ନୂଆଦିଲ୍ଲୀ:ଅଙ୍ଗନବାଡି କେନ୍ଦ୍ରରେ ଏଣିକି ପିଲା ଏବଂ ଗର୍ଭବତୀ ମହିଳାଙ୍କୁ ତାଜା ଫଳ ଏବଂ ପନିପରିବା ମିଳିବ। କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଏପରି ନିଷ୍ପତି ନେଇଛନ୍ତି। ଏଥିପାଇଁ ଦେଶର ପ୍ରତି ଅଙ୍ଗନୱାଡ଼ି କେନ୍ଦ୍ରରେ ପୁଷ୍ଟିକର ଉଦ୍ୟାନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦେଶର ଗର୍ଭବତୀ ମହିଳା ତଥା ଛୋଟ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ଯାଇଛି। ପୂର୍ବରୁ ଏହି କେନ୍ଦ୍ରରେ ଛତୁଆ, […]
ନୂଆଦିଲ୍ଲୀ: ତାମିଲନାଡୁରେ ରାଜନୈତିକ ପାଣିପାଗ ଏବେ ସରଗରମ ରହିଛି। ଏଠାରେ ନିବାଚନୀ ବିଗୁଲ ବାଜିବା ପରେ କିଏ ହେବ ପ୍ରାର୍ଥୀ ସେ ନେଇ କଳ୍ପନା ଜଳ୍ପନା ଚାଲିଥିଲା। ଏହି କଳ୍ପନା ଉପରେ ପାଣି ପକାଇ ଆଜି କ୍ଷମତାରେ ଥିବା AIADMK ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ AIADMK ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ସେ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। […]
ନୂଆଦିଲ୍ଲୀ: ଆପଣ ଆକାଶରେ ଉଡୁଥିବା ଓ ପାଣିରେ ଭାସୁଥିବା ଜାହାଜ ଦେଖିଥିବେ । କେବେ ରାସ୍ତାରେ ଗଡ଼ୁଥିବା ଜାହାଜ ଦେଖିଛନ୍ତି ? ବୋଧହୁଏ ଦେଖି ନ ଥିବେ। ଏମିତି ଜାହାଜ ଦେଖିବାକୁ ମିଳିଛି ପଞ୍ଜାବ ଭଠିଣ୍ଡା ରାସ୍ତାରେ। ଏଇ ଜାହାଜକୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଜ ସଉକ ପାଇଁ ଜଣେ ବ୍ୟକ୍ତି ତିଆରି କରିଛନ୍ତି ଫାଇଟର୍ ଜେଟ୍ ଭଳି ଦେଖାଯାଉଥିବା ଗାଡ଼ି । ଆଉ ଏହାର ନାଁ ରଖିଛନ୍ତି ପଞ୍ଜାବ ରାଫେଲ୍ । କଥାଟା […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ କର୍ମଚାରୀଙ୍କ ଡିଅରନେସ ଆଲାଉନ୍ସ ବା DA ବୃଦ୍ଧି କରି ପାରନ୍ତି ସରକାର। ଯଦି ଏହି ଗୁଜବ ସତ ହୁଏ ତେବେ 7th ପେ କମିଶନ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀଙ୍କର ୫ ପ୍ରତିଶତ DA ବୃଦ୍ଧି ଆଶା କରାଯାଉଛି। ଏହି ବର୍ଦ୍ଧିତ ଭତ୍ତା ଆସନ୍ତା ମାସ ଅର୍ଥାତ ଏପ୍ରିଲରୁ ଲାଗୁ କରାଯାଇପାରେ। କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୧୭% DA ପାଉଛନ୍ତି। ତେବେ DA ବୃଦ୍ଧିକୁ […]
ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ, ଡିଜେଲ ଦର ସର୍ବାଧିକ ବୃଦ୍ଧି ପାଇଛି। ପ୍ରାୟ ଅଧିକାଂଶ ଜାଗାରେ ତୈଳ ଦର ୯୦ ଟଙ୍କା ଉପରେ ରହିଛି। ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୮୧.୪୭ ଟଙ୍କା ଥିବାବେଳେ ପେଟ୍ରୋଲ ଲିଟର ପିଛା ଦର ୯୧.୧୭ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୯୭.୫୭ ଟଙ୍କା ଥିବାବେଳେ ଡିଜେଲ ଦର ୮୮.୬୦ ରହିଛି। ମଧ୍ୟପ୍ରଦେଶର ଭୋପାଲ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ରହିଛି। ଏପରି […]
ଭୋପାଳ: ବିବାହ ପାଇଁ ବିୟୁଟି ପାର୍ଲରରେ ମେକ୍ଅପ୍ ନେଉଥିବା ବେଳେ ଜଣେ ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବତୀଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରବିବାର ରତଲାମ ଜିଲ୍ଲାର ରାଜାପୁର ଗାଁର ଜଣେ ଯୁବତୀଙ୍କ ବିବାହ ନାଗଦାର ଜଣେ ଯୁବକଙ୍କ ସହ ହେବାର ଥିଲା। ବିବାହ ସନ୍ଧ୍ୟାରେ ଥିବାବେଳେ ସକାଳେ ସମ୍ପୃକ୍ତ ଯୁବତୀ ଜଣକ ଭଉଣୀଙ୍କ ସହ ମେକଅପ୍ […]