ନୂଆଦିଲ୍ଲୀ: ଫେସ୍ବୁକ୍ ଏବଂ ଟ୍ୱିଟର ପରେସ ଏବେ ୟୁଟ୍ୟୁବ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ସପ୍ତାହ ପାଇଁ ବ୍ୟନ କରିଛି। ଆମେରିକାରେ ହିଂସାତ୍ମକ କାର୍ଯ୍ୟକଳାପକୁ ନେଇ ଚିନ୍ତା ପ୍ରକଟ କରିବା ସହ ଅନଲାଇନ ଓ ଭିଡିଓ ପ୍ଲାଟଫର୍ମ ଏପରି ଘୋଷଣା କରିଛି। ୟୁଟ୍ୟୁବ୍ ଏକ ସପ୍ତାହ ପାଇଁ ଏହି କଟକଣା ଲଗାଇଛି। ଏହାର କାରଣ ସମ୍ପର୍କରେ ଉତ୍ତର ରଖି ୟୁଟ୍ୟୁବ କହିଛି, ସେ କରିଥିବା ଯେ କୌଣସି ପୋଷ୍ଟକୁ ନେଇ ହିଂସା ବ୍ୟାପିପାରେ। ଆଗାମୀ ୭ ଦିନ ପାଇଁ […]
ଟ୍ୱିଟରରୁ ଡୋନାଲ୍ଡ ଟ୍ରମ୍ପ ବାସନ୍ଦ ହେବା ପରେ ବିଶ୍ୱର ସକ୍ରିୟ ରାଜନେତାଙ୍କ ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ସବୁଠୁ ଅଧିକ ଫଲୋୟର। ଆକାଉଣ୍ଟ ସସପେଣ୍ଡ ପୂର୍ବରୁ ଟ୍ରମ୍ପଙ୍କର ୮୮.୭ ମିଲିୟନ ଫଲୋର୍ସ ଥିଲେ। ଏବେ ଟୁଇଟର ଟ୍ରମ୍ପଙ୍କୁ ବ୍ଲକ କରିବା ପରେ ମୋଦି ହୋଇଛନ୍ତି ନମ୍ବର ୱାନ । ତେବେ ମୋଦିଙ୍କର ଫଲୋର୍ସ ସଂଖ୍ୟା କେତେ ଜାଣନ୍ତି ? ବିଶ୍ୱର ସକ୍ରିୟ ରାଜନେତାଙ୍କ ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ହେଉଛନ୍ତି ଅଧିକ ଫଲୋୟର। ଆଉ ଯାହାର କାରଣ ହେଉଛନ୍ତି ନିଜେ […]
ନୂଆଦିଲ୍ଲୀ: ଟିକଟକ୍ ନମ୍ୱର ଓ୍ୱାନ ଆପ୍। ଭାରତରେ ବ୍ୟାନ ସତ୍ତ୍ଵେ ସବୁଠାରୁ ଅଧିକ ରୋଜଗାର କରିଥିବା ଆପ ହେଉଛି ଟିକଟକ୍। ବ୍ୟବସାୟ କ୍ଷେତ୍ରରେ ସାରା ବିଶ୍ୱରେ ଏହି ଆପ ସଫଳତା ହାସଲ କରିଛି। ୨୦୨୦ରେ ବିଶ୍ୱରେ ସର୍ବାଧିକ ଆୟ କରିଥିବା ଆପ ମଧ୍ୟରେ ସବୁଠାରୁ ଆଗରେ ରହିଛି ଟିକଟକ। କେବଳ ୨୦୨୦ ମସିହାରେ ଟିକଟକ ୫୪୦ ମିଲିୟନ ଡଲାର ରୋଜଗାର କରିଥିବା ଜଣାପଡିଛି। ଆପ ଆନାଲିଟିକସ ଫାର୍ମ ଆପଟୋପିଆର ତଥ୍ୟ ଅନୁଯାୟୀ ଟିକଟକ ପଛକୁ ରହିଛି ଡେଟିଂ […]
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ ପ୍ରସ୍ତାବ । ଡେମୋକ୍ରାଟଙ୍କ ତରଫରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ସମ୍ବିଧାନର ୨୫ ତମ ସଂଶୋଧନ ଲାଗୁ କରି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବା ପାଇଁ ଉପରାଷ୍ଟ୍ରପତି ପେନ୍ସଙ୍କୁ କହିଛନ୍ତି ଡେମୋକ୍ରାଟ୍ ନେତାମାନ॥ ଏ ସଂପର୍କିତ ଏକ ପ୍ରସ୍ତାବ ଆଗତ କରାଯାଇଛି । ଏଥିରେ କୁହାଯାଇଛି, ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି। ତେବେ ଏହି ପ୍ରସ୍ତାବ ଉପରେ ତୁରନ୍ତ […]
ମୁରେନ୍: ମଧ୍ୟ ପ୍ରଦେଶର ମୁରେନ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଡଜନ ରୁ ଅଧିକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି। ଏହି ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଗୁରୁତର ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି। ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବୁଚ୍ଛେଦ ପାଇଁ ପଠାଇଛି। ମିଳିଥିବା ଖବର ଅନୁଯାୟୀ, ବାଗଚିନି ଥାନା ମାନପୁର ଏବଂ ସୁମାବଳି ଥାନାର ପହୱାଲି […]
କାବୁଲ୍: ଏକ ଏୟାର ଷ୍ଟ୍ରାଇକ୍ରେ ଆଫଗାନିସ୍ତାନରେ ୧୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କୀଙ୍କ ମଧ୍ୟରୁ ୯ଜଣ ପାକିସ୍ତାନ ମୂଳ ଏବଂ ଅନ୍ୟ ୫ ଜଣ ତାଲିବାନ ସଂଗଠନର ବୋଲି ଜଣାଯାଇଛି। ଆକ୍ରମଣରେ ୧୮ ଆଫଗାନ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗଜନୀର କ୍ଷେତ୍ରୀୟ ପରିଷଦ ମଖ୍ୟ ମହମ୍ମଦ ନାସିରଙ୍କ କହିବା ଅନୁଯାୟୀ, ମୃତ ସମସ୍ତ ଆତଙ୍କୀ ଗୋଟିଏ ପରିବାରର। ଆଫଗାନ ପ୍ରତିରକ୍ଷା ମନ୍ତ୍ରୀଳୟ ମଧ୍ୟ ସ୍ୱୀକାର କରିଛି ଯେ, ଦୁଇ ଦିନ ତଳେ ହୋଇଥିବା ଏୟାର […]