ନୈନିତାଲ୍:‘ଚୀନ୍ ଉପରେ କେବେ ବି ବିଶ୍ୱାସ କରାଯାଇ ନ ପାରେ। ବିଶ୍ୱାସଘାତକତା କରିବା ଚୀନର ପୁରୁଣା ଅଭ୍ୟାସ। ବନ୍ଧୁତା ପାଇଁ ଆଗକୁ ହାତ ବଢାଇବା ଆଉ ପଛପଟୁ ଛୁରା ବି ଭୂଷିବ। ଏମିତି ପୂର୍ବରୁ ବି ହୋଇସାରିଛି। ଏବେ ମାମଲା ଆଲୋଚନା ମାଧ୍ୟମରେ ଯଦି ତୁଟୁନି ତେବେ ଭାରତକୁ କଠୋର ପଦକ୍ଷେପ ନେବାକୁ ପଡିବା‘ ଇଣ୍ଡୋ-ଚୀନ ସୀମାନ୍ତରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଶୋକ ପ୍ରକାଶ କରିବା ସହ ନିଜର ଅନୁଭୂତି ବଖାଣିଛନ୍ତି […]
ନୂଆଦିଲ୍ଲୀ: ୪୧ କୋଇଲା ଖଣିର ବ୍ୟାବସାୟିକ ନିଲାମୀ ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, କରୋନା ସଙ୍କଟ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି। ଅସୁବିଧାକୁ ସୁଯୋଗରେ ପରିବର୍ତ୍ତନ କରିବାକୁ ହେବ । ସେ କହିଛନ୍ତି, ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଆଜି ବଡ଼ ପଦକ୍ଷେପ ନିଆଯାଉଛି। ଆମଦାନୀ ହ୍ରାସ, ରପ୍ତାନୀ ବୃଦ୍ଧି କରିବା ଆମର ମୂଳ ଲକ୍ଷ୍ୟ। କୋଇଲା କ୍ଷେତ୍ରରେ ସଂସ୍କାର ଅନ୍ୟ ଶିଳ୍ପକୁ ସୁଯୋଗ ଦେବ। ଆଲୁମିନିୟମ, ସାର, […]
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରଶ୍ନ ଉଠିଛି । ଏଥି ସହିତ, ଅନେକ ଲୋକ ନିଜର ଖୋଲାମତ ଦେବାକୁ ଆଗେଇ ଆସିଛନ୍ତି । କିଛି ଲୋକ ସେମାନଙ୍କ ଉଦାସୀନତାକୁ ସମସ୍ତଙ୍କ ସାମ୍ନାରେ ସ୍ୱୀକାର କରିଛନ୍ତି। ଏପରି ସମୟରେ ସ୍ୱର୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମା’ ରବିନା ଆମିନ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସଲ୍ମାନ ଖାନଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜିଆଙ୍କ ମୃତ୍ୟୁ […]
ଲଣ୍ଡନ: ଲାଗୁଛି ଯେମିତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ଙ୍କ ବେଳା ଖରାପ ପଡ଼ିଛି ! କିଛି ଦିନ ତଳେ କରୋନାରେ ପୀଡିତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ସେଥିରୁ ସୁସ୍ଥ ହୋଇ ନିଜ କାର୍ଯ୍ୟାଳୟକୁ ଫେରିଥିଲେ। ଏବେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋରିସଙ୍କ କାର ବୁଧବାର ଲଣ୍ଡନ ସଂସଦ ଭବନ ବାହାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜଣେ ବିକ୍ଷୋଭକାରୀ ଅଚାନକ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଥିଲା। ଯାହାଫଳରେ ସେଠାରେ ଥିବା ଅନେକ […]
ମିଳିତ ଜାତିସଂଘ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟଭାବେ ନିର୍ବାଚିତ ହୋଇଛି ଭାରତ । ଭୋଟିଂ ପ୍ରକ୍ରିୟାରେ ଜାତିସଂଘର ୧୯୩ ଜଣ ସଦସ୍ୟଙ୍କ ମଧ୍ୟରୁ ଭାରତକୁ ୧୮୪ଜଣଙ୍କ ସମର୍ଥନ ମିଳିଥିଲା । ୨୦୨୧ ଜାନୁଆରୀ ପହିଲାରୁ ଭାରତ ଦୁଇ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରହିବ। ଭାରତ ଏସିଆ- ପ୍ରଶାନ୍ତ ମହାସାଗରୀୟ ଅଂଚଳରୁ ଗୋଟିଏ ସିଟ୍ ପାଇଁ ଏକମାତ୍ର ଦେଶ ଭାବେ ନିର୍ବାଚନରେ ସାମିଲ ହୋଇଥିଲା ।ଗତ ଜୁନ୍ ମାସରେ ଚୀନ, […]
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ୍ଙ୍କ ଅକଳା ବିୟୋଗରେ ବଲିଉଡ୍ରେ ପରିବାରବାଦକୁ ନେଇ ଏବେ ନିଆଁ ଜଳୁଛି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଲୋକେ କରଣ ଜୋହର ଏବଂ ସଲମାନଙ୍କ ପରି ଅନେକ କଳାକାରଙ୍କୁ ଦାୟୀ କରୁଛନ୍ତି। ହେଲେ କରଣ ଜୋହରଙ୍କ ପାଇଁ ସଫେଇ ଦେବାକୁ ସାମ୍ନାକୁ ଆସି ବଲିଉଡ୍ର ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଖୁବ୍ ଟ୍ରୋଲ ହୋଇଛନ୍ତି ସୋସିଆଲ ମିଡିଆରେ। Yentha teesukunnav…?? Aa…?? How much..?? pic.twitter.com/xsR9dXRbeB — yashwanth […]
ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଚାଇନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଭାରତର ଜବାବୀ ଆକ୍ରମଣରେ ୪୫ ଚୀନ ସେନା ନିହତ ହୋଇଛନ୍ତି। ତେବେ ଏକାଧିକ ଭାରତୀୟ ସେନା ନିଖୋଜ ଥିବା ଜଣାପଡ଼ିଛି। ଏଥିସହିତ ୪ ଜଣ ଭାରତୀୟ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସେନା ସୂତ୍ରରୁ ଜଣାପଡ଼ିଛି। ସୋମବାର ରାତିରେ ଘଟିଥିବା ସଂଘର୍ଷ ବେଳେ କିଛି ଭାରତୀୟ ଯବାନ ନିକଟସ୍ଥ ନଦୀକୁ ଖସି ପଡ଼ିଥିବା ଆଶଙ୍କା କରାଯାଉଛି। କେବଳ ଭାରତର ନୁହେଁ […]