ବ୍ରିଟେନର ରାଜା ଫିଲ୍ପପଙ୍କୁ ଅନ୍ତିମ ବିଦାୟୀ ଦିଆଯାଇଛି। ସେଣ୍ଟ ଜର୍ଜ ଚାପେଲରେ ତାଙ୍କ ମରଶରୀର ସମାଧୀ ହୋଇଛି। ରାଜ ପରିବାରର ଅନ୍ୟ ୨୪ ସଦସ୍ୟଙ୍କ କବର ନିକଟରେ ଫିଲିପଙ୍କୁ ସମାଧିସ୍ଥ କରାଯାଇଛି। ବ୍ରିଟିଶ ରାଜକୀୟ ପରମ୍ପରା ଅନୁସାରେ ଫିଲିପଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ଚିନ୍ତା ବଢାଉଛି କରୋନା। ଦେଶରେ ଦୈନିକ ରେକର୍ଡ ପରେ ରେକର୍ଡ କରୁଛି ସଂକ୍ରମିତଙ୍କ ସଂଖ୍ୟା। ସ୍ଥିତି ଏମିତି ହେଲାଣି ଯେ, ଅନେକ ସ୍ଥାନରେ ଲୋକେ ଘରୁ ବାହାରିବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି।
କରୋନା ନାଁ ଶୁଣିଲେ ଏବେ ସମସ୍ତେ ଛାନିଆଁ ହୋଇଯାଉଛନ୍ତି। କାରଣ ଏହି ଅଦୃଶ୍ୟ ମହାମାରୀ ଯେପରି ଭାବରେ ବଢୁଛି ତାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି। ତେବେ ଏଠାରେ ସାଧାରଣରେ ଏକ ପ୍ରଶ୍ନ ଆସେ, କାହିଁକି କରୋନା ମହାମାରୀ ଏତେ ମାତ୍ରାରେ ବଢିଲା?
କରୋନାର ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଦିନକୁ ଦିନ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି। ମେଡିକାଲରେ ରୋଗୀଙ୍କୁ ଚିକିତ୍ସା କରାଇବାକୁ ଜାଗା ବି ମିଳୁନାହିଁ। ଆମ୍ବୁଲାନ୍ସରେ ଆସୁଥିବା ରୋଗୀଙ୍କୁ ସାଙ୍ଗେ ସାଙ୍ଗେ ଚିକିତ୍ସା ମିଳିବା ତ ଦୂର କଥା ମେଡିକାଲ ଭିତରକୁ ପଶିବାକୁ ବି ଅନୁମତି ମିଳିପାରୁନାହିଁ।
ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି। ଏଣିକି ନିର୍ବାଚନ ହେବାକୁ ଥିବା ଦିନର ୭୨ ଘଂଟା ପୂର୍ବରୁ ପ୍ରଚାର ଉପରେ ରୋକ ଲଗାଇଲେ କମିଶନ। କୋଭିଡ଼ ଦୃଷ୍ଟିରୁ କଟକଣା ଲାଗୁ କଲେ ନିର୍ବାଚନ କମିଶନ। ଏଣିକି ଭୋଟ ଗ୍ରହଣର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ।
ବୋଲ ମାନୁନାହିଁ କରୋନା। ସ୍ଥିତି ଭୟଙ୍କର ହେଲାଣି। କରୋନା କବଳରେ ତ୍ରାହି ତ୍ରାହି ଡାକିଲେଣି ଲୋକେ। କିନ୍ତୁ ମହାମାରୀ କୋପରୁ କାହାକୁ ମିଳୁନାହିଁ ରକ୍ଷା
ଦେଶରେ କରୋନା ହାଲ ସଙ୍ଗୀନ ହେଲାଣି। ସ୍ଥିତି ଏମିତି ହେଲାଣି ଯେ, ଅନେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କଲେଣି ରାଜ୍ୟ ସରକାର। ଆଉ କେହି କେହି ରାଜ୍ୟରେ ପୁଣି ଥରେ ଲକଡାଉନ କରିବା ପରି ଚରମ ନିଷ୍ପତ୍ତି ନେବାକୁ ଚିନ୍ତା କରୁଛନ୍ତି।
ଭୟଙ୍କର ହେବାରେ ଲାଗିଛି କରୋନା। ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଗୁଜୁରାଟ୍ରେ ସ୍ଥିତି ଅଣାୟତ୍ତ ରହିଛି
ରାଜ୍ୟରେ ଟିକାର ଅଭାବକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଗତକାଲି ଟିକାର ଅଭାବ ସମ୍ପର୍କରେ କହିଥିଲେ। କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ନୁହଁନ୍ତି, ଟିକା ଅଭାବର ଅଭିଯୋଗ ଆଣି କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖୁଛନ୍ତି।
ବଙ୍ଗରେ ଥମିବାରେ ନା ନେଉନାହିଁ ମୋଦି-ଦିଦି ରାଜନୀତି। ପ୍ରତିଦିନ ଉଭୟ ଉଭୟଙ୍କୁ ସମାଲୋଚନା କରିବାରେ ବ୍ୟସ୍ତ ଅଛନ୍ତି। ତେବେ ଏହାରି ମଧ୍ୟରେ ମମତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ କମିଶନ
ରାଜ୍ୟରେ ପୁଣି ବନ୍ଦ ହୋଇଯିବ କି ଧର୍ମାନୁଷ୍ଠାନ? ଭକ୍ତ ଓ ଭଗବାନଙ୍କ ଭିତରେ ପୁଣି ପାଚେରୀ ହୋଇ ଛିଡ଼ା ହେବ କି କରୋନାର ଦ୍ୱିତୀୟ ଲହରୀ? ସଂକ୍ରମଣ ବଢିବା ସହ ପ୍ରଶାସନର କଟକଣା ସେଇ ଆଡ଼କୁ ଇଙ୍ଗିତ କରୁନି ତ?
ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ଲାଗିବ କର୍ଫ୍ୟୁ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏହି ସମୟରେ କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। କେବଳ ଜରୁରୀ ସେବାରେ ଥିବା ଲୋକମାନେ ସାଧାରଣ ପରିବହନ ବ୍ୟବହାର କରିପାରିବେ ବୋଲି ସୂଚନା ମିଳିଛି।
ଆଉ ବୋଲ ମାନୁନାହିଁ କରୋନା। ଦେଶରେ ଲାଗାତାର ଭାବରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ମହାମାରୀ। ତେବେ ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯେପରି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର
ନୂଆଦିଲ୍ଲୀ: ଆମେରିକାରେ କରୋନା ଟିକା ଜନସନ ଆଣ୍ଡ ଜନସନକୁ ସାମୟିକ ବନ୍ଦ କରାଯାଇଛି। ଟିକା ନେବା ପରେ ୬ ଜଣଙ୍କ ଠାରେ ରକ୍ତ ଜମାଟ ବାନ୍ଧିବାରୁ ଏମିତି ପଦକ୍ଷେପ ନେଇଛନ୍ତି ଆମେରିକା ସରକାର। ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ଟିକା ବନ୍ଦ ସମ୍ପର୍କରେ ସୂଚନା ଦିଆଯାଇଛି। ଆମେରିକାରେ ଏଯାଏଁ ୬୮ ଲକ୍ଷ ଲୋକଙ୍କୁ ଜନସନ ଟିକା ଦିଆଯାଇଛି।ତେବେ ଟିକା ବନ୍ଦ ସମ୍ପର୍କରେ ଆମେରିକାର ଫୁଡ ଆଣ୍ଡ ଆଡମିଷ୍ଟ୍ରେସନ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। […]
ଆସିଲାଣି ଖରାଦିନ। ଏବେ ବଜାରରେ ଭଳିକି ଭଳି ଦେଖିବାକୁ ମିଳିବ ଆମ୍ବ। ଅବଶ୍ୟ ଏବେ ପ୍ରତିମାସରେ ବଜାରରେ ଆମ୍ବ ମିଳୁଛି। କିନ୍ତୁ ସୁଆଦିଆ ଦେଶୀ ଆମ୍ବ କେବଳ ଖରାଦିନରେ ସୁଲଭ ମୂଲ୍ୟରେ ବଜାରରେ ବିକ୍ରି ହୋଇଥାଏ। କହିବାକୁ ଗଲେ, ଆମ ସମସ୍ତଙ୍କ ବାଡ଼ିରେ ପ୍ରାୟ ଆମ୍ବ ଗଛ ରହିଛି
ଦେଶରେ ବଢିବାରେ ଲାଗିଛି କରୋନା। ସ୍ଥିତି ଏମିତି ହେଲାଣି, ଶତାଧିକ ଲୋକଙ୍କୁ ଜୀବନ ନେବାରେ ଲାଗିଛି କରୋନା। ତେବେ ଏହି ସମୟରେ ଦେଶରେ ଟିକାର ଅଭାବ ଥିବା ବି ଜଣାପଡ଼ିଛି
ହୃଦୟ ବିଦାରକ ଛାତି ଫାଟିଲା ଭଳି, ମନକୁ ବିଚଳିତ କରିବା ଭଳି ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ ଦୁର୍ଗର ଏକ ଶ୍ମଶାନର। ଏକା ସାଙ୍ଗରେ ଦାହ ହେଉଛି ବହୁ ସଂଖ୍ୟାରେ ମୃତଦେହ
ହାଇଦରର ଫେରାର ପଛରେ ଅଛନ୍ତି ତା ପରିବାର। ଘଟଣାଦିନ ଏସସିବିରେ ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ନିଲମ୍ବିତ କନଷ୍ଟେବଳ ମହମ୍ମଦ ମୌସିମଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରୁ ଏହା ସ୍ପଷ୍ଟ ହେଉଛି। ହାଇଦରକୁ ଫେରାର କରିବାରେ ତା ପୁଅ, ଶଳା ଓ ପୁତୁରା ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ସେ ଦର୍ଶାଇଛନ୍ତି।
ମମତା ବାନାର୍ଜୀଙ୍କୁ ପ୍ରଚାର କରିବାକୁ ବ୍ୟାନ ଲଗାଇଲେ ଭାରତୀୟ ନିର୍ବାଚନ କମିଶନ। ଆଜି ରାତି ୮ଟାରୁ କାଲି ରାତି ୮ଟା ପର୍ଯ୍ୟନ୍ତ ବ୍ୟାନ କରିଛନ୍ତି କମିଶନ। ୨୪ ଘଂଟା ଲାଗି ବ୍ୟାନ କରିଛନ୍ତି ନିର୍ବାଚନ କମିଶନ। ତେବେ ଏହି ସମୟରେ ଦିଦି ପ୍ରଚାର ମୈଦାନକୁ ଓହ୍ଲାଇପାରିବେ ନାହିଁ ସୂଚନା ମିଳିଛି।
ଭୟଙ୍କର ହେଲାଣି କରୋନା। କହିବାକୁ ଗଲେ କରୋନା ମହାମାରୀକୁ ଆୟତ୍ତ କରିବା ଲାଗି ଆଉ କୌଣସି ପନ୍ଥା ବି କାମ କରୁନାହିଁ। ସ୍ଥିତି ଏମିତି ହେଲାଣି ଯେ, କେତେବେଳେ କାହାକୁ ଗ୍ରାସ କରୁଛି କରୋନା ତାହାର କୌଣସି ସୂଚନା କାହା ପାଖରେ ନାହିଁ
ମହାରାଷ୍ଟ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ଯାଏ ପରୀକ୍ଷା ସ୍ଥଗିତ ରଖିଛନ୍ତି ସରକାର। କୋଭିଡ ସଂକ୍ରମଣ ବଢୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ ପରୀକ୍ଷା ସମ୍ପର୍କରେ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡା ସୂଚନା ଦେଇଛନ୍ତି
ଭାରତରେ ଋଷ ଟିକା ସ୍ପୁଟନିକ-ଭିକୁ ମିଳିଲା ମଞ୍ଜୁରି । ତୃତୀୟ କରୋନା ଟିକା ଭାବେ ଭାରତରେ ବ୍ୟବହାର ପାଇଁ ମିଳିଲା ଅନୁମତି। ପୂର୍ବରୁ କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ମିଳିସାରିଛି। ଦେଶରେ କରୋନାର ଦ୍ୱିତୀୟ ଲହର ତା’ର କାୟା ବିସ୍ତାର କରିବାରେ ଲାଗିଛି
ନୂଆଦିଲ୍ଲୀ: ଘୂର୍ଣ୍ଣିବାତ୍ୟା ନାଁ ଶୁଣିଲେ ସମସ୍ତଙ୍କ ମନରେ ଆତଙ୍କ ଖେଳିଯାଏ। କାରଣ ଏହା ଏମିତି ଏର ପ୍ରାକୃତିକ ବିପର୍ଯ୍ୟୟ ଯାହା ମାତ୍ର କେହି ମୁହୂର୍ତ୍ତରେ ସାରା ଦୁନିଆକୁ ଛାରଖାର କରିଦେଇଥାଏ। ତେବେ ଏହାରି ମଧ୍ୟରେ ପଶ୍ଚିମ ଅଷ୍ଟ୍ରେଲିଆରେ ଘୃର୍ଣ୍ଣିବାତ୍ୟା ନେଇ ସତର୍କ ଜାରି କରିଛନ୍ତି ପାଣିପାଗ ବିଭାଗ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକାଥରେ ୨ଟି ସାମୁଦ୍ରିକ ବାତ୍ୟା ଅଷ୍ଟ୍ରେଲିଆରେ ସୃଷ୍ଟି ହୋଇଛି। ଏହି ଦୁଇଟି ସାମୁଦ୍ରିକ ବାତ୍ୟା ଅଲଗା ଅଲଗା ହୋଇଥିବାରୁ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ଯିବା […]
ଫୁଟିଲା ଗୁଳି, ବୋହିଲା ରକ୍ତ। ବଙ୍ଗ ଲଢ଼େଇର ଚତୁର୍ଥ ଚରଣରେ ସୀମା ଟପିଲା ହିଂସା, ତାଣ୍ଡବ କଲା ମୃତ୍ୟୁ। କୋଚ୍ବିହାର ଜିଲ୍ଲା ସଂରକ୍ଷିତ ଆସନ ଶୀତଲକୁଚିରେ ଆଜି ପାଞ୍ଚ ଜଣଙ୍କ ଜୀବନ ଯାଇଛି।
କରୋନାର ଦ୍ୱିତୀୟ ଲହର ବଳ ଜୁଟାଇବା ପରେ ଆଉ ଥରେ ଉତ୍କଟ ଓ ଦୟନୀୟ ସ୍ଥିତି ଦେଖାଦେଇଛି। ଖାଲି ହସ୍ପିଟାଲ ନୁହେଁ, ଶ୍ମଶାନ ଘାଟରେ ବି ଅଣନିଶ୍ୱାସୀ ଓ ଆକାମାକ୍ତା ମଣିଷ।