ମାଲକାନଗିରି: ୨ ଛାତ୍ରଙ୍କ ମୁଣ୍ଡ ଗଡ଼ାଇଲେ ମାଓବାଦୀ। ମିଲପାଲି ଜଙ୍ଗଲରେ ବୀଭତ୍ସ ଭାବେ ୨ ଛାତ୍ରଙ୍କୁ ହତ୍ୟା କରିଛନ୍ତି। ଘଟଣା ଘଟିଛି ଛତିଶଗଡ଼ ସୁକୁମା ଅଞ୍ଚଳରେ। ସୁକୁମା ଏସ୍ପିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ୨ ଛାତ୍ରଙ୍କୁ ଗଳାକାଟି ଅତି ବିଭତ୍ସ ଭାବେ ମାଓବାଦୀମାନେ ହତ୍ୟା କରିଛନ୍ତି। ହତ୍ୟା ପରେ ମୃତ ଦେହକୁ ମିଲପାଲି ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି। ପୋଲିସ ଇନ୍ଫର୍ମର ଭାବେ ଏମାନଙ୍କୁ ହତ୍ୟା କରିଥିବା ଏସ୍ପି ସୂଚନା ଦେଇଛନ୍ତି।
ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିଲା ହାଇଦର ଅସୁସ୍ଥ ହେବାରୁ ବୁର୍ଲା ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ମାର୍ଚ୍ଚ ୨୩ରେ ଚିକିତ୍ସା ପାଇଁ ସମ୍ବଲପୁରରୁ କଟକ ଏସ୍ସିବି ଆସିଥିଲା ଏପ୍ରିଲ ୧୦ରେ ଏସ୍ସିବିରୁ ଫେରାର ହୋଇଯାଇଥିଲା ହାଇଦର୍ ପୂର୍ବରୁ ଜାନୁୟାରୀ ୧୯, ଫେବୃୟାରୀ ୨୩ରେ ଏସ୍ସିବି ଆସିଥିଲା ଏପ୍ରିଲ ୧୫ରେ ତେଲେଙ୍ଗାନାରୁ ଧରାପଡ଼ିଲା ହାଇଦର ଭୁବନେଶ୍ୱର: ପୋଲିସକୁ ଚକ୍ମା ଦେଇ ଏପ୍ରିଲ ୧୦ ତାରିଖରୁ ଏସ୍ସିବି ମେଡିକାଲରୁ ଖସି ପଳାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ୍ ହାଇଦର। ୧୨୦ […]
ନୂଆଦିଲ୍ଲୀ: ଦେଶରେ କରୋନା ତା’ର କରାଳ କାୟା ବିସ୍ତାର କରି ଚାଲିଛି। ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି। ଗତକାଲି ଦେଶରେ୧ ଲକ୍ଷ ୯୯ ହଜାର ୫୬୯ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ୨ ଲକ୍ଷ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୧୭ ହଜାର ୩୫୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, […]
କୋଲକାତା: ପଶ୍ଚିମବଂଗରେ ହେବାକୁ ଥିବା ବଳକା ବିଧାନସଭା ଆସନ ଗୁଡିକରେ ଭୋଟଗ୍ରହଣ ଗୋଟିଏ ପର୍ଯ୍ୟାୟରେ କରିବାକୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି। ଆସନ୍ତାକାଲି ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ତିନିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ମହାମାରୀ ସମୟରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରିଛନ୍ତି । କରୋନା ସଂକ୍ରମଣ […]