ନୂଆଦିଲ୍ଲୀ: ଜୁନ ୧୯ରେ ହେବାକୁ ଥିବା କର୍ଣ୍ଣାଟକ ରାଜ୍ୟସଭା ନିର୍ବାଚନ ଲଢ଼ିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେଗୌଡା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଦଳର ବିଧାୟକଙ୍କ ଅନୁରୋଧ କ୍ରମେ ସେ ରାଜ୍ୟସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିବା ଦେବେଗୌଡାଙ୍କ ପୁଅ ତଥା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ଦେବଗୌଡାଙ୍କ ପ୍ରାର୍ଥିତ୍ୱକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ଏବଂ କଂଗ୍ରେସର ସମର୍ଥନ ନେଇ ଅନିଶ୍ଚିତତା ମଧ୍ୟ ରହିଥିଲା। […]
ଭୁବନେଶ୍ୱର: ଜୁନ୍ ୧୧-୧୨ ତାରିଖ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ, ମୌସୁମୀ ପାଇଁ ପାଗ ଅନୁକୂଳ ସୃଷ୍ଟି କରିଥିବା ଜଣାପଡ଼ିଛି। ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥିଲା। ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଛି। ସାଧାରଣତଃ ଜୁନ୍ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏକ ମିଡିଆ ରିପୋର୍ଟରେ ଅନୁସାରେ, ଚାଷୀ ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଚାଷୀ ଆଖି ବୁଜି ସାରିଲେଣି। ମୃତ ଚାଷୀମାନେ ପଞ୍ଜାବ ଓ ହରିଆନାର ଭିନ୍ନ ଭିନ୍ନ ଅଞ୍ଚଳର ନିବାସୀ। କିଛି ଦିନ ତଳେ ପଞ୍ଜାମ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଥିଲେ, ଚାଷୀ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ସହୟତା ଦିଆଯିବ। କଂଗ୍ରେସର ପୂର୍ବ […]
କୋଟା: ରାଜସ୍ଥାନର କୋଟା ସହରର ଏକ ସରକାରୀ ଡାକ୍ତରଖାନାରେ ମାତ୍ର କେଇ ଘଣ୍ଟାରେ ୯ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଅଧିକାରୀଙ୍କ କହିବା ଅନୁଯାୟୀ ଜେକେ ଲୋନ ଡାକ୍ତରଖାନାରେ ୧ରୁ ୪ ଦିନ ମଧ୍ୟରେ ଜନ୍ମ ହୋଇଥିବା୫ ଜଣ ଶିଶୁଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣଙ୍କର ଗୁରୁବାର ମୃତ୍ୟୁ ଘଟିଛି। ଘଟଣାର ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା ନିର୍ଦ୍ଦେଶ ଦେବା ସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ କହିଛନ୍ତି। […]
ମୁମ୍ବାଇ:ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ଜେଜେବାପା-ମା’ ହେଲେ। ବଡ ପୁଅ ମୁକେଶଙ୍କ ବୋହୂ ଶ୍ଳୋକା ଆଜି ଏକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୨୦୧୯ ମାର୍ଚ୍ଚରେ ଆକାଶ-ଶୋଳ୍କାଙ୍କ ବିବାହ ହୋଇଥିଲା। ଉଭୟ ଆକାଶ-ଶ୍ଳୋକା ସ୍କୁଲ ସମୟରୂ ବନ୍ଧୁ। ଦୁହେଁ ଧୀରୁଭାଇ ଅମ୍ବାନୀ ଇଣ୍ଟରନାଶନାଲ ସ୍କୁଲରେ ପଢୁଥିଲେ। ଏନେଇ ଅମ୍ବାନୀ ପରିବାରରେ ଖୁସି ଖେଳିଯାଇଥିବା ଅମ୍ବାନୀ ପରିବାରର ମୁଖପାତ୍ର ସୂଚନା ଦେଇଛନ୍ତି। ଅମ୍ବାନୀ ପରିବାର ପକ୍ଷରୁ ଜାରି ବିବୃତିରେ କୁହାଯାଇଛି […]
ନୂଆଦିଲ୍ଲୀ: ପୃଥିବୀରେ ଏମିତି ଏକ ମୁସଲିମ ରାଜ୍ୟ ରହିଛି ଯେଉଁଠି ରାଜ୍ୟର ଅଧିକାଂଶ ଲୋକ ରାମ ଭକ୍ତ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ? କିନ୍ତୁ ଏହା ସତ। ଦକ୍ଷିଣ ଏସିଆରେ ଅବସ୍ଥିତି ଇଣ୍ଡୋନେସିଆର ଲୋକ ସଂଖ୍ୟା ପ୍ରାୟ ୨୩ କୋଟି । ଏହା ପୃଥିବୀର ୪ର୍ଥ ସର୍ବାଧିକ ଲୋକସଂଖ୍ୟା ବିଶିଷ୍ଟ ଦେଶ। ଏଥସହିତ ପୃଥିବୀର ସବୁଠାରୁ ବଡ ମୁସ୍ଲମାନ ବହୁଳ ଦେଶ। ଏହି ଦେଶରେ ହିନ୍ଦୁ ଧର୍ମଗ୍ରସ୍ଥ ରାମାୟଣ ଅତି ଲୋକପ୍ରିୟ। ୧୯୭୩ରେ ଏଠିକାର […]
ନୂଆଦିଲ୍ଲୀ:ଆସନ୍ତା ଏପ୍ରିଲ୍ରେ କର୍ମଚାରୀଙ୍କ ଗ୍ରାଚୁଇଟି ଏବଂ ଭବିଷ୍ୟ ନିଧି (PF)ରେ ବଡ ଧରଣର ପରିବର୍ତ୍ତନ ଆଣିବେ ସରକାର। ଏଥିସହିତ ଓଭରଟାଇମ୍ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ଦରମା ଦିଆଯିବ। ଏହି ନିୟମ ସମସ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରାଯିବ। କେନ୍ଦ୍ର ସରକାର ନୂଆ କମ୍ପାନସେସନ୍ ନିୟମ ଲାଗୁ କରିବା ପାଇଁ ମଧ୍ୟ ଯୋଜନା କରୁଛନ୍ତି। ଏଥି ପାଇଁ କମ୍ପାନୀଗୁଡିକୁ ବାଲାନ୍ସଶିଟ୍ରେ ପରିବର୍ତ୍ତନ ଆଣୁଥିବା ଦେଖିବାକୁ ମିଳୁଛି। ଏଠି କହି ରଖିବୁ, ଏହି ନିୟମ ଗତବର୍ଷ ସଂସଦରେ ପାସ୍ […]
ନୂଆଦିଲ୍ଲୀ: ୧୫ ଦିନରେ ପହଞ୍ଚିିଛି ଚାଷୀଙ୍କ ଆନ୍ଦୋଳନ। ଦିଲ୍ଲୀ ସୀମାରେ ୧୫ ଦିନ ଧରି ଧାରଣାରେ ବସିଛନ୍ତି ଶହଶହ ଚାଷୀ। ନୂଆ କୃଷି ଆଇନ ଉଚ୍ଛେଦ ପ୍ରତିବାଦରେ ଚାଲିଥିବା ଧାରଣାରେ ଏବେ ଅଧିକ ବଳ ଜୁଟାଉଛନ୍ତି କୃଷକ ସଂଗଠନ। ପଞ୍ଜାବ, ହରିୟାଣା, ୟୁପିରୁ ଅଧିକ ସଂଖ୍ୟକ ଚାଷୀ ଆସି ଏଥିରେ ସାମିଲ ହୋଇଥିବା ଜଣାପଡ଼ିଛି। ସଂଶୋଧନ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପରେ ଏବେ ଚାଷୀଙ୍କୁ ମନାଇବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର। ସଂଶୋଧନ ପ୍ରସ୍ତାବରେ […]
ନୂଆଦିଲ୍ଲୀ: ଦେଶର ନୂଆ ସଂସଦ ଭବନର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଭବନ ଲାଗି ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ଟା ୫୫ ମିନିଟରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦି ଭୂମିପୂଜା ଏବଂ ଶିଳାନ୍ୟାସ ଦିନ ଗୋଟାଏରେ କରିବାର କାର୍ଯ୍ୟକ୍ରମ ରହିଛି । ସାଢେ ଗୋଟାଏରେ ସର୍ବଧର୍ମ ପ୍ରାର୍ଥନା କରାଯିବ । ଏହାପରେ ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ବାଚସ୍ପତି ଓମ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ […]