ଇସଲାମାବାଦ: କରୋନା ଟିକା ନେବାର ୨ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଇମ୍ରାନ୍ ଖାନ୍ କରୋନା ଆକ୍ରାନ୍ତ ନେଇ ପାକିସ୍ତାନ ସ୍ୱାସ୍ଥ୍ୟ ସେବାର ପ୍ରମୁଖ ଅଧିକାରୀ ଫୈଜଲ ସୁଲ୍ତାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ହୋମ୍ ଆଇସୋଲେସନ୍ରେ ଅଛନ୍ତି। PM Imran Khan has tested positive for Covid-19 and is self isolating at home — Faisal Sultan (@fslsltn) March […]
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି କାର୍ ମିଳିବା ଓ ପରେ ଏହି ଘଟଣାରେ ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ ଓ୍ୱାଜେ NIA(National Investigation Agency) ଦ୍ୱାରା ଗିରଫ ହେବା ଘଟଣାରେ ନୂଆ ମୋଡ଼ ନେଇଛି। ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂଙ୍କ ଚିଠିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ନିକଟରେ ପୋଲିସ୍ କମିଶନର ପଦରୁ ବିଦା ହୋଇଥିବା ପରମବୀର ସିଂ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ […]
ରିଟେଲ କିଙ୍ଗ୍ କିଣିଲେ ମହଙ୍ଗା ଘର । ଆରବପତି ନିବେଶକ ତଥା ଡି-ମାର୍ଟର ପ୍ରତିଷ୍ଠାତା ରାଧାକିଶନ ଦମାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସବୁଠାରୁ ମହଙ୍ଗା ଘର କିଣିଛନ୍ତି। ସବୁବେଳେ ଧଳା ପୋଷାକ ପିନ୍ଧିବା ସହ ଚାକଚକ୍ୟ ଠାରୁ ଦୂରରେ ରହୁଥିବା ଆରବପତି ନିବେଷକ ରାଧାକିଶନ ଦମାନୀ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦେଶର ଜଣେ ସଫଳ ରିଟେଲ କିଙ୍ଗ ଓ ଶେୟାର ବଜାରରେ ନିବେଶକ ରୂପେ ସେ ବେଶ୍ ପରିଚିତ । ଆରବପତି ନିବେଶକ […]
କାନପୁର: ନିର୍ବାଚନୀ ରଣକ୍ଷେତ୍ରରେ ବୁଢ଼ୀ ମା । ଅଣ୍ଟା ସଳଖି ଛିଡ଼ା ହୋଇ ପାରୁନଥିବା ବେଳେ ଘର ଘର ବୁଲି ଭୋଟ୍ ମାଗୁଛନ୍ତି ରାନୀ ଅମ୍ମା । ପାଟି ଖନି ମାରିଯାଉଛି, ତଥାପି ଗାଁ ଗାଁ ବୁଲୁଛନ୍ତି । ତଥାକଥିତ ରାଜନେତାଙ୍କ ପରି ନୁହେଁ ଅଞ୍ଚଳବାସୀଙ୍କ ଦୁଃଖ ବୁଝି ତାଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ଅର୍ଥବଳ କି ବାହୁବଳ ନୁହେଁ ଜନତାଙ୍କ ସମର୍ଥନ ବଳରେ ନିର୍ବାଚନରେ ବିଜୟୀ ହେବାକୁ ପଣ […]
ବିଜାପୁର : ଛତିଶଗଡ଼ରେ ପୁଣି ମାଓ ହମଲା । ବିଜାପୁରରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ମୃତାହତ ଯବାନଙ୍କୁ ଉଦ୍ଧାର ଲାଗି ଯାଇଥିବା ଟିମକୁ ଟାର୍ଗେଟ କଲେ ମାଓବାଦୀ । ଯବାନଙ୍କ ପାଇଁ ମୃତ୍ୟୁର ଜାଲ ବିଛାଇ ଟେକେଲଗୁଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ତେବେ ଏହି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଗତକାଲି ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଅତର୍କିତ ଆକ୍ରମଣ ଯୋଗୁଁ ମୋଟ ୨୨ […]
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଆମେରିକା ରାଷ୍ଟ୍ରପତି ବିମାନର ସିଢ଼ି ଚଢ଼ିବା ସମୟରେ ୩ ଥର ଝୁଣ୍ଟି ପଡ଼ିଥିବା ନଜର ଆସୁଛି। ଆଶ୍ୱସ୍ତର କଥା, ଜୋ ବାଇଡେନ୍ଙ୍କୁ କୌଣସି ପ୍ରକାର ଆଘାତ ଲାଗି ନାହିଁ ଓ ସେ ସୁସ୍ଥ ଅଛନ୍ତି। ସୂଚନା ଅନୁସାରେ, ଏଟଲାଣ୍ଟା ଅଭିମୁଖେ ଯାତ୍ରା ପାଇଁ ବାହାରିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ସହ ଏହି ଘଟଣା […]
ନୂଆଦିଲ୍ଲୀ : ମହଙ୍ଗା ମାଡ଼ରେ ମଧ୍ୟବିତ୍ତ ପରିବାରର ଅଣ୍ଟା ଭାଙ୍ଗିଗଲାଣି। ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ବଜେଟ୍ ବିଗିଡ଼ିବାରେ ଲାଗିଛି । ତିଅଣର ସୁଆଦ ବିଗାଡ଼ୁଛି ବର୍ଦ୍ଧିତ ଦର। ଚାଉଳ, ଡାଲି, ସୋରିଷ ତେଲ, ସୋୟାବିନ୍ ତେଲ ଠାରୁ ଆରମ୍ଭ କରି ଚା ଓ ଲୁଣର ମୂଲ୍ୟ ମଧ୍ୟ ବଢ଼ିଛି । ଅହେତୁକ ମୂଲ୍ୟ ବୃଦ୍ଧି ହେତୁ କିଚେନର ବଜେଟ୍ ମଧ୍ୟ ବଢ଼ିଯାଇଛି । ଉପଭୋକ୍ତା ମନ୍ତ୍ରାଳୟ ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ […]
ଛତିଶଗଡ଼ : ପୁଣି ରକ୍ତର ହୋଲି ଖେଳିଲେ ମାଓବାଦୀ। ସୁକମାରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟଣାରେ ୨୨ ଜଣ ସହିଦ ହୋଇଥିବା ସୂଚନା ମିଳିଛି । ଗତକାଲି ଛତିଶଗଡ଼ର ତରେମ୍ ଜଙ୍ଗଲରେ ନକ୍ସଲ୍ମାନଙ୍କ ସହ ଗୁଳି ବିନିମୟରେ ଆଜି ସକାଳ ସୁଦ୍ଧା ୮ ଜଣ ଯବାନ ସହିଦ ହୋଇଥିଲେ । ଅନ୍ୟପଟେ ୨୧ଜଣ ଯବାନ ନିଖୋଜ ହୋଇଥିବା କୁହାଯାଉଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ଗୁଳି ବିନମୟରେ ମୋଟ ୨୨ ଜଣ ଯବାନ ସହିଦ ହୋଇଥିବା […]
ଉତ୍ତେଜନା ଭିତରେ ମଧ୍ୟ ମାନବିକତାର ପରିଚୟ ଦେଲେ ଭାରତ-ପାକିସ୍ଥାନ ସୀମାରେ ମୁତୟନ ଭାରତୀୟ ବୀର । ଭୁଲବଶତଃ ପାକିସ୍ତାନର ଆଠ ବର୍ଷର ନାବାଳକ ରାଜସ୍ଥାନର ବାଡ଼ମେର ସୀମା ପାର କରି ଭାରତକୁ ଚାଲିଆସିଥିଲା । ଘରକୁ ଫେରୁଥିବା ଚିନ୍ତା କରି ପାକିସ୍ତାନ ବଦଳରେ ଭାରତରେ ପହଞ୍ଚିଯାଇଥିଲା । ଆଉ ସୀମାରେ ମୁତୟନ ଥିବା ଯବାନଙ୍କୁ ଦେଖି ଭୟରେ କାନ୍ଦିବାରେ ଲାଗିଥିଲା। ତେବେ ଯବାନମାନେ କୁନି ପୁଅକୁ ଦେଖି ତାକୁ ଆଦର କରିଥିଲେ । ଏବଂ ତାର କାନ୍ଦ […]
ମହାମାରୀରୁ ରକ୍ଷା ପାଇବାକୁ ଆବଶ୍ୟକ ଭ୍ୟାକ୍ସିନ ରୂପୀ ସଞ୍ଜିବନୀ। କରୋନାକୁ ମାତ ଦେବାକୁ ଟିକାକରଣ ଏକ ମାତ୍ର ଉପାୟ ବୋଲି ଭୀତତ୍ରସ୍ତ ଜନତା ଚିନ୍ତା କରୁଥିଲେ। ଆଉ ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ ହେବା ପରେ ଦେଶରେ ଖେଳିଯାଇଥିଲା ଖୁସିର ମାହୋଲ । ଆଉ ଏସବୁ ଭିତରେ ଭାରତର କୋଣ ଅନୁକୋଣରେ ଟିକାକରଣ ଆରମ୍ଭ ହୋଇଯାଇଛି । ହେଲେ ଦୁର୍ଭାଗ୍ୟର ବିଷୟ ଭ୍ୟାକ୍ସିନ ନେବାପରେ ମଧ୍ୟ ଲୋକେ କରୋନାର ଶିକାର ହେଉଛନ୍ତି । କରୋନା ସଞ୍ଜିବନୀ କାମ […]
କର୍ମଚାରୀଙ୍କୁ ବହୁମୂଲ୍ୟ ଉପହାର ଦେଲା କମ୍ପାନୀ । ମାଇକ୍ରୋସପ୍ଟ ମାଲିକାନାରେ ଥିବା ସୋସିଆଲ ନେଟୱର୍କ କମ୍ପାନୀ Linkedin ମହମାରୀ ପ୍ରାଦୁର୍ଭାବ ସମୟରେ କର୍ମଚାରୀଙ୍କୁ ଉପହାର ଦେବାପାଇଁ ନିଷ୍ପତ୍ତି ନେଇଛି । ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ଥିବାବେଳେ ସାରା ବିଶ୍ୱରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଏକ ସପ୍ତାହର ଛୁଟି ଦେବା ପାଇଁ ମନସ୍ଥ କରିଛି କମ୍ପାନୀ । ତେବେ କମ୍ପାନୀ ପ୍ରଦାନ କରୁଥିବା ଏହି ଛୁଟିରେ ରହିଲେ କୌଣସି ବି କର୍ମଚାରୀଙ୍କର ଦମରମା କଟିବ […]
ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି । କ୍ଷମତା ଆଗରେ ରକ୍ତ ସମ୍ପର୍କ ବି ତୁଚ୍ଛ । ନୀରିହ ଲୋକଙ୍କ ଆଶା, ଆକାଂକ୍ଷାକୁ ପାଦରେ ଦଳି ବ୍ୟକ୍ତିଗତ ଆୟ ତଥା କ୍ଷମତା ବଢ଼ାଇବା ପାଇଁ ନେତାମାନେ ଏବେ ରାଜନୀତି କରିବାକୁ ବ୍ୟଗ୍ର । ତଥାପି ନିର୍ବାଚନୀ ତାତି ଭିତରେ ଏପରି ଜଣେ ନିଆରା ବ୍ୟକ୍ତିତ୍ୱ ସାମ୍ନାକୁ ଆସିଛନ୍ତି, ଯିଏ ଏସବୁ ଲୋଭ ଆଉ ମୋହରୁ ଉର୍ଦ୍ଧ୍ୱରେ । ରାଜନୀତି ରଙ୍ଗ ତାଙ୍କୁ ରଙ୍ଗୀନ କରିପାରିଲାନି। […]
ଶ୍ରୀନଗର : ଚୀନର ଆଉ ଏକ ଷଡ଼ଯନ୍ତ୍ରର ଖୁଲାସା । ପିଓକେ ଜରିଆରେ ଭାରତକୁ ଘେରିବାକୁ ନୂଆ ଚାଲ କରୁଛି ପଡ଼ୋଶୀ ଦେଶ । ପିଓକେ ସ୍ଥିତ ସ୍କାର୍ଦ୍ଦୁ ରାସ୍ତାକୁ ସିଧାସଳଖ କାରାକୋରମ ହାଇୱେ ସହ ଯୋଡ଼ୁଛି, ଯଦ୍ୱାରା ଚୀନ ଓ ପାକିସ୍ତାନ ଲାଭବାନ ହୋଇପାରିବେ । କାରଗିଲ ଠାରୁ ସ୍କାର୍ଦ୍ଦୁର ଦୂରତା ମାତ୍ର ୧୦୦ କିଲୋମିଟର ହେଉଥିବା ବେଳ ଭାରତରେ ଅନୁପ୍ରବେଶ ପାଇଁ ନୂଆ ନୂଆ ଯୋଜନା କରୁଛି। ସାମରିକ ଗୁରୁତ୍ତ୍ୱ ବହନ କରୁଥିବା ଏହି […]
କୋଲକାତା: ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ବିରୋଧରେ ଲଢୁଥିବା ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ୍ ଉପରେ ଆକ୍ରମଣ ହୋଇଛି । ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ଼୍ ଉପରକୁ ପଥର ମାଡ଼ କରିବା ସହ ତାଙ୍କର ଗାଡ଼ି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ତେବେ ଆକ୍ରମଣରେ ଶୁଭେନ୍ଦୁ ଆହ୍ ହୋଇଥିବା ବେଳେକାରକେଡରେ ଥିବା ତାଙ୍କର କିଛି ଗାଡିର କାଚ ଭାଙ୍ଗିଯାଇଛି । ଏହାସହ ନନ୍ଦିଗ୍ରାମର କମଲପୁର ଠାରେ […]