• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

maoist 11
ମାଓବାଦୀଙ୍କ ଯୋଜନା ପଣ୍ଡ; ଅଳ୍ପକେ ବର୍ତ୍ତିଲେ CRPF ଯବାନ

ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ଯବାନ।  ଉପସ୍ଥିତ ବୃଦ୍ଧି ଓ ଅଦମ୍ୟ ସାହସ ଯୋଗୁ ଏକ ଅଘଟଣକୁ ଏଡ଼ାଇ ଦିଆଯାଇଛି। ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାବାହିନୀ।

  • Wednesday, 14 July 2021
cbse
ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ

ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ପୂର୍ବରୁ ଟ୍ୱିଟ୍ କରି ଏହି ଘୋଷଣା କରିଥିଲେ ବୋର୍ଡର ଅଫିସିଆଲ୍ ୱେବସାଇଟ୍।

  • Wednesday, 14 July 2021
jammu
ଭିତରେ ଓ ବାହାରେ ବରଫ...ଆଉ ତା' ଭିତରେ ପର୍ଯ୍ୟଟକ ପିଉଛନ୍ତି କଫି ସାଙ୍ଗକୁ ଚା'

ବାହାରେ ବରଫ, ଭିତରେ ବରଫ ଆଉ ତା ଭିତରେ ଖାଦ୍ୟ ଓ ପାନୀୟର ମଜା ନେଉଛନ୍ତି ପର୍ଯ୍ୟଟକ। କେବଳ ଏତିକି ନୁହେଁ ଏହାସହ ସ୍କେଟିଂ ବି କରୁଛନ୍ତି ଲୋକେ। କାଶ୍ମୀର ଗୁଲମାର୍ଗରେ ଖୋଲିଛି ଭାରତର ପ୍ରଥମ ଓ ଏସିଆର ବୃହତ୍ତମ ଇଗ୍ଲୁ କାଫେ। 

  • Wednesday, 14 July 2021
Nirmala
ବଢ଼ିବ ମୋବାଇଲ ଦର : ଜାଣନ୍ତୁ ଆଉ କେଉଁ କେଉଁ ଦର ବଢାଇବେ କେନ୍ଦ୍ର ସରକାର?

ମହିଳାଙ୍କ ମନ କଥା ବୁଝିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିଜର ତୃତୀୟ ବଜେଟରେ ନିର୍ମଳା ମହିଳାମାନେ ବିଶେଷ ବ୍ୟବହାର କରୁଥିବା ଅଳଙ୍କାର ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କ ୧୨.୫ ପ୍ରତିଶତରୁ ୭.୫ ପ୍ରତିଶତକୁ ହ୍ରାସ କରାଯାଇଛି

virat
ଆପଣ ଜାଣିଛନ୍ତି ବିରାଟ-ଅନୁଷ୍କାଙ୍କ ଝିଅର ନାଁ କଣ?

ସୋସିଆଲ ମିଡ଼ିଆରେ ନିଜ ଝିଅର ପ୍ରଥମ ଫଟୋ ସେୟାର କଲେ ଅଭିନେତ୍ରୀ ଅନୁଷ୍କା ଶର୍ମା। ସେୟାର ହୋଇଥିବା ଫଟୋରେ ବିରାଟ ଓ ଅନୁଷ୍କା ଝିଅକୁ କୋଳରେ ଧରିଥିବା ବେଳେ ବେଶ୍‌ ଖୁସି ନଜର ଆସିଛନ୍ତି। ଫଟୋ ସେୟାର କରି  ଅନୁଷ୍କା ଝିଅର ନାଁ ‘ଭମିକା’  ରଖିଥିବା ଫ୍ୟାନ୍ସଙ୍କୁ ଜଣାଇଛନ୍ତି

  • Wednesday, 14 July 2021
kim
କୁଆଡ଼େ ଗଲେ ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମଙ୍କ ପତ୍ନୀ?

ପାଖାପାଖି ୧ ବର୍ଷ ହେଲାଣି ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମ୍ ଜୋନ୍ ଉଙ୍ଗଙ୍କର ପତ୍ନୀଙ୍କ କୌଣସି ପତ୍ତା ମିଳୁନାହିଁ। ତେବେ ସେ କେଉଁ ଆଡ଼େ ଗଲେ ତାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କାରଣ ଗତବର୍ଷ ଜାନୁଆରୀ ୨୫ ତାରିଖରେ କିମଙ୍କ ପତ୍ନୀ କିମଙ୍କ ସହ ଦେଖାଯାଇଥିଲେ।

  • Wednesday, 14 July 2021
train
ଖୁବଶୀଘ୍ର ଟ୍ରାକରେ ଦୌଡିବ ଲୋକାଲ ଟ୍ରେନ?

: ଚଳିତ ସପ୍ତାହରୁ ଦେଶରେ ଆରମ୍ଭ ହୋଇଯିବ ଲୋକାଲ ଟ୍ରେନ ସେବା। ପୁଣି ଥରେ ଭରପୁର ଲାଗିବ ରେଲୱେ ଷ୍ଟେସନ। ଦେଖିବାକୁ ମିଳିବ ଲୋକଙ୍କ ଗହଳି ଚହଳି। କରୋନା କଟକଣା ମଧ୍ୟରେ ଏଣିକି ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ ଯାତ୍ରୀ।

  • Wednesday, 14 July 2021
corona
୨୪ ଘଣ୍ଟାରେ ୭୯ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଆଉ ୩୨ ଜଣ ସ୍ଥାନୀୟ ଅଂଚଳରୁ ସଂକ୍ରମିତ ହୋଇଛନ୍ତି

  • Wednesday, 14 July 2021
delhi-blast
ଦିଲ୍ଲୀ ବିସ୍ଫୋରଣ ମାମଲା: ତଦନ୍ତ କରିବ ଏନଏସଜି

ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟ ବିସ୍ଫୋରଣ ଘଟଣାର ଏନ୍ଏସଜି ତଦନ୍ତ କରିବ ବୋଲି ସୂଚନା ମିଳିଛି। ଏନଏସଜିର ଏକ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି। ଏହା କେଉଁ ପ୍ରକାର ବିସ୍ଫୋରଣ ଏବଂ କେତେ ଶକ୍ତି ସମ୍ପନ୍ନ ବିସ୍ଫୋରକ ବ୍ୟବହାର ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଏନଏସିଜି

  • Wednesday, 14 July 2021
Gandhi
ଆଜି ଦିନ ୧୧ଟା ବେଳେ ଠପ୍ ହୋଇଯିବ ପୂରା ଦେଶ: ଜାଣିଛନ୍ତି କି କଣ ରହିଛି କାରଣ?

ଆଜି ୨ ମିନିଟ୍ ଲାଗି ବନ୍ଦ ହୋଇଯିବ ଦେଶ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ, ସକାଳ ୧୧ଟା ବେଳେ ୨ ମିନିଟ୍ ଲାଗି ପୂରା ଦେଶ ଚୁପ୍ ରହିବ। ଯେଉଁଠାରେ ସାଇରନ ବ୍ୟବସ୍ଥା ଅଛି ସମସ୍ତଙ୍କୁ ସାଇରନ୍ ବଜାଇ ୧୦.୫୯ରେ ସତର୍କ କରାଯିବ | କେତେକ ସ୍ଥାନରେ ସେନା ବନ୍ଧୁକରୁ ଗୁଳି ଫୁଟାଇ ବାର୍ତ୍ତା ଦିଆଯିବ ବୋଲି ଜଣାଯାଇଛି।

  • Wednesday, 14 July 2021
Delhi
ଆଇଇଡ଼ି ବିସ୍ପୋରଣର ତଦନ୍ତ ଆରମ୍ଭ

କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ଆଇଇଡି ବିସ୍ଫୋରଣର ତଦନ୍ତ ଆରମ୍ଭ ହୋଇଛି। ଏନଆଇଏ, ଏଟିଏସ୍, ଦିଲ୍ଲୀ ପୋଲିସ ଓ ଗୁଇନ୍ଦା ସଂସ୍ଥା ମିଳିତ ଭାବେ ଛାନଭିନ୍ ଚଳାଇଛନ୍ତି।

  • Wednesday, 14 July 2021
Delhi
ଦିଲ୍ଲୀ ବିସ୍ଫୋରଣ ଘଟଣା: ତଦନ୍ତ କରୁଛି NIA

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ତଦନ୍ତ କରୁଛି ଏନଆଇଏ। ବିସ୍ଫୋରଣ ହୋଇଥିବା ସ୍ଥାନରୁ ଏକ ଲଫାପା ମଧ୍ୟ ମିଳିଛି।ଯେଉଁଥିରେ ଇସ୍ରାଏଲ ଦୂତାବାସକୁ ନେଇ କିଛି ଲେଖାଯାଇଛି । ଯାଞ୍ଚ ଟିମ ଏବେ ଏହି ଲଫାଫା କୁ ଜବତ କରି ଯାଞ୍ଚ କରୁଥିବା ନେଇ ସୂଚନା ମଧ୍ୟ ରହିଛି।

  • Wednesday, 14 July 2021
Jharaphula
RD ଛାତ୍ରୀଙ୍କ ମୃତ୍ୟୁ: ଟୁଇଷ୍ଟ୍ ଆଣିଲା ବାପା ଓ ଲୋକାଲ ଗାର୍ଡିଏନଙ୍କ ମନ୍ତବ୍ୟ

ଏବେ ବି ରହସ୍ୟ ଘେରରେ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା। ଝରାଙ୍କୁ ହତ୍ୟା କରାଯାଇଛି ନା ତାଙ୍କ ମୃତ୍ୟୁ ପଛରେ ରହିଛି ଆଉ କିଛି କାରଣ? ଝରାଫୁଲଙ୍କ ବାପା ରମାକାନ୍ତ ଓ ଭୁବନେଶ୍ୱରରେ ତାଙ୍କ ଲୋକାଲ ଗାର୍ଡିଏନ ଚକ୍ରଧରଙ୍କ ବୟାନ ଘଟଣାକୁ ଭିନ୍ନ ଭିନ୍ନ ଦିଗ ଦେଇଛି।

farmer
ଦିଲ୍ଲୀ ଚାଷୀ ଅରାଜକତାକୁ ନେଇ ତାତିଲେ ଜନତା

ଗଣତନ୍ତ୍ର ଦିବସରେ ଚାଷୀ ଅରାଜକତା ଘଟଣାରେ ଦିଲ୍ଲୀ ପୋଲିସର ଆକ୍ସନ ଜାରି ରହିଥିବା ବେଳେ ଏବେ ଉପଦ୍ରବକାରୀଙ୍କ ବିରୋଧରେ ବଢିଲାଣି ସାଧାରଣ ଲୋକଙ୍କ କ୍ଷୋଭ।

farmer-protest
ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ନାରା ଦେଇ ଅଶାନ୍ତି ସୃଷ୍ଟି କଲେ କାହିଁକି?

ଦିଲ୍ଲୀ ଚାଷୀ ଆନ୍ଦୋଳନରେ ଫାଟ ଦେଖିବାକୁ ମିଳିଛି। ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ନାଁରେ ବ୍ୟାପକ ହିଂସାକାଣ୍ଡ ପରେ ଭାରତୀୟ କିଷାନ ୟୁନିୟନ ଭାନୁ ଏବଂ ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ କୋର୍ଡିନେସନ୍ କମିଟି ଆନ୍ଦୋଳନରୁ ଓହରିଛି।

corona
ଫେବୃଆରୀ ଲାଗି ଗାଇଡ଼ଲାଇନ ଜାରି କଲା କେନ୍ଦ୍ର

ଫେବୃଆରୀ ମାସ ପାଇଁ ଗାଇଡ଼ଲାଇନ ଜାରି କଲା କେନ୍ଦ୍ର ସରକାର। ଜାନୁଆରୀ ମାସ ଭଳି ଫେବୃଆରୀ ମାସର ଗାଇଡଲାଇନରେ ବିଶେଷ କିଛି ପରିବର୍ତ୍ତନ କରିନାହାନ୍ତି କେନ୍ଦ୍ର ସରକାର । ପୂର୍ବଭଳି ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ରଖିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

  • Wednesday, 14 July 2021
farmer-protest
ଆଇନ ଭାଙ୍ଗିଲେ, ଲାଲକିଲ୍ଲା ଉପରେ ଚଢ଼ିଲେ

ଟ୍ରାକ୍ଟର ରାଲିରେ ଯାଇ ଐତିହାସିକ ଲାଲକିଲ୍ଲା ପାଚେରୀ ଚଢ଼ି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ଏଠାରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

republic-of-india-map-on-national-flag-colors_MJ9r09_d_SB_PM
ଆମେ କାହିଁକି ପାଳନ କରୁ ଗଣତନ୍ତ୍ର ଦିବସ?

ଭୁବନେଶ୍ୱର: ଚଳିତ ବର୍ଷ ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ୧୯୫୦ ମସିହା ଜାନୁଆରୀ ୨୬ରେ ସମ୍ବିଧାନ ବିଧିବଦ୍ଧ ଭାବରେ ପ୍ରଣୟନ କରାଯାଇଥିଲା ।  ତେଣୁ ଏହି ଦିନକୁ ସମ୍ମାନ ଜଣାଇ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ । ଦେଶର ସମସ୍ତ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସରାକରୀ ଓ ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ଜାତୀୟ ପତକା ଉତ୍ତୋଳନ କରାଯାଏ । ତିନୋଟି ରାଷ୍ଟ୍ରୀୟ ଦିବସ ମଧ୍ୟରୁ ଗଣତନ୍ତ୍ର ଦିବସ […]

  • Wednesday, 14 July 2021
money
ପୁରୁଣା ନୋଟ୍ ବନ୍ଦ ହେବା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ଟାଣିଲା ଆରବିଆଇ

ପୁରୁଣା ୧୦୦, ୧୦, ୫ ଟଙ୍କିଆ ନୋଟ୍ ଅଚଳ ନେଇ ଚର୍ଚ୍ଚା ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। କହିଲା, ଯାହା ଖବର ପ୍ରକାଶ ପାଉଛି ତାହା ଠିକ ନୁହେଁ । ଏମିତି କୌଣସି ନିଷ୍ପତ୍ତି ହୋଇନଥିବା ସ୍ପଷ୍ଟ କଲା ଆରବିଆଇ, ଖୁବ୍ ଶୀଘ୍ର ପୁରୁଣା ନୋଟ୍ ଅଚଳ ହେଉଥିବା ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଥିଲା।

  • Wednesday, 14 July 2021
Capture
୩୨ ଜଣ ପାଇଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ଦେଶର ୩୨ ଶିଶୁଙ୍କୁ ବର୍ଷ ୨୦୨୧ ପାଇଁ ପ୍ରଦାନ କରାଯାଇଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ମେଧାବୀ ଅନ୍ୱେଶ ଶୁଭମ୍ ପ୍ରଧାନ। ଆଜି ଏହି ପୁରସ୍କାରପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

  • Wednesday, 14 July 2021
pmmodi
ମୋଦିଙ୍କୁ WHO ନିର୍ଦ୍ଦେଶକଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ ଅଧନମଙ୍କ ପ୍ରଂଶସା। କରୋନା ବିରୋଧୀ ଲଢେଇରେ ଭାରତର କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ଅଧନମ୍। କରୋନା ମହାମାରୀ ରୋକିବାକୁ ବିଶ୍ୱର ଲଢେଇରେ ଭାରତର ସହଯୋଗକୁ ପ୍ରଶଂସା କରିଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରସ ଅଧନମ

  • Wednesday, 14 July 2021
vaccine
ସ୍ୱଦେଶୀ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ-ପ୍ରଧାନମନ୍ତ୍ରୀ

ସମ୍ପୂର୍ଣ୍ଣ ସୁରକ୍ଷିତ ସ୍ୱଦେଶୀ ଟିକା। ଦେଶବାସୀଙ୍କୁ ଆଜି ଏହି ଅଭୟବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଦୁଇଟି ଯାକ ଟିକା କେବଳ ଭାରତରେ ବ୍ୟବହାର ହେଉନି, ବିଦେଶକୁ ବି ପଠାଯାଉଛି। ସେପଟେ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେଉଥିବା ନେଇ ସଂଶୟକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଦୂର କରିଛନ୍ତି