ଏପିଆ: ପ୍ରଶାନ୍ତ ସାଗର ଅଞ୍ଚଳରେ ଅବସ୍ଥିତ ଦେଶ, ସମୋଆରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ନିକଟରେ ହୋଇଥିବା ନିର୍ବାଚନ ପରେ ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି । କିନ୍ତୁ ସତ୍ତା ହରାଇଥିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଟ୍ୱିଲାଏପା ସେଲେଲେ ମୈଲିଲେଗାଓଇ ପଦ ଛାଡ଼ିବା ପାଇଁ ମନା କରିଦେଇଛନ୍ତି । ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ଦେଶର ମୁଖ୍ୟ ଭାବେ ମନୋନୀତ ହୋଇଥିବା ନାଓମି ମାତାଫାଙ୍କୁ ସଂସଦ ବାହାରେ ଏକ ତମ୍ବୁରେ […]
ନୂଆଦିଲ୍ଲୀ: ସୋରିଷ ତେଲ ଏବଂ ରିଫାଇନ୍ ତେଲର ଦର ନିୟନ୍ତ୍ରଣ ବାହାରେ । ତେଣୁ ସର୍ବଭାରତୀୟ ଖାଇବା ତେଲ ବ୍ୟବସାୟୀ ସଂଘ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖିଥିଲା । ଫଳରେ ୨୪ ମେ’ରେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ବୈଠକରେ ମହାସଂଘ ସହିତ ତେଲ ବ୍ୟବସାୟୀମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ବୈଠକରେ […]
ନୂଆଦିଲ୍ଲୀ: ଟୁଲ୍କିଟ୍ ମାମଲାକୁ ନେଇ ଦିଲ୍ଲୀ ପୋଲିସ ନିଜର ତଦନ୍ତ ଜାରି ରଖିଛି । ଏହି କ୍ରମରେ ସୋମବାର ଟ୍ୱିଟର କାର୍ଯ୍ୟାଳୟକୁ ଯିବା ପରେ ଦିଲ୍ଲୀ ପୋଲିସ ଦୁଇ ଜଣ କଂଗ୍ରେସ ନେତାଙ୍କୁ ନୋଟିସ ପଠାଇଛି । ଯେଉଁମାନେ ଏହି ଘଟଣାରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ସେମାନଙ୍କୁ ପୋଲିସ ନୋଟିସ ପଠାଇବା ସହ ତଦନ୍ତରେ ସହଯୋଗ କରିବାକୁ କହିଛି । ସୂଚନାନୁସାରେ ସୋମବାର ଦିଲ୍ଲୀ […]
ବମାକୋ: ଦେଶରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ଅଧିକ କ୍ଷମତାଶାଳି କୁହାଯାଏ । ହେଲେ ଏଠାରେ ତାଙ୍କୁ ଗିରଫ କରାଯାଉଛି । ଏମିତି ଘଟଣା ଘଟିଛି ମାଲିରେ । ଆଫ୍ରିକୀୟ ଦେଶ ମାଲିରେ ସୈନିକମାନେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି । ସେମାନେ ଦେଶର ବିଦାୟୀ ରାଷ୍ଟ୍ରପତି ବାହା ଏନ୍ ଦାଓ ଏବଂ ପ୍ରଧାନମନ୍ତ୍ରୀ ମୋକ୍ଟାର ଓଆନେଙ୍କୁ ସୋମବାର ଗିରଫ କରିଦେଇଛନ୍ତି । ଖବର ଅନୁଯାୟୀ, ଏହି ଗିରଫ ପୂର୍ବରୁ ସରକାରରେ ପରିବର୍ତ୍ତନ କରି ସେନା ବାହିନୀର ଦୁଇ […]
କିଂଶାସା: ଭୟଙ୍କର ଅଗ୍ନେୟଗିରି ବିସ୍ଫୋରଣ । ଏଣତେଣେ ଦୌଡ଼ିବାକୁ ଲାଗିଲେ ସହରବାସୀ । ଲାଭା ବହି ଆସି ରାସ୍ତା ଉପରେ ପ୍ରବାହିତ ହେଲା । ହଜାର ହଜାର ଲୋକ ସହର ଛାଡ଼ି ପଳାଇଲେ । କାଙ୍ଗୋର ଗୋମା ସହର ନିକଟରେ ଥିବା ଆଗ୍ନେୟଗିରି ମାଉଣ୍ଟ ନିରାଗୋଙ୍ଗୋ ଶନିବାର ବିସ୍ଫୋରଣ ହୋଇ ସମଗ୍ର ଆକାଶକୁ ଲାଲ କରିଦେଲା । ଖାଲି ସେତିକି ନୁହେଁ ପାହାଡ଼ରୁ ଲାଭା ବହି ଆସି ରାସ୍ତାରେ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଥିଲା । ଆଗ୍ନେୟଗିରି […]
ନୂଆଦିଲ୍ଳୀ: ଦେଶରେ କୋଭିଡ୍ ସ୍ଥିତି ନେଇ ୧୦ ରାଜ୍ୟର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ କରୋନା ସଂକ୍ରମଣ ଅଧିକ ଥିବା ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟ ପାଦଧିକାରୀଙ୍କ ସହ ସ୍ଥିତି ମୁକାବିଲା ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ କ୍ଷେତ୍ର ଉପରେ କାର୍ଯ୍ୟ, ଅନୁଭୂତି ଓ ଅନୁଭବ ହିଁ ସଫଳ ନୀତି ନିର୍ଦ୍ଧାରଣ କରିବାରେ ସହାୟକ ହେବ ବୋଲି ମୋଦି […]
ଭୁବନେଶ୍ୱର: ଓଡ଼ିଶାକୁ ପୁଣି ବାତ୍ୟା ଭୟ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା ୟାସ୍ । ୨୬ ତାରିଖ ସକାଳେ ଏହା ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ଅଛି । ତେବେ ସମ୍ଭାବ୍ୟ ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ମ୍ୟାନ ପାଓ୍ୱାର ଓ ମେସିନାରରୀ ପ୍ରସ୍ତୁତ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଏହି ବାତ୍ୟା ଉପରେ ସମୀକ୍ଷା ବୈଠକ କରିଥିଲେ SRC ପିକେ ଜେନା । […]
କର୍ଣ୍ଣାଟକ: ବିପଦ ବେଳର ପ୍ରକୃତ ବନ୍ଧୁର ପରିଚୟ ଦେଇ ଗଜରାଜଙ୍କୁ ଉଦ୍ଧାର କରିଛନ୍ତି ବନ ବିଭାଗ କର୍ମଚାରୀ । କର୍ଣ୍ଣାଟକ କୁର୍ଗରେ ଏକ ଖାଲରେ ଖସି ପଡ଼ି ଆଘାତ ପାଇଥିବା ହାତୀକୁ ଜେସିବି ସାହାଯ୍ୟରେ ଉଦ୍ଧାର କରାଯାଇଛି । ଅପରେସନ୍ ଏଲିଫ୍ୟାଣ୍ଟ ରେସ୍ୟୁ ସଫଳ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଖାଲରେ ପଡ଼ିଯାଇଥିବା ଏକ ହାତୀ ଉପରକୁ ଉଠିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରି ବିଫଳ ହୋଇଥିଲା […]