ନୂଆଦିଲ୍ଲୀ: ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ବେଳେ ଆଜି ଏହା ହ୍ରାସ ହୋଇଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୫୦ ଟଙ୍କା ହ୍ରାସ ସହ ୪୫,୩୦୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ପ୍ରତି କିଲୋକୁ ୩୯୬ ଟଙ୍କା ହ୍ରାସ ସହ ୬୯,୨୧୬ ଟଙ୍କାରେ କାରବାର ଚାଲିଥିଲା। ଗତ କିଛିମାସ ହେବ ଲଗାତାର ଭାବେ ସୁନା ଦରରେ […]
ବିଦା ହେବେ ଅନୀଲ ଦେଶମୁଖ ! ପ୍ରେସମିଟରେ ପରୋକ୍ଷରେ ସଙ୍କେତ ଦେଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଚିଠିକୁ ନେଇ ପ୍ରେସମିଟ୍ ଦେଶମୁଖଙ୍କ ବିରୋଧରେ ଅଭିଯୋଗକୁ ଅତ୍ୟନ୍ତ ଗୁରୁତର କହିଲେ ପାଓ୍ୱାର ନିଷ୍ପତ୍ତି ନେବାର ସଂପୂର୍ଣ୍ଣ ଅଧିକାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କର ଅଛି ତଦନ୍ତ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଷ୍ପତ୍ତି ନେଇପାରିବେ ନୂଆଦିଲ୍ଲୀ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟାଚାର ଅଭିଯୋଗ ବେଶ୍ ସାଙ୍ଘାତିକ […]
ମିରଟ : ଦୁର୍ଦ୍ଦିନରେ ଜହ୍ଲାଦ ପବନ। ନରରାକ୍ଷସଙ୍କୁ ଫାଶୀ ଦେବା ପରେ ଲୋକେ ବି ଭୁଲିଗଲେ ସରକାର ବି ଭୁଲିଗଲେ। ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ନିର୍ଭୟାଙ୍କୁ ନ୍ୟାୟ ଦେଇଥିବା ମିରଟର ପବନ ଜହ୍ଳାଦ ଏବେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ସ୍ୱଳ୍ପ ରୋଜଗାରର ୯ ପ୍ରାଣୀ କୁଟୁମ୍ବ ଚଳାଇବା ତାଙ୍କ ପାଇଁ ମୁସ୍କିଲ ହୋଇଯାଇଛି। ପିଲାଙ୍କ ମୁହଁରେ ଦାନା ଦେବାକୁ ଗଳି ଗଳି ବୁଲି ପୋଷାକ ବିକ୍ରି କରୁଛନ୍ତି, ତଥାପି ଅପୋଷା ରହୁଛି […]
ଅହମଦାବାଦ: ୨୩ ବର୍ଷୀୟ ଆୟଶା ନାମକ ଜଣେ ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ବେଶ୍ ଭାଇରାଲ୍ ହୋଇଥିଲା। ଆତ୍ମହତ୍ୟା ପୂର୍ବରୁ ସାବରମତୀ ନଦୀ ସାମ୍ନାରେ ଛିଡ଼ା ହୋଇ ଆୟଶା କରିଥିବା ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆୟଶାଙ୍କ ଓକିଲଙ୍କ କହିବା ଅନୁସାରେ, ବିବାହର ୨ ମାସ ପରେ ଆୟଶାଙ୍କ ଜୀବନରେ ଝଡ଼ […]
ପଟିଆଲା: ଚାକିରି ଦିଅ, ନହେଲେ ଆମେ ମରିବୁ । ସରକାରଙ୍କ ପକ୍ଷପାତିତା ନୀତିକୁ ବିରୋଧ କରି ପଟିଆଲାରର ଏଲିମେଣ୍ଟାରୀ ଟିଚର୍ସ ଟ୍ରେନିଂ ପରେ ଟିଚର୍ସ ଏଲିଜିବିଲିଟି ପାସ କରିଥିବା ଦୁଇ ଯୁବକ ପେଟ୍ରୋଲ ବୋତଲ ନେଇ ମୋବାଇଲ ଟାୱାର ଉପରକୁ ଚଢ଼ିଯାଇଛନ୍ତି। ସମଗ୍ର ରାଜ୍ୟରେ ଖାଲି ପଡିଥିବା ETT ର ପ୍ରାୟ ୧୦ ହଜାର ପଦବୀ ନିଯୁକ୍ତି ପ୍ରକ୍ରିୟାରେ ସରକାର କେବଳ ବିଏଡ଼୍ ପାସ ପ୍ରାର୍ଥୀଙ୍କୁ ଯୋଗ୍ୟ ବିବେଚିତ କରିଛନ୍ତି। ଫଳରେ ଏହାକୁ ବାତିଲ କରିବା ଦାବିରେ […]
ନୂଆଦିଲ୍ଲୀ: ଶାରଜାହ(ୟୁନାଇଟେଡ୍ ଆରବ୍ ଏମିରେଟ୍ସ)ରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ପାକିସ୍ତାନର କରାଚିରେ ମେଡିକାଲ୍ ଏର୍ମଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ଇଣ୍ଡିଗୋର ଫ୍ଲାଇଟ୍ 6E 1412କୁ ଆଜି କରାଚିରେ ଏର୍ମଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ସୂଚନା ଅନୁସାରେ, ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଯୋଗୁ ବିମାନକୁ କରାଚିରେ ଏର୍ମଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା। ଏହାପରେ ଯାତ୍ରୀଙ୍କ ଚିକିତ୍ସା କରିବା ପାଇଁ ପ୍ରୟାସ କରାଯାଇଥିଲା। ହେଲେ ତାଙ୍କୁ ବଞ୍ଚା ଯାଇ ପାରିନଥିଲା। ଏୟାରପୋର୍ଟ ମେଡିକାଲ୍ […]
ଯୋଦ୍ଧପୁର : ମଦୁଆ ସ୍ୱାମୀର ନାରକୀୟ କାଣ୍ଡ। ମଦ ପିଇବା ପାଇଁ ଟଙ୍କା ନମିଳିବାରୁ ଶୋଇଥିବା ସମୟରେ ସ୍ତ୍ରୀର ନାକ ଓ ଓଠ କାଟିଦେଲା । ଯୋଦ୍ଧପୁର ପ୍ରତାପନଗର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ତେବେ ଓଠ ଓ ନାକ କାଟିବା ପରେ ମହିଳା ଜଣକ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ମହାତ୍ମା ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଭିଯୁକ୍ତ ଜଣକ […]
ମୁମ୍ବାଇ: ଗତବର୍ଷ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବା ପଛରେ ଚୀନ୍ ହ୍ୟାକରଙ୍କ ହାତ ଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି। ଚୀନ୍ର ରେଡ୍ ଇକୋ ନାମକ ଏକ ସଂସ୍ଥା ପକ୍ଷରୁ ଭାରତର ପାଓ୍ୱାର୍ ପ୍ଲାଣ୍ଟ୍ ଗୁଡ଼ିକରେ malware ଛଡ଼ା ଯାଇଥାଇପାରେ ବୋଲି ଆମେରିକୀୟ କମ୍ପାନୀ ରେକର୍ଡେଡ୍ ଫ୍ୟୁଚରର ଅନୁଧ୍ୟାନକୁ ଉଦ୍ଧାର କରି ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, ଚୀନ୍ର ହ୍ୟାକରମାନେ ଭାରତର ଅନେକ ସମ୍ବେଦନଶୀଳ […]
୨୨ ବର୍ଷୀୟ ସୌରଭ ମୌର୍ଯ୍ୟ ବର୍ତ୍ତମାନ IIT BHUରେ ତୃତୀୟ ବର୍ଷର ଛାତ୍ର, ପ୍ରଥମ ବର୍ଷରେ ଥିବାବେଳେ ସେ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ। ବାପାଙ୍କ ଠାରୁ ଲୁଚାଇ ୫ ହଜାର ଟଙ୍କା ଦେଇଥିଲେ ମା’, ଆଉ ସେହି ଟଙ୍କାରେ ସେକେଣ୍ଡ ହ୍ୟାଣ୍ଡ ମୋବାଇଲ କିଣିଥିଲେ ଏବଂ ସେଥିରେ IIT-JEE ଛାତ୍ରମାନଙ୍କ ପାଇଁ ଭିଡିଓ ତିଆରି କରୁଥିଲେ । ବାରାଣାସୀ : ଅଭାବ ଅନଟନ ଭିତରେ ସଫଳ ହେଲେ ଗରିବ ବାପାର ପୁଅ । ପିଲାବେଳେ ମୋବାଇଲ […]
କୋଲକାତା: ଗେରୁଆ ରଙ୍ଗରେ ରଙ୍ଗେଇ ହେଲେ”ରାମ’ । ଲୋକପ୍ରିୟ ଟେଲିଭିଜନ ଧାରାବାହିକରେ ଭଗବାନ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଆରମ୍ଭ କଲେ ରାଜନୈତିକ ଜୀବନ। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ ଅରୁଣ ଗୋଭିଲ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ସେ ବଙ୍ଗ ନିର୍ବାଚନରେ ବିଜେପି ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଗାର କରିବେ ବୋଲି ସୂଚନା ମିଳିଛି । ବିଜେପିରେ ସାମିଲ୍ ହେବାପରେ […]
ଇନ୍ଦୋର: ଶବଗୃହରେ ରାସଲୀଳା । କାମନା ନିଆଁରେ ଅନ୍ଧ ସ୍ଥାନ କାଳ ପାତ୍ର ଦେଖିଲେନି । ବଡ଼ ମେଡ଼ିକାଲରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଧରାପଡ଼ିଲେ ଯୁବତୀ ଓ ଦୁଇ ଯୁବକ। ତେବେ ଯୁବକ ଦୁଇ ଜଣ ମେଡ଼ିକାଲକୁ ଠିକାରେ ନେଇଥିବା କମ୍ପାନୀର କର୍ମଚାରୀ ବୋଲି ଜଣାପଡ଼ିଛି । ମଧ୍ୟପ୍ରଦେଶର ଇନ୍ଦୋରର ମହାରାଜା ଯଶବନ୍ତରାଓ (MY) ହସ୍ପିଟାଲରେ ଏପରି ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ମେଡ଼ିକାଲ ଭିତରର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯେଉଁଥିଲେ ଅସଂଯତ […]
ନୂଆଦିଲ୍ଲୀ : ଶେଷ ହେବ ଟୋଲ ଯୁଗ । ଲୋକସଭାରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ରାସ୍ତାରୁ ହଟିବ ସବୁ ଟୋଲ ଗେଟ୍, ହାଇୱେରେ ଲାଗିବ ଜିପିଏସ୍ ଟ୍ରାକର। ସରକାର ଆଗାମୀ ଏକ ବର୍ଷ ମଧ୍ୟରେ ସମସ୍ତ ଟୋଲ ପ୍ଲାଜା ହଟାଇବାର ଯୋଜନା କରିଛିନ୍ତି। ଫଳରେ ଏଣିକି ରାସ୍ତାରେ ଯିବା ବେଳେ ଆଉ ଗାଡି ଚାଳକଙ୍କୁ ଲମ୍ବା ଲାଇନ୍ ପଡିବ ନାହିଁ କି ବାରମ୍ବାର ଟୋଲ ଦେବାକୁ ପଡ଼ିବ ନାହିଁ । ରାସ୍ତାରେ […]
ମୁମ୍ବାଇ: କାର୍ଯ୍ୟରେ ଅବହେଳା ଯୋଗୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଆଣ୍ଟିଲିଆ ମାମଲାର ବଢ଼ୁଥିବା ଯାଂଚ ଭିତରେ ଉଦ୍ଧବ ସରକାରଙ୍କ ବଡ଼ ନିଷ୍ପତ୍ତି। ମୁମ୍ବାଇ ପୋଲିସ କମିସନର ପରମବୀର ସିଂହଙ୍କର ବଦଳି କରି ଦିଆଯାଇଛି । ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ ପରମବୀର। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ସହ ଜଡିତ ଘଟଣାରେ ଅବହେଳା ପାଇଁ ତାଙ୍କୁ ବଦଳି କରି ଦିଆଯାଇଛି। ଏବେ ତାଙ୍କ ସ୍ଥାନରେ ହେମନ୍ତ ନାଗରାଲରେ ମୁମ୍ବାଇର ନୂଆ ପୋଲିସ କମିସନର ପଦ […]
ଲକ୍ଷ୍ନୌ : ବଡ଼ବାବୁଙ୍କର ବହପ ଦେଖ । ଏତେ କାର୍ଯ୍ୟବ୍ୟସ୍ତ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଯାଉଥିବା ଫୋନ ଉଠାଇବାକୁ ବି ସମୟ ନାହିଁ। ଉତ୍ତରପ୍ରଦେଶ ସରକାରଙ୍କ ଅନେକ କଡ଼ା ନିର୍ଦ୍ଦେଶ ସତ୍ୱେ ସରକାରୀ ଫୋନ ଉଠାଉ ନଥିବା ଆଇଏଏସ୍ ଅଫିସର ଓ କମିସନରଙ୍କୁ ନୋଟିସ ପଠାଇ ଜବାବ ସୁଆଲ କରାଯାଇଛି । ତିନି ଦିନରେ ଜବାବ ଦାଖଲ କରିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ତାଗିଦା କରାଯାଇଛି । ଯେଉଁ ମାନଙ୍କୁ ଜବାବ ମଗାଯାଇଛି, ସେମାନଙ୍କ ମଧ୍ୟରେ ଜିଲ୍ଲାଧୀକାରି, […]