏକ ଗାଁରେ ଏବେ ଭୟର ବାତାବରଣ। କାରଣ ଶିସ୍ପର ଗ୍ଲାସିୟରରୁ ସୃଷ୍ଟ ଏକ ନଦୀ ଏହି ଗାଁ ଆଡ଼କୁ ମାଡ଼ି ଆସିବାରେ ଲାଗିଛି। ଗ୍ଲାସିୟର ତରଳିବାକୁ ଆରମ୍ଭ କରିଥିବାରୁ ଏହି ବିପଦ ବଢ଼ିବାରେ ଲାଗିଛି। ଏହି ବିପଦ ଏପରି ଭୟାବହତା ସୃଷ୍ଟି କରିଛି ଯେ, ଶହ ଶହ ବୃହତ ବରଫ ଖଣ୍ଡ ଏହି ଉପତ୍ୟକା ଉପରକୁ ସାଧାରଣ ବେଗଠାରୁ ୧୦ ଗୁଣା ବେଗରେ ମାଡ଼ିଆସୁଛି। ଜଳବାୟୁ ପରିବର୍ତ୍ତନର ଏହା ଅନ୍ୟତମ […]

  • Sunday, 11 July 2021
tamil
ଭୋକିଲା ସନ୍ତାନ ମୁହଁରେ ଦାନା ଦେବା ପାଇଁ ୧୫୦ ଟଙ୍କାରେ ଚୁଟି ବିକି ଦେଲେ ମା’

ମେଇଲବାଗନନ୍‌(ତାମିଲନାଡ଼ୁ): ମା’ର ତୁଳନା ନାହିଁ। ତା ତ୍ୟାଗକୁ କେହି ଭରଣା କରି ପାରେନି। ସନ୍ତାନ ଆଖିରୁ ଲୁହ ପୋଛିବା ପାଇଁ ସେ ଯେ କୌଣସି ପଦକ୍ଷେପ ନେଇପାରେ।  ପ୍ରେମା ବି  ବି ଜଣେ ମା’। ହେଲେ ଦାରିଦ୍ର୍ୟର କଷାଘାତ ତାଙ୍କୁ ନିଃସ୍ୱ କରି ଦେଇଥିଲା।  କୁନି କୁନି ପିଲାଙ୍କ ପେଟରେ ଦୁଇମୁଠା ଦାନା ଦେବାକୁ ତାଙ୍କ ପାଖରେ କିଛି ନ ଥିଲା। ଶେଷ ପ୍ରୟାସ ସ୍ୱରୂପ ସେ ତାଙ୍କର ମୁଣ୍ଡର ଚୁଟି ୧୫୦ ଟଙ୍କାରେ ବିକି ଦେଇଥିଲେ। […]

  • Sunday, 11 July 2021
SupremeCourt
ଜମ୍ମୁ-କାଶ୍ମୀର କଟକଣା ଉପରେ ସୁପ୍ରିମ୍‌କୋର୍ଟଙ୍କ ରାୟ; ସପ୍ତାହକ ମଧ୍ୟରେ ସମୀକ୍ଷା କରାଯାଉ

ନୂଆଦିଲ୍ଲୀ:ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଏ ନେଇ ସୁପ୍ରିମ୍‌କୋର୍ଟରେ ଦାଖଲ ଏକ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ଆଜି ତାଙ୍କର ରାୟ ଶୁଣାଇଛନ୍ତି। ଜଷ୍ଟିସ୍‌ ଏନବି ରମଣା, ଜଷ୍ଟିସ ସୁଭାସ ରେଡ୍ଡି ଏବଂ ଜଷ୍ଟିସ ବିଆର ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଡ଼ ଏହି ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ରମଣା ରାୟ ଶୁଣାଇବାବେଳେ କାଶ୍ମୀରର ସୌନ୍ଦର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି, ବହୁତ ହିଂସା ଦେଖିଲାଣି କାଶ୍ମୀର । […]

  • Sunday, 11 July 2021
suna-dara
୨ ଦିନ ପରେ ଖସିଲା ସୁନାଦର

ନୂଆଦିଲ୍ଲୀ: ଆମରିକା ଉପରେ ଇରାନର ଆକ୍ରମଣ ପରେ ସୁନା ଦର ରେକର୍ଡ ଭାଙ୍ଗିଥିଲା।  ମଧ୍ୟପ୍ରଦେଶର ଭୋପାଳରେ ଗତକାଲି ସୁନା ଦର ୪୨ହଜାର ଟଙ୍କା ଉପରେ ଥିଲା। ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ଦର ଏଠାରେ ଥିଲା ୪୨ ହଜାର ୧୨୦ଟଙ୍କା । ତେବେ ୨ ଦିନ ଧରି କ୍ରମାଗତ ଭାବେ ବଢୁଥିବା ସୁନାଦର ଆଜି ତଳମୁହାଁ ହୋଇଛି। ସେହିପରି କୋଲକତା, ଅହମ୍ମଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ସୁନା ଦର ୪୧ହଜାର ଟଙ୍କା ପାର୍‌ ହୋଇଯାଇଥିଲା। […]

  • Sunday, 11 July 2021
lunar
କାଲି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଶୁକ୍ରବାର ଜାନୁଆରୀ ୧୦ରେ ହେବ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ, ଜାନୁଆରୀ ୧୦ ତାରିଖ, ରାତି ୧୦ଟା ୩୭ ମିନିଟ୍‌ରେ ଗ୍ରହଣ ଆରମ୍ଭ ହୋଇ  ରାତି ୨ଟା ୪୨ ମିନିଟ୍‌ରେ ଶେଷ ହେବ। ପୂର୍ଣ୍ଣ ଗ୍ରହଣ ଓ ଆଂଶିକ ଗ୍ରହଣ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ହୋଇଥାଏ ଉପଛାୟା ଚନ୍ଦ୍ର ଗ୍ରହଣ। ଏହି ଗ୍ରହଣକୁ ଲୋକମାନେ ସ୍ପଷ୍ଟ ଭାବରେ ଦେଖିପାରିବେ ନାହିଁ।  ଚଳିତ ବର୍ଷ ମୋଟ୍‌ […]

  • Sunday, 11 July 2021
CAA TEAM
କାଶ୍ମୀରରେ ପହଞ୍ଚିଲେ ୧୭ ଦେଶର ରାଷ୍ଟ୍ରଦୂତ, ସ୍ଥିତି ପରଖିବେ

ଶ୍ରୀନଗର:କାଶ୍ମୀର ସ୍ଥିତି ପରଖିବେ ୧୭ ଦେଶର ରାଷ୍ଟ୍ରଦୂତ। ଆମେରିକା ସମେତ ୧୭ ରାଜ୍ୟର ରାଷ୍ଟ୍ରଦୂତମାନେ ଦୁଇଦିନିଆ ଗସ୍ତରେ ଆସି ଆଜି କାଶ୍ମୀରରେ ପହଞ୍ଚିଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାକାର ସ୍ଥିତି କେମିତି ଅଛି ତାହା ଜାଣିବା ପାଇଁ ଏହି ଦଳ ଆସୁଛନ୍ତି। ତେବେ ଏହି ଟିମ୍‌ରେ ୟୁରୋପିଆନ ୟୁନିୟନର ପ୍ରତିନିଧି ଆସିବାକୁ ମନା କରି ଦେଇଛନ୍ତି। ଏହି ୧୭ଟି ଦେଶର ରାଷ୍ଟ୍ରଦୂତଙ୍କ ମଧ୍ୟରେ ଅଛନ୍ତି ଆମେରିକା, ଭିଏତନାମ, ଦକ୍ଷିଣ କୋରିଆ, ବ୍ରାଜିଲ, ଉଜବେକିସ୍ତାନ, ନାଇଜର,  […]

  • Sunday, 11 July 2021
download
ଦେଶ କଠିନ ସମୟ ଦେଇ ଗତି କରୁଛି-CAAକୁ ନେଇ ଏମିତି କହିଲେ ସିଜେଆଇ

ନୂଆଦିଲ୍ଲୀ:ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଦେଶରେ ବିରୋଧଭାସ ଜାରି ରହିଥିବାବେଳେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଦେଶ ଏକ କଠିନ ସମୟ ଦେଇ ଗତି କରୁଛି। ଶାନ୍ତି ପାଇଁ ପ୍ରୟାସ ଜାରି ରହିବା ଉଚିତ ବୋଲି କହିଛନ୍ତି  ସିଜେଆଇ (CJI ) ଏସ.ଏ.ବୋବଡେ । ବରିଷ୍ଠ ଆଇନଜୀବୀ ବିନୀତ ଧଣ୍ଡା ସିଏଏକୁ ସାମ୍ବିଧାନିକ ଘୋଷଣା କରିବା ପାଇଁ ଏକ ଆବେଦନ ଦାଖଲ କରିଥିଲେ। ଏଥିସହ ଏହାକୁ ବିରୋଧ କରୁଥିବା ସ୍ୱେଚ୍ଛାସେବୀ, ସଂଗଠନ ଓ ରାଜ୍ୟ ସମେତ ସିଏଏକୁ ନେଇ […]

  • Sunday, 11 July 2021
fire
ପେପର ଗୋଦାମ ଓ ହସ୍‌ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ପତପରଗଞ୍ଜରେ ଥିବା ଏକ ପେପର ଗୋଦାମରେ ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର କିଛି ସମୟ ପରେ ନୋଏଡାରେ ଥିବା ଇଏସ୍‌ଆଇ ହସ୍ପିଟାଲରେ ମଧ୍ୟ ନିଆଁ ଲାଗିଛି। ହସ୍‌ପିଟାଲର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା କର୍ତ୍ତୃପକ୍ଷ କିମ୍ବା ଅଗ୍ନିଶମ ବିଭାଗ ପକ୍ଷରୁ ମିଳି ନ ଥିଲେ ହେଁ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। […]

  • Sunday, 11 July 2021