ଭୁବନେଶ୍ୱର: ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍ ସାମ୍ନାକୁ ଆସିଛି। ସେଦିନ ପୁରୁଷୋତ୍ତମ ଏକ୍ସପ୍ରେସ୍ ଚଳାଉଥିବା ଡ୍ରାଇଭର ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଧକ୍କା ଦେଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଟ୍ରେନ୍ ଡ୍ରାଇଭର। ଏହି ଘଟଣାରେ ଟ୍ରେନ୍ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି GRP। ଡ୍ରାଇଭରଙ୍କ କହିବା ଅନୁସାରେ, ‘ସେଦିନ ରାତି ୮ଟା ୨୦ରେ ଟ୍ରେନ୍ ରେତଙ୍ଗ ଛାଡ଼ିଥିଲା। ରାତି ୮ଟା […]
ଜୟପୁର: କୋଭିଡ୍ ହସ୍ପିଟାଲ୍ରେ କରୋନା ରୋଗୀଙ୍କ ଡ୍ୟାନ୍ସ। ତା’ବି ପୁଣି ବଲିଉଡ୍ ଗୀତର ତାଳେ ତାଳେ ଲଗାଉଛନ୍ତି ଠୁମ୍କା। କୋରାପୁଟ ଜିଲ୍ଲା ଜୟପୁର କୋଭିଡ୍ ହସ୍ପିଟାଲର ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା। ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହୋଇଛି। ଭିଡିଓଟି ଭାଇରାଲ ପରେ ଏହି ହସ୍ପିଟାଲରେ କିଭଳି ଭାବରେ ଚାଲିଛି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ତାକୁ ନେଇ ପ୍ରଶ୍ନ ଉଠିଛି। ଭିଡିଓରେ ୩ ଜଣ କରୋନା […]
ଗୌହାଟି: ସାରା ଦେଶରେ ମହାମାରୀ କରୋନା ଦିନକୁ ଦିନ ଏହାର କାୟା ବିସ୍ତାର କରି ଚାଲିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ, କଟକଣା ଲାଗୁ କରିଛନ୍ତି। ହେଲେ ଲୋକମାନେ ଏହାକୁ ଠିକ୍ ଭାବେ ମାନୁ ନଥିବା ନେଇ ଅନେକ ଘଟଣା ନଜର ଆସିଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା। କୋଭିଡ୍ କେୟାର ସେଣ୍ଟରରୁ ପଳାଇ ଆସିପାଖାପାଖି ୧୦୦ ଜଣ କରୋନା ରୋଗୀ NH ଅବରୋଧ କରିଥିଲେ। […]
ପାରାଦୀପ: ଟ୍ରକ୍ ଭିତରୁ ମିଳିଲା ହେଲ୍ପର୍ଙ୍କ ରକ୍ତାକ୍ତ ମୃତଦେହ। ପାରାଦୀପ ବୃନ୍ଦାବନ କଲୋନୀ ମୁଣ୍ଡାପଡ଼ା ବସ୍ତି ନିକଟରେ ରଖାଯାଇଥିବା ଏକ ଟ୍ରକ୍ ଭିତରୁ ଜଣେ ହେଲ୍ପର୍ଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ମୃତ ହେଲ୍ପର୍ କେନ୍ଦ୍ରାପଡା ଜିଲ୍ଲାର ବାବୁଲି ସିଂ ବୋଲି ଜଣାପଡ଼ିଛି। ଖବରପାଇ ପାରାଦୀପ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏହାସହ ଗାଡ଼ିର ଡ୍ରାଇଭରଙ୍କୁ ହେପାଜତକୁ ନେଇଛି ପୋଲିସ୍। ବାବୁଲିଙ୍କୁ ଟ୍ରକ୍ ଡ୍ରାଇଭର […]
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକ୍ଡାଉନ୍ କଟକଣା ଲାଗୁ ହେବ। ଆସନ୍ତୁ ଜାଣିବା ଏହି ଲକ୍ଡାଉନ୍ ବେଳେ କ’ଣ ସବୁ ଖୋଲା ରହିବ… ଲକ୍ଡାଉନ୍ ବେଳେ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ। ସକାଳ ୬ରୁ ଦିନ ୧ଟା ଯାଏ କ୍ଷୀର, ପରିବା […]
ଚେନ୍ନାଇ: ସାମାନ୍ୟ କ୍ରୋଧର ବଶବର୍ତ୍ତୀ ହୋଇ ମଣିଷ ଅନେକ ଭୁଲ୍ କରିଥାଏ। ଏପରିକି ବର୍ବର କାଣ୍ଡ ମଧ୍ୟ ଘଟାଇବାକୁ ପଛାଏ ନାହିଁ। ତାମିଲନାଡୁ ତୁତୀକୋରିନ୍ରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। କ୍ରୋଧାନ୍ୱିତ ହୋଇ ଜଣେ ବ୍ୟକ୍ତି ୮ ବର୍ଷର କୁନି ପିଲାକୁ ହତ୍ୟା କରିଛନ୍ତି। ପିଲାଟିର ଭୁଲ୍ ଖାଲି ଏତିକି ଥିଲା, ସେ କେବଳ ଟିଭି ଅନ୍ କରିବାକୁ କହିଥିଲେ। ସୂଚନା ଅନୁସାରେ, ତୁତୀକୋରିନ୍ ଜିଲ୍ଲାର ଏହି ୮ ବର୍ଷର କୁନି ପିଲାଟି ଅଧିକାଂଶ ସମୟ […]