ନୂଆଦିଲ୍ଲୀ: ଚଳିତବର୍ଷ ସାମାନ୍ୟ ବିଳମ୍ବରେ ଆସିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସାଧାରଣତଃ ଜୁନ୍ ପହିଲା ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ଥାଏ କିନ୍ତୁ ଏଥର ସାମାନ୍ୟ ବିଳମ୍ବ ହୋଇ ଜୁନ ୫ରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। କେରଳରେ ମୌସୁମୀର ପ୍ରବେଶ ସହ ଦେଶରେ ବର୍ଷା ଋତୁର ଆରମ୍ଭ ହୋଇଥାଏ। ଏହି ମୌସୁମୀ ଉତ୍ତର ଦିଗକୁ ଗତି କରିବା ପରେ […]
ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀର ପିତମ୍ପୁରା ବୋଲି ସୂଚନା ମିଳିଛି। National Centre for Seismologyର ସୂଚନା ଅନୁସାରେ, ଆଜି ଦିନ ୧୧ଟା ୧୮ମିନିଟ୍ରେ ଏହି ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପର ଗଭୀରତା ୮ କି.ମି. ଥିଲା। ମେ’୧୦ରେ ଦିଲ୍ଲୀ-ଏନ୍ସିଆର୍ର କିଛି ଅଞ୍ଚଳରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ […]
ନୂଆଦିଲ୍ଲୀ: ସିକିମ୍ରେ ହିମ ସ୍ଖଳନ ଯୋଗୁ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ଜଣେ ଯବାନ ସହିଦ ହୋଇଛନ୍ତି। ଉତ୍ତର ସିକିମ୍ର ଲୁଗନାକ ଲା ଅଂଚଳରେ ଏହି ଦୁଃଖଦ ଘଟଣା ହୋଇଛି। ସେନା ପକ୍ଷରୁ ପାଟ୍ରୋଲିଂ ବେଳେ ହଠାତ୍ ହିମ ସ୍ଖଳନ ହୋଇଥିଲା। ଫଳରେ ୧୮ଜଣ ସୁରକ୍ଷାକର୍ମୀ ବରଫ ଖଣ୍ଡ ତଳେ ଚାପି ହୋଇ ଯାଇଥିଲେ। ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରଫ ଖଣ୍ଡ ଭିତରେ ଫସି ରହିଥିବା ଯବାନମାନଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ। ୧୬ଜଣଙ୍କୁ ସୁରକ୍ଷିତ […]
ନୂଆଦିଲ୍ଲୀ: ଆଜି ଭୋରରୁ ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥ ମନ୍ଦିର ଖୋଲା ହୋଇଛି। ମନ୍ଦିର ଫାଟକ ଖୋଲିବା ପୂର୍ବରୁ ପୂରା ମନ୍ଦିରକୁ ସୁନ୍ଦର ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ୨୭ଜଣଙ୍କ ଉପସ୍ଥିତିରେ ଭୋର ୪ଟା ୩୦ରୁ ଫାଟକ ଖୋଲା ଯାଇଥିଲା। ଏହାପରେ ପାରମ୍ପରିକ ରୀତିନୀତିରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ତେବେ ମହାମାରୀ କରୋନା ଯୋଗୁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। କୋଭିଡ୍-୧୯କୁ ନେଇ କେନ୍ଦ୍ର ସରକାର ଜାରି କରିଥିବା […]