ୱାଶିଂଟନ୍: ଆମେରିକାର ୱାଶିଂଟନ୍ କ୍ୟାପିଟଲ ହିଲ୍ କମ୍ପ୍ଲେକ୍ସ ଉପରେ ଶୁକ୍ରବାର ହୋଇଥିବା ଆକ୍ରମଣକୁ ନେଇ ଚର୍ଚ୍ଚା ଥମିନି। ଏଥିରେ ଜଣେ କ୍ୟାପିଟଲ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଗାଡିରେ ଆସିଥିଲେ। ଗାଡି କ୍ୟାପିଟଲ କମ୍ପ୍ଲେକ୍ସ ନିକଟରେ ଥିବା ଦୁଇଜଣ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଇଥିଲା। ଦୁଇ ଗୁୁରୁତରଙ୍କ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଜଣଙ୍କର ସେଠାରେ ମୃତ୍ୟୁ […]
ନୂଆଦିଲ୍ଲୀ: ଏଣ୍ଟିଲିଆ କେସ୍ରେ ଗିରଫ ହୋଇଥିବା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବଜେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କ କେଳେଙ୍କାରୀର ଗୋଟିଏ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଛି। ଏବେ ମିଳିଥିବା ତଥ୍ୟରୁ ଜଣାଯାଇଛି, ସଚିନଙ୍କ ପାଇଁ ମରିନ ଡ୍ରାଇଭ ସ୍ଥିତ ଏକ ପଞ୍ଚ ତାରକା ହୋଟେଲର ରୁମ୍ ୧୦୦ ଦିନ ପାଇଁ ବୁକ୍ କରାଯାଇଥିଲା। ଘଟଣାର ତଦନ୍ତ କରୁଥିବା NIA କୁ ମିଳିଥିବା ତଥ୍ୟ ଅନୁଯାୟୀ, ସଚିନ ବଜେ ମୁମ୍ବାଇ ସ୍ଥିତ ଏହି ହୋଟେଲର ରୁମ୍ […]
ତାଇପେ: ତଇୱାନର ପୂର୍ବ ତଟରେ ଥିବା ଏକ ଟନେଲରେ ଶୁକ୍ରବାର ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟ୍ରେନ ଟ୍ରକ ସହ ପିଟି ହେବା ପରେ ଲାଇନଚ୍ୟୁତ ହୋଇଯାଇଥିଲା। ଫଳରେ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ୭୨ରୁ ଅଧିକ ଗୁରୁତର ହୋଇଛନ୍ତି। ଟ୍ରେନ୍ରେ ପ୍ରାୟ ୩୫୦ରୁ ଅଧିକ ଯାତ୍ରୀ ଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରା ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ଟ୍ରେନ୍ଟି ତାଇତୁଙ୍ଗ ଯାଉଥିବାବେଳେ ହୁଲେନ ନିକଟରେ ଟନେଲରୁ ବାହାରିବା ସମୟରେ ଟନେଲ କାନ୍ଥରେ […]
ନୂଆଦିଲ୍ଲୀ: ଚିନ୍ତା ବଢାଇଛି କରୋନାର ଦ୍ୱିତୀୟ ଲହର। କରୋନାର ଦ୍ୱିତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ଆଣିଛି। ଏଥିରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଗୁଜରାଟର ବରୋଦାରେ ନବଜାତ ଯାଆଁଳା ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଜନ୍ମ ପରେ ପରେ ଦୁଇ ନବଜାତକ ହଇଜା ଆକ୍ରାନ୍ତ ହୋଇଥିଲେ । ପରେ ପରୀକ୍ଷଣରୁ ଦୁହେଁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଦୁହିଁଙ୍କର ଏସ୍ଏସ୍ଜି ହସ୍ପିଟାଲରେ ଏଯାଏ ଚିକିତ୍ସା ଜାରି ରହିଛି। ଗତ […]
ଆଜି ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଦେଖନ୍ତୁ, କିଛି ଝଲକ ଫଟୋରେ। ନାଗାଓଁରେ ମତଦାନ ପାଇଁ ଭୋଟରମାନେ ଧାଡ଼ିରେ ଠିଆ ହୋଇଛନ୍ତି
ପଶ୍ଚିମବଙ୍ଗରେ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ସମସ୍ତଙ୍କ ନଜର ଆଜିର ମତଦାନ ଉପରେ। ଆଜି ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ତାଙ୍କର ଘନିଷ୍ଠ ଶୁଭେନ୍ଦୁ ଅଧିକାରୀଙ୍କ ଭାଗ୍ୟ ବନ୍ଦୀ ହେବ ଭୋଟ ବାକ୍ସରେ। ଦେଖନ୍ତୁ, ନିର୍ବାଚନୀ ଖବରର କିଛି ଝଲକ ଫଟୋରେ…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଲମ୍ବା ଡିଆଁ। ୨୪ ଘଣ୍ଟାରେ ୭୨ ହଜାର ୩୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୯ଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତ ସଂଖ୍ୟାରେ ଯେପରି ହୁ ହୁ ହୋଇ ବଢୁଛି ମୃତ୍ୟୁ ସଂଖ୍ୟା ମଧ୍ୟ ସେହିପରି ବଢିବାରେ ଲାଗିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୧ କୋଟି ୨୨ ଲକ୍ଷ ୨୧ ହଜାର ୬୬୫କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ […]
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୩ଟି ଜିଲ୍ଲାର ୩୦ଟି ସିଟ୍ରେ ମତଦାନ ହେଉଛି । ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛିଅ। ସଂଧ୍ୟା ୬ଟା ଯାଏଁ ଚାଲିବ। ଦକ୍ଷିଣ ୨୪ ପ୍ରଗଣା, ବାଙ୍କରା ଓ ମେଦିନିପୁର ଜିଲ୍ଲାରେ ଭୋଟ୍ ନିଆଯାଉଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ମୋଟ୍ ୧୭୧ ଜଣ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୫୨ ଜଣ ପୁରୁଷ ପ୍ରାର୍ଥୀ […]
ଇସ୍ଲାମବାଦ: ପୁଣି ଭାରତକୁ ମୁହଁ ଫେରାଇଲା ପାକିସ୍ତାନ। ଇମ୍ରାନ ସରକାର ଭାରତରୁ କପା ଏବଂ ଚିନି ଆମଦାନୀ କରିବାକୁ ସହମତି ପ୍ରକାଶ କରିଛି। ପାକିସ୍ତାନର କ୍ୟାବିନେଟ ଆର୍ଥିକ ସମନ୍ୱୟ ସମିତି ବୁଧବାର ଭାରତ ସହ ବ୍ୟବସାୟ ପୁଣି ଆରମ୍ଭ କରିବା ପାଇଁ ଅନୁମତି ଦେଇଛି। ପାକିସ୍ତାନ ୨୦୨୧ ଜୁନ ୩୦ ତାରିଖ ସୁଦ୍ଧା ଭାରତରୁ କଟନ ଆମଦାନୀ କରିବ। ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନ ସରକାର ଭାରତରୁ ଚିନି ଆମଦାନୀ କରିବା ପାଇଁ ମଧ୍ୟ ଘରୋଇ କ୍ଷେତ୍ରକୁ […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ(ସେକ୍ୟୁଲାର) ନେତା ଏଚ୍ ଡି ଦେବଗୌଡ଼ା ଏବଂ ତାଙ୍କ ପତ୍ନୀ ଚେନ୍ନମା କରୋନା ସଂକ୍ରମିତ ହୋଇଛନ୍ତି। ନମୂନା ପରୀକ୍ଷା ପରେ ପଜିଟିଭ ଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା ବୁଧବାର ନିଜେ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦେବଗୌଡ଼ା ଟୁଇଟ କରି କହିଛନ୍ତି, ‘ମୋ ପତ୍ନୀ ଚେନ୍ନମା ଏବଂ ମୋର ଟେଷ୍ଟ ରିପେ।ର୍ଟ ପଜିଟିଭ ଆସିଛି। ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆମେ ଦୁଇଜଣ ଆଇସୋଲେସନରେ ଅଛୁ। ଗତ […]
ଜୋଧପୁର:ରାଜସ୍ଥାନର ସବୁଠାରୁ ବଡ ସହର ଯୋଧପୁରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ମଙ୍ଗଳବାର ପୁଣି ଏଇ ସହରରୁ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଜୋଧପୁର ଆଇଆଇଟିରେ ଏକା ସାଙ୍ଗରେ ୨୫ ଜଣ ଛାତ୍ର ଏବଂ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ଆଇଆଇଟି କ୍ୟାମ୍ପସରେ ହଇଚଇ ସୃଷ୍ଟି ହୋଇଛି। ଏହା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷିତ କରି ଦିଆଯାଇଛି। ଯୋଧପୁରରେ ଦ୍ରୁତଗତିରେ କରୋନା […]
ନୂଆଦିଲ୍ଲୀ: କେରଳ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଏବେ ସରଗରମ । ସବୁଦଳ ପ୍ରଚାର ପାଇଁଳ କମର କଷିଛନ୍ତି। ନିଜର ବିଜୟ ପାଇଁ ପ୍ରାର୍ଥୀ, ଦଳ ପ୍ରଚାର ବେଳେ ଯେ କୌଣସି ପ୍ରକାର ମନ୍ତବ୍ୟ ଦେଇଥାନ୍ତି । ଏପରିକି ଅପମାନଜନକ ମନ୍ତବ୍ୟ ଦେବାକୁ ବି ପଛାଇ ନଥାନ୍ତି। କରେଳର ବିଭିନ୍ନ ସ୍ଥାନରେ ପ୍ରଚାର ଚାଲିଥିବାବେଳେ ବିଭିନ୍ନ ରାଜନେତାଙ୍କର ଏମିତି କିଛି ମନ୍ତବ୍ୟ ସାମ୍ନାକୁ ଆସିଛି। ଇକ୍କଡିର ପୂର୍ବ ସାଂସଦ ଜାୟସ ଜାର୍ଜ ବାୟନାଡର ସାଂସଦ ଏବଂ […]
ନୂଆଦିଲ୍ଲୀ: ସରିଯାଇଛି ହୋଲି। ରଙ୍ଗରେ ଭିଜିଛି ସାରା ଦେଶ। କେଉଁଠି କରୋନା କଟକଣା ଭିତରେ ପାଳିତ ହୋଇଛି ହୋଲି ତ କେଉଁଠି ପୁଣି କରୋନା କଟକଣାକୁ ଫୁ କରି ରଙ୍ଗ ଖେଳର ମଜା ନେଇଛନ୍ତି ଲୋକେ। ଦେଖନ୍ତୁ, ସାରା ଦେଶରେ କିପରି ଲାଗିଥିଲା ହୋଲିର ରଙ୍ଗ।
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଆଜି ବାଇପାସ୍ ସର୍ଜରୀ କରାଯିବ । ସକାଳେ ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅସ୍ତ୍ରୋପଚାର କରିବେ ବୋଲି ସୂଚନା ମିଳିଛି। ଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ ଏହି ଅସ୍ତ୍ରୋପଚାର ହେବ। ଗତ ୨୬ ତାରିଖରେ ରାଷ୍ଟ୍ରପତି ହଠାତ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ […]
ନୂଆଦିଲ୍ଲୀ: ସରକାରୀ ତେଲ କମ୍ପାନୀ ୪ ଦିନ ପରେ ପୁଣି ଆଜି ତେଲ ଦାମ ହ୍ରାସ କରିଛନ୍ତି। ଆଜି ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ୨୩ ପଇସା ପ୍ରତି ଲିଟର ପିଛା ଶସ୍ତା ହୋଇଛି। ଏହି ଦର ହ୍ରାସ ପରେ ମଙ୍ଗଳବାର ପେଟ୍ରୋଲ ଦାମ ୯୦.୫୬ ଟଙ୍କା ହୋଇଥିବାବେଳେ ଡିଜେଲ ଦାମ ୮୦.୮୭ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦାମ୍ ଲିଟର ପିଛା୯୬.୯୮ ଟଙ୍କା ଥିବାବେଳେ ଡିଜେଲ ଦାମ ୮୭. ୯୬ ଟଙ୍କା ରହିଛି। […]
ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଦାମ ହୁ ହୁ ହୋଇ ବଢି ଚାଲିଛି। ଗାଡିରେ ତେଲ ପକାଇଲା ବେଳେ ପକେଟକୁ ଭାରି ବାଧୁଛି। ବିଶେଷ କରି କରୋନା ମହାମାରୀ ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାଳେ ମହଙ୍ଗା ତେଲ କଷ୍ଟକୁ ଦ୍ୱିଗୁଣିତ କରିଛି। ଇତି ମଧ୍ୟରେ ଇଲେକ୍ଟ୍ରିକ ଗାଡ଼ିର ଚାହିଦା ମଧ୍ୟ ବେଶ ବଢି ଯାଇଛି। ଅନେକ ଗୁଡିଏ କମ୍ପାନୀ ଏହି ସେଗ୍ମେଣ୍ଟର ଗାଡି ବାହାର କରି ମାର୍କେଟକୁ ଛାଡ଼ିଲେଣି। ଶସ୍ତା ଫୋନ ଏବଂ ଶସ୍ତା ଏଲଇଡି ଟେଲିଭିଜନ […]