ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠାରୁ ରିଜର୍ଭେସନ୍ କାଉଣ୍ଟରରେ ମିଳିବ ଟ୍ରେନ୍ ଟିକେଟ୍। ତେବେ କେଉଁ କେଉଁ ରେଲ୍ୱେ ଷ୍ଟେସନରେ ରିଜର୍ଭେସନ୍ ଟିକେଟ କାଉଣ୍ଟର ଖୋଲିବ ସେନେଇ ସଂପୃକ୍ତ ରେଲ୍ୱେ ଜୋନ୍ ନିଷ୍ପତ୍ତି ନେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। କେବଳ ରିଜର୍ଭ ଟିକେଟ୍ ବୁକିଂ ପାଇଁ ଏହି କାଉଣ୍ଟର ଖୋଲା ରହିବ। ପୂର୍ବତଟ ରେଲ୍ୱେର ୧୨ଟି ଷ୍ଟେସନରେ ଟିକେଟ୍ ଉପଲବ୍ଧ ହେବାକୁ ଥିବାବେଳେ ଆଜିଠାରୁ କମନ୍ ସର୍ଭିସ ସେଣ୍ଟରରେ ମଧ୍ୟ ରିଜର୍ଭ ଟିକେଟ୍ ମିଳିବ। ୧ ଲକ୍ଷ ୭୦ […]
ନୂଆଦିଲ୍ଲୀ: ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ହୋଇଛି। ଆସନ୍ତା ଜୁନ୍ ୧ରୁ ରେଲ୍ୱେ ପକ୍ଷରୁ ୨୦୦ଟି ରେଗୁଲାର୍ ପାସେଞ୍ଜର ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜିଠୁ ଅନ୍ଲାଇନ୍ରେ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। IRCTC ୱେବ୍ସାଇଟ୍ କିମ୍ବା ଏହାର ଆପ୍ ମାଧ୍ୟମରେ ଅନ୍ଲାଇନ୍ରେ ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ୭୩ଟି ପାସେଞ୍ଜର ଟ୍ରେନ୍ ପାଇଁ ୧ ଲକ୍ଷ ୪୯ […]
କୋଲକାତା: ପାଣିରେ ଉବୁଟୁବୁ କୋଲକାତା ବିମାନ ବନ୍ଦର। ବାତ୍ୟା ଅମ୍ପନ୍ ପ୍ରଭାବରେ ଗତକାଲି ଲଗାଣ ବର୍ଷା ଯୋଗୁ କୋଲକାତା ବିମାନ ବନ୍ଦର ପାଣିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଥିଲା। ଏତେ ପରିମାଣର ପାଣି ଯେ, ଯାଆସ କରିବା ଏକ ପ୍ରକାର ମୁସ୍କିଲ୍ ହୋଇପଡ଼ିଛି। ଏପରିକି ସ୍ଥାନେ ସ୍ଥାନେ ୪ରୁ ୫ ଫୁଟ୍ ଉଚ୍ଚର ପାଣି ଜମି ରହିଛି। ସେହିପରେ ରନ୍ୱେ ନିକଟରେ ବି ପାଣି ଜମିଛି। ପାର୍କିଂ ଲଟ୍, hangar ପ୍ରଭୃତିରେ ବି ପାଣି ପଶି ଯାଇଛି। […]
କୋଲକାତା: ପଶ୍ଚିମବଙ୍ଗରେ ଲ୍ୟାଣ୍ଡ୍ଫଲ୍ କରିଥିବା ବାତ୍ୟା ‘ଅମ୍ପନ୍’ ପ୍ରଳୟ ରଚିଛି। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘରଦ୍ୱାର ଭାଙ୍ଗିବା ସହ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏପରିକି ଇଲେକ୍ଟ୍ରିକ୍ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି। ବଡ଼ ବଡ଼ କୋଠା ଘର ମଧ୍ୟ ଅମ୍ଫାନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୮୫ କି.ମି. ବେଗରେ ପବନ ବହିବା ସହ ୧୫ ଫୁଟ୍ ଉଚ୍ଚର […]
ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ଅମ୍ପନ୍’। ଅତି ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ଏହା ସାମୁଦ୍ରିକ ଝଡ଼ର ରୂପ ନେଇଛି। ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ଉତ୍ତରପୂର୍ବ ଦିଗକୁ ଆଡ଼କୁ ଗତି କରୁଛି। ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୩୦ କି.ମି. ବେଗରେ ଅମ୍ପନ୍ ଗତି କରୁଛି। ଏବେ କୋଲକାତାର ଉତ୍ତର-ଉତ୍ତରପୂର୍ବର ୨୧୦ କି.ମି., ପଶ୍ଚିମବଙ୍ଗ ଦୀଘା ଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ ୩୪୦ […]