୭ ଦିନ ପରେ ଚାଲିଲା ଏମ୍ବି ଏଭର ଗିଭେନ୍ ସୁଏଜ କେନାଲରେ ଫସିଥିବା କାର୍ଗୋ ଜାହାଜ ଉଦ୍ଧାର ଜାହାଜରେ ଥିଲା ୨ ଲକ୍ଷ ୨୦ ହଜାର ଟନ୍ର ଜିନିଷ ୧୦ଟି ଟଗ୍ ବୋଟ୍ ଜରିଆରେ ସିଧା ହେଲା ଜାହାଜ ୭ ଦିନର ପରିଶ୍ରମ ପରେ ଚାଲିଲା ସୁଏଜ କେନାଲରେ ଫସିଥିବା ବିଶାଳ କାର୍ଗୋ ଜାହାଜ । ଏହି କାର୍ଗୋ ଜାହାଜକୁ ବିଶ୍ୱର ସବୁଠାରୁ ବଡ ମାଲବାହୀ ଜାହାଜ ରୂପେ ବିବେଚନା କରାଯାଏ | ‘EVERGREEN’ ନାମକ ଜାହାଜ […]
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ପ୍ରଚାର ଶେଷ ପଶ୍ଚିମବଙ୍ଗରେ ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି ପ୍ରଚାର ଶେଷ ଦିନରେ ନନ୍ଦିଗ୍ରାମରେ ହାଇ ଭୋଲଟେଜ୍ କ୍ୟାମ୍ପେନ ସେପଟେ ବିଜେପି ପାଇଁ ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ଶୋଭାଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଥିବାବେଳେ ଆଜି ଏହାର ପ୍ରଚାର […]
ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ଥିବା ମେଡିକାଲ୍ ଉପକରଣ ତିଆରି କରୁଥିବା ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ହଠାତ୍ ନିଆଁ ଲାଗିଯିବା ଫଳରେ ୧୪ ଜଣ କର୍ମଚାରୀ ଫ୍ୟାକ୍ଟ୍ରି ଭିତରେ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନ ଅନୁସାରେ, ଗାଜିଆବାଦର ସାହିବାବାଦ ଶିଳ୍ପାଞ୍ଚଳର ସାଇଟ୍ ୪ ଅଞ୍ଚଳରେ ଥିବା ଏହି ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଛି। ଖବର ପାଇ ୪ଟି ଦମକଳ ବାହିନୀ ଘଟଣାସ୍ଥଳରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ ମାଧ୍ୟମରେ ୭୫ ଥର ପାଇଁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ଫେବୃଆରୀ ୨୮, ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମର ୭୫ ଟି ଏପିସୋଡ୍ ଶେଷ ହୋଇଥିବାରୁ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ମନ କି ବାତ କାର୍ଯ୍ୟକ୍ରମ ୨୦୧୪ରେ ବିଜୟଦଶମୀ ଦିନ ଆରମ୍ଭ ହୋଇଥିଲା, ହେଲେ ଏପରି ଲାଗୁଛି ସତେ ଯେପରି ଗତକାଲି […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ । ଆଜି ଚଳିତ ବର୍ଷର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅକ୍ଟୋବର ପରଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୭୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୨ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୯ […]
ପଶ୍ଚିମବଙ୍ଗ ରାଜନୀତିରେ ଏବେ ଅଡିଓ ଝଡ଼ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡିଓ ଭାଇରାଲ ବିଜେପି ନେତାଙ୍କୁ ସମର୍ଥନ ମାଗୁଛନ୍ତି ଦିଦି ନନ୍ଦିଗ୍ରାମ ନିର୍ବାଚନ ପାଇଁ ସହଯୋଗ ଲୋଡ଼ିଲେ ମମତାଙ୍କୁ ନିଶାନା କଲା ବିଜେପି କୋଲକାତା: ପଶ୍ଚିମବଙ୍ଗରେ ଅଡ଼ିଓ ରାଜନୀତି। ଦିଦିଙ୍କୁ ଘାରିଛି କି ପରାଜୟ ଭୟ ? ବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ଚାଲିଛି। ଆଉ ଏହି ସମୟରେ ଭାରତୀୟ ଜନତା ପାର୍ଟି ଏକ ଅଡିଓ ଟେପ୍ ଜାରି କରିଛି । ଏଥିରେ ଦାବି […]
ସତର୍କତା ମୂଳକ ପଦକ୍ଷେପ ସତ୍ତ୍ୱେ ଦ୍ୱିତୀୟ ୱେଭ ଆସିବ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନାଇଟ କର୍ଫ୍ୟୁ ଓ ଆଂଶିକ ଲକଡାଉନ୍ ଫଳପ୍ରଦ ହେବନି ଟିକାକରଣ ଦ୍ୱାରା କରୋନାର ଦ୍ୱିତୀୟ ୱେଭ ଉପରେ ରୋକ ଲଗାଯାଇ ପାରିବ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଲୋକଙ୍କର ଟିକାକରଣ କରାଯିବ ମହାମାରୀ ଗୁଡିକ ବିଭିନ୍ନ ପର୍ଯ୍ୟାୟରେ ସଂକ୍ରମିତ କରନ୍ତି କୋଭିଡର ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆସିବ ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଜାରି ରହିଥିବା ବେଳେ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। କରୋନା […]
ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଈଶ୍ୱରୀପୁରୀ ଜେଶ୍ୱରେଶ୍ୱରୀ କାଳୀ ମନ୍ଦିରରେ କଲେ ପୂଜା ବିଶ୍ୱକୁ କରୋନା ମୁକ୍ତ କରିବାକୁ ପ୍ରାର୍ଥନା କଲେ ଓରକାଣ୍ଡିରେ ମଟୁଆ ସଂପ୍ରଦାୟକୁ ଉଦବୋଧନ ସଂଧ୍ୟାରେ ହସିନାଙ୍କ ସହିତ ଅନେକ ଚୁକ୍ତି ସ୍ୱାକ୍ଷର ହେବ ଢ଼ାକା: ବାଂଲାଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସତଖିରା ଜିଲ୍ଲାର ଈଶ୍ୱରୀପୁରରେ ଥିବା ଜେଶ୍ୱରେଶ୍ୱରୀ କାଳୀ ମନ୍ଦିରେରେ ପୂଜାର୍ଚ୍ଚନା କରିଛନ୍ତି । ଏହି ପୀଠ ୫୧ଟି ଶକ୍ତି ପୀଠ ମଧ୍ୟରୁ ଗୋଟିଏ । କାଳୀ […]
ସୁରତ: ମହଙ୍ଗା ପଡ଼ିଲା ବିନା ହେଲ୍ମେଟ୍ ଓ ବିନା ମାସ୍କରେ ବିନ୍ଦାସରେ ଚଳନ୍ତା ବାଇକ୍ରେ ଷ୍ଟଣ୍ଟ କରିବା। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବାପରେ ସୁରତର ଡୁମ୍ମସ ଅଞ୍ଚଳରୁ ଏହି ଯୁବତୀଙ୍କୁ ପୋଲିସ୍ ଗିରଫ କରିଛି। ପରେ ତାଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ସମ୍ପୃକ୍ତ ଯୁବତୀଙ୍କ ନାଁ ସଞ୍ଜନା ଓରଫ ପ୍ରିନ୍ସି ପ୍ରସାଦ ବୋଲି ଜଣାପଡ଼ିଛି। ବାର୍ଡୋଲି ସହର ବାବେନ୍ ଗାଁରେ ସେ ରୁହନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, କେବଳ ବାଇକ୍ରେ ଷ୍ଟଣ୍ଟ କରି ଏହାର ଭିଡିଓ […]
ନୂଆଦିଲ୍ଲୀ: ଅଫିସରେ କାମ କରିବା ବଦଳରେ ଘରେ କାମ କରି ଖୁସି ଅଛନ୍ତି ୬୨ ପ୍ରତିଶତ କର୍ମଚାରୀ । କରୋନା ସଂକ୍ରମଣ ପୁଣି ବଢ଼ି ଚାଲିଥିବା ବେଳେ ପ୍ରାୟ କର୍ମଚାରୀ ଘରୁ କାମ କରୁଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ Work from Homeର ସୁବିଧା ଦେଉଛନ୍ତି। ତେବେ କରୋନା କାଳରେ Work from Homeରେ କେତେ କର୍ମଚାରୀ ଖୁସି, ସେ ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା । ଆଉ ରିପୋର୍ଟ ଅନୁସାରେ ଅଫିସ […]
ନୂଆଦିଲ୍ଲୀ: ପୁଣିଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ। କେନ୍ଦ୍ରର କୃଷି ଆଇନ୍ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି। ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୪ ମାସ ପୂରିବାକୁ ଯାଉଛି। ଏହି ଅବସରରେ କୃଷକ ସଂଗଠନ ଗୁଡ଼ିକ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିବା ସୂଚନା ମିଳିଛି। ଏହାପୂର୍ବରୁ ଚାଷୀମାନେ ମାର୍ଚ୍ଚ ୧୯ରେ ‘ମଣ୍ଡି ବଚାଓ, ଖେତି ବଚାଓ’ ଆନ୍ଦୋଳନ କରିବେ ବୋଲି ଜଣାପଡ଼ିଛି। ଭାରତ ବନ୍ଦକୁ ନେଇ […]
ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି । ପଶ୍ଚିମବଙ୍ଗରେ ସକାଳ ୯ଟା ୩୦ ସୁଦ୍ଧା ୧୪.୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମତଦାନ ବେଳେ କେତେକ ସ୍ଥାନରେ ସାମାନ୍ୟ ହିଂସା ଦେଖିବାକୁ ମିଳିଛି । ଭୋଟିଂ ବେଳେ ପୂର୍ବ ମେଦିନିପୁର ଜିଲ୍ଲାର ଭଗବାନପୁର ନିର୍ବାଚନମଣ୍ଡଳୀ ସତସତମଲ ବୁଥରେ ହିଂସାକାଣ୍ଡ ହୋଇଛି । ମତଦାନ ବେଳେ ଗୁଳିକାଣ୍ଡ […]
ଆଗ୍ରା: ଉତ୍ତର ପ୍ରଦେଶ ଆଗ୍ରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍-ଟ୍ରକ୍ ମଧ୍ୟରେ ଧକ୍କା ହେବା ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଆଜି ସକାଳେ Etmauddaula ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ସୂଚନା ଅନୁସାରେ, ଟ୍ରକ୍ଟି ନାଗାଲ୍ୟାଣ୍ଡର ହୋଇଥିବା ବେଳେ କାର୍ର ରେଜିଷ୍ଟ୍ରେସନ ନମ୍ବର ଝାଡ଼ଖଣ୍ଡର ବୋଲି ଜଣାପଡ଼ିଛି। Agra: Eight people died in a […]
ନୂଆଦିଲ୍ଲୀ: ପୁଣି ଉପରମୁହାଁ କରୋନା ମିଟର। ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଯାବତ୍ ଦେଶରେ ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ୯୫ ହଜାର ୨୩ ଜଣ ଆରୋଗ୍ୟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା […]