ଲକ୍ଷ୍ନୌ : କରୋନାର ପ୍ରଥମ ଲହରୀ ଆଉ ଏବେ ଦ୍ୱିତୀୟ ଲହରୀ । ଦେଢ଼ ବର୍ଷରୁ ଅଧିକ ସମୟ ହେବ ଲୋକେ ଘରେ ସମୟ ବିତାଉଛନ୍ତି । ମହାମାରୀରେ ଜୀବନଜୀବିକା କ୍ଷତିଗ୍ରସ୍ତ ହୋଇଛି । ଅନେକ ଜୀବନ ଯାଇଛି, ଲୋକେ ଚାକିରି ହରାଇଛନ୍ତି, ଆଉ ଅନେକ ନିଜ ଲୋକଙ୍କୁ ହରାଇଛନ୍ତି । ଏହାରି ଭିତରେ ତାଲାବନ୍ଦର ଏକ ସକରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । କରୋନା କଟକଣା ଯୋଗୁଁ ବାୟୁ ପ୍ରଦୂଷଣ କମିଛି । ଗାଡ଼ିମଟର […]
ନୂଆଦିଲ୍ଲୀ : ଗୃହିଣୀଙ୍କୁ ମିଳିବ ଆଶ୍ୱସ୍ତି । ଖୁବ ଶୀଘ୍ର ଶସ୍ତା ହେବ ତୈଳ ଦର । ସରକାର ଆମଦାନୀ ଉପରେ ହେଉଥିବା କୃଷି ସେସ୍ ହ୍ରାସ କରିପାରନ୍ତି। ୬ମାସ ଭିତରେ ୬୦ରୁ ୭୦ ପ୍ରତିଶତ ବୃଦ୍ଧି ପାଇଛି ସୋରିଷ. ରିଫାଇନ, ସୂର୍ଯ୍ୟମୁଖୀ, ପାମୋଲିନ୍ ତେଲ । କରୋନା ସଂକ୍ରମଣ ଭିତରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ସାଧାରଣ ଲୋକେ ଅଧିକ ପ୍ରଭାବିତ ହୋଇଛି । ଲୋକଙ୍କ ରୋଷେଇ ଘର ବଜେଟ୍ ବିଗିଡି ଯାଇଛି । ଇଟି ରିପୋର୍ଟ […]
ଲକ୍ଷ୍ନୌ : ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲେ ଉତ୍ତର ପ୍ରଦେଶ ସରକାର । ଦେଶରେ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ନୂଆ ସମସ୍ୟା ରୂପେ ଉଭା ହୋଇଛି ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ । ଏଥିପାଇଁ ବିଭିନ୍ନ ରାଜ୍ୟରେ ବ୍ଲାକ୍ ଫଙ୍ଗସକୁ ମହମାରୀ ଘୋଷଣା କରାଯାଇଛି । ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଥିବା ଅଷ୍ଟମ ରାଜ୍ୟ ହେଲା ଉତ୍ତରପ୍ରଦେଶ । ଏହାପୂର୍ବରୁ ଗୁଜୁରାଟ, ତେଲେଙ୍ଗାନା, ରାଜସ୍ଥାନ, ଆସାମ, […]
ନୂଆଦିଲ୍ଲୀ: ଅଧିକ ଚିକିତ୍ସା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଲ୍ଲୀ ଏମ୍ସକୁ ରେଫର୍ କରାଯାଇଛି। ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଗତକାଲି ରାଷ୍ଟ୍ରପତି ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ରାଷ୍ଟ୍ରପତିଙ୍କୁ ଗତକାଲି ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାଷ୍ଟ୍ରପତିଙ୍କର ରୁଟିନ୍ ଚେକ୍ଅପ୍ ହେବା ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ୍ ସୂତ୍ରରୁ ସୂଚନା ଦିଆଯାଇଥିଲା। ସେଠାରେ ତାଙ୍କୁ […]
ଲକ୍ଷ୍ନୌ : ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର । ସଙ୍କଟ ବେଳେ ବଢ଼ିବନି ସ୍କୁଲ ଫି । ରାଜ୍ୟ ଲକଡାଉନରେ ଥିବା ବେଳେ ସରକାର ଲୋକଙ୍କ ଉପରୁ ଅତିିରିକ୍ତ ବୋଝ ହାଲୁକା କରିବାକୁ ଏପରି ପଦକ୍ଷେପ ନେଇଛନ୍ତି । ସରକାର ଆଗାମୀ ଶିକ୍ଷାବର୍ଷ (୨୦୨୧-୨୦୨୨) ପାଇଁ ସ୍କୁଲ ଫି ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଇଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା । କରୋନାର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ଅନେକ ପରିବାର ଆର୍ଥିକ ଭାବେ […]
ନୂଆଦିଲ୍ଲୀ : ନିଜ ଲୋକଙ୍କୁ ଦୂରେଇ ଦେଇଛି ଭାଇରସ୍ । କାହାର ମା’, କାହାର ପୁଅ ତ ଆଉ କାହା ଘରକୁ ମୁରବୀଶୂନ୍ୟ କରିଛି କରୋନା । ଡାକ୍ତରଙ୍କ ସହ କଥା ହେଲା ବେଳେ ଏପରି କହି ଭାବୁକ ହେଲେ ପ୍ରଧାନମନ୍ତ୍ରୀ । ମହାମାରୀର ସ୍ଥିତି ନେଇ ଭିଡିଓ କନଫରେନ୍ସି ମାଧ୍ୟମରେ ବାରାଣାସୀର ଡାକ୍ତର, ପାରାମେଡିକାଲ ଷ୍ଟାଫ୍ ଓ ଅନ୍ୟ ସମ୍ମୁଖ ଯୋଦ୍ଧା ମାନଙ୍କ ସହ ଆଜି ଆଲୋଚନା କରିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାମାରୀର […]
କୋଲକାତା: ଗୋଟିଏ ପଟେ ମତଦାନ ଚାଲିଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି ହିଂସା।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ମତଦାନ ବେଳେ କେତେକ ସ୍ଥାନରେ ସାମାନ୍ୟ ହିଂସା ଦେଖିବାକୁ ମିଳିଛି। ଭୋଟିଂ ବେଳେ ପୂର୍ବ ମେଦିନାପୁର ଜିଲ୍ଲାର ସତସତମଲ ଓ ଭଗବାନପୁର ନିର୍ବାଚନମଣ୍ଡଳୀ ବୁଥ୍ରେ ହିଂସାକାଣ୍ଡ ହୋଇଛି। ମତଦାନ ବେଳେ ଗୁଳିକାଣ୍ଡ ହେବାରୁ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତୃଣମୂଳ କଂଗ୍ରେସ ସମର୍ଥକମାନେ ବୁଥ୍ରେ ଆତଙ୍କରାଜ ଚଳାଇଥିବା […]
ନୂଆଦିଲ୍ଲୀ : ଦେଶ କରୋନା ମହାମାରୀର ଦ୍ୱିତୀୟ ଲହରୀର ଭୟାବହତା ମଧ୍ୟରେ ଆତଙ୍କ ସୃଷ୍ଟି କଲାଣି ବ୍ଲାକ୍ ଫଙ୍ଗସ୍ । କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ସାମାନ୍ୟ ଥମିଥିବା ବେଳେ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ । ଦେଶର ବିଭିନ୍ନ ସ୍ଥାନରେ ମୋଟ ୭୨୫୧ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ବେଳେ ଏଥିରେ ୨୧୯ ଲୋକ ପ୍ରାଣ ହରାଇ ସାରିଲେଣି । ଏହାକୁ […]
କରୋନା ସଂକ୍ରମିତ ମା’କୁ ମେଡ଼ିକାଲରେ ଛାଡ଼ି ଫେରାର ମାରିଲେ ପୁଅବୋହୂ ହସ୍ପିଟାଲରେ ଭର୍ତ୍ତି କରିବା ସମୟରେ ଦେଲେ ଭୁଲ ନାମ ଓ ଠିକଣା ଡାକ୍ତର ଓ ନର୍ସମାନେ ଦିନ ରାତି ସେବା କରି ବୃଦ୍ଧ ମହିଳାଙ୍କୁ ନୂଆ ଜୀବନ ଦେଲେ ରାଞ୍ଚି : ପର ହୋଇଗଲା ପୁଅ, ଆପଣାର କରି ନୂଆ ଜୀବନ ଦେଲେ କରୋନା ଯୋଦ୍ଧା । ସଂକ୍ରମଣ ଭୟ ଭିତରେ ଛିଣ୍ଡିଗଲା ମମତାର ଡୋର । ପୁଅ ଭୁଲିଗଲା ମା’ର ନିସ୍ୱାର୍ଥପର ଭଲପାଇବା । […]
ଭିଣ୍ଡ : ବିବାହ ଉତ୍ସବରେ ସାମିଲ ହେବାକୁ ଆସିଥିଲେ, ବେଙ୍ଗ ଡିଆଁ ମାରି ମାରି ଘରକୁ ଫେରିଲେ । ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏକ ବିବାହ ଉତ୍ସବରେ ସାମିଲ ହୋଇଥିବା ଲୋକଙ୍କୁ ଏପରି ସଜା ଦେଇଛି ପୋଲିସ୍ । ଲକଡାଉନ ମଧ୍ୟରେ କୋଭିଡ କଟକଣା ଉଲ୍ଲଂଘନ କରି ଧୁମଧାମରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶହ ଶହ ଲୋକ ବିବାହରେ ସାମିଲ ହୋଇଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ସେଠାରେ ପହଞ୍ଚି […]
ଝବରେଡ଼ା : ଲୋକ ପ୍ରତିନିଧିଙ୍କ କ୍ଲାସ ନେଲେ ଜନତା । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ବେଳେ ବିଧାୟକଙ୍କୁ ଘେରିଲେ ଗାଁ ଲୋକେ । ଭୋଟ୍ ନେଇ ଜନତାଙ୍କ ବିଷୟରେ ଭୁଲି ଯାଇଥିବା ନେତାଙ୍କୁୁ ଆଇନା ଦେଖାଇଲେ ଗ୍ରାମବାସୀ । ଉତ୍ତରାଖଣ୍ଡ ଝବରେଡା ଗାଁରେ ଏପରି ଘଟଣା ଦେଖିବାକୁ ମଳିିଛି । ବିଜେପି ବିଧାୟକ ପିଏଚସି ପରିଦର୍ଶନ ସମୟରେ ଗ୍ରାମବାସୀଙ୍କ ରୋଷର ଶିକାର ହୋଇଛନ୍ତି । ବିଜେପି ବିିଧାୟକ ଦେଶରାଜ କର୍ଣ୍ଣୱାଲ ଗତକାଲି ଝବରେଡ଼ା ଗାଁ ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ର […]
ନୂଆଦିଲ୍ଲୀ : କୃଷକମାନଙ୍କ ପାଇଁ ଖୁସି ଖବର । ସରକାର ଡିଏପି (DAP Fertiliser) ସାର ଉପରେ ୧୪୦ ପ୍ରତିଶତ ସବସିଡି ବୃଦ୍ଧି କରିଛନ୍ତି। ବର୍ତ୍ତମାନ କୃଷକମାନେ ବସ୍ତା ପିଛା ୫୦୦ ଟଙ୍କା ବଦଳରେ ୧୨୦୦ ଟଙ୍କା ସବସିଡି ପାଇବେ। ଯଦ୍ୱାର ବସ୍ତା ପିଛା ୨୪୦୦ ଟଙ୍କା ଦେବା ପରିବର୍ତ୍ତେ ମାତ୍ର ୧୨୦୦ ଟଙ୍କା ଦେବାକୁ ପଡ଼ିବ । ଅର୍ଥ ଚାଷୀ ଭାଇମାନେ ପୁରୁଣା ମୂଲ୍ୟରେ ସାର ପାଇପାଇବେ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ […]
ପାଟଣା : ବ୍ଲାକ୍ ଫଙ୍ଗସ୍ ପରେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ । କରୋନା ମହାମାରୀ ମଧ୍ୟରେ ବିହାରରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ହ୍ୱାଇଟ୍ ଫଙ୍ଗସ୍ ମାମଲା ଆସିବା ପରେ ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି । ବିହାରର ରାଜଧାନୀ ପାଟନାରେ ହ୍ୱାଇଟ୍ ଫଙ୍ଗସ(White Fungus)ରେ ସଂକ୍ରମିତ ଚାରି ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ରୋଗୀଙ୍କ ମଧ୍ୟରେ ପାଟଣାର ଜଣେ ପ୍ରସିଦ୍ଧ ବିଶେଷଜ୍ଞ ମଧ୍ୟ ଅଛନ୍ତି। […]
ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇ ଜୀବନ ହାରିଲେ ୨୬/୧୧ ମୁମ୍ବାଇ ଆକ୍ରମଣରେ ହିରୋ ସାଜିଥିବା ଜେ.କେ ଦତ୍ତ । ୭୨ ବର୍ଷ ବୟସରଙ୍କ ଜାତୀୟ ସୁରକ୍ଷା ଗାର୍ଡ଼(National Security Guard)ର ପୂର୍ବତନ ମୁଖ୍ୟ ଜୀବନ ହାରିଛନ୍ତି । କରୋନା ସଂକ୍ରମିତ ହେବାପରେ ଅବସରପ୍ରାପ୍ତ ଆଇପିଏସ୍ ଅଧକାରୀ ଜେ.କେ ଦତ୍ତଙ୍କ ଅକ୍ସିଜେନ ସ୍ତର କମି ଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହୃଦଘାତ ହେବାରୁ ଗତକାଲି ଚିକତ୍ସିତ […]
ରାଜଗଡ଼ : ସୁନାର ସଂସାର ଉଜାଡ଼ି ଦେଲା ମହାମାରୀ । ପାଦରେ ଅଳତାର ରଙ୍ଗ ପିକା ପଡ଼ିନଥିବା ବେଳେ କରୋନା ଆଗରେ ସବୁଦିନ ପାଇଁ ହାରିଯାଇଛି ମଥାର ସିନ୍ଦୁର । ନୂଆ ଗଢ଼ା ହେବା ପୂର୍ବରୁ ଅଧା ହୋଇ ରହିଯାଇଛି କାହାଣୀ । କରୋନାର ସମସ୍ତ ନିୟମ ମାନି ବିବାହ କରିଥିବା ଯୁବକ କରୋନା ସଂକ୍ରମିତ ହୋଇ ଜୀବନ ହାରିଦେଲେ । ୨୩ ଦିନ ଧରି ଅଦୃଶ୍ୟ ଭୂତାଣୁ ସହ ଲଗାତାର ସଂଘର୍ଷ ପରେ ଚିକିତ୍ସାଧୀନ ଅବସ୍ଥାରେ […]
ନୂଆଦିଲ୍ଲୀ : କରୋନା ମହାମାରୀର ଭୟାବହତା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ସତର୍କ କରାଇଲେ ବୈଜ୍ଞାନିକ । ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ତୀବ୍ରତର ନକଲେ ଭୟାବହ ହେବ ତୃତୀୟ ଲହରୀ । ମାତ୍ର ୬ରୁ ୮ ମାସ ମଧ୍ୟରେ କରୋନାର ତୃତୀୟ ଲହରୀର ସାମ୍ନା କରିବାକୁ ପଡ଼ିବ । ଏଥି ସହିତ ମହାମାରୀ ରୋକିବା ପାଇଁ ଜାରି ହୋଇଥିବା ଗାଇଡଲାଇ ପାଳନ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ବୈଜ୍ଞାନିକ । ଦେଶରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ […]
ମୁମ୍ବାଇ : କରୋନା ସଙ୍କଟ ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ଦେଶ ପାଇଁ ନୂଆ ସମସ୍ୟା ରୂପରେ ଉଭା ହୋଇଛି । କରୋନାର ଦ୍ୱିତୀୟ ଲହରୀ ନାକେଦମ କରିସାରିଥିବା ବେଳେ ବ୍ଲାକ୍ ଫଙ୍ଗସ୍ ପାଇଁ ଚିନ୍ତାରେ ସରକାର । ଅନେକ ରାଜ୍ୟରେ ଏବେ ବ୍ଲାକ୍ ଫଙ୍ଗସ୍ କାୟା ବିସ୍ତାର କରିବା ସହ ସ୍ଥିତି ଗମ୍ଭୀର ଆଡ଼କୁ ଗତି କରୁଛି । ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ହୋଇ ଏବେ ସୁଦ୍ଧା ୯୦ ଜଣ ପ୍ରାଣ ହରାଇଥିବା କହିଥିଛନ୍ତି ରାଜ୍ୟ […]
ନୂଆଦିଲ୍ଲୀ : ଦେଶରେ କରୋନାର ଭୟାବହତା ମଧ୍ୟରେ ସରକାରୀ ପ୍ୟାନେଲର ଖୁଲାସା । ଜୁଲାଇରେ ଶେଷ ହେବ କରୋନାର ଦ୍ୱିତୀୟ ଲହରୀ । ଛଅ ମାସ ପରେ ପୁଣି କରୋନାର କାୟା ମେଲିବ, ଆସିବ ତୃତୀୟ ଲହରୀ । ଦେଶରେ ଦ୍ୱିତୀୟ ଲହରୀ ଶେଷ ହୋଇନଥିବା ବେଳେ ତୃତୀୟ ଲହରୀ ନେଇ ଚେତାବନୀ ଦେଲେ ବୈଜ୍ଞାନିକ । ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ସ୍ଥାପିତ ତିନିଜଣିଆ ବୈଜ୍ଞାନିକ ପ୍ୟାନେଲ […]