ମୁମ୍ବାଇ : ମହାରାଷ୍ଟ୍ରରେ ମଧ୍ୟ ଲାଗୁ ହୋଇପାରେ ଲକଡାଉନ୍ କଟକଣା । ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନେଇ ଘୋଷଣା କରିପାରନ୍ତି । ବର୍ତ୍ତମାନ ରାଜ୍ୟରେ ୧୫ ଦିନିଆ କର୍ଫ୍ୟୁ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ହେତୁ କଠୋର ନିଷ୍ପତ୍ତି ନେଇପାରନ୍ତି ଠାକରେ । ଏପଟେ ଦିଲ୍ଲୀ ପରେ ଝାଡ଼ଖଣ୍ଡରେ ଲକଡାଉନ୍ କରାଯାଇଛି । ସାରା ରାଜ୍ୟରେ ୮ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ସରକାର । ଏପ୍ରିଲ ୨୨ତାରିଖରୁ […]
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଛି । ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧ […]
ଗୋଡ୍ଡା : ମହଙ୍ଗା ପଡ଼ିଲା ଫେସବୁକ୍ ପ୍ରେମ । ପ୍ରେମିକ ସହ ସଂସାର ଗଢ଼ିବାର ସ୍ୱପ୍ନ ନେଇ ମା’ବାପାକୁ ପର କରିଆସିଥିଲେ ଯୁବତୀ । ହେଲେ ପ୍ରେମିକାକୁ ଦେଖିବା ମାତ୍ରେ ବିଧା ଗୋଇଠା ବର୍ଷାଇଲା ପ୍ରେମିକ । ଝାଡ଼ଖଣ୍ଡ ଗୋଡ୍ଡାର ରାଜରାସ୍ତାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫେସବୁକ ଜରିଆରେ ପ୍ରେମ ହେବା ପରେ ପ୍ରେମିକକୁ ଦେଖାକରିବା ପାଇଁ ସବୁଦିନ ପାଇଁ ନିଜ ଘର ଛାଡ଼ି ପଳାଇ ଆସିଥିଲା ପ୍ରେମିକର ସହରକୁ । କିନ୍ତୁ […]
ବସରେ ସିଟ୍ ନମିଳିବାରୁ ଛାତ ଉପରେ ବସି ଯାଉଛନ୍ତି ଲୋକେ ରାତି ୧୦ରୁ ଲାଗୁ ହୋଇଛି ୬ ଦିନିଆ ସଟଡାଉନ୍ ନୂଆଦିଲ୍ଲୀ : ଦିଲ୍ଲୀ ଆନନ୍ଦବିହାର ବସ୍ ଟର୍ମିନାଲରେ ପୁଣି ଥରେ ଜନଗହଳି । ଘରକୁ ଫେରିବାକୁ ଭିଡ଼ ଜମାଇଛନ୍ତି ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର ଅନେକ ଶ୍ରମିକ । ଦିଲ୍ଲୀରେ ଲକଡାଉନ ଘୋଷଣା ହେବା ପରେ ଏବେ ସେମାନେ ଘର ମୁହାଁ । ଗତକାଲି ରାତି ତମାମ ଆନନ୍ଦବିହାର ବସ୍ ଟର୍ମିନାଲରେ ଏପରି […]
ଦିଲ୍ଲୀ : ’ମାସ୍କ ନାମରେ ଚାଲାଣ କାଟିବା ପାଇଁ ଆସିଗଲେ ଭିକାରୀ । ମୁଁ ତାଙ୍କୁ ତୁମ ସାମ୍ନାରେ କିସ୍ ବି କରିବି, ମୋର କ’ଣ କରିବ କ” । ମାସ୍କ କାହିଁକି ପିନ୍ଧିନାହିଁ ବୋଲି ପ୍ରଶ୍ନ କରିବାରୁ ନାଲି ଆଖି ଦେଖାଇ ପାଖରେ ଧିବା ସ୍ୱାମୀଙ୍କ ଆଡ଼କୁ ଇଙ୍ଗିତ କରି ଏପରି କହିଛନ୍ତି ମହିଳା । ପାଖରେ ନାଇଟ୍ କର୍ଫ୍ୟୁର ପାସ୍ ନଥିଲା, ନାଥିଲା ମୁହଁରେ ମାସ୍କ । କର୍ଫ୍ୟୁ ସମୟରେ କାରରେ ବୁଲି ବାହାରିଥିବା […]
ନୂଆଦିଲ୍ଲୀ : ବ୍ୟକ୍ତିଗତ ବାହାନ ସର୍ବସାଧାରଣ ସ୍ଥାନ ଅଧୀନରେ ଆସୁନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କଲେ ସୁପ୍ରିମକୋର୍ଟ । Narcotics Drug and Psychotropic Substance ଆକ୍ଟ ଅନୁସାରେ ସର୍ବସାଧାରଣ ଅଧୀନରେ ବ୍ୟକ୍ତିଗତ ଗାଡ଼ି ଆସୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଭୁଲ ଧାରା ଅଧୀନରେ ମାମଲା ଦାୟର କରାଯାଇଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏପରିସ୍ଥଳେ ବିନା ସର୍ଚ୍ଚ ୱାରେଣ୍ଟରେ ବ୍ୟକ୍ତିଗତ ଗାଡ଼ିର ଛାନଭିନ କରାଯାଇ ପାରିବନାହିଁ […]
ଗ୍ୱାଲିୟର : ବିକୃତ ମାନସିକତା । ମହାମାରୀ ତାଣ୍ଡବ ଭିତରେ ମଧ୍ୟ ଲୋକଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ଆସୁନି । ଅକ୍ସିଜେନ୍ ସାହାରାରେ ବଞ୍ଚିଥିବା କରୋନା ପୀଡ଼ିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ୱାର୍ଡବୟ । ମଧ୍ୟପ୍ରଦେଶ ଗ୍ୱାଲିୟରରୁ ଏପରି ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି । ତେବେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତ ୱାର୍ଡବୟକୁ ଗିରଫ କରିଛି ପୋଲିସ୍ । ଗ୍ୱାଲିୟରର ଏକ ଘରୋଇ ହସ୍ପିଟାଲର କୋଭିଡ କେୟାର ସେଣ୍ଟରରେ ଘଟିଥିବା ଏପରି ଘଟଣା […]
ମହାରାଷ୍ଟ୍ରରେ ୬୮ ହଜାର ଓ ଦିଲ୍ଲୀରେ ୨୫ ହଜାର ପାର କଲା ପଜିଟିଭ୍ ସଂଖ୍ୟା ସେପଟେ ସ୍ଥିତି ବିଗିଡ଼ିବାରୁ ଛତିଶଗଡ଼ରେ ସଟଡାଉନ୍ ଅବଧି ୨୭ ଯାଏ ବୃଦ୍ଧି ନୂଆଦିଲ୍ଲୀ : ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି କରୋନା । ଦିନକରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟ ରାଜ୍ୟରେ ଲମ୍ବା ଡିଆ ମାରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୮ ହଜାର ୬୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । […]
ଗୋରଖପୁର : ମାନବିକତାରେ ବିଶାଳ ପାଚେରୀ ଛିଡ଼ା କଲା ଅଦୃଶ୍ୟ ଭାଇରସ୍ । କରୋନାରେ ବାପପୁଅଙ୍କ ମୃତ୍ୟୁ ପରେ ମୁହଁରେ କବାଟ କିଳିଦେଲେ ସୁଖଦୁଃଖର ସାଥୀ ସାଜିଥିଲା ପଡ଼ୋଶୀ । ଘଣ୍ଟା ଘଣ୍ଟା ଧରି ଛଅ ଘଣ୍ଟା ଘର ବାହାରେ ପଡ଼ିରହିଲା ପୁଅର ମୃତଦେହ । ଯେଉଁ ମଣିଷ ଦିନେ ପାଖ ପଡ଼ୋଶୀଙ୍କ ଗୋଟିଏ ଡାକରେ ବିନା ଦ୍ୱିଧାରେ ଘରେ ପହଞ୍ଚି ଯାଉଥିଲା,ଆଜି ତା’ର ମୃତ୍ୟ ପରେ କେହି ପାଖ ମାଡ଼ିଲେନି । ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ […]
ନୂଆଦିଲ୍ଲୀ : ଯୁଗ୍ମ ପ୍ରବେଶିକା ପରୀକ୍ଷା, JEE (ମେନ୍) ସ୍ଥଗିତ । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି( NTA) JEE (ମେନ୍) ପରୀକ୍ଷାକୁ ସ୍ଥଗିତ ରଖିଛି । ଛାତ୍ର ଓ ଅଭିଭାବକଙ୍କ ଦ୍ୱାରା ଲଗାତାର ଉଠୁଥିବା ଦାବିକୁ ଧ୍ୟାନରେ ରଖି NTA ୧୦ ଦିନ ପୂର୍ବରୁ ପରୀକ୍ଷାକୁ ସ୍ଥଗିତ ରଖିଛି । ଖୁବଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହେବ । ତେବେ ନୂଆ ତାରିଖ ଘୋଷଣାର ୧୫ ଦିନ […]
ନୂଆଦିଲ୍ଲୀ : ଦେଶରେ କରୋନା ବିସ୍ଫୋରକ ରୂପ ଧାରଣ କରିସାରିଛି । ମହାମାରୀ ଅନିୟନ୍ତ୍ରିତ ମନେ ହେଉଛି । ପ୍ରତିଦିନ କୋଭିଡ ସଂକ୍ରମଣର ନୂଆ ରେକର୍ଡ ସାମ୍ନାକୁ ଆସୁଛି। ଆଜି ଦିନକରେ ସର୍ବାଧିକ ୧୫୦୧ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ବେଳେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦କୁ ବୃଦ୍ଧି ପାଇଛି । ସେହିପରି ଆଜି ଦିନକରେ ସର୍ବାଧିକ ୨.୬୧ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ […]
ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ । କୋଭିଡ ସ୍ଥିତି ନେଇ ଗତକାଲି ସମୀକ୍ଷା ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୋଦି । ରୋଗୀଙ୍କ ପାଇଁ ଔଷଧ, ଅକ୍ସିଜେନ୍, ଭେଣ୍ଟିଲେଟର ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦେଇ ସମୀକ୍ଷା ବୈଠକ ବସିଥିଲା । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନକୁ ଅଧିକ ସକ୍ରିୟ ଏବଂ ସମ୍ବେଦନଶୀଳ ହେବାକୁ ପଡ଼ିବ, […]
ନାଇଟ୍ କର୍ଫ୍ୟୁ ପାଇଁ କଟକ-ଭୁବନେଶ୍ୱରରେ ୧୪୪ ଧାରା ଜାରି ରାତି ୯ରୁ ସକାଳ ୫ ଯାଏ ବାହାରେ ବୁଲାବୁଲି କରିବାକୁ ସଂପୂର୍ଣ୍ଣ ବାରଣ କଟକଣାରୁ ବାଦ୍ ଅତ୍ୟାବଶ୍ୟକ ସେବା ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରରେ ୧୪୪ ଧାରା । କରୋନା ସଂକ୍ରମଣ ଚେନକୁ ଭାଙ୍ଗିବାକୁ ନାଇଟ କର୍ଫ୍ୟୁ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଜାରି କରାଯାଇଛି । ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ ବୋଲି ପୋଲିସ […]
କୁମ୍ଭମେଳାକୁ ଅଧିକ ସଂଖ୍ୟାରେ ଲୋକ ନ ଆସିବାକୁ ଅନୁରୋଧ କୁମ୍ଭମେଳାକୁ ଆସିଥିବା ୬୮ ସାଧୁ କରୋନା ଆକ୍ରାନ୍ତ ସପ୍ତାହକ ମଧ୍ୟରେ ୨ହଜାର ଶ୍ରଦ୍ଧାଳୁ କୋଭିଡ୍ ପଜିଟିଭ୍ ୨ ରାଜସ୍ନାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ନୂଆଦିଲ୍ଲୀ : କରୋନା ସଂକ୍ରମଣ ବଢୁଥିବାରୁ ବଢୁଛି ଚିନ୍ତା । ତେଣୁ କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍ କରିଛନ୍ତି । ଏହାଫଳରେ କରୋନା ବିରୋଧରେ ଲଢେଇକୁ ବଳ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି […]
ବନାସକାଣ୍ଠା : ମନ୍ଦିରର ଦେଶ ଭାରତ । ଆମ ଦେଶରେ ଏତେ ମନ୍ଦିର ଅଛି ଯେ ଗଣିବା ସମ୍ଭବପର ନୁହେଁ । ବିଭିନ୍ନ ମନ୍ଦିର ଗୁଡିକରେ ପଛରେ ଲୁଚି ରହିଛି ଭିନ୍ନ ଭିନ୍ନ ରହସ୍ୟମୟୀ ତଥ୍ୟ, ଯାହାକୁ ବୁଝିବାକୁ ମନୁଷ୍ୟ ଆଜି ଯାଏଁ ଅସମର୍ଥ । ସେହିପରି ଭାବେ ଭାରତରେ ମା’ ଦୁର୍ଗାଙ୍କର ଅନେକ ମନ୍ଦିର ରହିଛି । ଦେବୀ ସତୀଙ୍କ ଶରୀରକୁ କୌଣସି ନା କୌଣସି ଅଂଶ ଖସିଥିବା ସ୍ଥାନରେ ତିଆରି ହୋଇଛି ଏପରି କିଛି […]
ବାରାଣାସୀ : ଗଙ୍ଗା ସ୍ନାନ ଜରିଆରେ କରୋନା ସଂକ୍ରମଣର ଆଶଙ୍କା ରହିଛି । ପବିତ୍ର ଗଙ୍ଗା ନଦୀ ନିକଟସ୍ଥ ବିଭିନ୍ନ ଅଞ୍ଚଳରେ ଅଦୃଶ୍ୟ ଭାଇରସ୍ ବିକଟାଳ ରୂପ ନେଇପାରେ ବୋଲି ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ତେବେ ଏହାକୁ ଦୃଷ୍ଟିରେ ରଖି ଆଗାମୀ ୧୫ ଦିନ ପାଇଁ ଗଙ୍ଗା ସ୍ନାନରୁ ଦୂରେଇ ରହିବାକୁ ଅପିଲ କରିଛନ୍ତି ଗଙ୍ଗା ନଦୀ ବିକାଶ ଏବଂ ଜଳ ଉତ୍ସ ପରିଚାଳନା ଅନୁସନ୍ଧାନ କେନ୍ଦ୍ରର ଅଧ୍ୟକ୍ଷ ତଥା ନଦୀ ବିଜ୍ଞାନୀ ପ୍ରଫେସର ଡ। […]
କୋଲକାତା : ଆଜି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେଉଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛିଅ ଯାହା ସଂଧ୍ୟା ୬ଟା ଯାଏ ଚାଲିବ । ପଞ୍ଚମ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୪୫ଟି ଆସନରେ ଭୋଟ୍ ଗ୍ରହଣ ହେଉଛି । ଆଜି ୩୯ ଜଣ ମହିଳାଙ୍କ ସମେତ ୩୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୨୦୧୯ ଲୋକସଭା ନିର୍ବାଚନରେ ଏହି ସବୁ ନିର୍ବାଚନମଣ୍ଡଳୀରେ ବିଜେପି ଭଲ […]
ମୁମ୍ବାଇ : ମୋ ବାପାଙ୍କୁ ଗୋଟିଏ ବେଡ଼୍ ଦିଅ, ନହେଲେ ମାରି ଦିଅ । ଆମ୍ବୁଲାନ୍ସରେ ପଡ଼ି ପଡ଼ି ମୃତ୍ୟୁକୁ ଅପେକ୍ଷା କରିଥିବା ବାପାକୁ ବଞ୍ଚାଇବାକୁ କାନ୍ଦି କାନ୍ଦି ଗୁହାରୀ ଜଣାଉଛି ଅସହାୟ ପୁଅ । କରୋନା ସଂକ୍ରମଣରେ ଅଣନିଶ୍ୱାସୀ ହୋଇଯାଉଥିବା ବାପାଙ୍କୁ ହସ୍ପିଟାଲରୁ ହସ୍ପିଟାଲକୁ ନେଇ ଥକିଗଲେଣି ଯୁବକ, କୋଉଠି ହେଲେ ବେଡ଼ ଗୋଟିଏ ମିଳୁନି । ବୋଉ ସିଆଡ଼ୁ ଫୋନ୍ କରି କରି ଅଥୟ କରିଦେଉଛି । ହେଲେ ଅଭାଗା ପୁଅ ବାପା ବିଷୟରେ […]
ନୂଆଦିଲ୍ଲୀ : କରୋନାର ବଢ଼ୁଥିବା ସଙ୍କଟକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଘୋଷଣା ହୋଇଛି । ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହୋଇ ସୋମବାର ୬ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରେସ କନଫରେନ୍ସ ଜରିଆରେ ନୂଆ କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଂଟା ମଧ୍ୟରେ ୧୭ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହେବାପରେ ଏପରି ନିଷ୍ପତ୍ତି ନିଆଯାଇଛି […]
ନୂଆଦିଲ୍ଲୀ : ସଂକ୍ରମଣ ବଢ଼ୁଥିବା ବେଳେ ମାସ୍କ ନପିନ୍ଧିବା ମୃତ୍ୟ ସହ ଖେଳିବା ସହ ସମାନ । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏସବୁ ମଧ୍ୟରେ ବିଶେଷଜ୍ଞଙ୍କ ମତ ଅନୁସାରେ ମାତ୍ର ଏକ ମିନିଟ ପାଇଁ ମଧ୍ୟ ସଂକ୍ରମିତଙ୍କଙ୍କ ସମ୍ପର୍କରେ ଆସିଲେ କରୋନା ସଂକ୍ରମଣ ହେବାର ଅନେକ ସମ୍ଭାବନା ରହିଛି । ଏଥିପାଇଁ ଘରୁ ବାହାରିବା ପୂର୍ବରୁ ମନେକରି ମାସ୍କ […]
ଦ୍ୱାରିକା : ବର୍ଷା ନେହେବାରୁ ସଙ୍କଟମୋଚନ ହନୁମାନଙ୍କ ଉପରେ ରାଗ ଶୁଝାଇଲେ ଯୁବକ । ଖରାରେ ଜନଜୀବନ ସନ୍ତୁଳି ହେଉଥିବା ବେଳେ ଦିଲ୍ଲୀର ଦ୍ୱାରିକା ଜିଲ୍ଲାର କକରୋଲା ଗାଁରେ ନବରାତ୍ରିର ପ୍ରଥମ ଦିନରେ ଏକ ମନ୍ଦିରରେ ହନୁମାନଙ୍କ ସମେତ ଅନେକ ଦେବାଦେବୀଙ୍କ ମୂର୍ତ୍ତି ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି । ମହେଶ ନାକମ ଯୁବକ ଏପରି କରିଥିବା ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ଜଣାପଡ଼ିବା ପରେ ବଜରଙ୍ଗ ଦଳ ସମେତ ଅନେକ ହିନ୍ଦୁ ସଂଗଠନ ବିରୋଧ ପ୍ରଦର୍ଶନ […]
ଲୁଧିଆନା : ଦେହରେ ଧୋବ ଫରଫର ଧଳା ଧୋତି ସାଙ୍ଗକୁ ମୁଣ୍ଡରେ ପଗଡ଼ି ଆଉ ମୁହଁରେ ସୂତି କପଡ଼ାର ମାସ୍କ । ମଫସଲି ମଣିଷ ପରି ହାତରେ ଦା’ ଧରି ଜମିରେ କାମ କରୁଛନ୍ତି ଆଇଏଏସ୍ ଅଫିସର । ସହରୀ ଜୀବନର ଚାକଚକ୍ୟ ତାଙ୍କୁ ମା’ ମାଟି ଠାରୁ ଦୂରେଇ ରଖିପାରିନି । ଚାକିରି କରିବା ସହ ଜମିରେ ଚାଷ କରୁଛନ୍ତି ୨୦୦୯ ବ୍ୟାଚର ଆଇଏଏସ୍ ଅଫିସର ରାମବୀର ସିଂ । ସେ ଏବେ ପଞ୍ଜାବର ସଙ୍ଗରୁରରେ […]
ନୂଆଦିଲ୍ଲୀ : ସାରା ଦେଶରେ ବେକାବୁ ହେଉଛି କରୋନା ମହାମାରୀ । ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦେଶରେ ଦୈନିକ କରୋନାଜନିତ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୦୨୭ ଜଣଙ୍କ ଜୀବନ ନେଇଛି ଭାଇରସ୍ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ […]
କଟିହାର : ଚୋରି କରୁଥିବାବେଳେ ଧରା ପଡ଼ିବାରୁ ଲଣ୍ଡା କରି ନିସ୍ତୁକ ମାଡ଼ । ମାନବିକତା ଭୁଲିଗଲେ ଲୋକେ । ବିହାର କଟିହାରରେ ଛେଳି ଚୋରି ଅଭିଯୋଗରେ ଦୁଇ ମହିଳା ଓ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବାର ବର୍ବର ଚିତ୍ର ସାମ୍ନାକୁ ଆସିଛି । ଚୋରକୁ ଶାସ୍ତି ଦେବା ଆଳରେ ନିଜେ ଅଭିଯୁକ୍ତ ସାଜିଗଲେ । ଦୁଇ ମହିଳାଙ୍କୁ ମାଡ଼ ମାରିବା ପରେ ଲଣ୍ଡା କରିବା ସହ ସାରା ଗାଁରେ ବୁଲାଇଛନ୍ତି ସ୍ଥାନୀୟ ଲୋକେ । […]
କାଙ୍କେର : ଭାଲୁ ଖାଉଛି ଆଇସକ୍ରିମ । ଟାଇଁ ଟାଇଁ ଖରାରେ ଲୋକଙ୍କ ତଣ୍ଟି ଶୁଖି ଯାଉଥିବା ବେଳେ ଜଙ୍ଗଲୀ ଭାଲୁକୁ ଆଇସକ୍ରିମ ଖିଆ ନିଶା ଲାଗିଛି । ଛତିଶଗଡ଼ର କାଙ୍କେର ସହରରେ ଶିତଲାପାରା ଅଞ୍ଚଳରେ କିଛିଦିନ ହେବ ଜଙ୍ଗଲୀ ଭାଲୁ ଆଇସକ୍ରିମ ଲୋଭରେ ଜନବସତି ଆଡ଼କୁ ପଳାଇ ଆସୁଥିବା ଦେଖିବାକୁ ମିଳୁଛି । ଠେଲାରେ ଥିବା ସମସ୍ତ ଆଇସକ୍ରିମ ଖାଇଯାଉଥିବାରୁ ଆଇସକ୍ରିମ ଦୋକାନୀ ବିରକ୍ତ ହେଉଛନ୍ତି । ଭାଲୁମାନେ ଏପର୍ଯ୍ୟନ୍ତ ପାଖାପାଖି ପଚାଶ ହଜାର ମୂଲ୍ୟର […]