ମେଲାବର୍ନ:୨୦୦୪ ମସିହାରେ ଭାରତ ଗସ୍ତରେ ଆସିଥିଲେ। ତାଙ୍କୁ ଦୁଇ ମାସ ଧରି କାଶ୍ମୀରରେ ବନ୍ଧକ ରଖାଯାଇଥିଲା। କାଶ୍ମୀରର ଜଣେ ବ୍ୟକ୍ତି ତାଙ୍କୁ ଦୁଇମାସ ଧରି ଏକ ଘରୋଇ ଡଙ୍ଗାରେ ବନ୍ଧକ ରଖିଥିଲେ। ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିଥିଲେ। ବ୍ୟକ୍ତି ଜଣକ ଦୈନିକ ଏକାଧିକବାର ତାଙ୍କ ସହ ଦୁଷ୍କର୍ମ କରୁଥିଲେ। ଏମିତି ହୃଦୟଥରା ଅଭିଯୋଗ ଆଣିଛନ୍ତି ଜଣେ ଅଷ୍ଟ୍ରେଲୀୟ ମହିଳା ତଥା ପୂର୍ବତନ ସର୍ଫର୍ ଷ୍ଟାର କେରମନ୍ ଗ୍ରୀନ୍ଟି । କେରମନଙ୍କ କହିବା ଅନୁଯାୟୀ, ସେତେବେଳେ ତାଙ୍କୁ […]
ନୂଆଦିଲ୍ଲୀ:ଉତ୍ତର ପ୍ରଦେଶ ପୋଲିସ ଶୁକ୍ରବାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ବୟାନ ଅନୁସାରେ ବିକାଶକୁ ଉଜୈନରୁ କାନପୁର ନିଆଯାଉଥିଲା। ଶୁକ୍ରବାର ଦ୍ୱିପହରରେ ତାଙ୍କୁ କୋର୍ଟରେ ହାଜର କରାଯାଇଥାନ୍ତା। ସକାଳୁ ସକାଳୁ ୟୁପି ଏସ୍ଟିଏଫ ଗାଡିରେ ବିକାଶ ବସି ଆସୁଥିଲେ। କାନ୍ପୁର ଆଉ ଅଳ୍ପବାଟ ଥିଲା। ହେଲେ ବର୍ଷା ଯୋଗୁ ଗାଡି ଓଲଟି ପଡ଼ିଲା। ପୋଲିସର କହିବା ଅନୁଯାୟୀ, ବିକାଶ ଜଣେ ପୋଲିସ କର୍ମୀଙ୍କ ବନ୍ଧୁକ ନେଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିଲା। […]
ନୂଆଦିଲ୍ଲୀ:ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୋଲିସ ଏନ୍କାଉଣ୍ଟରରେ ନିହତ ହୋଇଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍। ସୂଚନା ଅନୁସାରେ, ଆଜି ସକାଳେ ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ STF(Special Task Force) ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ନିକଟ ବାରା ଅଞ୍ଚଳରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ୍ ବିକାଶକୁ ଏନ୍କାଉଣ୍ଟର କରିଥିଲା। କାନପୁର ହସ୍ପିଟାଲ୍ରେ ଡାକ୍ତର […]
ନୂଆଦିଲ୍ଲୀ: ଅଲଜାଇମର ରୋଗରେ ପୀଡିତ ଦିଲ୍ଲୀର ଜଣେ ୮୭ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ୯୦ ବର୍ଷ ବୟସ୍କ ସ୍ୱାମୀ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। କରୋନା ସହ ଲଢି ସୁସ୍ଥ ହେବା ପରେ ଏବେ ଉଭୟେ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ସାରା ବିଶ୍ୱରେ କରୋନାରେ ଅଧିକ ବୟସ୍କ ଲୋକଙ୍କ ଜୀବନ ଯାଉଥିବାବେଳେ ଏହି ଦମ୍ପତ୍ତିଙ୍କ ସୁସ୍ଥ ହେବା ଘଟଣା ରୋଗୀ ତଥା ଡାକ୍ତରଙ୍କ ପାଇଁ ନିଶ୍ଚୟ ଆଶାର କିରଣ ଅଟେ। […]
ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ପ୍ରଥମ ଥର ପାଇଁ ପ୍ରାୟ ୨୫ ହଜାର ମାମଲା ରୁଜୁ ହୋଇଥିଲା। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୫୦୬ ମାମଲା ସାମ୍ନକୁ ଆସିଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୯୩ ହଜାର ୮୦୨କୁ ଛୁଇଁଛି | ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୪୮୭ ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ […]
ନୂଆଦିଲ୍ଲୀ:ଲଦାଖର ଗଲଓ୍ୱାନ୍ ଘାଟିରେ ପ୍ରଥମ ପର୍ଯ୍ୟାୟ ସେନା ପ୍ରତ୍ୟାହାର ପରେ ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ନେଇ ଖୋଲିଛି ବାଟ । କୂଟନୈତିକ ସ୍ତରରେ ହେଉଥିବା WMCC ବା Working Mechanism for Consultation & Coordinationର ଆଉ ଏକ ପର୍ଯ୍ୟାୟ ଆଲୋଚନା ଆଜି ହେବାର ସମ୍ଭାବନା ଅଛି । ସୀମା ବିବାଦର ସମାଧାନ ଦିଗରେ କୂଟନୈତିକ ସ୍ତରରେ ଏହି ଭର୍ଚୁଆଲ ବୈଠକରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି । ସୀମାରେ ସେନା […]
ଲା ପାଜ(ବୋଲିଭିଆ) : ବିଶ୍ୱରେ ହା ହା କାର ସୃଷ୍ଟି କଲାଣି କରୋନା । ରାଷ୍ଟ୍ର ପ୍ରମୁଖମାନେ ମଧ୍ୟ ଏହି କରୋନା ପ୍ରକୋପରୁ ବାଦ୍ ପଡ଼ୁନାହାନ୍ତି। ଗତକାଲି ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋ କୋଭିଡ-19ରେ ସଂକ୍ରମଣ ହୋଇଥିଲେ । ଏହାପରେ ଆଜି ବୋଲିଭିଆର ଅନ୍ତରୀଣ ରାଷ୍ଟ୍ରପତି ଜେନିନ ଆଞ୍ଜ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେ ନିଜେ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହିତ ଭେନେଜୁଆଲାର ଦ୍ୱତୀୟ ପ୍ରମୁଖ ମଧ୍ୟ କରୋନା ଆକ୍ରାନ୍ତ […]
ଥିରୁଅନନ୍ତପୁରମ୍: କେରଳ ସୁନା ଜବତ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA । କେନ୍ଦ୍ର ଗୃହ ମନ୍ତ୍ରାଳୟ NIAକୁ ଏହି ତଦନ୍ତ ଦାୟିତ୍ୱ ଦେଇଛି । ସଙ୍ଗଠିତ ସ୍ମଗଲିଂ କାରବାର ଯୋଗୁ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ NIAକୁ ତଦନ୍ତ ଭାର ଦେଇଛି ଗୃହ ମନ୍ତ୍ରାଳୟ । ଜୁଲାଇ ୪ରେ କେରଳ ଥିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ଏୟାରପୋର୍ଟରେ କଷ୍ଟମ ବିଭାଗ ହାତରେ ଏହି ସୁନା ଚାଲାଣ ଧରାପଡିଥିଲା। ଏକ ମାଲବାହୀ ବିମାନରେ […]
ଟୋକିଓ: ପ୍ରେମ ପାଇଁ ମା’ ଭୂଲିଗଲା ମମତାର ମୂଲ। ୩ ବର୍ଷର ଶିଶୁକନ୍ୟାକୁ ଛାଡ଼ି ପଳାଇଲା। ମା’କୁ ଚାହିଁ ଚାହିଁ ଭୋକ ଉପାସରେ ଶେଷରେ ଆଖି ବୁଜିଦେଲା କୁନି ଝିଅଟି । ଜାପାନରେ ଘଟିଛି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଯାହା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ମା’ ନାମରେ କଳଙ୍କ ଥିଲେ ଏହି ୨୪ ବର୍ଷର ମହିଳା ଜଣକ। ୮ ଦିନ ତଳେ ନିଜର ୩ ବର୍ଷର ଶିଶୁକୁ ଏକ ଆପାର୍ଟମେଣ୍ଟରେ ଏକୁଟିଆ […]
ନୂଆଦିଲ୍ଲୀ: ସେ ଚାଲୁଥାନ୍ତି। ତାଙ୍କ ଚାଲିବାରେ ଶେଷ ନ ଥାଏ। ସେ ପୁଣି ଘଞ୍ଚ ଜଙ୍ଗଲର ଅଙ୍କାବଙ୍କା ଦୁର୍ଗମ ରାସ୍ତାରେ। କାରଣ ତାଙ୍କୁ ଲୋକଙ୍କ ଘରେ ଚିଠି ପହଞ୍ଚାଇବାର ଅଛି। ଯେଉଁଠି ଫୋନ ନାହିଁ, ଇଣ୍ଟରନେଟ ସୁବିଧା ନାହିଁ ସେପରି ଅଞ୍ଚଳରେ ଚିଠି ପହଞ୍ଚାଇବାର ଦାୟିତ୍ୱ ତାଙ୍କର। ସେଥିପାଇଁ ଦିନେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୩୦ ବର୍ଷ ଧରି ସେ ଏପରି ଚାଲୁଛନ୍ତ। ତାଙ୍କର ଏହି କାମ ପାଇଁ ଟ୍ୱିଟରରେ ଅଜଶ୍ର ଶୁଭେଚ୍ଛା ବାର୍ତ୍ତା […]
କାନପୁର: ନାଟକୀୟ ଢଙ୍ଗରେ ବିକାଶ ଦୁବେକୁ ଆଜି ଗିରଫ କରିଛି ପୋଲିସ୍। ଆଜି ସକାଳ ୮ଟା ବେଳେ ମନ୍ଦିର ଗେଟ୍ ପାଖରେ ପହଞ୍ଚିଥିଲା ବିକାଶ। ଫେକ୍ ପରିଚୟ ପତ୍ର ଧରି ମନ୍ଦିର ଭିତରକୁ ଯିବାକୁ ଚେଷ୍ଟା କରିଥିଲା। ହେଲେ ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲା ବିକାଶ। ଯାହାପରେ ବିକାଶକୁ ଟ୍ରାକ୍ କରୁଥିବା ଅନ୍ୟ ପୋଲିସ୍ କର୍ମଚାରୀଙ୍କ ସନ୍ଦେହ ବଢ଼ିଥିଲା। ମନ୍ଦିରକୁ ଯିବା ପରେ ପୁରା ଅଞ୍ଚଳକୁ କର୍ଡନ୍ କରିଥିଲା ଫୋର୍ସ । ମନ୍ଦିରରୁ ବାହାରିବାର […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଦେଶରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୪ ହଜାର ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪୮୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ କରୋନା ମୃତ୍ୟୁ ସଂଖ୍ୟା ୨୧ ହଜାର ପାର ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୭ ହଜାର ୨୯୬ ହୋଇଛି। ଏଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି […]