ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ପ୍ରଥମ ଥର ପାଇଁ ପ୍ରାୟ ୨୫ ହଜାର ମାମଲା ରୁଜୁ ହୋଇଥିଲା। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୫୦୬ ମାମଲା ସାମ୍ନକୁ ଆସିଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୯୩ ହଜାର ୮୦୨କୁ ଛୁଇଁଛି | ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୪୮୭ ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ […]
ନୂଆଦିଲ୍ଲୀ:ଲଦାଖର ଗଲଓ୍ୱାନ୍ ଘାଟିରେ ପ୍ରଥମ ପର୍ଯ୍ୟାୟ ସେନା ପ୍ରତ୍ୟାହାର ପରେ ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ନେଇ ଖୋଲିଛି ବାଟ । କୂଟନୈତିକ ସ୍ତରରେ ହେଉଥିବା WMCC ବା Working Mechanism for Consultation & Coordinationର ଆଉ ଏକ ପର୍ଯ୍ୟାୟ ଆଲୋଚନା ଆଜି ହେବାର ସମ୍ଭାବନା ଅଛି । ସୀମା ବିବାଦର ସମାଧାନ ଦିଗରେ କୂଟନୈତିକ ସ୍ତରରେ ଏହି ଭର୍ଚୁଆଲ ବୈଠକରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି । ସୀମାରେ ସେନା […]
ଲା ପାଜ(ବୋଲିଭିଆ) : ବିଶ୍ୱରେ ହା ହା କାର ସୃଷ୍ଟି କଲାଣି କରୋନା । ରାଷ୍ଟ୍ର ପ୍ରମୁଖମାନେ ମଧ୍ୟ ଏହି କରୋନା ପ୍ରକୋପରୁ ବାଦ୍ ପଡ଼ୁନାହାନ୍ତି। ଗତକାଲି ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋ କୋଭିଡ-19ରେ ସଂକ୍ରମଣ ହୋଇଥିଲେ । ଏହାପରେ ଆଜି ବୋଲିଭିଆର ଅନ୍ତରୀଣ ରାଷ୍ଟ୍ରପତି ଜେନିନ ଆଞ୍ଜ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେ ନିଜେ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହିତ ଭେନେଜୁଆଲାର ଦ୍ୱତୀୟ ପ୍ରମୁଖ ମଧ୍ୟ କରୋନା ଆକ୍ରାନ୍ତ […]
ଥିରୁଅନନ୍ତପୁରମ୍: କେରଳ ସୁନା ଜବତ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA । କେନ୍ଦ୍ର ଗୃହ ମନ୍ତ୍ରାଳୟ NIAକୁ ଏହି ତଦନ୍ତ ଦାୟିତ୍ୱ ଦେଇଛି । ସଙ୍ଗଠିତ ସ୍ମଗଲିଂ କାରବାର ଯୋଗୁ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ NIAକୁ ତଦନ୍ତ ଭାର ଦେଇଛି ଗୃହ ମନ୍ତ୍ରାଳୟ । ଜୁଲାଇ ୪ରେ କେରଳ ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ଏୟାରପୋର୍ଟରେ କଷ୍ଟମ ବିଭାଗ ହାତରେ ଏହି ସୁନା ଚାଲାଣ ଧରାପଡିଥିଲା। ଏକ ମାଲବାହୀ ବିମାନରେ […]
ଟୋକିଓ: ପ୍ରେମ ପାଇଁ ମା’ ଭୂଲିଗଲା ମମତାର ମୂଲ। ୩ ବର୍ଷର ଶିଶୁକନ୍ୟାକୁ ଛାଡ଼ି ପଳାଇଲା। ମା’କୁ ଚାହିଁ ଚାହିଁ ଭୋକ ଉପାସରେ ଶେଷରେ ଆଖି ବୁଜିଦେଲା କୁନି ଝିଅଟି । ଜାପାନରେ ଘଟିଛି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଯାହା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ମା’ ନାମରେ କଳଙ୍କ ଥିଲେ ଏହି ୨୪ ବର୍ଷର ମହିଳା ଜଣକ। ୮ ଦିନ ତଳେ ନିଜର ୩ ବର୍ଷର ଶିଶୁକୁ ଏକ ଆପାର୍ଟମେଣ୍ଟରେ ଏକୁଟିଆ […]
ନୂଆଦିଲ୍ଲୀ: ସେ ଚାଲୁଥାନ୍ତି। ତାଙ୍କ ଚାଲିବାରେ ଶେଷ ନ ଥାଏ। ସେ ପୁଣି ଘଞ୍ଚ ଜଙ୍ଗଲର ଅଙ୍କାବଙ୍କା ଦୁର୍ଗମ ରାସ୍ତାରେ। କାରଣ ତାଙ୍କୁ ଲୋକଙ୍କ ଘରେ ଚିଠି ପହଞ୍ଚାଇବାର ଅଛି। ଯେଉଁଠି ଫୋନ ନାହିଁ, ଇଣ୍ଟରନେଟ ସୁବିଧା ନାହିଁ ସେପରି ଅଞ୍ଚଳରେ ଚିଠି ପହଞ୍ଚାଇବାର ଦାୟିତ୍ୱ ତାଙ୍କର। ସେଥିପାଇଁ ଦିନେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୩୦ ବର୍ଷ ଧରି ସେ ଏପରି ଚାଲୁଛନ୍ତ। ତାଙ୍କର ଏହି କାମ ପାଇଁ ଟ୍ୱିଟରରେ ଅଜଶ୍ର ଶୁଭେଚ୍ଛା ବାର୍ତ୍ତା […]
କାନପୁର: ନାଟକୀୟ ଢଙ୍ଗରେ ବିକାଶ ଦୁବେକୁ ଆଜି ଗିରଫ କରିଛି ପୋଲିସ୍। ଆଜି ସକାଳ ୮ଟା ବେଳେ ମନ୍ଦିର ଗେଟ୍ ପାଖରେ ପହଞ୍ଚିଥିଲା ବିକାଶ। ଫେକ୍ ପରିଚୟ ପତ୍ର ଧରି ମନ୍ଦିର ଭିତରକୁ ଯିବାକୁ ଚେଷ୍ଟା କରିଥିଲା। ହେଲେ ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲା ବିକାଶ। ଯାହାପରେ ବିକାଶକୁ ଟ୍ରାକ୍ କରୁଥିବା ଅନ୍ୟ ପୋଲିସ୍ କର୍ମଚାରୀଙ୍କ ସନ୍ଦେହ ବଢ଼ିଥିଲା। ମନ୍ଦିରକୁ ଯିବା ପରେ ପୁରା ଅଞ୍ଚଳକୁ କର୍ଡନ୍ କରିଥିଲା ଫୋର୍ସ । ମନ୍ଦିରରୁ ବାହାରିବାର […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଦେଶରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୪ ହଜାର ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪୮୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ କରୋନା ମୃତ୍ୟୁ ସଂଖ୍ୟା ୨୧ ହଜାର ପାର ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୭ ହଜାର ୨୯୬ ହୋଇଛି। ଏଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି […]
ନୂଆଦିଲ୍ଲୀ: ଭାରତୀୟ ସେନା କର୍ମଚାରୀଙ୍କୁ ଫେସବୁକ୍ ଟିକ୍ଟକ୍, ଟ୍ରୁ କଲର ଏବଂ ଇନଷ୍ଟାଗ୍ରାମ୍ ଭଳି ଆପ୍ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଡେଟିଂ ଆପ୍ ଟିଣ୍ଡର, କାଉଚ୍ ସର୍ଫିଂ ଏବଂ ଡେଲି ହଣ୍ଟ ଭଳି ନ୍ୟୁଜ୍ ଆପ୍କୁ ମଧ୍ୟ ସ୍ମାର୍ଟ ଫୋନରୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଥ୍ୟ ଲିକ୍ ଆଶଙ୍କାରେ ମୋଟ୍ ୮୯ଟି ଆପକୁ ଜୁଲାଇ ୧୫ ତାରିଖ ସୁଦ୍ଧା ସ୍ମାର୍ଟଫୋନ୍ରୁ ହଟାଇ ନେବାକୁ ସେନାର ଅଫିସର ଓ ଯବାନମାନଙ୍କୁ କୁହାଯାଇଛି। ଯେଉଁମାନେ […]
ମୁମ୍ବାଇ: ଦେଶର ବୃହତ୍ତମ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କରିବ ବୋଲି କହିଛି। ବୁଧବାର ବ୍ୟାଙ୍କ ପକ୍ଷରୁ କୁହାଯାଇଛି, କ୍ଷୁଦ୍ର ଟେଣ୍ଡରମାନଙ୍କ ମାର୍ଜିନାଲ କଷ୍ଟ ଅଫ ଫଣ୍ଡ୍ସ ବେସ୍ଡ ଲେଣ୍ଡିଙ୍ଗ ରେଟ୍ (MCLR) ୫ରୁ ୧୦ ବେସିସ୍ ପଏଣ୍ଟରେ ହ୍ରାସ ପାଇଛି। ଜୁଲାଇ ୧୦ରୁ ଲାଗୁ କରାଯିବ ବୋଲି କୁହାଯାଇଛି। ଏହି ସଂଶୋଧନ ସହିତ ତିନିମାସ ପର୍ଯ୍ୟନ୍ତ ବ୍ୟାଙ୍କର MCLR ବାର୍ଷିକ 6.65 […]
କାନପୁର: ଉତ୍ତରପ୍ରଦେଶର କାନପୁରରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରି ଖସି ପଳାଇଥିଲେ। ବିକାଶକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛି। ଇତି ମଧ୍ୟରେ ପୋଲିସ ତାର ୨ ଜଣ ସହଯୋଗୀଙ୍କୁ ଏନ୍କାଉଣ୍ଟର କରି ମାରି ଦେଇଛି। ଏହା ପରେ ବିକାଶ ଜୀବନ ବଞ୍ଚାଇବାକୁ ଆତ୍ମସମର୍ପଣ କରିବା ପାଇଁ ଚେଷ୍ଟା କରୁଛି। ବର୍ତ୍ତମାନ ସୂତ୍ରରୁ ପ୍ରକାଶ ଯେ, ଜୀବନ ବଞ୍ଚାଇବା ପାଇଁ ବିକାଶ ଦୁବେ ଏକ ଟିଭି […]
ଲକ୍ଷ୍ନୌ: ପୋଲିସ ଏନକାଉଣ୍ଟରରେ ଉତ୍ତରପ୍ରଦେଶର ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେର ଦୁଇ ସହଯୋଗୀ ପ୍ରଭାତ ମିଶ୍ରା ଓ ରଣବୀର ନିହତ ହୋଇଛନ୍ତି। ଗତକାଲି ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଅଭିଯୁକ୍ତମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିଲେ । ଅଭିଯୁକ୍ତ କାନପୁରରେ ପ୍ରଭାତ ଓ ଇଟାଓ୍ୱାରେ ରଣବୀରକୁ ଏନକାଉଣ୍ଟର କରାଯାଇଥିଲା । ପରେ ଏମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଫରିଦାବାଦରେ ଏକ ହୋଟେଲରେ […]