ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭାରତକୁ ଗ୍ରାସିବାରେ ଲାଗିଛି। ହେଲେ ଏନେଇ ଭୟଭୀତ ହେବାର ଆବଶ୍ୟକ ନାହିଁ। କରୋନା ମୁକାବିଲା ପାଇଁ ଭାରତ ନିକଟରେ ପାଖାପାଖି ମାସେ ସମୟ ରହିଛି। କରୋନା ଭୟାବହତାକୁ ୪ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। କରୋନା ସଂକ୍ରମଣରେ ଭାରତ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି। ଅର୍ଥାତ୍ ବିଦେଶରୁ ସଂକ୍ରମିତ ହୋଇ ଆସିଥିବା ଲୋକଙ୍କଠାରୁ ଏହା କେବଳ ସେମାନଙ୍କ ପରିବାର ସଦସ୍ୟଙ୍କୁ ଡେଇଁଛି। ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ବହୁଳ ସଂକ୍ରମଣଠାରୁ ଭାରତ ଏବେ ନିରାପଦ […]
ନୂଆଦିଲ୍ଲୀ: ଖରାରେ ବୁଲିଲେ ଓ ଉଷୁମ ପାଣି ପିଇଲେ କରୋନା ହେବନି। ଗତ କିଛି ଦିନ ଧରି ୟୁନିସେଫ ନାଁରେ ଏମିତି କଥା ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ଏହି ନୋଟିସ ବେଙ୍ଗାଲୁରୁ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସର ନୋଟିସ ବୋର୍ଡରେ ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ଉଲ୍ଲେଖ କରାଯାଇଛି, କରୋନା ଭାଇରସର ଆକାର ବଡ଼ ଓ ଏହାର କୋଷ ୪୦୦ରୁ ୫୦୦ ମାଇକ୍ରୋ ହୋଇଥିବାରୁ ଯେକୌଣସି ମାସ୍କ ପିନ୍ଧିଲେ ଏହା ପ୍ରବେଶ କରିପାରିବ […]
ନୂଆଦିଲ୍ଲୀ: ପ୍ରାଣଘାତୀ କରୋନାରେ ଭାରତରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀର ଜନକପୁରୀର ଜଣେ ୬୯ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ଭାରତରେ କରୋନାରେ ଦ୍ୱିତୀୟ ମୁଣ୍ଡ ଗଡ଼ିଥିବା ବେଳେ ଦିଲ୍ଲୀରେ ଏହା ପ୍ରଥମ ଘଟଣା। […]
ନୂଆଦିଲ୍ଲୀ: ୟେସ ବ୍ୟାଙ୍କର ପୁନରୁଦ୍ଧାର ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଦେବାଳିଆ ସ୍ଥିତିରୁ ୟେସ ବ୍ୟାଙ୍କକୁ ଉଦ୍ଧାର କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦେବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ରିଜର୍ଭ ବ୍ୟାଙ୍କର ପ୍ରସ୍ତାବ ଭିତ୍ତିରେ ୟେସ ବ୍ୟାଙ୍କକୁ ସହାୟତା କରାଯିବ। ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନକୁ ଷ୍ଟେଟ ବ୍ୟାଙ୍କ କିଣିବ। ଏହାସହ ବାକି ଅଂଶଧନ କିଣିବା ଲାଗି ନିବେଶକମାନଙ୍କୁ ଆହ୍ୱାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଜମାକାରୀଙ୍କ ସ୍ୱାର୍ଥକୁ […]
ମଧ୍ୟପ୍ରଦେଶ: ବିଜେପିରେ ସାମିଲ ପରେ ପୁଣି ଥରେ ମଧ୍ୟପ୍ରଦେଶ ଅର୍ଥନୈତିକ ଅପରଧ ଶାଖା (EOW) ସ୍କାନରରେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସିନ୍ଧିଆ ଓ ତାଙ୍କ ପରିବାରଙ୍କ ବିରୋଧରେ ହୋଇଥିବା ସତ୍ୟପାଠ ଅଭିଯୋଗର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି। EOW ଏଇ ସତ୍ୟପାଠରେ ସିନ୍ଧିଆଙ୍କ ଏକ ଜମି ବିକ୍ରୟ ସମୟରେ ସମ୍ପତ୍ତିର ମିଥ୍ୟା ଦଲିଲ ଦେଇଥିବା ଅଭିଯୋଗ ହୋଇଛି। ସୁରେନ୍ଦ୍ର ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣି ସତ୍ୟପାଠ ଦଖଲ କରିଛନ୍ତି। ୨୦୧୪ରେ ସେ ପ୍ରଥମେ ଏନେଇ […]
ବେଙ୍ଗାଲୁରୁ: ଭାରତରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ। ପ୍ରାଣଘାତୀ କରୋନା ଭୂତାଣୁରେ ଜଣେ କର୍ଣ୍ଣାଟକାର ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗତକାଲି କର୍ଣ୍ଣାଟକାର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଆଜି ସେହି ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଓ ଏହି କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା କର୍ଣ୍ଣାଟକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୃତ୍ୟୁ ପରେ ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ତାଙ୍କ ରକ୍ତରେ COVID-୧୯ ଭାଇରସ ଥିବା ଜଣାପଡ଼ିଛି। […]
ନୂଆଦିଲ୍ଲୀ: ବିଜେପିରେ ଜ୍ୟୋତିରାଦିତ୍ୟଙ୍କ ସିନ୍ଧିଆଙ୍କ ଯୋଗ ଦେବାପରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପୂର୍ବରୁ ରାହୁଲଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ବୋଲି ସିନ୍ଧିଆଙ୍କ ସମ୍ପର୍କୀୟ ଫେସବୁକରେ ପୋଷ୍ଟ କରିଥିଲେ। ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ରାହୁଲଙ୍କୁ ପଚାରିଥିଲେ। ଜବାବରେ ରାହୁଲ କହିଥିଲେ, ସେ ଏକମାତ୍ର ବ୍ୟକ୍ତି ଥିଲେ, ଯିଏକି ତାଙ୍କ ଘରକୁ ଯେତେବେଳ ଚାହିଁଥିଲେ ଆସିପାରିଥାନ୍ତେ। ସୂଚନାଯୋଗ୍ୟ, ତ୍ରିପୁରା ରାଜପରିବାରର ବ୍ୟକ୍ତି ତଥା ସିନ୍ଧିଆଙ୍କ ସମ୍ପର୍କୀୟ ପ୍ରଦ୍ୟୋତ ମଣିକ୍ୟ […]
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ପାଣ୍ଠିକୁ ନେଇ କମ୍ପିଲା ବିଧାନସଭା। କାଳିଆ ଟଙ୍କା କିଏ ଖାଇଲା କହି ବିଧାନସଭାରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ। ଏହି ପ୍ରସଙ୍ଗରେ ବିଜେପି ବିଧାୟକ ମୁଲତବୀ ନୋଟିସ ଦେଇଥିଲେ ବି କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଆଜି ଆଲୋଚନା ହୋଇପାରିନଥିଲା । ତେବେ ଗୃହ ବାହାରେ ବିଜେପି ଏଥିରେ ୩ କୋଟିର କିକ୍ବ୍ୟାକ ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ ବିଦେଶ ଗସ୍ତ କଥା ଉଠାଇ ସରକାରଙ୍କୁ ନିଶାନା କରିଛି। ସେପଟେ ଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି […]
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍ବିଆଇ) ଗ୍ରାହକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଏସବିଆଇରେ ଥିବା ସର୍ବନିମ୍ନ ଜମାରାଶି ନିୟମ ଉପରୁ ଉଠିଲା ପ୍ରତିବନ୍ଧକ। ଅର୍ଥାତ ସେଭିଙ୍ଗସ ଆକାଉଣ୍ଚ ଜିରୋ ବାଲାନ୍ସରେ ମଧ୍ୟ ରହିପାରିବ। ଏଣିକି ଗ୍ରାହକଙ୍କ ସେଭିଙ୍ଗସ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ରଖିବା ବାଧ୍ୟତାମୂଳକ ନୁହନ୍ତି। ପୂର୍ବରୁ ମେଟ୍ରୋ ଅଞ୍ଚଳରେ ସେଭିଙ୍ଗ ଆକାଉଣ୍ଟ ଖୋଲିଥିବା ଲୋକମାନଙ୍କୁ ନିଜ ଆକାଉଣ୍ଟରେ ସର୍ବନିମ୍ନ ୩ ହଜାର, ସେମି ଅର୍ବାନ ଅଞ୍ଚଳରେ ୨ ହଜାର ଓ ଗ୍ରାମାଞ୍ଚଳରେ ୧ ହଜାର ଟଙ୍କା […]
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ରାଜନୀତିକୁ ନେଇ ପଲ୍ଲୀଠୁ ଦିଲ୍ଲୀ ଏବେ ସବୁଠି ଚର୍ଚ୍ଚା। ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ ପରେ କଣ ହେବ ମଧ୍ୟପ୍ରଦେଶର ଅଙ୍କ। ସମସ୍ତଙ୍କ ନଜର ମଧ୍ୟପ୍ରଦେଶ ବିଧାନସଭା ସିଟ୍ ସଂଖ୍ୟା ଉପରେ। ବିଧାନସଭାରେ ମୋଟ୍ ୨୩୦ଟି ଆସନ ହୋଇଥିବାବେଳେ ୨ଟି ଆସନ ଖାଲି ପଡ଼ିଛି। ଏଣୁ ସଂଖ୍ୟାଗରିଷ୍ଠତା ଲାଗି ୧୧୫ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। କଂଗ୍ରେସ ପାଖରେ ବିଏସପିର ୨, ସପାର ଜଣେ ଏବଂ ୪ ସ୍ୱାଧୀନ […]
ବାରାଣସୀ: ସାରା ବିଶ୍ୱରେ ଏବେ କରୋନା ଭୟ। କୌଣସି ପ୍ରତିଷେଧକ ନବାହାରିବାରୁ ଏବେ ଲୋକଙ୍କ ଭରସା କେବଳ ଭଗବାନ। କିନ୍ତୁ କରୋନା ଭୟରେ ଭଗବାନ ମାସ୍କ ପିନ୍ଧିବା ଆପଣଙ୍କ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ବାରାଣସୀର ଏକ ଶିବ ମନ୍ଦିରରେ ପୂଜା ପାଉଥିବା ଦେବାଦେବୀଙ୍କ ପ୍ରର୍ତ୍ତିମୂର୍ତ୍ତିରେ ମାସ୍କ ପିନ୍ଧାଇ ଦିଆଯାଇଛି। ମାସ୍କ ପିନ୍ଧିବା ପରେ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଭକ୍ତମାନେ ମନ୍ଦିରକୁ ମାସ୍କ ପିନ୍ଧି ଆସିବା ସହିତ କରୋନା ଦାଉରୁ ବର୍ତ୍ତିବା […]
ମଧ୍ୟପ୍ରଦେଶ: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଯାହାକି ଏବେ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ରାଜନୀତି ଅଙ୍କକଷାରୁ ଯାହା ଜଣାପଡୁଛି, ବିଜେପି କ୍ଷମତାକୁ ଆସିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବରାଜ ସିଂହ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଏନେଇ ଖୁବଶୀଘ୍ର ବିଜେପି ସଂସଦୀୟ ଦଳ ବୈଠକ ବସିବାକୁ ଯାଉଛି। ତେବେ ଶିବରାଜ ଭୋପାଳ ବିଜେପି କାର୍ଯ୍ୟାଳୟରେ ବିଧାୟକଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଗତକାଲି […]
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ମାମଲାରେ ସିବିଆଇର ଅର୍ଥନୈତିକ ଅପରାଧ ଶାଖା ମୁମ୍ବାଇର ୭ଟି ଜାଗାରେ ଏକକାଳୀନ ଚଢ଼ଉ କରିଛି। ଏଥିରେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ସମ୍ପର୍କୀୟଙ୍କ ଘର ଓ DHFL ଚେୟାରମ୍ୟାନ୍ କପିଲ ୱାଧୱାନଙ୍କ ଠିକଣା ରହିଛି। ସେପଟେ ଇଡି ହେପାଜତରେ ରାଣା କପୁରଙ୍କୁ ମାରାଥନ୍ ଜେରା ଚାଲିଛି। ଦୁର୍ନୀତି ଓ ଅର୍ଥ ଆତ୍ମସାତ ନେଇ ଲାଗିଥିବା ଅଭିଯୋଗ ସମ୍ପର୍କରେ ପଚରାଉଚରା କରୁଛି ଇଡି। ଏହାସହ ତାଙ୍କ ନିକଟରୁ କିଛି ତଥ୍ୟ ସହ ଠକେଇକୁ […]
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭୟର ତ।ଣ୍ଡବଲୀଳା ରଚ।ଉଥିବ। କରୋନା ଆକ୍ର।ନ୍ତଙ୍କ ସଂଖ୍ୟା ଭ।ରତରେ ୩୪ ଛୁଇଁଛି। ଶନିବାର କେନ୍ଦ୍ର ସ୍ୱ।ସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବ। ୩ ଜଣଙ୍କ ମଧ୍ୟରୁ ୨ ଜଣ ଲଦାଖର। ସେମାନେ ଦୁଇଜଣ ଇରାନରୁ ଫେରିଥିବା ସୂଚନା ମିଳିଛି। ତୃତୀୟ ବ୍ୟକ୍ତି ଜଣକ ତ।ମିଲନାଡ଼ୁର ଏବଂ ସେ ଓମାନରୁ ଫେରିଛନ୍ତି। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: ପ୍ରେମିକା ଚିଡ଼ାଇଲେ ବୋଲି ଚୋର ସାଜିଲା ପ୍ରେମିକ। ଆଉ ଏପରି କାଣ୍ଡ ଘଟାଇଲା ଯେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ଦିଲ୍ଲୀ ପୁଲିସ୍ ଶନିବାର ଏକ ଅଜବ ଚୋରକୁ ଗିରଫ କରିଛି। ଏ ଚୋର ଜଣକ ପ୍ରେମିକାର ଚିଡ଼େଇବାକୁ ନେଇ ଅଦ୍ଭୁତ କାଣ୍ଡ କରି ବସିଛନ୍ତି। ବାଇକ୍ ନଥିବାରୁ ପ୍ରେମିକା ଚିଡ଼ାଇବାରୁ ଏହି ଚୋର ଏକାଥରେ ୮ଟି ବାଇକ ଚୋରି କରିଛନ୍ତି। ଏହି ଚୋରି ଘଟଣା ଗତ ଫେବୃଆରୀ ୧୪ ବା ଭାଲେଣ୍ଟାଇନ୍ସ ଡେ’ ବେଳର ଏବଂ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ସହିତ ଆଲୋଚନା କରିବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ। ଜନଔଷଧୀ ଯୋଜନାକୁ ନେଇ ଭିଡିଓ କନଫରେନ୍ସି ମାଧ୍ୟମରେ ମୋଦି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ଉତ୍ତରାଖଣ୍ଡର ଦୀପା ଶାହ ମୋଦିଙ୍କ ସହିତ କଥା ହୋଇଥିଲେ। କିନ୍ତୁ ଦୀପାଙ୍କ କଥା ଶୁଣି କିଛି ସମୟ ପାଇଁ ଭାବବିହ୍ୱଳ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ। ଦୀପା ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେବା ସମୟରେ ଜନଔଷଧୀ ଯୋଜନାର ଲାଭ ବିଷୟରେ କହିଥିଲେ। ସେ ଆହୁରି କହିଥିଲେ […]
ନୂଆଦିଲ୍ଲୀ: ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟରମାନଙ୍କ କ୍ଷମତା ସଙ୍କୁଚିତ କରାଯାଇ ନିଜ ହାତକୁ କ୍ଷମତା ନେଇଛି। ୟେସ୍ ବ୍ୟାଙ୍କର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କୁ ୩୦ ଦିନ ପାଇଁ ନିଲମ୍ବିତ କରାଯାଇଛି। ତାଙ୍କ ବଦଳରେ ଆଡମିନଷ୍ଟ୍ରେଟର ନିଯୁକ୍ତ କରାଯାଇଛି। ଏସବିଆଇର ପୂର୍ବତନ DMD ଓ CFO ପ୍ରଶାନ୍ତ କୁମାର ଆଡମିନଷ୍ଟ୍ରେଟର ଭାବେ ନିଯୁକ୍ତ କରାଯାଇଛି। ଏଥିସହ […]
ଲଗାଣ ବର୍ଷା ପରେ ଉତ୍ତର ଭାରତରେ କେଉଁଠି ଘର ମାଟିରେ ମିଶି ଯାଇଛି ତ ଆଉ କେଉଁଠି ରାସ୍ତା ପାଣିରେ ଧୋଇ ଯାଇଛି । ବର୍ଷା ଯେ କେତେ କ୍ଷୟକ୍ଷତି କରିଛି ତାହା ଏସବୁ ଦେଖିଲେ ହିଁ ଅନୁମାନ କରି ହେଉଛି ।
ସରକାରୀ ଗାଇଡଲାଇନ୍ ଅନୁଯାୟୀ ଅନେକ ଦିନ ପରେ ଖୋଲିଲା ସିନେମା ହଲ୍ । ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ୍ ଖୋଲିବାକୁ ନିର୍ଦ୍ଦେଶ ରହିଛି । ତେବେ ଏହି ନିୟମ ଉଲ୍ଲଂଘନ କରି ଅଧିକ ଦର୍ଶକ ବସାଇଲେ ସଂପୃକ୍ତ ସିନେମା ହଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ନିଜ ବାହାଘରକୁ ଆକର୍ଷଣୀୟ କରିବା ଲାଗି ବର୍ତ୍ତମାନ ସମୟରେ ଲକ୍ଷାଧିକ ଟଙ୍କାର ବ୍ୟୟଅଟକଳ କରୁଛନ୍ତି ଉଭୟ ବରଓ କନ୍ୟା ପକ୍ଷ। ଆଉ ନିଜ ବାହାଘରରୁ କିଛି ଭିନ୍ନ ଢଙ୍ଗରେ କରିବା ପାଇଁ ସମସ୍ତେ ଚାହାଁନ୍ତି, ଇଚ୍ଛା କରିବା ମଧ୍ୟ ସ୍ୱାଭାବିକ। ବରଯାତ୍ରୀଙ୍କୁ ଖାସ୍ ଚର୍ଚ୍ଚା ଦେବାଲାଗି ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ। ଏହାସହ କେତେ କଣ...କିନ୍ତୁ ମାତ୍ର ୫୦୦ ଟଙ୍କାରେ ବାହାଘର ହୋଇଥିବାରୁ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା।
କମିଲା ସୁନା ଓ ରୂପା ଦର ଅଲ୍ ଟାଇମ୍ ରେକର୍ଡଠୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇଛି ସୁନା ନୂଆଦିଲ୍ଲୀ: ଆପଣ ସୁନା କିଣିବା ପାଇଁ ଚାହୁଁଛନ୍ତି କି ? ତା’ହାଲେ ଆପଣଙ୍କ ପାଇଁ ଏକ ଭଲ ଖବର। ଦୁଇ ଦିନ ଧରି ସୁନା ଦର ବଢ଼ିବା ପରେ ଆଜି ଭାରତୀୟ ସରାଫା ବଜାରରେ ସୁନା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଏହାସହ […]
ସୁଲତାନପୁର: ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ମୃତଦେହକୁ ଘରକୁ ଆଣି ଫ୍ରିଜର ବକ୍ସରେ ରଖିଥିଲେ। ହେଲେ କିଛି ସମୟ ପରେ ଶବ ଉପରେ ପଡ଼ିଥିବା ଚାଦର ହଠାତ ହଲିଥିଲା। ପରିବାର ଲୋକ ଏହା ଦେଖି ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ନେଇଥିଲେ ଓ ପଖାପାଖି ୭ ଘଣ୍ଟା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଉତ୍ତରପ୍ରଦେଶ ସୁଲତାନପୁରରେ ଏହି ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଚିକିତ୍ସାରେ ଅବହେଳା ଯୋଗୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ସୂଚନା […]