ବିଜାପୁର: ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସିଆର୍ପିଏଫ୍ କୋବ୍ରା ୟୁନିଟ୍ର ଯବାନ ରାକେଶ୍ୱର ସିଂହ ମାନହାସ୍ଙ୍କୁ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ୫ ଦିନ ଲାଲ୍ବାହିନୀଙ୍କ କବଳରେ ରହିବା ପରେ ଗତକାଲି ସେ ମୁକୁଳିଥିଲେ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମଧ୍ୟସ୍ଥି ଏବଂ ସାମ୍ବାଦିକଙ୍କ ହାତରେ ରାକେଶ୍ୱର ସିଂଙ୍କୁ ଛାଡ଼ିଥିଲେ ମାଓବାଦୀ। ଏହା ପୂର୍ବରୁ ଟେକେଲଗୁଡ଼ା ଜଙ୍ଗଲରେ ଆଖାପାଖି ୨୦-୨୫ଟି ଗାଁର ପ୍ରାୟ ଅଢ଼େଇ ହଜାର ଲୋକଙ୍କୁ ନେଇ ଏକ ପ୍ରଜାକୋର୍ଟ ବସାଇଥିଲେ ମାଓବାଦୀ। ସେହି ସ୍ଥାନକୁ ରାକେଶ୍ୱରଙ୍କୁ […]
ବିଜାପୁର: ଛତିଶଗଡ଼ ବିଜାପୁର ମାଓବାଦୀଙ୍କ ଆକ୍ରମଣରେ ନିଖୋଜ ଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସ୍ଙ୍କର ଫଟୋ ସାମ୍ନାକୁ ଆସିଛି। ତାଳ ବରଡ଼ା ଘେରା କୁଡ଼ିଆରେ ରାକେଶ୍ୱର ବସିଥିବା ଫଟୋରେ ଦେଖିବାକୁ ମିଳିଛି। ମାଓବାଦୀମାନେ ତାଙ୍କୁ ବନ୍ଧକ ରଖିଥିବା ଦାବି କରିଛନ୍ତି। ରାକେଶ୍ୱରଙ୍କୁ ଛାଡ଼ିବା ଲାଗି ମାଓବାଦୀମାନେ ମଧ୍ୟସ୍ଥି ଦେବାକୁ କହିଛନ୍ତି। ଶନିବାର ଦିନ ମାଓ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ନିଖୋଜ ଥିଲେ। ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସ୍ ବୋଲି […]