ୱାଶିଂଟନ: କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଗତ ସପ୍ତାହରେ ମେରି ଏଲିଜାବେଥ୍ ହାଉସ ପରିଦର୍ଶନବେଳେ ମାସ୍କ ପିନ୍ଧିଥିବା ନେଇ ଏକ ଫଟୋ ନିଜେ ମେଲାନିଆ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ମେଲାନିଆ ଏବେ ସ୍ୱାମୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ପ୍ରଚାର କରୁଛନ୍ତି । ବିଭିନ୍ନ ସାମାଜିକ ସଂଗଠନ ସହ ମିଶି କାମ କରୁଛନ୍ତି । ଆମେରିକାରେ କରୋନା ସଂଗୀନ ସ୍ଥିତିରେ […]
ଜୟପୁର: ରାଜସ୍ଥାନରେ ଚାଲିଛି କ୍ଷମତା ଯୁଦ୍ଧ । ସଙ୍କଟରେ କଂଗ୍ରେସ ସରକାର। ଏପରି ରାଜନୈତିକ ଅସ୍ଥିରତା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ଗେହଲଟଙ୍କ ପାଖ ଲୋକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସକାଳୁ ରାଜସ୍ଥାନ କଂଗ୍ରେସର ଉପ ସଭାପତି ରାଜୀବ ଆରୋରା ଏବଂ ଧର୍ମେନ୍ଦ୍ର ରାଠୋରଙ୍କ ଘରେ ଚଢ଼ଉ କରିଛି ଆୟକର ବିଭାଗ। ଜୟପୁରସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ପହଞ୍ଚି ଆୟକର ବିଭାଗ ଟିମ୍ ଛାନଭିନ୍ କରିଛି […]
ନୂଆଦିଲ୍ଲୀ: ଆଜି ଦେଶରେ ପୁଣି ରେକର୍ଡ କରିଛି କରୋନା। ଗତ ୨୪ ଘଣ୍ଟାରେ ୨୮ ହଜାର କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷେ ୨୪ ଘଣ୍ଟାରେ ୫୦୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତକ ସଂଖ୍ୟା ୨୩ ହଜାର ୧୭୪ରେ ପହଞ୍ଚିଛି। ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮, ୭୦୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ […]
ଜୟପୁର: ରାଜସ୍ଥାନ ରାଜନୈତିକ ସଙ୍କଟ ଘଡିକୁ ଘଡ଼ି ନୂଆ ମୋଡ ନେଉଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ୩୦ ବିଧାୟକଙ୍କ ସହ କଂଗ୍ରେସର ଗେହଲଟ ସରକାର ହାତ ଛାଡ଼ି ବିଜେପିରେ ମିଶିବେ ବୋଲି ଅନେକ କଳ୍ପନାଜଳ୍ପାନ ପ୍ରକାଶ ପାଉଥିବାବେଳେ ଆଜି ମୁହଁ ଖୋଲିଛନ୍ତି ସଚିନ୍। ବିଜେପିରେ ମିଶିବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି। ବିଭିନ୍ନ ସୂତ୍ରରୁ ଜଣାଯାଇଥିଲା, ସଚିନଙ୍କ ପାଖରେ କଂଗ୍ରେସର କିଛି ବିଧାୟକଙ୍କ ସମର୍ଥନ ରହିଛି ଏବଂ ସେମାନେ ବିଜେପି ସହ ସମ୍ପର୍କରେ ଅଛନ୍ତି। ଏପରିକି […]
ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 29 ବର୍ଷୀୟ ଯୁବକଙ୍କ ଘର ଭଦ୍ରକ ଜିଲ୍ଲାରେ। ଏନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନିକଟରେ ଯୁବକ ଜଣଙ୍କ ଦୁବାଇରୁ ଫେରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଉକ୍ତ ଯୁବକ ଜଣକ କରୋନାରେ ଆକ୍ରାନ୍ତ କି ନାହିଁ ସେନେଇ ତାଙ୍କ ସାମ୍ପଲ ପରୀକ୍ଷା ଲାଗି ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ପଠାଯାଇଥିଲା। ଯେଉଁଥିରେ ସମ୍ପୃକ୍ତ ଯୁବକଙ୍କ ଶରୀରରେ […]
ଜୟପୁର: ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ଭିତରେ ରାତି ଅଧିଆ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ଅଶୋକ ଗେହଲଟ ସରକାର ସଂପୂର୍ଣ୍ଣ ସୁରକ୍ଷିତ ଥିବା ଦଳ କହିଛି । ସରକାର ସପକ୍ଷରେ ୧୦୯ ବିଧାୟକଙ୍କ ସମର୍ଥନ ଥିବା ସାମ୍ବାଦିକ ସମ୍ମିଳନୀରେ କହିଛି ରାଜସ୍ଥାନ କଂଗ୍ରେସ । ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ ଆଉ କିଛି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଫୋନରେ କଥା ହୋଇଥିବା ସେ […]
ନୂଆଦିଲ୍ଲୀ: କଗ୍ରେସର ମଙ୍ଗ ପୁଣି ସମ୍ଭାଳିବେ ରାହୁଲ ଗାନ୍ଧି ! ଏପରି ଦାବି କରିଛନ୍ତି ଦଳର ବରିଷ୍ଠ ନେତାଗଣ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶନିବାର ଦଳର ଲୋକସଭା ସଦସ୍ୟଙ୍କ ସହ ଏକ ଡିଜିଟାଲ୍ ବୈଠକ କରି ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ କରୋନାଭାଇରସ୍ ମହାମାରୀର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଅନେକ ସାଂସଦ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦବୀ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ସୂଚନାନୁସାରେ, ଏହି […]
ଜମ୍ମୁ: ଶନିବାର ଜାମ୍ମୁ କାଶ୍ମୀରର ନୌଗାମ ସେକ୍ଟରରେ ସେନା ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏଲଓସିରେ ଏବେ ୨୫୦ରୁ ୩୦୦ ଆତଙ୍କବାଦୀ ଠୁଳ ହୋଇଛନ୍ତି। ଏମାନେ ପାକିସ୍ତାନରୁ LoC ଦେଇ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆତଙ୍କବାଦୀଙ୍କ ଏହି ପ୍ରୟାସକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ମେଜର ଜେନେରାଲ ବିରେନ୍ଦ୍ର ବତ୍ସ କହିଛନ୍ତି ଯେ ନିହତ ୨ ଆତଙ୍କବାଦୀଙ୍କ ନିକଟରୁ […]
ସୁରଟ: କରୋନାର ଭୟବହତା ମଧ୍ୟରେ ବି ଅନେକ ଲୋକ ବିବାହ କରୁଛନ୍ତି। ଗୁଜୁରାଟ ସୁରଟର ଏକ ଅଳଙ୍କାର ଦୋକାନ କରୋନା ସମୟରେ ବିବାହ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବିଶେଷ ବ୍ୟବସ୍ଥା କରିଛି। ଏହି ଅଳଙ୍କାର ଦୋକାନରେ ଏକ ବିଶେଷ ପ୍ରକାରର ମାସ୍କ ପ୍ରସ୍ତୁତ କରାଯାଇଛି ଯାହାର ମୂଲ୍ୟ ୧.୫ ଲକ୍ଷରୁ ୪ ଲକ୍ଷ ପର୍ଯ୍ୟନ୍ତ ହେବ । ଏହି ମାସ୍କ ହୀରା ଖଚିତ। ବିଶେଷ କରି ବର କନ୍ୟାଙ୍କ ପାଇଁ ଏପରି ମାସ୍କ ପ୍ରସ୍ତୁତ ହୋଇଛି। […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନୂଆ ବୈଜ୍ଞାନିକ ତଥ୍ୟ ଘୋଷଣା କରାଯାଇଛି । କରୋନା ଭୂତାଣୁ ନିବୁଜ ଜାଗାରେ ବାୟୁରେ ରହିପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ତେଣୁ ବାୟୁ ମାଧ୍ୟମରେ କରୋନା ସଂକ୍ରମଣ ଆଶଙ୍କାଙ୍କୁ ଏଡାଇ ଦିଆଯାଇ ପାରିବ ନାହିଁ। ନିବୁଜ ଅଞ୍ଚଳରେ କରୋନା ଭାଇରସ ବାୟୁ ମାଧ୍ୟମରେ ଡ୍ରପଲେଟ ସହାୟତରେ ବ୍ୟାପିବାର ଆଶଙ୍କା ରହିଛି । ବିଶେଷ କରି ରେଷ୍ଟୁରାଣ୍ଟ ଓ ଫିଟନେସ ସେଣ୍ଟରରେ […]
ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ଜଣେ ପୋଲିସ ଅଫିସର ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି। ତାଙ୍କୁ ଗିରଫ କରାଯାଇଛି। ହେଲେ ଘଟଣାର ଖୋଳତାଡ ପରେ ଯାହା ଜଣାପଡ଼ିଛି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଲାଞ୍ଚ ନେଇ ଧରା ପଡ଼ିଥିବା ଏହି ଇନ୍ସପେକ୍ଟର ଜଣକ ଜଣେ ପେଷାଦାର ଲାଞ୍ଚୁଆ। ଯାଞ୍ଚବେଳେ ତାଙ୍କର ସମ୍ପତ୍ତି ବିଷୟରେ ଯେତେବେଳେ ଜଣାପଡ଼ିଲା, ତଦନ୍ତକାରୀ ଅଫିସର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଯାଞ୍ଚରୁ ଜଣାପଡ଼ିଥିଲା ସେ ଜଣେ କୋଟିପତି ବୋଲି। ଦୁର୍ନୀତି ନିବାରଣ ଶାଖା […]