ବିଜାପୁର: ସିଆର୍ପିଏଫ୍ କୋବ୍ରା ୟୁନିଟ୍ର ଯବାନ ରାକେଶ୍ୱର ସିଂହ ମାନହାସ୍ଙ୍କୁ ଛାଡ଼ିବାର ୨୪ ଘଣ୍ଟା ନପୁରୁଣୁ ମାଓବାଦୀମାନେ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି । ଛତିଶଗଡ଼ ବିଜାପୁର ୱେଡେଙ୍ଗେଲ ଥାନା ଅନ୍ତର୍ଗତ କଙ୍କାନାର ଗାଁରୁ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଯାଇଥିବା ପୋଲିସ୍ କହିଛି। ଏମାନଙ୍କଠାରୁ କିଛି ସୂଚନା ପାଇବା ପାଇଁ ନେଇଛନ୍ତି ନା […]